ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ବଲାଙ୍ଗିରର ଜିଲ୍ଲାପାଳ ଚଞ୍ଚଳ ରାଣା ଓ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ୍ । ରବିବାର ସମ୍ବଲପୁର ଜିଲ୍ଲାପାଳଙ୍କ ଆବାସିକ ବାସଭବନରେ ଉଭୟଙ୍କ ନିର୍ବନ୍ଧ ଶେଷ ହୋଇଛି । ଏଥିରେ ଜିଲ୍ଲାପାଳଙ୍କ ପରିବାରବର୍ଗ ଓ ହାତଗଣତି କିଛି ପ୍ରଶାସନିକ ଅଧିକାରୀ ବି ସାମିଲ ହୋଇଥିଲେ । ନିର୍ବନ୍ଧ ପାଇଁ ଚଞ୍ଚଳ ଓ ତାଙ୍କ ପରିବାର ସଦସ୍ୟ ଶନିବାରରୁ ଆସି ସମ୍ବଲପୁରରେ ପହଞ୍ଚିଥିଲେ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଚଞ୍ଚଳ ଓ ଅନନ୍ୟା ନିଜେ ଗହଣା ଦୋକାନକୁ ଯାଇ ସୁନାଗହଣା ବି କିଣିଥିଲେ ।
Published: Satyendu Shekher Mishra
Last updated: 20 February 2023, 09:51 PM IST
ଏକ ଅଜବ ଘଟଣା ଘଟିଛି ପାକିସ୍ତାନରେ । ଭିକ ମାଗି ଚଳୁଥିବା ଓ ପାଖରେ ପଇସା ନାହିଁ ବୋଲି କହି ଆସୁଥିବା ଗୋଟିଏ ପରିବାର ଭୋଜିରେ ୩୮ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ପାକିସ୍ତାନ ଗୁଜରନୱାଲାର ଏହି ପରିବାର ୨୦ ହଜାର ଅତିଥିଙ୍କୁ ଡାକି ଭବ୍ୟ ଭୋଜିରେ ଆପ୍ୟାୟିତ କରିଛନ୍ତି ।