ଅଦିନିଆ ବର୍ଷାରେ ହୋଇଥିବା ଫସଲ କ୍ଷୟକ୍ଷତି ପାଇଁ ଆଉ ଦୁଇ-ତିନି ଦିନ ଭିତରେ କ୍ଷତିପୂରଣ ପାଇବେ କ୍ଷତିଗ୍ରସ୍ତ ଚାଷୀ । ପଞ୍ଜୀକରଣ କରିଥିବା ବୀମାଭୁକ୍ତ ଚାଷୀଙ୍କୁ ସହାୟତା ପ୍ରଦାନ କରିବା ସରକାର ।
ଲୁହଛଳ ଛଳ ଆଖି...ନିଜକୁ ନିରୀହ ଦର୍ଶାଇବାର ପ୍ରୟାସ...୪୨୦ ବଣ୍ଟି-ବବଲି ଯୋଡ଼ିଙ୍କ ହାଇଡ୍ରାମା...କ୍ୟାମେରା ଆଗରେ କାନ୍ଦିଲେ ବିଷ୍ଣୁପ୍ରିୟା ଓରଫ୍ ରାକ୍ଷୀ ଓରଫ୍ ହର୍ଷିତା ଓରଫ୍ ହଂସିତା ଅଭିଲିପ୍ସା...କହୁଛନ୍ତି ତାଙ୍କୁ ଫସାଇ ଦିଆଯାଇଛି ।
ଅସୁମାରୀ ଉତ୍ସାହ, ଅଭୂତପୂର୍ବ ଉଦ୍ଦୀପନା । ଭୁବନେଶ୍ୱରରେ ପ୍ରବାସୀ ମହାକୁମ୍ଭର ଭବ୍ୟ ଶୁଭାରମ୍ଭ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଓ କେନ୍ଦ୍ର ଯୁବ ବ୍ୟାପାର ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ସମ୍ମିଳନୀର ପ୍ରଥମ ଦିନରେ ଯୁବ ପ୍ରବାସୀ ଭାରତୀୟ ଦିବସର କରିଥିଲେ ଉଦଘାଟନ ।
ଅଧାରୁ ଆଉ ପାଠ ଛାଡ଼ୁନାହାନ୍ତି ବିଦ୍ୟାର୍ଥୀ। କେବଳ ୨୦୨୩-୨୪ ଶିକ୍ଷାବର୍ଷରେ ସ୍କୁଲକୁ ଆସିଛନ୍ତି ଲକ୍ଷେରୁ ଅଧିକ ଛାତ୍ରଛାତ୍ରୀ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ୟୁ-ଡାଇଜ୍ ପ୍ଲସ୍ ରିପୋର୍ଟରୁ ସାମ୍ନାକୁ ଆସିଛି ଏଭଳି ଚମକାଇଲା ଭଳି ତଥ୍ୟ।
ନାଚୁଛି ଚଇତି ଘୋଡ଼ା... ବାଜୁଛି ବୀରବାଦ୍ୟ ଘୁମୁରା... ପରିବେଶକୁ ଦୁଲୁକାଉଛି ଦୁଲଦୁଲି...। ଓଡ଼ିଶା ମାଟିରେ ପାଦ ଦେଉ ଦେଉ, ନିଜ ପାଦକୁ ରୋକି ପାରୁନାହାନ୍ତି ଅତିଥି ।
ହାଇପ୍ରୋଫାଇଲ୍ କର୍ପୋରେଟ୍ ଦଲାଲ୍ ହଂସିତା ଅଭିଲିପ୍ସା ଉଡ଼ାଉଛନ୍ତି ହୋସ୍। ତାଙ୍କ ଠକ ସାମ୍ରାଜ୍ୟର ନେଟୱାର୍କରେ ନୂଆ ନୂଆ ଚେହେରାଙ୍କ ଆବିର୍ଭାବ। ପ୍ରଥମେ ଚର୍ଚ୍ଚା ହେଉଥିଲା କ୍ରାଇମ ପାର୍ଟନର ଅନୀଲ ମହାନ୍ତିଙ୍କ ନାଁ...ପରେ ସାମ୍ନାକୁ ଆସିଲେ କନ୍ଧମାଳ ବାଲିଗୁଡ଼ାର କଂଗ୍ରେସ ନେତା ମନୋଜ ଆଚାର୍ଯ୍ୟ...ଆଉ ଏବେ ସରୋଜ ସାହୁ।
ପଣା ସଂକ୍ରାନ୍ତିରେ ଖୋଲିବ ବିଜେଡି ପାଞ୍ଜି । ଦୁର୍ନୀତିର ଲେଖା ଛିଡିବ, ଆଉ ରହିବନି ବିଜେଡି । ଦୋଷମୁକ୍ତ ହେଉ ହେଉ ବିଜେଡି ଓ ଦଳର ସୁପ୍ରିମୋଙ୍କୁ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ସିଧାସଳଖ ନିଶାନା ।
ପ୍ରବାସୀ ଭାରତୀୟ ଦିବସ ପାଇଁ ରାଜଧାନୀର ୧୪ଟି ପ୍ରମୁଖ ଛକରେ ଲାଗିଛି ବିଭିନ୍ନ କଳାକୃତି। ଯାହା କି ଓଡ଼ିଶାର କଳା, ସଂସ୍କୃତି, ସହ ଐତିହ୍ୟ ଓ ଜ୍ଞାନ କୌଶଳର ବାର୍ତ୍ତା ବହନ କରୁଛି। ଆସନ୍ତୁ ନଜର ପକାଇବା କେଉଁ ଛକରେ କଣ ନିର୍ମାଣ କରାଯାଉଛି।
ଏୟାରପୋର୍ଟରେ ସ୍ବାଗତ ପରେ ବୁଲି ଯାଉଛନ୍ତି ପୁରୀ-କୋଣାର୍କ-ଚିଲିକା। ଅତିଥିଙ୍କୁ ଆକର୍ଷିତ ଲାଗି ମ୍ୟୁଜିୟମରୁ ମ୍ୟୁଜିକ୍ ଫାଉଣ୍ଟେନ୍ ଯାଏଁ ବ୍ୟବସ୍ଥା। ରାଜଧାନୀରେ ମନ କିଣୁଛି ଫେଷ୍ଟିଭାଲ ସାଙ୍ଗକୁ ଫ୍ଲାୱାର ସୋ।
ବାଜିଲା ଦିଲ୍ଲୀ ଭୋଟ୍ ବିଗୁଲ୍। ଫେବ୍ରୁଆରୀ ୫ରେ ଭୋଟ୍, ୮ରେ ଗଣତି। ତାରିଖ ଘୋଷଣା ପରେ ରାଜଧାନୀ ରାଜନୀତି ସରଗରମ ଲଢ଼େଇ ପାଇଁ ପ୍ରସ୍ତୁତ କହିଲେ ବିଜେପି-ଆପ୍ ଓ କଂଗ୍ରେସ।
ସମିତିସଭ୍ୟାରୁ କର୍ପୋରେଟ୍ ଦଲାଲ୍ କରୁଥିଲେ ହଂସିତା ଅଭିଲିପ୍ସା । ବଡ଼ବଡ଼ିଆଙ୍କ ନାଁରେ ଅନୀଲ ସହ ବିଛାଇଥିଲେ ଠକେଇ ଜାଲ। ଫିଟୁଛି ବଣ୍ଟି-ବବଲି ଯୋଡ଼ିଙ୍କ କଳାସାମ୍ରାଜ୍ୟର ଗୁମର।ଭୁବନେଶ୍ବର, ଦିଲ୍ଲୀ, ଝାଡ଼ଖଣ୍ଡ ରାଜ୍ୟର ୧୨ଟି ସ୍ଥାନରେ ଆୟକର ରେଡ୍।
୪୦ ତଳକୁ ଖସୁନି ଆଳୁ ଦର। ସୀମାରେ ପଶ୍ଚିମବଙ୍ଗ ଛାଡୁନି ଆଳୁ ଗାଡ଼ି। ୟୁପିରୁ ଆଣିଲେ ବାଧୁଛି ପରିବହନ ଖର୍ଚ୍ଚ । ପୂର୍ବ ସରକାରକୁ ଯୋଗାଣ ମନ୍ତ୍ରୀଙ୍କ ଦୋଷ ।
ଭୁଶୁଡ଼ୁଥିବା ମାଓଗଡ଼ରେ ବଡ଼ ହମଲା। ଛତିଶଗଡ଼ ବିଜାପୁରରେ ବଡ଼ ଧରଣର IED ବିସ୍ଫୋରଣରେ ଯାଇଛି ୮ DRG ଯବାନଙ୍କ ସହ ଜଣେ ଡ୍ରାଇଭରଙ୍କ ଜୀବନ। ଗତକାଲିର ସଫଳ ଅପରେସନ୍ ସାରି ଯବାନମାନେ ଖୁସି ମନରେ ଫେରୁଥିବା ବେଳେ ଆଜି ଅପରାହ୍ନରେ ଘଟିଛି ଏହି ଅଘଟଣ।
ରାଜଧାନୀରେ ବିଜେଡିର ସମାବେଶ । ବିପର୍ଯ୍ୟୟ ପରେ ବିକ୍ଷୋଭ ସାଜିଛି କି ଅସ୍ତ୍ର? ଦରଦାମ୍ ବୃଦ୍ଧିକୁ ପ୍ରସଙ୍ଗ କରି ରାସ୍ତାକୁ ଓହ୍ଲାଇଲା ବିଜେଡି । ନବୀନ ଆସିବା ଆଗରୁ ମଞ୍ଚରେ ନେତା ଗୋହି ଖୋଳାଖୋଳି । BJP କହିଲା ନାଟକ, ସ୍ଥିତି ବଞ୍ଚାଇବାକୁ ଫନ୍ଦି କହି କଂଗ୍ରେସର ଆକ୍ଷେପ ।
ବିଜେପି ନେତାଙ୍କ କାରକୁ ଜାଣିଶୁଣି ଧକ୍କା ଦେଇଥିଲା ହାଇୱା । ଡ୍ରାଇଭର ଜାଣିଶୁଣି ଧକ୍କା ଦେଇଥିବା କଥା ମାନିଥିବା କହିଲେ ଏସପି । ରାତି ଅଧରେ କାହିଁକି ରଚିଲା ହତ୍ୟା ତାଣ୍ଡବ କାରଣ ଖୋଜୁଛି ପୋଲିସ । ଜୟନାରାୟଣ କହିଲେ, ଟାର୍ଗେଟରେ ଥିଲେ ଆଉ କିଏ ।
ରାୟଗଡ଼ା ରେଳ ଡିଭିଜନ୍ ବିଲଡିଂର ଶିଳାନ୍ୟାସ କଲେ ମୋଦି । ଜନଜାତି ସଂପ୍ରଦାୟ ପାଇବେ ବେଶି ଉପକାର କହିଲେ ପ୍ରଧାନମନ୍ତ୍ରୀ । ରାଜ୍ୟରେ ଆରମ୍ଭ ହୋଇଛି ୭ ଗତି ଶକ୍ତି କାର୍ଗୋ ଟର୍ମିନାଲ୍ କାର୍ଯ୍ୟ । ଦକ୍ଷିଣ ଓଡ଼ିଶାରେ ଆଦିବାସୀଙ୍କ ସୁବିଧା ଓ ସାଧନ ହେବ କହିଲେ ମୁଖ୍ୟମନ୍ତ୍ରୀ ।
ଡରାଇଲା ଚୀନ ଭାଇରସ୍, ଫେରିଲା ମାସ୍କ । ଡରାଇଲା ଚୀନ୍ ଭାଇରସ୍ HMPV । ବେଙ୍ଗଲୁରୁ ପରେ ଅହମ୍ମଦାବାଦରେ ୨ ମାସର ଶିଶୁ ସଂକ୍ରମିତ । କର୍ଣ୍ଣାଟକକୁ ଫେରିଲା ‘ମାସ୍କ’ ପିନ୍ଧିବା କଟକଣା । ଗହଳି ଯାଗାକୁ ନଯିବାକୁ ମହାରାଷ୍ଟ୍ରରେ ବାରଣ । ଓଡ଼ିଶାରେ HMPV ଚିହ୍ନଟ ଲାଗି AIIMS ଓ RMRCରେ ବ୍ୟବସ୍ଥା ।
ମଝିରେ ଆଉ ମାତ୍ର ଗୋଟିଏ ଦିନ । ଶେଷ ପର୍ଯ୍ୟାୟରେ ପ୍ରବାସୀ ଭାରତୀୟ ସମ୍ମିଳନୀ ପ୍ରସ୍ତୁତି । ବିଶ୍ୱରୁ ଆସି ଏକାଠି ହେଉଛନ୍ତି ସାଢ଼େ ୩ ହଜାରରୁ ଅଧିକ NRI । ସମସ୍ତ ଅତିଥିଙ୍କୁ ସ୍ୱାଗତ ଅପେକ୍ଷାରେ ଜନତା ମଇଦାନ । ସଂଧ୍ୟାରେ ପହଞ୍ଚିଲେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ।
ସବୁ ନିୟମକୁ ଫୁ’ କରି, ବ୍ୟବସ୍ଥା ଆଖିରେ ଆଙ୍ଗୁଠି ଗେଞ୍ଜି ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍। ଶହ ଶହ ଭକ୍ତଙ୍କ ସାମ୍ନାରେ ଶ୍ରୀମନ୍ଦିରର ଖୁବ୍ ନିକଟରେ ଡ୍ରୋନ୍ ସହାୟତାରେ ଭିଡିଓ ସୁଟ୍ କରାଯାଇଛି।
ସମ୍ବଲପୁର-ବରଗଡ଼ NH କଣ୍ଟାପାଲି ଓଭରବ୍ରିଜ୍ ନିକଟ ସଡ଼କ ଦୁର୍ଘଟଣା ପଛରେ ରହିଛି କି ହତ୍ୟା ଷଡ଼ଯନ୍ତ୍ର? ଦୁଇ ବିଜେପି ନେତାଙ୍କ ମୃତ୍ୟୁ ଦୁର୍ଘଟଣାଜନିତ, ନା ଏହା ପଛରେ ରହିଛି କାହାର ପ୍ଲାନିଂ?
ବିଜେଡିରେ ଏବେ ଦ୍ବିତୀୟ ଓ ତୃତୀୟ ପିଢ଼ି ଭିତରେ ବିବାଦ! ସିନିୟରଙ୍କୁ ମାନୁନାହାନ୍ତି ଜୁନିୟର! ଚାଲିଛି ସମାନ୍ତରାଳ ସଂଗଠନ! ନବୀନ ନିବାସରେ ବଡ଼ ହଲଚଲ୍।
ଯାଜପୁର ପାଣିକୋଇଲି ଜୁଏଲାରୀ ଲୁଟ୍ ଓ ଫାୟାରିଂ ପଛରେ ରହିଛି କି ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର ସଂପୃକ୍ତି ? ୨୪ ଘଣ୍ଟା ବିତିଥିଲେ ବି ଫେରାର୍ ଲୁଟେରାଙ୍କ ପାଖରେ ପହଞ୍ଚି ପାରିନି ପୋଲିସ। ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଚଳାଇଛି କ୍ରାଇମବ୍ରାଞ୍ଚ STF।
ଆଉ ମାତ୍ର ଦୁଇ ଦିନର ଅପେକ୍ଷା। ଭୁବନେଶ୍ବର ଦେଖିବ ପ୍ରବାସୀ ଭାରତୀୟଙ୍କ ମହାମେଳି। ଗୋଟିଏ ଛାତ ତଳେ ଏକାଠି ହେବେ ସାରା ବିଶ୍ବରୁ ସାଢ଼େ ୩ ହଜାରରୁ ଅଧିକ ପ୍ରବାସୀ ଭାରତୀୟ।
ସୁଭଦ୍ରାକୁ ନେଇ ପୁଣି ଏକ ବଡ଼ ଅପଡେଟ୍ । ପୂର୍ବ ସ୍ଥିରୀକୃତ ମାର୍ଚ୍ଚ ୮ ମହିଳା ଦିବସ ନୁହେଁ ବରଂ ମାର୍ଚ୍ଚ ୩୦ରେ ଆବେଦନ କଲେ ବି ଏକାଥରେ ମିଳିଯିବ ୨ଟି ଯାକ କିସ୍ତିର ଟଙ୍କା ।
ମହାକାଶରୁ ପୃଥିବୀର ଭିଡିଓ ଉଠାଇଛି ଚେଜର ସ୍ପେସକ୍ରାଫ୍ଟ। ୪୦୦ କିଲୋମିଟର ଉଚ୍ଚତାରୁ ସେଲଫି ଭିଡିଓ ନେଇଛି। ଯାହାକି ସ୍ପେସ୍ ଡକିଂ ଟେକ୍ନୋଲୋଜିରେ ଏକ ବଡ଼ ଉପଲବ୍ଧି।