ଜଲିଉଡରେ_ନିଇତି_ନୂଆ_ପାଲା ଓଡ଼ିଶା ଯାତ୍ରା ଜଗତରେ ନିଇତି ଚାଲିଛି ନୂଆ ପାଲା। ପାର୍ଟି ଅଦଳ ବଦଳ ସାଙ୍ଗକୁ ଟଙ୍କା ନେଣଦେଣ ମାମଲା ନୂଆ ନୂଆ ବିବାଦ ସୃଷ୍ଟି କରୁଛି । ପୀୟୂଷ-ସଞ୍ଜୀବ ପରେ ଏବେ ସଞ୍ଜୀବ-କାହ୍ନା ଓ ଟିକି କଣ୍ଟ୍ରୋଭର୍ସିକୁ ନେଇ ଉଠୁଛି ପଡ଼ୁଛି ଅପେରା ଇଣ୍ଡଷ୍ଟ୍ରି। ନୂଆ ଯାତ୍ରା ବର୍ଷର ଆଖଡ଼ା ପୂର୍ବରୁ କଳାକାର-ମାଲିକଙ୍କ ତୁ ତୁ ମେଁ ମେଁ ଏବେ ଚରମସୀମାରେ ପହଞ୍ଚିଛି।
#ଯୋଗରେ_ଯୋଡ଼ିହେଲା_ସାରା_ଜଗତ ସମୁଦ୍ରରୁ ସିଆଚେନ୍, ରାସ୍ତାରୁ ପାହାଡ଼। ଯୋଗରେ ଯୋଡ଼ିହେଲା ଜଗତ। ଦୁନିଆ ପାଳିଲା ଯୋଗ ଯଜ୍ଞ। ଏକ ପୃଥିବୀ ଏକ ସ୍ବାସ୍ଥ୍ୟ ପାଇଁ ଯୋଗ ଥିମରେ ବିଶ୍ବର କୋଣ ଅନୁକୋଣରେ ଆଜି ପାଳିତ ହୋଇଛି ଏକାଦଶ ଅନ୍ତର୍ଜାତୀୟ ଯୋଗ ଦିବସ । ବିଶାଖାପାଟନମରେ ପ୍ରାୟ ୩ ଲକ୍ଷ ଲୋକଙ୍କ ଗହଣରେ ଯୋଗାସନ କରି ଯୋଗ ଏକ ବିରାମ ବା ପଜବଟନ୍ ଯାହା ସୁସ୍ଥ ରହିବା ପାଇଁ ନିହାତି ଜରୁରୀ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ମୋଦି।
ଯୋଗ_କରି_ରୋଗକୁ_ବାଏ_ବାଏ ଯୋଗ ଦିଏ ନିରୋଗ ଜୀବନ, ଯୋଗ ଦେଖାଏ ସୁସ୍ଥ ଜୀବନଶୈଳୀର ନୂଆ ବାଟ। ଏକଥା ଆମେ କହୁନୁ। କିଛି ଅନୁଭବି ବଖାଣିଛନ୍ତି ତାଙ୍କ ମୁହଁରେ। ପରିଣତ ବୟସରେ କିଏ ଯୁବ ସୁଲଭତାର କଥା କହିଛନ୍ତି ତ ଆଉ କିଏ ରୋଗଦୁଃଖରୁ ମୁକ୍ତି ପାଇଥିବା ଦାବି କରିଛନ୍ତି। ବିଶ୍ବ ଯୋଗ ଦିବସ ଅବସରରେ ଆସନ୍ତୁ ଭେଟିବା, ଜୀବନ ଶୈଳୀରେ ଯୋଗକୁ ଯୋଡ଼ି ଯୁବ ଅନୁଭବ କରୁଥିବା କିଛି ସାଧକଙ୍କୁ।
ଅନିଶ୍ଚିତତା_ଘେରରେ_ଶୁଭାଂଶୁ_ସ୍ବପ୍ନ ଅନିଶ୍ଚିତତା ଘେରରେ ଭାରତର 'ଶୁଭାଂଶୁ' ସ୍ବପ୍ନ । ବହୁ ପ୍ରତୀକ୍ଷିତ ଆକ୍ସିଅମ୍-୪ ମିଶନକୁ ନାସା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିବା ପରେ ବଢିଲା ଆଶଙ୍କା । ଭାରତର ଦ୍ବିତୀୟ ମହାକାଶଚାରୀ ବନିବାକୁ ଥିବା ଗ୍ରୁପ୍ କ୍ୟାପଟେନ ଶୁଭାଂଶୁ ଶୁକ୍ଳା ଏବଂ ବ୍ୟାକଅପ୍ କ୍ରୁ ମେମ୍ବର ଗ୍ରୁପ୍ କ୍ୟାପଟେନ ପ୍ରଶାନ୍ତ ନାୟାରଙ୍କୁ ଭାରତ ଫେରାଇ ଆଣିପାରେ ଇସ୍ରୋ ।
ତାଙ୍କୁ_ଦୁଇ_ଲକ୍ଷ_ଦୁଇ_ଟଙ୍କା_ଫେରାଇବି' 'ମୁଁ ତାଙ୍କୁ ବାକି ଦୁଇ ଲକ୍ଷ ଦୁଇ ଟଙ୍କା ଫେରାଇବି। ଦୁଇ ଲକ୍ଷ ସହିତ ଦୁଇ ଟଙ୍କା କାହିଁକି ଫେରାଇବି ସେକଥା ସିଏ ଜାଣିଛନ୍ତି ମୁଁ ଜାଣିଛି। - କାହ୍ନା ସ୍ୱାଇଁ, ଯାତ୍ରା ଅଭିନେତା
#ଜେଜେ_ମାଆ_ନା_ଡାହାଣୀ! ରାଜଧାନୀରୁ ଦୁଇ ଶିଶୁ ଉଦ୍ଧାର। ଭୁବନେଶ୍ୱର ଜିଜିପି କଲୋନୀରେ ନୃଶଂସ କାଣ୍ଡ I ମାଆର ମୃତ୍ୟୁ ପରେ ଭାଇ-ଭଉଣୀଙ୍କୁ ନିର୍ଯାତନା ଦେଉଥିଲେ ଜେଜେମା। ଦୁଇ ଶିଶୁଙ୍କୁ ଉଦ୍ଧାର କଲା ମଞ୍ଚେଶ୍ୱର ଥାନା ପୋଲିସ।
#ରାଜଧାନୀରେ_ବୁଲିଲା_ଖଣ୍ଡା ଜମିଜମା ବିବାଦକୁ ନେଇ ବୁଲିଲା ଖଣ୍ଡା। ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରେ ୩ଜଣ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ ଅଭିଯୁକ୍ତ। ଭରତପୁରର ୨୦ରୁ ୩୦ଜଣ ଯୁବକ ସଂଘବଦ୍ଧ ଭାବରେ ଆସି ଆକ୍ରମଣ କରିଥିବା ଅଭିଯୋଗ।
ରାଜ୍ୟ ସାରା ଚିନ୍ତା ବଢ଼ାଇଛି ଡାଇରିଆ l ଆଉ ଏ ରୋଗ ପାଇଁ ଦାୟୀ କେବଳ ଦୂଷିତ ପାଣି, ଓ ବାସୀ ଖାଦ୍ୟ l ମହାନଗର ନିଗମର ଫୁଡ୍ ସେଫ୍ଟି ବିଭାଗ ରାଉରକେଲା ନୂଆ ବସ୍ ଷ୍ଟାଣ୍ଡର ସମସ୍ତ ହଟେଲ ଓ ଛୋଟ ବଡ ଦୋକାନ କୁ କଡାକଡି ଯାଂଚ କରା ଯାଇଥିଲା l
ଯାତ୍ରା ଅଭିନେତା ତଥା କମେଡିଆନ୍ ଦୟା ମଧ୍ୟ ରାତ୍ରୀରେ ଅପେରା ମାଷ୍ଟର ଆସୋସିଏସନର ସଭାପତି ବିଜୟ ଦାସଙ୍କ ବାସ ଭବନ ଠାରେ ପହଞ୍ଚି ତାଙ୍କୁ ଭୁଲ ମାଗିଛନ୍ତି। ଖାଲି ସେତିକି ନୁହେଁ ଯାତ୍ରାରେ ଯେତେ ଗୁରୁ ବା ଲେଖକ ରହିଛନ୍ତି. ତାଙ୍କର ଯେତେବେଳେ କମିଟି ବସିବ, ସେଠି ଯାଇ ତାଙ୍କ ପକ୍ଷ ରଖି ଭୁଲ ମାଗିବେ ବୋଲି କହିଛନ୍ତି ।
ଯେଉଁ ହାତରେ କୋଳେଇ କାଖେଇ ନାତିନାତୁଣୀଙ୍କୁ ବଡ଼ କରିବା କଥା, ସେହି ହାତରେ ସେମାନଙ୍କୁ ନିର୍ଯାତନା ଦେବାକୁ ପଛାଇଲା ନାହିଁ। ନିର୍ଯାତନା ଏପରି ଯେ ଦେଖିଲେ ଲୋମ ଟାଙ୍କୁରିଯିବ ।
ଡୋନାଲ୍ଡ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଟ୍ରୁଥ୍ ସୋସିଆଲ'ରେ ଏକ ପୋଷ୍ଟ ସେୟାର କରି କହିଛନ୍ତି, ‘ମୁଁ ଯାହା କଲେ ମଧ୍ୟ, ମୋତେ ନୋବେଲ ଶାନ୍ତି ପୁରସ୍କାର ମିଳିବ ନାହିଁ ।’
ବୟସ ବଢ଼ିଛି ହେଲେ କମିନି ପ୍ରେମ। ଆଜି ବି ପତ୍ନୀଙ୍କ ପାଇଁ ଜୀବିତ ରହିଛି ତାଙ୍କର ଅନାବିଳ ଭଲ ପାଇବା। ମମତାଙ୍କ ପାଇଁ ଶାହାଜାହାନ ଯେମିତି ତାଜମହଲ ଗଢ଼ିଥିଲେ, ଇଏ ବୃଦ୍ଧ ଜଣକ ନିଜ ପତ୍ନୀଙ୍କ ପାଇଁ ତାଜମହଲ ତ ନୁହେଁ ପୂରଣ କରିଛନ୍ତି ଇଚ୍ଛା। ଆଉ ତାଙ୍କ ପାଇଁ ମଙ୍ଗଳସୂତ୍ର କିଣିବାକୁ ଧାଇଁ ଆସିଛନ୍ତି।
ସୁବର୍ଣ୍ଣରେଖାର ଏ ଆଁକୁ ଦେଖନ୍ତୁ । ଭୟ ବଢ଼ାଉଛି । ଆଷାଢ଼ ଆରମ୍ଭରୁ ବନ୍ୟା ଆଣୁଛି ! ବିପଦ ସଂକେତ ବି ଟପିସାରିଛି ସୁବର୍ଣ୍ଣରେଖା । ଫଳରେ ଏବେ ଛାନିଆଁ ହୋଇପଡ଼ିଛନ୍ତି ତଳିଆ ଅଞ୍ଚଳବାସୀ । ବାଲେଶ୍ୱର ଜିଲ୍ଲା ଜଳେଶ୍ବର ବ୍ଲକ ରାଜଘାଟ ନିକଟରେ ବଢ଼ୁଥିବା ଏ ଜଳର କରାଳ ରୂପକୁ ଥରେ ଦେଖିନିଅନ୍ତୁ ।
ଓଡିଶା ପାଇଁ ଟ୍ରମ୍ପଙ୍କ ନିମନ୍ତ୍ରଣଙ୍କୁ ମନା କରିଥିଲି। ମହାପ୍ରଭୁ ଜଗନ୍ନାଥଙ୍କ ଭୁମିକୁ ଯିବାକୁ ମନ ବଳେଇଲି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତ ସମୟରେ ଏହି କଥା କହି ଓଡିଆଙ୍କ ମନ ଜିଣିନେଇଛନ୍ତି ।
କଡା ସୁରକ୍ଷା ଭିତରେ ଇରାନ ଅତି ଚାଲାକ ଭାବେ ନିର୍ମାଣ କରିଛି ଆଣବିକ ପ୍ଲାଣ୍ଟ ଫର୍ଦୋ। ପାହାଡ ତଳେ ୨୯୫ ମିଟର ତଳେ ରହିଛି ଏହି ପ୍ଲାଣ୍ଟ। ଯେ କୌଣସି ଦେଶ ଏହି ପ୍ଲାଣ୍ଟକୁ ଏୟାରଷ୍ଟ୍ରାଇକ ମାଧ୍ୟମରେ ନଷ୍ଟ କରିପାରିବନି। ଫର୍ଦୋ ଆଡ୍ଦା ପାଖରେ ପହଞ୍ଚିବା ପାଇଁ ୫ଟି ସୁଡଙ୍ଗ କଟାଯାଇ ଗଭୀର ବଙ୍କର କରାଯାଇଛି।
ଘୁ ଘୁ ହୋଇ ମାଡି ଆସୁଛି ପାଣି। ବଢ଼ି ଚାଲିଛି ଜଳସୁଅ। ଆଖି ପିଛୁଳାକେ ସବୁ ବୋହି ନେଉଛି। ଆଉ ଏ ବଢ଼ିଲା ନଈ ମଝିରେ ଫସିଛି ଜୀବନ। ଦିନ ଯାଇ ରାତି ହେଲାଣି। ତଥାପି ବାହାରି ପାରୁନାହାନ୍ତି। ଉଦ୍ଧାର ଚାଲିଛି ସଂଘର୍ଷ। ଘନ ଅନ୍ଧକାର ଭିତରେ ଟାପୁରେ ଫସିଛନ୍ତି ଯୁବକ।
ଇସ୍ରାଇଲ୍ ଉପରେ ଇରାନର କ୍ଲଷ୍ଟର ବୋମା ଆକ୍ରମଣ। ବିନାଶର ଦ୍ୱିତୀୟ ନାମ କ୍ଲଷ୍ଟର ବମ୍। ସାଧାରଣ ଲୋକଙ୍କୁ କରିଥାଏ ଟାର୍ଗେଟ୍, ରଚିଥାଏ ତାଣ୍ଡବ। । ତେବେ କଣ ଏହି କ୍ଲଷ୍ଟର ବମ୍ ? ଜାଣନ୍ତୁ ।
ନଷ୍ଟ ହୋଇଗଲା ଫ୍ଲାଇଟ୍ AI171ର ବ୍ଲାକବକ୍ସ୍। ଖୋଲାଗଲା ହେଲେ ନଷ୍ଟ ହୋଇଯାଇଛି ତଥ୍ୟ ! ଆଉ ଜଣାପଡ଼ିବନି ଅହମ୍ମଦାବାଦ ପ୍ଲେନ କ୍ରାସର କାରଣ !
ଇରାନକୁ ଡରିଗଲେ କି ଇସ୍ରାଇଲ ପ୍ରଧାନମନ୍ତ୍ରୀ ? ପୁଅ ବାହାଘର ବାତିଲ କଲେ ବେଞ୍ଜାମିନ ନେତାନ୍ୟାହୁ। ଏପଟେ ଇରାନକୁ ଧମକ, ସେପଟେ ପରିବାର ପାଇଁ ଟେନସନ୍ ।
ଭୁବନେଶ୍ୱରରେ ମୋଦିଙ୍କ ବିଶାଳ ରୋଡ଼ ଶୋ'... ମୋଦିଙ୍କୁ ଦେଖିବାକୁ ରାଜଧାନୀ ଜନସମୁଦ୍ର...
ମୋଦିଙ୍କ ସ୍ୱାଗତରେ ଫୁଲରେ ଭରିଗଲା ରାଜଧାନୀ ଭୁବନେଶ୍ୱରର ରାସ୍ତା। ଦେଖନ୍ତୁ ଚିତ୍ର...
'ମହାପ୍ରଭୁ ଆମ ଆରାଧ୍ୟ ଅଟନ୍ତି ପ୍ରେରଣା ମଧ୍ୟ ଅଟନ୍ତି। ମହାପ୍ରଭୁଙ୍କ ଆଶୀର୍ବାଦରୁ ଶ୍ରୀମନ୍ଦିରକୁ ନେଇ ଥିବା ସବୁ ସମସ୍ୟାର ସମାଧାନ ଭଲରେ ଭଲରେ ହୋଇଗଲା' - ପ୍ରଧାନମନ୍ତ୍ରୀ ମୋଦି
ଜୟ ଜଗନ୍ନାଥରୁ ଭାଷଣ ଆରମ୍ଭ କରି ମୋହନ ସରକାରକୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି। ବର୍ଷକରେ ବେଶ୍ ପ୍ରଶଂସନୀୟ କାର୍ଯ୍ୟ ହୋଇଥିବା କହିବା ସହ ଏବର୍ଷ ସୁଶାସନର ବର୍ଷ ବୋଲି କହିଲେ। ଶ୍ରୀମନ୍ଦିର ୪ ଦ୍ବାର ଓ ରତ୍ନଭଣ୍ଡାର ଖୋଲିବା କଥା ଉଲ୍ଲେଖ କଲେ। ଏହାସହ କହିଲେ ଟ୍ରମ୍ପ ଫୋନ କରି ୱାସିଂଟନ୍ ଯିବାକୁ ନିମନ୍ତ୍ରଣ କରିଥିଲେ। ହେଲେ ଓଡ଼ିଶା ଆସିବାର ଥିଲା ବୋଲି ଟ୍ରମ୍ପଙ୍କୁ ମନା କଲି। ଏହା ସହ ବିରୋଧୀଙ୍କୁ ବି କଡ଼ା ଭାଷାରେ ଟାର୍ଗେଟ କରିଛନ୍ତି ମୋଦି।
ନାଁ ନନେଇ ପୂର୍ବ ସରକାରକୁ ଧୋଇଲେ ମୋଦି। ଅନେକ କ୍ଷେତ୍ରରେ ପଛରେ ରହିଥିଲା ଓଡ଼ିଶା। ବିଜେପି ସରକାର ଆସି ଓଡ଼ିଶାର ବିକାଶ କରିଛି। ଡବଲ ଇଂଜିନରେ ଡବଲ୍ ବେନିଫିଟ୍ ପାଇଛି ଓଡ଼ିଶା ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ମୋଦି।
ବିଜେପି ସରକାରର ବର୍ଷ ପୂର୍ତ୍ତି ଉତ୍ସବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ। ଜନତା ମୈଦାନରେ ଅଭିଭାଷଣ ସାରି ଦିଲ୍ଲୀ ଫେରିଲେ ପ୍ରଧାନମନ୍ତ୍ରୀ।