• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

IT Raids Enter 4th Day at Late Minister Naba Das’s Residence over Tax Evasion
ନବ ଦାସଙ୍କ ଘର ଘାଣ୍ଟୁଛି IT

ନବ_ଦାସଙ୍କ_ଘର_ଘାଣ୍ଟୁଛି_IT ସରୁନି ନବ ଦାସଙ୍କ ଘରେ ଆଇଟି ରେଡ୍ । ଆଜି ଚତୁର୍ଥ ଦିନରେ ଚାଲିଛି ଆୟକର ଚଢାଉ । ଆୟକର ଫାଙ୍କି ଅଭିଯୋଗରେ ଲଗାତାର ଚତୁର୍ଥ ଦିନରେ ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ଘର ଓ ବ୍ୟାବସାୟିକ ପ୍ରତିଷ୍ଠାନ ଉପରେ ଆୟକର ବିଭାଗ ଚଢାଉ ଜାରି ରଖିଛି ।

  • Sunday, 22 June 2025
U.S. Warns Women Against Traveling to Odisha and 5 Other Indian States
ଏହି ୬ ରାଜ୍ୟକୁ ଯାଅନି

ଭାରତର_ଏହି_୬_ରାଜ୍ୟକୁ_ଯାଅନି- ଟ୍ରମ୍ପ ଭାରତର ୬ଟି ରାଜ୍ୟକୁ ନଯିବାକୁ ମହିଳା ନାଗରିକଙ୍କୁ ଆମେରିକାର ପରାମର୍ଶ ଆମେରିକାର ବୈଦେଶିକ ମନ୍ତ୍ରଣାଳୟର ଭ୍ରମଣ ଚେତାବନୀ ତାଲିକାରେ ଓଡ଼ିଶା

  • Sunday, 22 June 2025
Special Story: BJD Leaders Excluded from CM Majhi’s Balangir Event, Political Rift Surfaces
କୃଷକ ଶକ୍ତି ସମାବେଶରେ ମୁଖ୍ୟମନ୍ତ୍ରୀ

ଜଳୁଛି_ରାଜନୀତି_ନିଆଁ ଗତ ୧୭ ତାରିଖର ଏ ହେଉଛି ଭିଜୁଆଲ୍‌ । କୃଷକ ଶକ୍ତି ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ । ମୋହନଙ୍କ ସହ ସାମିଲ୍‌ ହୋଇଥିଲେ ଅନ୍ୟନ୍ୟା ମନ୍ତ୍ରୀ । କିନ୍ତୁ କାର୍ଯ୍ୟାକ୍ରମକୁ ବଲାଙ୍ଗିର ବିଜେଡି ବିଧାୟକ କଳିକେଶ ନାରାୟଣ ସିଂଦେଓଙ୍କୁ ଡକାଯାଇନଥିଲା । ଏପରିକି ଜିଲ୍ଳା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ପୌରଧ୍ୟକ୍ଷା ଲିକା ସାହୁଙ୍କୁ ମଧ୍ୟ କାର୍ଯ୍ୟାକ୍ରମକୁ ନିମନ୍ତ୍ରଣ କରାଯାଇନଥିଲା ।

  • Sunday, 22 June 2025
Puri Private Hospital Sealed After Woman’s Death; District Admin Finds Multiple Lapses
ସିଲ୍ ହେଲା ହସ୍ପିଟାଲ

ପୁରୀରେ ଆଜି ଏକ ଘରୋଇ ଡାକ୍ତରଖାନାରେ ଜଣେ ମହିଳାଙ୍କର ଜୀବନ ଚାଲିଯିବାରୁ ସେଠାରେ ଉତ୍ତେଜନା ଦେଖା ଦେଇଥିଲା। ଏହାକୁ ଭିତ୍ତିକରି ସେଠାରେ ଜିଲ୍ଲା ପ୍ରଶାସନ ପହଞ୍ଚିଥିଲା। ଆଉ ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ଏକାଧିକ ତ୍ରୁଟି କାରଣରୁ ସେହି ହସ୍ପିଟାଲକୁ ସିଲ୍ କରିଦିଆଯାଇଛି

  • Sunday, 22 June 2025
Young Daitapati Servitor Reads Verses at Raja’s Palace to Announce Lord’s Recovery
ଆମେ ରଜାଙ୍କ ଘରକୁ ଆସିଛୁ

ଆମେ_ରଜାଙ୍କ_ଘରକୁ_ଆସିଛୁ' 'ଆମେ ମହାପ୍ରଭୁଙ୍କ ସୁସ୍ଥ ହେବା ଖବର ନେଇ ରଜାଙ୍କ ପାଖକୁ ଆସିଛୁ। ଆମେ ପାଠ ପଢ଼ୁଛୁ। ମହାପ୍ରଭୁଙ୍କ ସେବା କରୁଛୁ।\' -କୁନି ସେବାୟତ

  • Sunday, 22 June 2025
US Travel Advisory
US Travel Advisory: ଓଡ଼ିଶା ନ ଯିବାକୁ ଚେତାବନୀ ଦେଲା ଆମେରିକା

ଭାରତକୁ ଭ୍ରମଣ କରିବାକୁ ଆସୁଥିବା ଆମେରିକୀୟମାନଙ୍କୁ ସତର୍କ କରାଇଛି ଆମେରିକାର ବୈଦେଶିକ ମନ୍ତ୍ରଣାଳୟ । ଭାରତ ଯାତ୍ରା କରିବା ସମୟରେ ଅଧିକ ସତର୍କତା ଅବଲମ୍ବନ କରିବାକୁ ଆମେରିକା କହିଛି ।

  • Sunday, 22 June 2025
Fishing Trawler Capsizes in Sea; All 16 Fishermen Rescued Safely
ସମୁଦ୍ର ଭିତରେ ବୁଡିଗଲା ଟ୍ରଲର୍

ସମୁଦ୍ର ଭିତରେ ବୁଡିଗଲା ଟ୍ରଲର୍। ଟ୍ରଲରରେ 16 ଜଣ ମତ୍ସ୍ୟଜୀବୀ ଥିଲେ।  ସମସ୍ତଙ୍କୁ ଉଦ୍ଧାର କରାଯାଇଛି।  ମତ୍ସ୍ୟଜୀବୀ ସଂଗଠନ ସୂଚନା ଅନୁସାରେ, ଶୁକ୍ରବାରଦିନ ପଶ୍ଚିମବଙ୍ଗର ନାମଖାନାର ଖେୟାଘାଟରୁ ମାଛ ଧରିବା ପାଇଁ ଏହି ଟ୍ରଲର ଯାଇଥିଲା। 

  • Sunday, 22 June 2025
Special Story: Odisha Govt Removes HDFC, ICICI & Axis Banks from State Business Panel
୩ ଘରୋଇ ବ୍ୟାଙ୍କ ଉପରେ ସରକାରଙ୍କ ଛାଟ !

୩ ଘରୋଇ ବ୍ୟାଙ୍କ ଉପରେ ସରକାରଙ୍କ ଛାଟ ! ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ରାଜ୍ୟ ସରକାର । ପ୍ୟାନେଲରୁ ହଟିଲେ HDFC, ICICI ଏବଂ AXIS ବ୍ୟାଙ୍କ । ଘରୋଇ ବ୍ୟାଙ୍କ୍ ଗୁଡ଼ିକ ଉପରେ ଏବେ ଚଡ଼କ ପଡ଼ିଛି । ବିଶେଷ ଭାବେ ଏହି ୩ ଘରୋଇ ବ୍ୟାଙ୍କକୁ ପ୍ୟାନେଲରୁ ବାଦ୍ କରିଛନ୍ତି ରାଜ୍ୟ ସରକାର ।

  • Sunday, 22 June 2025
Families and Livestock Displaced as Subarnarekha Flood Worsens in Baliapal Block of Balasore
ବଢୁଛି ସୁବର୍ଣ୍ଣରେଖା ନଦୀର ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା

ବଢୁଛି ସୁବର୍ଣ୍ଣରେଖା ନଦୀର ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା। ଘରଦ୍ବାର ବୁଡ଼ିଯାଉଥିବାରୁ ଲୋକେ ଗୃହପାଳିତ ପଶୁଙ୍କ ସହ ପିଲାଛୁଆଙ୍କୁ ଧରି ଖୋଲାମେଲାରେ ଆଶ୍ରୟ ନେଇଛନ୍ତି। କିଏ ଉଚ୍ଚ ରାସ୍ତାକଡ଼ରେ ତ ଆଉ କିଏ ବସଷ୍ଟାଣ୍ଡକୁ ଯାଇ ରାତି କାଟୁଛନ୍ତି। ଝାଡ଼ଖଣ୍ଡ ଛାଡ଼ିଥିବା ପାଣି ଯୋଗୁ ଫୁଲି ଉଠିଥିବା ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆସି ବାଲିଆପାଳ ବ୍ଲକର ୫ଟି ପଞ୍ଚାୟତର ୩୦ରୁ ଅଧିକ ଗାଁ ପ୍ରଭାବିତ ହୋଇଛି।

  • Sunday, 22 June 2025
Iran’s Supreme Leader Ayatollah Ali Khamenei Secretly Picks Three Successors Amid War
ଉତ୍ତରାଧିକାରୀ ବାଛିଲେ ଖାମେନେଇ

ଯୁଦ୍ଧ ଘନଘଟା ଭିତରେ ଇରାନର ସୁପ୍ରିମ ଲିଡର ଅୟାତୁଲ୍ଲା ଅଲ୍ଲୀ ଖାମେନେଇ ନିଜର ତିନି ଉତ୍ତରାଧିକାରୀ ବାଛିଛନ୍ତି। ଦ ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ ଖାମେନେଇ ବଙ୍କରରେ ଲୁଚି ତିନି ମୌଲବୀଙ୍କୁ ଉତ୍ତରାଧିକାରୀ ଭାବେ ବାଛିଛନ୍ତି।

  • Sunday, 22 June 2025
Major U.S. Airstrike Hits Iran’s Fordow, Natanz & Esfahan Nuclear Sites
ଇରାନର ୩ଟି ପରମାଣୁ ଘାଟି ଉପରେ ବୋମାମାଡ଼ କଲା ଆମେରିକା

ଇରାନର ୩ଟି ପରମାଣୁ ଘାଟି ଉପରେ ବୋମାମାଡ଼ କଲା ଆମେରିକା । ଇରାନର ଫୋର୍ଡୋ, ନାଟାଞ୍ଜ ଓ ଇସଫାହାନ ପରମାଣୁ ଘାଟି ଧ୍ୱଂସ । ବଙ୍କର ବଷ୍ଟର ବୋମା ସହ ଗୁପ୍ତ ବୋମାବାହୀ ବିମାନରେ ଆକ୍ରମଣ କଲା ଆମେରିକା । ଇରାନର ପରମାଣୁ କ୍ଷମତା ପଙ୍ଗୁ କରିବା ଲକ୍ଷ୍ୟରେ ଆମେରିକା କରିଛି ବଡ଼ ଆକ୍ରମଣ । ଆକ୍ରମଣ ନେଇ ସୋସିଆଲ୍ ମିଡ଼ିଆ \'ଏକ୍ସ\'ରେ ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

  • Sunday, 22 June 2025
Special Story: Uttar Pradesh Man Marries Son’s Fiancée, Loots House and Elopes
ପୁଅର ଭାବି ସ୍ତ୍ରୀକୁ ବାହା ହୋଇଗଲା ବାପା

ପୁଅର ଭାବି ସ୍ତ୍ରୀକୁ ବାହା ହୋଇଗଲା ବାପା। ପୁଅକୁ ଶିଶୁପାଳ କଲା, ଘରୁ ସୁନା ଗହଣା ଲୁଟିଲା। ନିଜ ଉଦ୍ଦେଶ୍ୟ ପୂରଣ ପାଇଁ ରଚିଥିଲା ସାଂଘାତିକ ପ୍ଲାନ ।

  • Sunday, 22 June 2025
Special Story: DGCA Orders Removal of 3 Air India Officials over Safety Rule Violations
ବିମାନ ଦୁର୍ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ

ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ। ଏୟାର ଇଣ୍ଡିଆର ୩ ଅଧିକାରୀଙ୍କୁ ବହିଷ୍କାର କରିବାକୁ ନିର୍ଦ୍ଦେଶ। ନିୟମ ଉଲଂଘନ ପାଇଁ DGCA ନେଲା କଡ଼ା ଆକ୍ସନ୍ ।

  • Sunday, 22 June 2025
Special Story: No Parking Zones Declared on Puri Sea Beach and CT Road
ଏଣିକି ରାସ୍ତାରେ ଗାଡି ରଖିଲେ ଉଠାଇ ନେବ ପୋଲିସ

ପୁରୀ ପୋଲିସ ଦ୍ୱାରା ସମୁଦ୍ରକୁଳ ଓ ସିଟି ରୋଡ ହେବ ପାର୍କିଂ ମୁକ୍ତ। ଏଣିକି ରାସ୍ତାରେ ଗାଡି ରଖିଲେ ଉଠାଇ ନେବ ପୁଲିସ୍। ଅର୍ଥଦଣ୍ଡ ଲାଗୁ ହେବ ଓ ଗାଡି ଟେକି ନିଆଯିବ । 

  • Sunday, 22 June 2025
Special Story: Balangir Police Under Fire for Letting Off Injured Truck Driver Without Medical Test
ପୋଲିସର ଚୋରା ପୀରତି

ବଲାଙ୍ଗୀର ପୋଲିସ ବିଷରେ କିଛି କହିବା ପୂର୍ବରୁ ଦେଖିନିଅନ୍ତୁ ଦୁର୍ଘଟଣାର ଏ Live ଭିଜୁଆଲ୍‌ । ଜାତୀୟ ରାଜପଥ ୨୬, ସାଗରପଡା ଛକ ନିକଟରେ ଧସେଇ ପଶିଥିଲା କନଟେନର । ଫେରାର ଡ୍ରାଇଭରକୁ ଖୋଜୁଛି ପୋଲିସ । ଡ୍ରାଇଭର ନାଁରେ ପରୱାନା ଜାରୀ କରିଛି ବଲାଙ୍ଗିର ଟାଉନ ପୋଲିସ । କିନ୍ତୁ ଦୁର୍ଘଟଣା ସ୍ଥଳର ସି.ସି.ଟିଭି ଫୁଟେଜ କହୁଛି ସତ... ମଝି ରାତିରେ ଘଟିଥିବା ଦୁର୍ଘଟଣା ପରେ, ଘଟଣାସ୍ଥଳକୁ ଆସିଥିଲା ପୋଲିସ ଗାଡି ।

  • Sunday, 22 June 2025
Special Story: Jatra Star Kahna Accuses Singhbahini Owner of Contract Breach and Career Sabotage
ଯାତ୍ରାଜଗତରେ କିଛି ଠିକ୍‌ ଚାଲିନି

ଯାତ୍ରାଜଗତରେ କିଛି ଠିକ୍‌ ଚାଲିନି । ମାଲିକ ମାଲିକ ଭିତରେ ବିବାଦ । ମାଲିକ କଳାକାରଙ୍କ ଭିତରେ ବିବାଦ ।  କିଏ କାହାକୁ ବ୍ୟାନ କଲାଣି ତ ଆଉ କିଏ କାହା ଟଙ୍କା ନଦେଇ ଚାଲିଗଲାଣି । ଏବେ ଏଭଳି ଅଭିଯୋଗ ନିତିଦିନି ଦେଖିବାକୁ ମିଳିଛି ଜାତ୍ରା ଜଗତରେ । ଯାତ୍ରା ସିଂହବାହିନୀ ମାଲିକ ସଞ୍ଜୀବ ପାଢୀ ଓ କଳାକାର କାହ୍ନାଙ୍କ ଭିତରେ ଚାଲିଛି  ମୁହାଁମୁହିଁ ଯୁଦ୍ଧ ।

  • Sunday, 22 June 2025
flood
ବିନା ମେଘରେ ବନ୍ୟା

ବିନା_ମେଘରେ_ବନ୍ୟା ବାଲେଶ୍ବର ଜିଲ୍ଲାକୁ ବୁଡ଼େଇଲା ଝାଡ଼ଖଣ୍ଡ ପାଣି। ଚାନ୍ଦିଲି ଡ୍ୟାମ୍ ରୁ ହଠାତ୍ ପାଣି ଛଡ଼ାଯିବାରୁ ସୁବର୍ଣ୍ଣରେଖାରେ ଅଚାନକ ବନ୍ୟା ଆସି ବାଲେଶ୍ବର ଜିଲ୍ଲାର ୩ଟି ବ୍ଲକ ବସ୍ତା, ବାଲିଆପାଳ ଓ ଭୋଗରାଇରେ ବନ୍ୟା ତାଉ। ବର୍ଷା ନଥିବାବେଳେ ବନ୍ୟାରେ ଉବୁଟୁବୁ ହେଉଛନ୍ତି ଶତାଧିକ ଗାଁର ଲୋକେ, ବିପନ୍ନଙ୍କ ପାଖେ ପ୍ରଶାସନ ପହଞ୍ଚିବାକୁ ଉଦ୍ୟମ ଜାରି ରଖିଛି। ବାଲିଆପାଳ କୁଲାଚଡ଼ ଗାଁର ଜଣେ ଯୁବକ ବନ୍ୟାରେ ଭାସିଯାଇଥିବା ଅଭିଯୋଗ ହୋଇଛି।

  • Saturday, 21 June 2025
modi
ସଂଗଠନ ସଜାଡ଼ିବା ଚ୍ୟାଲେଞ୍ଜ୍

ବର୍ଷପୂର୍ତ୍ତି_ଉତ୍ସବ_ପରେ_ସଂଗଠନ_ସଜାଡ଼ିବା_ଚ୍ୟାଲେଞ୍ଜ୍ ମୋଦିଙ୍କ ଗସ୍ତ ପରେ ଉତ୍ସାହିତ ରାଜ୍ୟ ବିଜେପି କ୍ୟାମ୍ପ ଓ ଟିମ୍ ସିଏମ୍ ମୋହନ। କାହିଁକିନା ବର୍ଷ ପୂର୍ତ୍ତି ଉତ୍ସବରେ ମୋହନ ସରକାରଙ୍କ କାମରେ ଖୁସି ହୋଇ ପ୍ରଶଂସା ଢାଳିଛନ୍ତି ପିଏମ୍ ମୋଦି। ଏପଟେ ବର୍ଷପୂର୍ତ୍ତି କାର୍ଯ୍ୟକ୍ରମ ଓ ମୋଦିଙ୍କ ଗସ୍ତ ପରେ ମନ୍ତ୍ରୀମଣ୍ଡଳ ଏବଂ ବୋର୍ଡ ନିଗମ ନିଯୁକ୍ତି କାମ ତ୍ବରାନ୍ବିତ ହେବ ତ । ଏମିତି ଗଦା ଗଦା ପ୍ରଶ୍ନ ଭିତରେ ଇସାରା ଦେଇ ପ୍ରଭାରୀ ବିଜୟପାଲ ସିଂ ତୋମାର କହିଛନ୍ତି ରଥଯାତ୍ରା ପରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ହେବ।

  • Saturday, 21 June 2025
jatra
ଜଲିଉଡରେ ନୂଆ ପାଲା

ଜଲିଉଡରେ_ନିଇତି_ନୂଆ_ପାଲା ଓଡ଼ିଶା ଯାତ୍ରା ଜଗତରେ ନିଇତି ଚାଲିଛି ନୂଆ ପାଲା। ପାର୍ଟି ଅଦଳ ବଦଳ ସାଙ୍ଗକୁ ଟଙ୍କା ନେଣଦେଣ ମାମଲା ନୂଆ ନୂଆ ବିବାଦ ସୃଷ୍ଟି କରୁଛି । ପୀୟୂଷ-ସଞ୍ଜୀବ ପରେ ଏବେ ସଞ୍ଜୀବ-କାହ୍ନା ଓ ଟିକି କଣ୍ଟ୍ରୋଭର୍ସିକୁ ନେଇ ଉଠୁଛି ପଡ଼ୁଛି ଅପେରା ଇଣ୍ଡଷ୍ଟ୍ରି। ନୂଆ ଯାତ୍ରା ବର୍ଷର ଆଖଡ଼ା ପୂର୍ବରୁ କଳାକାର-ମାଲିକଙ୍କ ତୁ ତୁ ମେଁ ମେଁ ଏବେ ଚରମସୀମାରେ ପହଞ୍ଚିଛି।

  • Saturday, 21 June 2025
yoga
ଯୋଗରେ ଯୋଡ଼ିହେଲା ବିଶ୍ବ

#ଯୋଗରେ_ଯୋଡ଼ିହେଲା_ସାରା_ଜଗତ ସମୁଦ୍ରରୁ ସିଆଚେନ୍, ରାସ୍ତାରୁ ପାହାଡ଼। ଯୋଗରେ ଯୋଡ଼ିହେଲା ଜଗତ। ଦୁନିଆ ପାଳିଲା ଯୋଗ ଯଜ୍ଞ। ଏକ ପୃଥିବୀ ଏକ ସ୍ବାସ୍ଥ୍ୟ ପାଇଁ ଯୋଗ ଥିମରେ ବିଶ୍ବର କୋଣ ଅନୁକୋଣରେ ଆଜି ପାଳିତ ହୋଇଛି ଏକାଦଶ ଅନ୍ତର୍ଜାତୀୟ ଯୋଗ ଦିବସ । ବିଶାଖାପାଟନମରେ ପ୍ରାୟ ୩ ଲକ୍ଷ ଲୋକଙ୍କ ଗହଣରେ ଯୋଗାସନ କରି ଯୋଗ ଏକ ବିରାମ ବା ପଜବଟନ୍ ଯାହା ସୁସ୍ଥ ରହିବା ପାଇଁ ନିହାତି ଜରୁରୀ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ମୋଦି।

  • Saturday, 21 June 2025
yoga
ଯୋଗ କରି ରୋଗକୁ ବାଏବାଏ

ଯୋଗ_କରି_ରୋଗକୁ_ବାଏ_ବାଏ ଯୋଗ ଦିଏ ନିରୋଗ ଜୀବନ, ଯୋଗ ଦେଖାଏ ସୁସ୍ଥ ଜୀବନଶୈଳୀର ନୂଆ ବାଟ। ଏକଥା ଆମେ କହୁନୁ। କିଛି ଅନୁଭବି ବଖାଣିଛନ୍ତି ତାଙ୍କ ମୁହଁରେ। ପରିଣତ ବୟସରେ କିଏ ଯୁବ ସୁଲଭତାର କଥା କହିଛନ୍ତି ତ ଆଉ କିଏ ରୋଗଦୁଃଖରୁ ମୁକ୍ତି ପାଇଥିବା ଦାବି କରିଛନ୍ତି। ବିଶ୍ବ ଯୋଗ ଦିବସ ଅବସରରେ ଆସନ୍ତୁ ଭେଟିବା, ଜୀବନ ଶୈଳୀରେ ଯୋଗକୁ ଯୋଡ଼ି ଯୁବ ଅନୁଭବ କରୁଥିବା କିଛି ସାଧକଙ୍କୁ।

  • Saturday, 21 June 2025
Ax‑4 Mission Delayed Indefinitely; Shubhanshu Shukla & Prashanth Nayar to Return Home
ଅନିଶ୍ଚିତତା ଘେରରେ ଶୁଭାଂଶୁ ସ୍ବପ୍ନ

ଅନିଶ୍ଚିତତା_ଘେରରେ_ଶୁଭାଂଶୁ_ସ୍ବପ୍ନ ଅନିଶ୍ଚିତତା ଘେରରେ ଭାରତର \'ଶୁଭାଂଶୁ\' ସ୍ବପ୍ନ । ବହୁ ପ୍ରତୀକ୍ଷିତ ଆକ୍ସିଅମ୍-୪ ମିଶନକୁ ନାସା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିବା ପରେ ବଢିଲା ଆଶଙ୍କା । ଭାରତର ଦ୍ବିତୀୟ ମହାକାଶଚାରୀ ବନିବାକୁ ଥିବା ଗ୍ରୁପ୍ କ୍ୟାପଟେନ ଶୁଭାଂଶୁ ଶୁକ୍ଳା ଏବଂ ବ୍ୟାକଅପ୍ କ୍ରୁ ମେମ୍ବର ଗ୍ରୁପ୍ କ୍ୟାପଟେନ ପ୍ରଶାନ୍ତ ନାୟାରଙ୍କୁ ଭାରତ ଫେରାଇ ଆଣିପାରେ ଇସ୍ରୋ ।

  • Saturday, 21 June 2025
Kahna Swain Says He Will Return ₹2,00,002 — “They Know Why Exactly”
ଦୁଇ ଲକ୍ଷ ଦୁଇ ଟଙ୍କା ଫେରାଇବି

ତାଙ୍କୁ_ଦୁଇ_ଲକ୍ଷ_ଦୁଇ_ଟଙ୍କା_ଫେରାଇବି' 'ମୁଁ ତାଙ୍କୁ ବାକି ଦୁଇ ଲକ୍ଷ ଦୁଇ ଟଙ୍କା ଫେରାଇବି। ଦୁଇ ଲକ୍ଷ ସହିତ ଦୁଇ ଟଙ୍କା କାହିଁକି ଫେରାଇବି ସେକଥା ସିଏ ଜାଣିଛନ୍ତି ମୁଁ ଜାଣିଛି। - କାହ୍ନା ସ୍ୱାଇଁ, ଯାତ୍ରା ଅଭିନେତା

  • Saturday, 21 June 2025
Two Bhubaneswar Children Rescued After GrandMother Torture – Shocking Rescue by Police
ଜେଜେ ମାଆ ନା ଡାହାଣୀ!

#ଜେଜେ_ମାଆ_ନା_ଡାହାଣୀ! ରାଜଧାନୀରୁ ଦୁଇ ଶିଶୁ ଉଦ୍ଧାର। ଭୁବନେଶ୍ୱର ଜିଜିପି କଲୋନୀରେ ନୃଶଂସ କାଣ୍ଡ I ମାଆର ମୃତ୍ୟୁ ପରେ ଭାଇ-ଭଉଣୀଙ୍କୁ ନିର୍ଯାତନା ଦେଉଥିଲେ ଜେଜେମା। ଦୁଇ ଶିଶୁଙ୍କୁ ଉଦ୍ଧାର କଲା ମଞ୍ଚେଶ୍ୱର ଥାନା ପୋଲିସ।

  • Saturday, 21 June 2025
Gang Attack in Bhubaneswar Over Land Dispute: Three Youths Attacked by 20–30 Accused
ରାଜଧାନୀରେ ଖଣ୍ଡା ବୁଲିଲା

#ରାଜଧାନୀରେ_ବୁଲିଲା_ଖଣ୍ଡା ଜମିଜମା ବିବାଦକୁ ନେଇ ବୁଲିଲା ଖଣ୍ଡା। ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରେ ୩ଜଣ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ ଅଭିଯୁକ୍ତ। ଭରତପୁରର ୨୦ରୁ ୩୦ଜଣ ଯୁବକ ସଂଘବଦ୍ଧ ଭାବରେ ଆସି ଆକ୍ରମଣ କରିଥିବା ଅଭିଯୋଗ।

  • Saturday, 21 June 2025