ଲୁଟ୍ ପାଇଁ ଫାୟାରିଂ। ଦିନ ଦ୍ବିପ୍ରହରରେ ଜୁଏଲାରୀ ଦୋକାନରେ ଆତଙ୍କରାଜ। ଡକାୟତି ବେଳେ ଫୁଟିଲା ଗୁଳି। ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଚାଲିଗଲା ୨ ଜୀବନ।
କିଏ ସେ ରାବଣ, ଆଉ କିଏ ସେ କଂସ ? ବିଜେଡିର କେଉଁ ନେତାଙ୍କୁ ରାବଣ ଓ କଂସ ସହ ତୁଳନା କଲେ ପ୍ରଭାତ ବିଶ୍ବାଳ ? ଖାଲି ସେତିକି ନୁହେଁ ରାଜନୀତିର ଏହି ରାବଣ ଓ କଂସଙ୍କ ପାଇଁ ସେ ନାଲି ପୋଷାକ ପିନ୍ଧିବା ଆରମ୍ଭ କରିଛନ୍ତି ।
ଆରମ୍ଭ ହୋଇସାରିଛି କାଉଣ୍ଟଡାଉନ୍ । ଆଉ ମାତ୍ର ୩ ଦିନର ଅପେକ୍ଷା। ଭୁବନେଶ୍ବରରେ ଆରମ୍ଭ ହେବ ୧୮ତମ ପ୍ରବାସୀ ଭାରତୀୟ ଦିବସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଯାଏଁ, ତାସହିତ ବୈଦେଶିକ ବ୍ୟାପାର ମନ୍ତ୍ରୀ ବି ଯୋଗଦେବେ ଏହି ୩ ଦିନିଆ ପ୍ରବାସୀ ଭାରତୀୟ ମହାକୁମ୍ଭରେ ।
ତରଙ୍ଗ ପ୍ଲସ୍ OTT ପ୍ଲାଟଫର୍ମରେ ଓଡ଼ିଆ ୱେବସିରିଜ୍ ‘ଚିଟଫଣ୍ଡ’ ରିଲିଜ। ମହାଠକେଇର ଗୁମର କାହାଣୀ ଦେଖୁଛନ୍ତି ଦର୍ଶକ। ୱେବ୍ ସିରିଜରେ ରହିଛି ଚିଟଫଣ୍ଡ ସଂସ୍ଥାଙ୍କ ମାୟାଜାଲର କାହାଣୀ। ଦର୍ଶକଙ୍କ ଭିତରେ ରୋମାଞ୍ଚ ଭରୁଛି ୱେବସିରିଜ୍ ‘ଚିଟଫଣ୍ଡ’ର କାହାଣୀ।
ଭଦ୍ରକ ଧାମନଗର ଅଞ୍ଚଳରେ କୃଷି ଯନ୍ତ୍ରପାତି ଯୋଗାଣ ଆଳରେ ବିଶ୍ବାସ ଜନ୍ମାଇ ଚାରି ଚାରି ଜଣ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ଜଣେ ଠକ ଚୂନ ଲଗାଇବା ପରେ ସୃଷ୍ଟି ହୋଇଛି ହଇଚଇ।
ମଣପୁରମ୍ ଫାଇନାନ୍ସ କମ୍ପାନୀରେ ସଶସ୍ତ୍ର ଡକାୟତି। ଡକାୟତ ବୋହିନେଲେ ୨୦ କୋଟିର ୩୦ କେଜି ସୁନା । ସୁନା ସହ ନଗଦ ୩ ଲକ୍ଷ ଟଙ୍କା ନେଇ ସଂସ୍ଥାରେ ବୁଲାଇଦେଲେ କଳାକନା ।
ନବୀନଙ୍କ ବିଲ ବୁଲାବେଳେ ହୋଇଥିଲା କି ଡ୍ରାମା ? ସାଲେପୁରରେ ପ୍ରାୟୋଜିତ ଟୁର୍ କରାଇଥିଲେ କି ସେଠିକାର ବିଜେଡି ନେତା ? ଚାଷୀଙ୍କୁ ଶୁଆ ଭଳି ପାଠ ପଢ଼ାଇ ସୃଷ୍ଟି କରିଥିଲେ କି ଇମୋସନାଲ୍ ନାଟକ ?
ସର୍ବସ୍ବାନ୍ତ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ପ୍ରାକୃତିକ ବିପର୍ଯ୍ୟୟ ଭାବେ ବିବେଚିତ ହେବ ଅଦିନିଆ ବର୍ଷା । ସେଇ ଆଧାରରେ ଅନ୍ନଦାତାଙ୍କୁ ଦିଆଯିବ କ୍ଷତିପୂରଣ ।
କିଏ ଧରିବେ ରାଜ୍ୟ ବିଜେପିର ମଙ୍ଗ? କିଏ ହେବେ କଂଗ୍ରେସର ନୂଆ ମଙ୍ଗୁଆଳ? ବିଜେଡି ସୁପ୍ରିମୋ ଯଦିଓ ନବୀନ, ହେଲେ ସେନାପତି କିଏ ହେବେ?
ଚା ଦୋକାନର ଏକ ଫଟୋ ଏବେ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ ଅଛନ୍ତି ଦାଦନ ସର୍ଦ୍ଦାର ଶ୍ରୀଧର କୁମ୍ଭାର, ସୁଶାନ୍ତ ପାତ୍ର ଓ ଖୋଦ୍ ପାଟଣାଗଡ଼ ଆଇଆଇସି ହରିବନ୍ଧୁ ଗଡ଼ତିଆ।ପୋଲିସ ବାବୁ ଏଠି କଣ କରୁଛନ୍ତି, କେଉଁ ବିଷୟରେ କଥା ହେଉଛନ୍ତି?
ସମୟ କମ୍, ଆୟୋଜନ ବେଶୀ । ଅତିଥି ସତ୍କାରରେ କେମିତି ବିଶ୍ବରେ ଉଦାହରଣ ସାଜିବ ଓଡିଶା । ସେଥିପାଇଁ ଏ ବିଶାଳ ତୟାରି, ପ୍ରଥମ ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଭୁବନେଶ୍ବର ଜନତା ମଇଦାନରେ ରାତି ଦିନ ଚାଲିଛି ଟେଣ୍ଟ ବନ୍ଧା ଓ ମଣ୍ଡପ ସଜ୍ଜା କାମ ।
ମାଳ ମାଳ ପ୍ରେସକ୍ରିପସନ୍ ଝମେଲାରୁ ମିଳିବ ମୁକ୍ତି । ଗୋଟିଏ କାର୍ଡରେ ରହିବ ରୋଗୀଙ୍କ ସମସ୍ତ ତଥ୍ୟ । ରାଜ୍ୟ ସରକାର ଲାଗୁ କରିବାକୁ ଯାଉଛନ୍ତି ଆଭା କାର୍ଡ ବ୍ୟବସ୍ଥା ।
ବିଲରେ କଟା ହୋଇ ପଡିଛି ପାଚିଲା ଧାନ। ଅମଳ ଫସଲ ଖଳାକୁ ନେବାକୁ ଚାଷୀ ତରତର। ହେଲେ ନିଦ ହଜାଇଛନ୍ତି ହାତୀ ପଲ। ଜମିରେ ପଶି ଉଜାଡି ଦେଉଛନ୍ତି ଚାଷୀର ବର୍ଷକର ପରିଶ୍ରମ।
ନୂଆବର୍ଷରେ ନବୀନଙ୍କୁ ତଥାଗତଙ୍କ ନିଶାନା । ଯଦି ବିଜେଡି କେବଳ ନବୀନଙ୍କ ନାଁରେ ୫ ଥର ଜିତିଥିଲା, ତେବେ ଷଷ୍ଠ ଥରରେ ପରାଜୟ ପାଇଁ ସେହି ନେତା ହିଁ ସଂପୂର୍ଣ୍ଣ ଦାୟୀ। ସଂପାଦକୀୟ ଲେଖି କହିଲେ ନବୀନଙ୍କ ପାଇଁ ହାରିଲା ବିଜେଡି ।
ବର୍ଷ ୨୦୨୪ରେ କଡ଼ ଲେଉଟାଇଥିଲା ରାଜ୍ୟ ରାଜନୀତି । ସବୁଠୁ ବଡ଼ କଥା ହେଲା, ୨୦୨୪ରେ ଗଡ଼ିଥିଲା ୨୪ବର୍ଷର ବିଜେଡି ସରକାର । ସ୍ପଷ୍ଟ ବହୁମତ ସହ ଏକାକୀ ସରକାର ଗଠନ କରିଥିଲା ବିଜେପି । ତେଣୁ ସ୍ଥିତି ବଦଳିବା ସହ ସମସ୍ତ ରାଜନୈତିକ ଦଳ ଆଗରେ ବର୍ଷ ୨୦୨୫ ପାଇଁ ବଦଳିଛି ସମ୍ଭାବନା ଆଉ ଚ୍ୟାଲେଞ୍ଜ ।
ନୂଆବର୍ଷରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ପୁରୀରେ ଅସମ୍ଭାଳ ଭିଡ଼ । ଟ୍ରେନ୍ ଡବା ଭଳି ବଡ଼ଦାଣ୍ଡରେ ଲାଗିଛି ଭକ୍ତଙ୍କ ଲାଇନ୍ । ତେଣେ ଆଜି ପୁଣି ସିଂହଦ୍ୱାର ସାମ୍ନାରେ ବ୍ୟାରିକେଡ୍ ଭାଙ୍ଗି ଶ୍ରୀମନ୍ଦିରକୁ ଧସେଇ ପଶିଛନ୍ତି ଭକ୍ତ । ସ୍ଥିତି ସ୍ୱାଭାବିକ କରିବାକୁ ନାକେଦମ୍ ହୋଇଥିଲା ପୋଲିସ ।
ଚବିଶି ଗଲା ପଚିଶି ଆସିଲା, ଖୁସି ମଉଜରେ ଦୁନିଆ ମାତିଲା । ଜିରୋ ନାଇଟ୍ ହ୍ୟାଙ୍ଗଓଭରରୁ ବାହାରି, ଆଜି ଦିନ ତମାମ୍ ନିୟୁ ଇୟର ସେଲିବ୍ରେସନରେ ମସଗୁଲ ଥିଲା ମଣିଷ । ପୁରୁଣା ବର୍ଷକୁ ପଛରେ ପକାଇ, ସ୍ୱାଗତ କରିଥିଲା ସମ୍ଭାବନାମୟ ନବବର୍ଷକୁ ।
ମିଶନ୍ ଶକ୍ତି ଲାପଟପ୍ କିଣାରେ ମହାଘୋଟାଲା ଅଭିଯୋଗ । ଦୁର୍ନୀତିର ଗନ୍ଧ ବାରି RTI କର୍ମୀ ତଥ୍ୟ ମାଗିଲାବେଳକୁ ଏବେ ବାଉଳି ଚାଉଳି ହୋଇ କିଣାଚାଲିଛି ଲ୍ୟାପଟପ୍, ଯୋଗାଡ଼ ଚାଲିଛି ସତମିଛର ବିଲ୍ ।
ରାଜ୍ୟ ଭିଜିଲାନ୍ସ ନାଁରେ ନୂଆ ରେକର୍ଡ । ମାତ୍ର ୬ ମାସରେ ଧରାପଡ଼ିଛନ୍ତି ୫୦ କ୍ଲାସ୍ ୱାନ୍ ଅଫିସର୍ । ୨୦୦ ଅପରାଧିକ ମାମଲା, ୧୮୧ ସରକାରୀ ବାବୁ ଓ ଅନ୍ୟ ଅଧିକାରୀ ଗିରଫ. ମିଳିଲା ୧୩୧ କୋଟିର ଆୟ ବର୍ହିଭୁତ ସମ୍ପତ୍ତି । ଏଥର ଆଉ ବର୍ତ୍ତିପାରିବେନି ଦୁର୍ନୀତିଖୋର ବଡ଼ ବାବୁ । ନୂଆ ସରକାର ଆସିବା ପରେ ସକ୍ରିୟ ଭିଜିଲାନ୍ସ।
ନିର୍ଯାତିତ ପୁରୁଷଙ୍କୁ ନ୍ୟାୟ ସପକ୍ଷରେ ପଦ୍ମଶ୍ରୀ ବାବା ବଳିଆ। ମହିଳା କମିଶନ ଭଳି ପୁରୁଷ କମିଶନ ବି ଜରୁରୀ । ଅବହେଳିତ ବାପା ମାଆଙ୍କ ପାଇଁ ବି ପିତୃମାତୃ କମିଶନ ଗଠନ ହେଉ । ବିଧବାଙ୍କୁ ମିଳୁ ମାଙ୍ଗଳିକ କାର୍ଯ୍ୟରେ ସୁଯୋଗଆଇନର ନାଲି ଆଖି ଦେଖାଇ ବଢୁଥିବା ନିର୍ଯାତନାକୁ ନେଇ ବୟାନ ।
କେମିତି ଚାଷୀ କରିବେ ପଞ୍ଜିକରଣ? ଫସଲ କ୍ଷତି ପଞ୍ଜିକରଣ ପାଇଁ କାଲି ରାତି ୧୨ ଡେଡଲାଇନ୍ । ଅନେକ ଏବେ ବି ଜାଣିନାହାନ୍ତି ପଞ୍ଜିକରଣ ପ୍ରକ୍ରିୟା । ଉଜୁଡ଼ା ଜମିରୁ ଧାନ ସାଉଁଟୁଛନ୍ତି ଚାଷୀ ।
କଳିଙ୍ଗ ଷ୍ଟାଡିୟମ୍ ଆଥଲେଟିକ ଟ୍ରାକରେ ଗାଡ଼ି ଗଡ଼ାଇବା ପ୍ରସଙ୍ଗ। ଅଯଥା ବିବାଦୀୟ କରାଯାଉଥିବା କହିଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ । ପାଣ୍ଡିଆନଙ୍କୁ ସୂର୍ଯ୍ୟବଂଶୀଙ୍କ ଡାଇରେକ୍ଟ ଟାର୍ଗେଟ୍ । କହିଲେ ଭୈରବାନନ୍ଦ ସନ୍ନ୍ୟାସୀ ବିଜେଡିକୁ ବୁଡେଇଲେ । ବିବାଦକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ ।
ବାଘୁଣୀ ଜୀନତକୁ ନେଇ ନୂଆ ଅଡୁଆ। ହରଡ଼ଘଣାରେ ପଶ୍ଚିମବଙ୍ଗ ବନବିଭାଗ। ଶିମିଳିପାଳରୁ ଖସି ପଶ୍ଚିମବଙ୍ଗରେ ଟ୍ରାଙ୍କୁଲାଇଜ୍ ହୋଇଥିବା ଏହି ମରାଠା ବାଘୁଣୀକୁ କାହିଁକି ଓଡ଼ିଶା ନପଠାଇ ଆଲିପୁର ଚିଡ଼ିଆଖାନାକୁ ପଠାଗଲା, ପ୍ରଶ୍ନ ଉଠାଇଛନ୍ତି NTCA।
ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି କ୍ଷତିପୂରଣ ଦେବାକୁ ଦାବି କଲେ ନବୀନ। ତେବେ ଆଶ୍ଚର୍ଯ୍ୟର ବିଷୟ ହେଉଛି ମୁଖ୍ୟମନ୍ତ୍ରୀ ଥିବାବେଳେ ପ୍ରାୟତଃ ବାହାରକୁ ଗୋଡ଼ କାଢୁନଥିବା ନବୀନ ଏବେ କ୍ଷେତ ବୁଲିଛନ୍ତି। ତେଣୁ ନବୀନଙ୍କ ଆଜିର ଗଞ୍ଜାମ ଗସ୍ତକୁ ନେଇ ରାଜନୀତି ବି ତେଜିଛି।
ଆଉ ମାତ୍ର କିଛି ସମୟର ଅପେକ୍ଷା । କୀର୍ତ୍ତିମାନ ରଚିବାକୁ ଇସ୍ରୋ ପ୍ରସ୍ତୁତ । ରାତି ୧୦ଟାରେ ଲଞ୍ଚ୍ ହେବ ସ୍ପେଡେକ୍ସ ମିଶନ । ମହାକାଶରେ ଦୁଇଟି ସ୍ପେଶ୍ କ୍ରାଫ୍ଟକୁ ଯୋଡ଼ିବ ଇସ୍ରୋ । ପ୍ରଥମ ଥର ପାଇଁ ଇସ୍ରୋ କରିବ ସ୍ପେଶ୍ ଡକିଂ । ସଫଳ ହେଲେ ବିଶ୍ୱରେ ଚତୁର୍ଥ ଦେଶ ହେବ ଭାରତ ।