• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

MiddleEastConflict
ମାଡ଼ ହେବ ଆଟମ୍‌ ବମ୍‌!

କଡା ସୁରକ୍ଷା ଭିତରେ ଇରାନ ଅତି ଚାଲାକ ଭାବେ ନିର୍ମାଣ କରିଛି ଆଣବିକ ପ୍ଲାଣ୍ଟ ଫର୍ଦୋ। ପାହାଡ ତଳେ ୨୯୫ ମିଟର ତଳେ ରହିଛି ଏହି ପ୍ଲାଣ୍ଟ। ଯେ କୌଣସି ଦେଶ ଏହି ପ୍ଲାଣ୍ଟକୁ ଏୟାରଷ୍ଟ୍ରାଇକ ମାଧ୍ୟମରେ ନଷ୍ଟ କରିପାରିବନି। ଫର୍ଦୋ ଆଡ୍ଦା ପାଖରେ ପହଞ୍ଚିବା ପାଇଁ ୫ଟି ସୁଡଙ୍ଗ କଟାଯାଇ ଗଭୀର ବଙ୍କର କରାଯାଇଛି।

  • Saturday, 21 June 2025
balasore
ଟାପୁରେ ଟଳମଳ ପ୍ରାଣ

ଘୁ ଘୁ ହୋଇ ମାଡି ଆସୁଛି ପାଣି। ବଢ଼ି ଚାଲିଛି ଜଳସୁଅ। ଆଖି ପିଛୁଳାକେ ସବୁ ବୋହି ନେଉଛି। ଆଉ ଏ ବଢ଼ିଲା ନଈ ମଝିରେ ଫସିଛି ଜୀବନ। ଦିନ ଯାଇ ରାତି ହେଲାଣି। ତଥାପି ବାହାରି ପାରୁନାହାନ୍ତି। ଉଦ୍ଧାର ଚାଲିଛି ସଂଘର୍ଷ। ଘନ ଅନ୍ଧକାର ଭିତରେ ଟାପୁରେ ଫସିଛନ୍ତି ଯୁବକ।

  • Saturday, 21 June 2025
ଇସ୍ରାଇଲରେ  କ୍ଲଷ୍ଟର ବମ୍ ତାଣ୍ଡବ
ଇସ୍ରାଇଲରେ କ୍ଲଷ୍ଟର ବମ୍ ତାଣ୍ଡବ

ଇସ୍ରାଇଲ୍ ଉପରେ ଇରାନର କ୍ଲଷ୍ଟର ବୋମା ଆକ୍ରମଣ। ବିନାଶର ଦ୍ୱିତୀୟ ନାମ କ୍ଲଷ୍ଟର ବମ୍। ସାଧାରଣ ଲୋକଙ୍କୁ କରିଥାଏ ଟାର୍ଗେଟ୍, ରଚିଥାଏ ତାଣ୍ଡବ। । ତେବେ କଣ ଏହି କ୍ଲଷ୍ଟର ବମ୍ ? ଜାଣନ୍ତୁ ।

  • Saturday, 21 June 2025
Air India
ଏୟାର ଇଣ୍ଡିଆ ବ୍ଲାକବକ୍ସ୍ ନଷ୍ଟ

ନଷ୍ଟ ହୋଇଗଲା ଫ୍ଲାଇଟ୍ AI171ର ବ୍ଲାକବକ୍ସ୍। ଖୋଲାଗଲା ହେଲେ ନଷ୍ଟ ହୋଇଯାଇଛି ତଥ୍ୟ ! ଆଉ ଜଣାପଡ଼ିବନି ଅହମ୍ମଦାବାଦ ପ୍ଲେନ କ୍ରାସର କାରଣ !

  • Saturday, 21 June 2025
 Netanyahu Cancels
ଇରାନକୁ ମିସାଇଲ୍ ଡର

ଇରାନକୁ ଡରିଗଲେ କି ଇସ୍ରାଇଲ ପ୍ରଧାନମନ୍ତ୍ରୀ ? ପୁଅ ବାହାଘର ବାତିଲ କଲେ ବେଞ୍ଜାମିନ ନେତାନ୍ୟାହୁ। ଏପଟେ ଇରାନକୁ ଧମକ, ସେପଟେ ପରିବାର ପାଇଁ ଟେନସନ୍ ।

  • Saturday, 21 June 2025
Modi’s Roadshow Draws a ‘Janasamudra’ in Bhubaneswar – Massive Crowd Gathers
ଭୁବନେଶ୍ୱରରେ ମୋଦିଙ୍କ ବିଶାଳ ରୋଡ଼ ଶୋ'...

ଭୁବନେଶ୍ୱରରେ ମୋଦିଙ୍କ ବିଶାଳ ରୋଡ଼ ଶୋ'... ମୋଦିଙ୍କୁ ଦେଖିବାକୁ ରାଜଧାନୀ ଜନସମୁଦ୍ର...

  • Friday, 20 June 2025
Roads in Bhubaneswar Were Showered with Rose Petals to Welcome Modi
ଫୁଲରେ ଭରିଗଲା ରାଜଧାନୀ

ମୋଦିଙ୍କ ସ୍ୱାଗତରେ ଫୁଲରେ ଭରିଗଲା ରାଜଧାନୀ ଭୁବନେଶ୍ୱରର ରାସ୍ତା। ଦେଖନ୍ତୁ ଚିତ୍ର...

  • Friday, 20 June 2025
Modi Invokes “Mahāprabhu Jagannāth” as His Inspiration, Hails Temple Problem Resolutions
'ମହାପ୍ରଭୁ ଆମ ଆରାଧ୍ୟ ଅଟନ୍ତି ପ୍ରେରଣା ମଧ୍ୟ ଅଟନ୍ତି’

'ମହାପ୍ରଭୁ ଆମ ଆରାଧ୍ୟ ଅଟନ୍ତି ପ୍ରେରଣା ମଧ୍ୟ ଅଟନ୍ତି। ମହାପ୍ରଭୁଙ୍କ ଆଶୀର୍ବାଦରୁ ଶ୍ରୀମନ୍ଦିରକୁ ନେଇ ଥିବା ସବୁ ସମସ୍ୟାର ସମାଧାନ ଭଲରେ ଭଲରେ ହୋଇଗଲା' - ପ୍ରଧାନମନ୍ତ୍ରୀ ମୋଦି

  • Friday, 20 June 2025
PM Modi invokes ‘Jai Jagannath’, lauds Odisha govt & takes swipe at opposition
ମୋହନ ସରକାରକୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ଜୟ ଜଗନ୍ନାଥରୁ ଭାଷଣ ଆରମ୍ଭ କରି ମୋହନ ସରକାରକୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି। ବର୍ଷକରେ ବେଶ୍ ପ୍ରଶଂସନୀୟ କାର୍ଯ୍ୟ ହୋଇଥିବା କହିବା ସହ ଏବର୍ଷ ସୁଶାସନର ବର୍ଷ ବୋଲି କହିଲେ। ଶ୍ରୀମନ୍ଦିର ୪ ଦ୍ବାର ଓ ରତ୍ନଭଣ୍ଡାର ଖୋଲିବା କଥା ଉଲ୍ଲେଖ କଲେ। ଏହାସହ କହିଲେ ଟ୍ରମ୍ପ ଫୋନ କରି ୱାସିଂଟନ୍ ଯିବାକୁ ନିମନ୍ତ୍ରଣ କରିଥିଲେ। ହେଲେ ଓଡ଼ିଶା ଆସିବାର ଥିଲା ବୋଲି ଟ୍ରମ୍ପଙ୍କୁ ମନା କଲି। ଏହା ସହ ବିରୋଧୀଙ୍କୁ ବି କଡ଼ା ଭାଷାରେ ଟାର୍ଗେଟ କରିଛନ୍ତି ମୋଦି। 

  • Friday, 20 June 2025
Modi Criticises Past Odisha Govt, Claims BJP’s Double‑Engine Rule Brought Double Benefit
ନାଁ ନନେଇ ପୂର୍ବ ସରକାରକୁ ଧୋଇଲେ ମୋଦି

ନାଁ ନନେଇ ପୂର୍ବ ସରକାରକୁ ଧୋଇଲେ ମୋଦି। ଅନେକ କ୍ଷେତ୍ରରେ ପଛରେ ରହିଥିଲା ଓଡ଼ିଶା। ବିଜେପି ସରକାର ଆସି  ଓଡ଼ିଶାର ବିକାଶ କରିଛି। ଡବଲ ଇଂଜିନରେ ଡବଲ୍ ବେନିଫିଟ୍ ପାଇଛି ଓଡ଼ିଶା ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ମୋଦି।

  • Friday, 20 June 2025
Modi Leaves Odisha After Grand Anniversary Address from Janata Maidan
ଦିଲ୍ଲୀ ଫେରିଲେ ପ୍ରଧାନମନ୍ତ୍ରୀ

ବିଜେପି ସରକାରର ବର୍ଷ ପୂର୍ତ୍ତି ଉତ୍ସବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ। ଜନତା ମୈଦାନରେ ଅଭିଭାଷଣ ସାରି ଦିଲ୍ଲୀ ଫେରିଲେ ପ୍ରଧାନମନ୍ତ୍ରୀ।

  • Friday, 20 June 2025
PM Modi launches ₹18,700 cr projects including rail, EV buses & Odisha Vision roadmap
ଓଡ଼ିଶାକୁ ବଡ଼ ଭେଟି ଦେଲେ ପ୍ରଧାନମନ୍ତ୍ରୀ

ରାଜ୍ୟରେ ବିଜେପି ସରକାରକୁ ବର୍ଷେ ପୂରଣ ଅବସରରେ ଓଡ଼ିଶାକୁ ବଡ଼ ଭେଟି ଦେଲେ ପ୍ରଧାନମନ୍ତ୍ରୀ। ୧୮ ହଜାର ୭୦୦ କୋଟି ଟଙ୍କାର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ପିଏମ୍ ମୋଦି। ୨ହଜାର ୭୫୦ କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। ବୌଦ୍ଧରେ ପହଁଚିଛି ରେଳ ନେଟୱର୍କ। ୧୦୦ଟି ବ୍ୟାଟେରୀ ଚାଳିତ ବସର ଶୁଭାରମ୍ଭ କରିବା ସହ ଲକ୍ଷପତି ଦିଦିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ପ୍ରଧାନମନ୍ତ୍ରୀ।ରାଜ୍ୟରେ ମୋହନ ସରକାରଙ୍କ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶା ଭିଜନ୍ ୨୦୩୬ ଓ ୨୦୪୭ ପୁସ୍ତିକା ଉନ୍ମୋଚନ କରିଛନ୍ତି ପିଏମ୍ ମୋଦି।

  • Friday, 20 June 2025
‘Modi‑washed’ Bhubaneswar pulses with culture and crowds as PM’s roadshow rolls in
ମୋଦିମୟ ରାଜଧାନୀ

ପ୍ରଧାନମନ୍ତ୍ରୀଙ୍କ ମାତ୍ର କେଇ ଘଣ୍ଟାର ଗସ୍ତ ପାଇଁ ଆଜି ପୂରା ମୋଦିମୟ ହୋଇଯାଇଥିଲା ରାଜଧାନୀ। ପାରମ୍ପରିକ ନୃତ୍ୟବାଦ୍ୟରେ କମ୍ପିଥିଲା ଭୁବନେଶ୍ବର। ଏୟାରପୋର୍ଟରୁ ଜନତା ମୈଦାନ ଯାଏଁ ପ୍ରଧାନମନ୍ତ୍ରୀ ରୋଡ ସୋ\' କରୁଥିଲେ ତ ତାଙ୍କ ଝଲକ୍ ଟିକେ ପାଇବା ପାଇଁ ରାସ୍ତାର ଉଭୟ କଡ଼ରେ ଲହଡ଼ି ଭାଙ୍ଗୁଥିଲା ହଜାର ହଜାର ଜନତାଙ୍କ ଭିଡ଼।

  • Friday, 20 June 2025
 CM Mohan Majhi
ମୋଦିଙ୍କ ପାଇଁ ଦେଶ ଆଜି ସୁରକ୍ଷିତ

ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଲେ, ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ବର୍ଷେ ଶାସନର ସୌଭାଗ୍ୟ ମିଳିଛି । ବର୍ଷକ ଭିତରେ ଅନେକ ଉପଲବ୍ଧି ମିଳିସାରିଛି । ଓଡ଼ିଶା ବିକାଶ ପାଇଁ ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ କରିଛି । ଓଡ଼ିଶାକୁ ପୂର୍ବ ଭାରତର ଶିଳ୍ପ ହବ୍‌ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ।

  • Friday, 20 June 2025
Naveen Patnaik leaves for Mumbai to undergo cervical arthritis procedure
ଚିକିତ୍ସା ପାଇଁ ମୁମ୍ବାଇ ଗଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ

ଚିକିତ୍ସା ପାଇଁ ମୁମ୍ବାଇ ଗଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ। ମୁମ୍ବାଇସ୍ଥିତ କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସପିଟାଲରେ ଦୁଇ ଦିନ ପରେ ତାଙ୍କର ସର୍ଭିକାଲ ଆଥ୍ରାଇଟିସର ଅସ୍ତ୍ରୋପଚାର ହେବ ବୋଲି ବିଜେଡି ଦଳର ନେତା ସୂଚନା ଦେଇଛନ୍ତି। ତେବେ ୨୪ବର୍ଷ କ୍ଷମତାରେ ଥିବାବେଳେ ସବୁବେଳେ ନିଜ ସ୍ବାସ୍ଥ୍ୟଗତ ସମସ୍ୟାକୁ ଲୁଚାଇ ଆସୁଥିବା ନବୀନ ନିଜେ ଅସୁସ୍ଥ ଥିବା ସୋସିଆଲ୍ ମିଡିଆରେ ଦର୍ଶାଇବା ଓ ମୁମ୍ବାଇ ଯିବା ପୂର୍ବରୁ ତାଙ୍କ ଆଶୁ ଆରୋଗ୍ୟ କାମନା କରି ବିଦାୟ ଦେବାକୁ ନବୀନ ନିବାସରୁ ଏୟାରପୋର୍ଟ ଯାଏଁ ନେତା ଓ କର୍ମୀ ଭିଡ଼ ଲଗାଇବା, ସାଧାରଣରେ ସୃଷ୍ଟି କରିଛି ଗୁଞ୍ଜରଣ।

  • Friday, 20 June 2025
Survivors identify six accused in Gopalpur gang‑rape during TI parade at Brahmapur jail
ଗୋପାଳପୁର ବେଳାଭୂମି ଗଣଦୁଷ୍କର୍ମ ଅଭିଯୁକ୍ତଙ୍କ ହେଲା TI ପରେଡ୍

ଗୋପାଳପୁର ବେଳାଭୂମି ଗଣଦୁଷ୍କର୍ମ ଅଭିଯୁକ୍ତଙ୍କ ହେଲା TI ପରେଡ୍। ଉଭୟ୍ ପୀଡ଼ିତା ଏବଂ ତାଙ୍କ ପୁରୁଷ ବନ୍ଧୁ, ୬ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ସେଣ୍ଟ୍ରାଲ ଜେଲରେ ଚିହ୍ନଟ କରିଛନ୍ତି। ଏସବୁ ଭିତରେ ସାମ୍ନାକୁ ଆସିଛି ୧୭ ବର୍ଷ ତଳର ଠିକ୍ ଏଭଳି ଏକ ଘଟଣା। ୨୦୦୮ରେ ପୁରୁଷ ବନ୍ଧୁ ଆଗରେ ବାନ୍ଧବୀଙ୍କୁ ଝୁଣି ଠିକ୍ ସେହି ବେଳାଭୂମିରେ ଅସଦାଚରଣ ଉଦ୍ୟମ କରିଥିଲେ ଦୁର୍ବୃତ୍ତ। ଆଉ ପ୍ରତିବାଦ କରିବାରୁ ପୁରୁଷ ବନ୍ଧୁଙ୍କୁ ହତ୍ୟା କରି ଖସିଯାଇଥିଲେ। ଦୁଃଖର କଥା ହେଉଛି, ପ୍ରମାଣ ଅଭାବରୁ ଅଭିଯୁକ୍ତମାନେ ବନିଗଲେ ନିର୍ଦ୍ଦୋଷ। ସେଦିନର ସେହି ବର୍ବରକାଣ୍ଡକୁ ଆଜି ମନେ ପକାଇ ଲୁହ ଝରାଉଛନ୍ତି ପୁଅକୁ ହରାଇଥିବା ବାପା, ମାଆ।

  • Friday, 20 June 2025
ମୁଣ୍ଡିଆ ମାରିଲେ ମୋଦି
ଲକ୍ଷପତି ଦିଦିଙ୍କୁ ପ୍ରଣାମ କଲେ ପ୍ରଧାନମନ୍ତ୍ରୀ ମୋଦି

ଲୁସା ଗଣିକ ଝାରସୁଗୁଡ଼ା ଲଖନପୁର କୁମ୍ଭାରବାଙ୍ଗ ପଞ୍ଚାୟତର ବାସିନ୍ଦା । ସେ କୁକୁଡ଼ା ପାଳନ ଏବଂ କୃଷି ଦ୍ବାରା ବାର୍ଷିକ ୧୨ ଲକ୍ଷ ୫୫ ହଜାର ଆୟ କରି ମହା ଲକ୍ଷପତି ଦିଦି ଭାବେ ପୁରସ୍କୃତ ହୋଇଛନ୍ତି ।

  • Friday, 20 June 2025
Husband Raja
ସଞ୍ଜୟକୁ ସୋନମର ୨୦୦ କଲ୍‌

ରାଜାକୁ ହତ୍ୟା କରିବା ପୂର୍ବରୁ ସଞ୍ଜୟ ବର୍ମା ସହ ୧୦୦ ଥର କଥା ହୋଇଥିଲା ସୋନମ୍‌। କଲ୍‌ ଡିଟେଲ୍ସରୁ ସଞ୍ଜୟଙ୍କ ନାଁ ସାମ୍ନାକୁ ଆସିଥିଲା। ଏହାକୁ ନେଇ ବଢ଼ିଥିଲା ସସ୍‌ପେନ୍ସ। ସଞ୍ଜୟ କିଏ ତାକୁ ନେଇ ଉଠିଥିଲା ପ୍ରଶ୍ନ। ଘନ ଘନ ଜେରା କରିଥିଲା ପୋଲିସ। ତଦନ୍ତରୁ ସଞ୍ଜୟ ସସ୍‌ପେନ୍ସ ଉପରୁ ପରାଦା ହଟିଛି। ସୋନମ୍‌ର ଆସିକ୍‌ ରାଜ କୁଶୱା ହିଁ ସଞ୍ଜୟ।

  • Friday, 20 June 2025
Naba Das
ନବଙ୍କ ଥିଲା ଭୂତ କମ୍ପନୀ !

ଭୂତ କମ୍ପାନୀ ନାଁରେ ବେନାମି କାରବାର । ୧୧ଟି ଭୂତ କମ୍ପାନୀ କରି କୋଟି କୋଟି ଟଙ୍କା ଠକେଇ । କାଗଜ ପତ୍ରରେ କମ୍ପାନୀ କିନ୍ତୁ କମ୍ପାନୀର ଖୋଜ ଖବର ନାହିଁ । କର୍ମଚାରୀଙ୍କୁ କମ୍ପାନୀ ଡାଇରେକ୍ଟର ଦର୍ଶାଇ ହୋଇଛି ବଡ଼ ଠକେଇ ।

  • Friday, 20 June 2025
Murder
ମୋ ମାଆକୁ ତଣ୍ଟିଚିପି ମାରିଦେଲ...

ଆଜି ବି ସମାଜରେ ଝିଅ ଟିଏ ଜନ୍ମ ହେଲେ କେତେ ଜାତନା ସହିବାକୁ ପଡେ । ତାର ନିଛକ ଉଦାହରଣ ଦେଖିବାକୁ ମିଳିଛି ଜଳେଶ୍ବର ଥାନା ପଥରପୁରା ଗାଁରେ । ଜଳେଶ୍ବର ପୌରପରିଷଦର ଭାଇସ ଚେୟରମ୍ୟାନ ପୁଷ୍ପପ୍ରିୟା କାମିଳାଙ୍କ ତୃତୀୟ ପୁଅ ରିତେଶ କାମିଳାଙ୍କୁ ନମିତା ୩ ବର୍ଷ ତଳେ ବିବାହ କରିଥିଲେ।

  • Friday, 20 June 2025
uttar pradesh
ସ୍ୱାମୀ କାଟିଲା ନାକ

ସ୍ତ୍ରୀ ପାଲଟିଲା ସୁର୍ପଣଖା । ସ୍ୱାମୀ ସାଜିଲା ଲକ୍ଷ୍ମଣ । ଅନ୍ଧାର ରାତିରେ ପତ୍ନୀର କଟାଗଲା ନାକ । ପ୍ରେମିକ ସହ ଅଧରାତିରେ ଦେଖା କରୁଥିଲା ସ୍ତ୍ରୀ । ଦୁଇ ଦୁଇଟା ପିଲା ଥାଇ ବି ସବୁ ଦିନ ସ୍ୱାମୀର ନଜର ଆଢୁଆଳରେ ପରପୁରୁଷ ସହ ପତ୍ନୀ ରଖୁଥିଲା ପ୍ରେମ ସମ୍ପର୍କ ।

  • Friday, 20 June 2025
bjd
ବବି ନୁହେଁ ଦେବୀ ଭରସା

ବିରୋଧୀଦଳ ନେତା ନବୀନଙ୍କ ଭରସା ଦେବୀ ମିଶ୍ର । ରାଜନୈତିକବ୍ୟାପାର କମିଟିରେ ସଦସ୍ୟ ନରହି ଦେବୀଙ୍କୁ ଦେଲେ ଦାୟିତ୍ବ । ଉଭୟ ଶାଖା କମିଟି ଓ ରାଜନୈତିକବ୍ୟାପାର କମିଟି ଭିତରେ ସମନ୍ବୟ ରଖିବାକୁ ଦେଇଛନ୍ତି ଦାୟିତ୍ବ ।

  • Friday, 20 June 2025
Chhattisgarh
କନକଙ୍କ ରଣହୁଙ୍କାର

ଶୁଣିଲେ ତ, ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଉପ-ମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀଙ୍କ ଚେତାବନୀ । ଆମ ଉପରେ ଛତିଶଗଡ ଧାନ କିଣିବା ପାଇଁ ଚାପ ପକାଯାଉଛି ବୋଲି ଖୁଲମଖୁଲା କହୁଛନ୍ତି ଉପ-ମୁଖ୍ୟମନ୍ତ୍ରୀ କେଭି ସିଂଦେଓ ।

  • Friday, 20 June 2025
 JatraNews
ରାତିରେ ଯାତ୍ରା କଲେ, ସକାଳେ ଉଠିଲେ ବାହା ହୋଇଗଲେ

ସାଥୀ କଳାକାରରୁ ପାଲଟିଲେ ଜୀବନ ସାଥୀ । ମଥାରେ ଲାଗିଲା ସିନ୍ଦୂର । ରୁଦ୍ରଙ୍କ ପାଇଁ ହାତରେ ଶଙ୍ଖା ପିନ୍ଧିଲେ ଅଭିନେତ୍ରୀ ସ୍ମରଣିକା ପ୍ରିୟଦର୍ଶିନୀ । ଯାତ୍ରା ଅଭିନୟ ମଞ୍ଚରୁ ଆରମ୍ଭ ହୋଇଥିଲା ପ୍ରେମ । ଆଉ ଏବେ ଉଭୟଙ୍କ ହାତ ଗଣ୍ଠି ପଡ଼ିଛି । ଜଣକୁ ବୟସ ୩୦ ଏବଂ ଆନ୍ୟ ଜଣଙ୍କୁ ୫୦ ବର୍ଷ ।

  • Friday, 20 June 2025
WestBengalPolitics
ମହାପ୍ରସାଦକୁ ଅପମାନ

ହିନ୍ଦୁ ନାରୀ, କିନ୍ତୁ ହିନ୍ଦୁ ଧର୍ମ ବିରୋଧୀ । ଗର୍ବ ପାଇଁ ମମତା ଏବେ ଧର୍ମଛଡ଼ା । ପଲିଟିକ୍ସ ପାଇଁ ମହାପ୍ରସାଦ ଯୋଜନା ଆରମ୍ଭ । ଦିଦିଙ୍କ ରାଜ୍ୟରେ ଘରେ ଘରେ ମିଳିବାକୁ ଯାଉଛି ମହାପ୍ରସାଦ ନାଁରେ ପେଡ଼ା-ଗଜା ।

  • Friday, 20 June 2025