ରାସ୍ତା କଡ଼ରେ ମେଲିଛି ଆମ୍ୱ ପସରା। ଭଳିକି ଭଳି ସୁନ୍ଦରିଆ ଆମ୍ୱକୁ ସଜାଇ ରଖିଛନ୍ତି ବ୍ୟବସାୟୀ। ହେଲେ ଗୋଟିଏ ଆମ୍ୱର ସବୁଠାରୁ ବେସି ଡିମାଣ୍ଡ ଥାଏ। ନାଁଚି ତାର କଲେକ୍ଟର ଆମ୍ବ ।
ଏଣିକି ଆରମ୍ଭ ହେବାକୁ ଯାଉଛି ବାର୍ଷିକ ଫାସ୍ଟ୍ୟାଗ୍ ପାସ୍ ବ୍ୟବସ୍ଥା। ବାର୍ଷିକ ୩ ହଜାର ଟଙ୍କା ଦେଇ ଏହି ସୁବିଧା ପାଇ ହେବ। ଜାଣନ୍ତୁ କିପରି ।
ଏଣିକି_ବର୍ଷିକିଆ_FASTag_ପାସ୍ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି ଏବେ ବଡ଼ ଘୋଷଣା କରିଛନ୍ତି। ଆସନ୍ତା ଅଗଷ୍ଟ ୧୫ ତାରିଖରୁ ଘରୋଇ ଗାଡ଼ି ପାଇଁ ଆସିବ ବର୍ଷିକିଆ ଫାସ୍ଟ୍ୟାଗ୍ ପାସ୍। ମାତ୍ର ୩ ହଜାର ଟଙ୍କା ଦେଲେ ବର୍ଷକ ଭିତରେ ଯାଇପାରିବେ ୨୦୦ ଟ୍ରିପ୍। ଫଳରେ ୭୦ ପ୍ରତିଶତରୁ ଅଧିକ ଟୋଲ୍ ଫି\' ଖର୍ଚ୍ଚ କମିଯିବ ବୋଲି କହିଛନ୍ତି ଗଡ଼କରି। ଏବେ ଏହି ସ୍କିମ୍କୁ ସ୍ବାଗତ କରିଛନ୍ତି ଗାଡ଼ି ମାଲିକ।
କାହିଁକି_ଅକର୍ମଣ୍ୟ_ମହିଳା_କମିଶନ? ରାଜ୍ୟରେ ମହିଳାଙ୍କ ଉପରେ ଗୋଟିକ ପରେ ଗୋଟିଏ ହିଂସା, ଦୁଷ୍କର୍ମ, ଅତ୍ୟାଚାର ଘଟଣା ବଢ଼ି ଚାଲିଛି। ହେଲେ ୭ ମାସ ହେଲା ନାହାନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା। ଫଳରେ ଭୁଶୁଡ଼ି ପଡ଼ିଛି ଅର୍ଦ୍ଧ ନ୍ୟାୟିକ ବ୍ୟବସ୍ଥା। ଗଦା ହେଲାଣି ମାମଲା, ହୋଇପାରୁନି ଫୈସଲା। ଏସବୁ ଭିତରେ ନ୍ୟାୟ ଆଶାରେ ନିରାଶ ନିର୍ଯାତିତା ମହିଳା।
ଗୋପାଳପୁର_ଲଜ୍ଜା_ଖୋଳତାଡ଼ ଗୋପାଳପୁର ଲଜ୍ଜାକୁ ନେଇ ରାଜ୍ୟବ୍ୟାପୀ କମ୍ପନ। ଗୋଟିଏ ପଟେ କ୍ରାଇମସ୍ପଟରେ କ୍ରାଇମବ୍ରାଞ୍ଚର ଖୋଳତାଡ଼, ଅନ୍ୟପଟେ ପର୍ଯ୍ୟଟନସ୍ଥଳୀରେ ପାପକୁ ନେଇ ବିରୋଧୀଙ୍କ ନିଶାନା। ଆଜି ଗ୍ରାଉଣ୍ଡ ଜିରୋରେ ପହଞ୍ଚି ତନାଘନା କରିଛନ୍ତି କ୍ରାଇମବ୍ରାଞ୍ଚ IG ଏସ୍.ସାଇନି। ଏସବୁ ଭିତରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ ସହ ହତ୍ୟା ଅଭିଯୋଗ, ଚହଳ ପକାଇଛି କେନ୍ଦୁଝର ଜିଲ୍ଲାରେ। ଆଉ ୩ଦିନରେ ଏଭଳି ଦୁଇ ଦୁଇଟି ଅପରାଧକୁ ନେଇ ରାଜଧାନୀରେ ଗର୍ଜିଛି କଂଗ୍ରେସ।
ପାଣି_ପାଇଁ_ହଇଜା? ଜିଲ୍ଲା ପରେ ଜିଲ୍ଲା ମାଡ଼ୁଛି ହଇଜା। ଝାଡ଼ାବାନ୍ତିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହ ପଶିଛି ଲୋକଙ୍କ ମନରେ ଛନକା। ସବୁଠୁ ଅଧିକ ଚିନ୍ତା ବଢ଼ାଇଛି ଯାଜପୁର। ଏଠାରେ ପୁଣି ଡାଇରିଆରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି। ଅନ୍ୟପକ୍ଷରେ ଜିଲ୍ଲାରେ ଆଉ ୧୬ ନୂଆ କଲେରା ପଜିଟିଭ୍ ଚିହ୍ନଟ ହୋଇଛି। ତେଣେ ସ୍ବାସ୍ଥ୍ୟ, ପଞ୍ଚାୟତିରାଜ ଓ ନଗର ଉନ୍ନୟନ ବିଭାଗ ସହ ବୈଠକ କରି ପ୍ରଭାବିତ ଅଂଚଳରେ ବିଶୁଦ୍ଧ ପାଣି ଯୋଗାଣ ଉପରେ ଜୋର୍ ଦେଇଛି ସେଣ୍ଟ୍ରାଲ୍ ଟିମ।
ଚିକିତ୍ସା_ପାଇଁ_ମୁମ୍ବାଇ_ଯିବେ_ନବୀନ ସର୍ଭିକାଲ ଆର୍ଥ୍ରାଇଟିସରେ ପୀଡିତ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚିକିତ୍ସା ପାଇଁ ଆସନ୍ତା ୨୨ ତାରିଖରେ ମୁମ୍ବାଇ ଯିବେ ନବୀନ। ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କ ପରାମର୍ଶ ଅନୁଯାୟୀ, କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ସର୍ଭିକାଲ ଆର୍ଥ୍ରାଇଟିସ ଚିକିତ୍ସା କରାଇବେ। ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ଡାକ୍ତର ରାମାକାନ୍ତ ପଣ୍ଡା ମୁମ୍ବାଇରେ ଏହାକୁ କୋର୍ଡିନେଟ କରୁଛନ୍ତି।
ଆମେରିକାକୁ_ଇରାନର_ନାଲିଆଖି ଭୀଷଣ ହେଉଛି ଇରାନ୍-ଇସ୍ରାଏଲ ଯୁଦ୍ଧ। ଆଟାକ୍-କାଉଣ୍ଟର ଆଟାକ୍ ତୀବ୍ର ହେଉଥିବା ବେଳେ ଆମେରିକାକୁ ଚରମବାଣୀ ଶୁଣାଇଛି ଇରାନ୍। ଇରାନର ସର୍ବୋଚ୍ଚ ନେତା ଅୟତୋଲ୍ଲା ଖାମେନୀ କହିଛନ୍ତି, ଇସ୍ରାଏଲ୍ ହମଲାରେ ସାମିଲ ହେଲେ ଆମେରିକା ଅପୂରଣୀୟ କ୍ଷତି ସହିବ। ଯଦି ଆମେରିକା ଇସଲାମ୍ ଗଣରାଜ୍ୟର ଶତ୍ରୁଙ୍କ ସାଥ ଦିଏ, ତେବେ ଗମ୍ଭୀର ପରିଣାମ ଭୋଗିବ। କୌଣସି ବି ପରିସ୍ଥିତିରେ ଆତ୍ମସମର୍ପଣ କରିବାର ପ୍ରଶ୍ନ ଉଠୁନି ବୋଲି ରୋକଠୋକ ଶୁଣାଇଛନ୍ତି ଖାମେନୀ।
ଟ୍ବିନସିଟିରେ_ଡାଇରିଆ_ହାଇ_ଆଲର୍ଟ ରାଜ୍ୟରେ ଏବେ ଡାଇରିଆକୁ ନେଇ ସବୁଠି ଆତଙ୍କ । ଏନେଇ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ହାଇ ଆଲର୍ଟ ଜାରି ହେବାପରେ ଟ୍ବିନସିଟିରେ ଜୋରଦାର ଚଢାଉ କରାଯାଉଛି । ଆଜି ସିଏମସି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାଣି କମ୍ପାନୀ ଉପରେ ରେଡ୍ କରି ସିଲ୍ କରାଯାଇଛି । ସେହିଭଳି ରାଜଧାନୀରେ ଯେଉଁଭଳି ପରିବେଶରେ ଗୁପଚୁପ୍ ବନା ଯାଉଛି ତାହା ଦେଖିଲେ ଆପଣ ଖାଇବା ମଧ୍ୟ ଭୁଲିଯିବେ । ସଚେତନତା ପୂର୍ବକ ରାଜଧାନୀରେ ବିଭିନ୍ନ ହୋଟେଲ ଓ ଷ୍ଟ୍ରିଟ୍ ଫୁଡ୍ ଉପରେ ଚଢାଉ କରୁଛନ୍ତି ଖାଦ୍ୟ ସୁରକ୍ଷା ଅଧିକାରୀ।
ଅଗଷ୍ଟ_୧୫ରୁ_ନୂଆ_ଫାସଟ୍ୟାଗ୍_ନିୟମ ୩ ହଜାର ଟଙ୍କାରେ ବର୍ଷିକିଆ ଫାସଟ୍ୟାଗ୍। ଅଗଷ୍ଟ ୧୫ ତାରିଖରୁ କାର୍ଯ୍ୟକାରୀ ହେବ ଫାସଟ୍ୟାଗର ବାର୍ଷିକ ପାସ। ବଡ଼ ସୂଚନା ଦେଇଛନ୍ତି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ୩ ହଜାର ଟଙ୍କାରେ ବର୍ଷେ ଯାଏଁ ରହିବ ଫାଷ୍ଟ ଟ୍ୟାଗ୍ ଅବଧି। ୨୦୦ ଟ୍ରିପ୍ ପର୍ଯ୍ୟନ୍ତ ଚଳାଚଳ କରିପାରିବେ ଯାନବାହନ।
#ସ୍ପଟ୍_ଉପରେ_କ୍ରାଇମବ୍ରାଞ୍ଚ ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ। କ୍ରାଇମ୍ ସ୍ପଟରେ ପହଞ୍ଚି ତନାଘନା କରୁଛି ତଦନ୍ତକାରୀ ଟିମ୍। କ୍ରାଇମବ୍ରାଞ୍ଚ ଆଇଜି ଏସ୍. ସାଇନିଙ୍କ ନେତୃତ୍ବରେ ସରଜମିନ ତଦନ୍ତ କରାଯାଉଛି। କେମିତି ଓ କେଉଁ ପରିସ୍ଥିତିରେ ଏତେ ବଡ଼ ଘଟଣା ଘଟିଲା ସେନେଇ ଛାନଭିନ୍ ହୋଇଛି।
#ଝାଡ଼ାବାନ୍ତି_ଆକ୍ରାନ୍ତଙ୍କୁ_ଚୁଡ଼ା_ସାଙ୍ଗରେ_କଞ୍ଚା_କଦଳୀ ଝାଡ଼ାବାନ୍ତି ରୋଗୀଙ୍କୁ କଞ୍ଚା କଦଳୀ। ପାଚିଲା ମିଳିଲାନି ବୋଲି ଚୁଡ଼ା ସାଙ୍ଗେ ଧରାଇଦେଲେ ଟାଣ ଥିବା କଞ୍ଚା କଦଳୀ। ଝାଡ଼ାବାନ୍ତି ବ୍ୟାପୁଥିବା ବେଳେ ରୋଗୀଙ୍କ ସହ ଏମିତି ବେପରୁଆ ଓ ଖାମଖିଆଲ ମନୋଭାବ ଦେଖାଇଛନ୍ତି ଟେଣ୍ଡର ନେଇଥିବା ଡାଏଟ କଣ୍ଟ୍ରାକ୍ଟର। ଯାଜପୁର ରୋଡ୍ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଏମିତି ଚିତ୍ର ଦେଖିବାକୁ ମିଳିଛି।
ଭୁବନେଶ୍ବର ରେଳ ଷ୍ଟେଶନରେ ରାତି ଅଧିଆ ବଢ଼ିଲା ପାର୍କିଂ ଫି। ପୂର୍ବରୁ ବାଇକ୍ ପାର୍କିଂ ଫି ୨୪ ଘଣ୍ଟା ପାଇଁ ୧୨ ଟଙ୍କା ଥିବା ବେଳେ ଏବେ ତାହା ୯୪ ଟଙ୍କାରେ ପହଞ୍ଚିଛି। ସେହିପରି ସାଇକେଲ ପାର୍କିଂ ଫି ଦିନକ ପାଇଁ ୫ ଟଙ୍କା ଥିବା ବେଳେ ଏବେ ତାହା ୫୫ ଟଙ୍କାରେ ପହଞ୍ଚିଛି।
'ମାଲିକ ସଂଘକୁ ସକ୍ରିୟ କରି ମୋତେ ସେଥିରେ ଅଂଶଗ୍ରହଣ କରେଇଲେ। ମୋତେ ଏବେ ଏମିତି ଲାଗୁଛି । ମାଲିକ ସଂଘକୁ ବିଶ୍ବାସ କରି ଭୁଲ୍ ହୋଇଗଲା।’ - ସଂଜୀବ ପାଢ଼ୀ, ଯାତ୍ରା ସିଂହବାହିନୀ ମାଲିକ
'ଓଡ଼ିଶାବାସୀଙ୍କ ଆଗରେ ମୁଁ କହୁଛି, ଯାତ୍ରା ମାଲିକ ପିଣ୍ଟୁ ବାବାୁଙ୍କୁ ବି କହୁଛି। ମୁଁ ଯାତ୍ରା ସ୍ୱର୍ଣ୍ଣ ମନ୍ଦିରରୁ ବିଦାୟ ନେଉଛି। ଏ ଅନୁଷ୍ଠାନକୁ ମୁଁ ଆଗକୁ ନେଇ ପାରୁନାହିଁ।' - ରାଣୀ ପଣ୍ଡା, ଓଡ଼ିଆ ଅଭିନେତ୍ରୀ
ରାଜା ରଘୁବଂଶୀ ହତ୍ୟାକାଣ୍ଡର ସିନ୍ ରିକ୍ରିଏସନ୍ ବେଳେ ପୋଲିସ ଆଗରେ ଗୋଟି ଗୋଟି କରି ସତ ବଖାଣିଛି ବେୱଫା ସୋନମ୍। ସେ ଦିନ କ’ଣ ଘଟିଥିଲା? କେମିତି ରାଜାକୁ ହତ୍ୟା କରାଯାଇଥିଲା? କିଏ ହତ୍ୟା କରିଥିଲା? ମର୍ଡର ପରେ ମୃତଦେହକୁ କ’ଣ କରାଯାଇଥିଲା ସବୁ କିଛି ପୋଲିସ ଆଗରେ ଓଗାଳିଛନ୍ତି ଅଭିଯୁକ୍ତ।
ଆସନ୍ତା ଅଗଷ୍ଟ 15ରୁ ନୂଆ ଫାଷ୍ଟଟ୍ୟାଗ୍ ନିୟମ । କାର୍ଯ୍ୟକାରୀ ହେବ ଫ୍ୟାସ୍ ଟ୍ୟାଗର ବାର୍ଷିକ ପାସ୍। 3 ହଜାର ଟଙ୍କାରେ ବର୍ଷେ ଯାଏଁ ରହିବ ଫାଷ୍ଟ ଟ୍ୟାଗ୍ ଅବଧି। 200 ଟ୍ରିପ୍ ପର୍ଯ୍ୟନ୍ତ ଚଳାଚଳ କରିପାରିବେ ଯାନବାହନ। ଏକ ବର୍ଷ କିମ୍ବା 200 ଟ୍ରିପ୍ ଯାଏଁ ବଳବତ୍ତର ରହିବ ପାସ୍। ସୂଚନା ଦେଲେ କେନ୍ଦ୍ର ରାଜମାର୍ଗ ମନ୍ତ୍ରୀ ନିତିନ ଗଡ଼କରୀ।
ଆହୁରି ଭୀଷଣ ହେଉଛି ଇସ୍ରାଏଲ ଇରାନ ଯୁଦ୍ଧ। ଉଭୟ ପଟରୁ ବର୍ଷୁଛି ମିସାଇଲ। ଘନ ଘନ ଜାରି ରହିଛି ବୋମା ମାଡ଼। ତେହେରାନରେ ଧ୍ୱଂସ ଘଟାଇଛି ଇସ୍ରାଏଲ । ଇରାନ୍ର ଆଖି, ଛାତିକୁ ହିଟ୍ କରୁଛି ଶକ୍ତିଶାଳୀ ମିସାଇଲ। ଖୋଜି ଖୋଜି ଇରାନ୍ର ଆଣବିକ କେନ୍ଦ୍ରକୁ ଟାର୍ଗେଟ୍ କରୁଛି। ସେପଟେ ଇରାନର ଆକ୍ରମଣରେ ଇସ୍ରାଏଲ ମଧ୍ୟ କ୍ଷତି ସହିଛି।
ଜୀବନର ଶେଷ ସ୍ଥାନ କୁହାଯାଏ ୟାକୁ । ମଣିଷଟିଏ ପାଲଟେ ମୁଠାଏ ପାଉଁଶ । ମଶାଣିକୁ ସମସ୍ତେ ଅଛୁଆଁ ସ୍ଥାନ ବୋଲି କୁହନ୍ତି । ହେଲେ ଏ ଦୃଶ୍ୟ ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ କରିବ । କାରଣ ଏଠି ନାହିଁ କାନ୍ଦ ବୋବାଳି, କି ନାହିଁ କାହା ମୁହଁରେ ଦୁଃଖ । ସମସ୍ତେ ଏଇଠି ହସି ହସି ସେଲ୍ଫ ନେଉଛନ୍ତି ।
ଗ୍ୟାଙ୍ଗ ରେପ ଘଟଣାର ମୁଖ୍ୟ ଖଳନାୟକ ପ୍ରମୋଦ ନାୟକ। ପୁଅର ତଣ୍ଟି ଚିପି ଝିଅକୁ କରିଥିଲା ରେପ। ପ୍ରମୋଦ ନୁହେଁ, ଜଣକ ପରେ ଜଣେ ୩ ଜଣ ସାଙ୍ଗ ଅମାନୁଷିକ ଭାବେ ଦୁଷ୍କର୍ମ କରିଥିଲେ। ସମୁଦ୍ରକୂଳର ନିଛାଟିଆ ସ୍ଥାନରେ ପୁଅ ଝିଅକୁ ଏକୁଟିଆ ପାଇ ଯୋଜନା କରିଥିଲେ ପ୍ରମୋଦ ।
ଗାଁରେ ଗଡ଼ୁଛି ମା’ର ରଥ... ଭକ୍ତ ଟାଣି ଟାଣି ନେଉଛି... ପୂରା ଗାଁ ଭକ୍ତିରେ ଉଚ୍ଛୁଳୁଛି... କେବଳ ଏଇ ବର୍ଷ ନୁହେଁ, ୨୫ ବର୍ଷ ହେଲା ମା’ କରୁଛି ରଥଯାତ୍ରା । ନା ଇଏ ଶ୍ରୀକ୍ଷେତ୍ରର ମହାପ୍ରଭୁଙ୍କ ନନ୍ଦିଘୋଷ, ନା ଏ ବାବା ଲିଙ୍ଗରାଜଙ୍କ ରୁକୁଣା । ଇଏ ହେଉଛି ବାଲେଶ୍ୱର ଜିଲ୍ଲା ରେମୁଣାରେ ମା’ତାରିଣୀମଙ୍ଗଳାଙ୍କର ଆଦିଶକ୍ତି ରଥ ।
ଇସ୍ରାଏଲକୁ ପାକିସ୍ତାନର ଧମକ । ତେହରାନ ଉପରେ ପରମାଣୁ ପକାଇଲେ ପାକ୍ କରିବ ଯୁଦ୍ଧ । ଇସ୍ରାଏଲକୁ ପରମାଣୁ ଆକ୍ରମଣ କରିବ ପାକିସ୍ତାନ । ଇସ୍ରାଏଲକୁ ମାଟିରେ ମିଶାଇବୁ ପାକିସ୍ତାନ ଏମିତି କିଛି ଧମକ ଦେଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।
ହାତରେ ଫଟୋ ସ୍ୱାମୀଙ୍କ ଫଟୋ, ଆଉ ଶରୀରରେ ସେନା ପୋଷାକ। କେତେବେଳେ ସିଏ ସ୍ୱାମୀଙ୍କ ମରଶରୀରକୁ ଧରି କାନ୍ଦୁଛନ୍ତି ତ କେତେବେଳେ ହାତ ଯୋଡି ଭଗବାନଙ୍କ ପାଖରେ ତାଙ୍କ ଆତ୍ମାର ସଦଗଦି ପାଇଁ ପ୍ରାର୍ଥନା କରୁଛନ୍ତି। ପାଇଲଟ୍ ସ୍ୱାମୀଙ୍କ ଶେଷ ଯାତ୍ରାରେ ସାମିଲ ହୋଇଛନ୍ତି କର୍ଣ୍ଣେଲ ପତ୍ନୀ ।
ମୋହନ ସରକାରର ପ୍ରଥମ ବର୍ଷ ପୂର୍ତ୍ତି ଉତ୍ସବ। ମେଗା ପ୍ରସ୍ତୁତି। ଯୋଗ ଦେବେ ପ୍ରଧାନମନ୍ତ୍ରୀ। ଏକାଧିକ ପ୍ରକଳ୍ପର କରିବେ ଲୋକାର୍ପଣ। ଉଦଘାଟନ କରିବେ ଭିଜନ୍ ଓଡିଶା ଡକୁମେଣ୍ଟ ୨୦୩୬।
କ୍ୟାପିଟାଲ ରିଡେଭଲପମେଣ୍ଟ ପ୍ରୋଜେକ୍ଟରେ ଭୁବନେଶ୍ବର ଅଶୋକ ନଗରରୁ ସଫା ହେବ ୪୧୦ ସରକାରୀ ବାସ ଭବନ । ତିଆରି ହେବ ଅତ୍ୟାଧୁନିକ ଅତିଥି ଭବନ ସହ ଭର୍ଟିକାଲ ମଲ୍ଟିପର୍ପୋସ ବିଲଡିଂ ।