Advertisment

ଡେଲିଭରି କହିଲେ ଯେମିତି ଖାଲି ସିଜରିଆନ୍

ବର୍ତ୍ତମାନ ପ୍ରସବ କହିଲେ ଯେମିତି ସିଜରିଆନ୍। ସଂଖ୍ୟା ଏତେ ଯେ, ପଛରେ ପଡିଲାଣି ନର୍ମାଲ ଡେଲିଭରି। ରାଜ୍ୟରେ ସରକାରୀ ହସପିଟାଲ୍ ତୁଳନାରେ ଘରୋଇ ହସ୍ପିଟାଲ୍ ଗୁଡ଼ିକରେ ହେଉଛି ଅଧିକ ଅସ୍ତ୍ରୋପଚାର ଡେଲିଭରି।

author-image
Santosh Kumar Sahoo

ରାଜ୍ୟରେ ଘରୋଇ ହସପିଟାଲରେ ଡେଲିଭରି କହିଲେ ଯେମିତି ଖାଲି ସିଜରିଆନ୍। କାଁ ଭାଁ ନର୍ମାଲ ହେଉଛି। ଆଜି ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଦର୍ଶାଇଛନ୍ତି ଯେ, ଘରୋଇ ହସପିଟାଲରେ ୨୦୨୩-୨୪ରେ ଅପରେସନଜନିତ ପ୍ରସବ ହାର ୮୧.୦୬ ପ୍ରତିଶତ ରହିଛି। ଗତବର୍ଷ ଘରୋଇ ହସ୍ପିଟାଲରେ ୧ ଲକ୍ଷ ୪୦ ହଜାର ୧୨୬ ପ୍ରସବ ହୋଇଥିବା ବେଳେ ସେଥିରୁ ୧ଲକ୍ଷ ୧୩ ହଜାର ୫୯୮ ସିଜରିଆନ୍ ଡେଲିଭରି। ସେପଟେ ସରକାରୀ ହସ୍ପିଟାଲ କଥା ଦେଖିଲେ ୨୦୨୩-୨୪ରେ ୫ ଲକ୍ଷ ୯୧ହଜାର ୧୮୫ ପ୍ରସବ ହୋଇଥିଲା। ସେଥିରୁ ୧ଲକ୍ଷ ୯୫ ହଜାର ୫୭୮ ଅସ୍ତ୍ରୋପଚାରଜନିତ ପ୍ରସବ। ଯାହାର ହାର ୩୩.୦୮%। ଅର୍ଥାତ୍ ରାଜ୍ୟରେ ସରକାରୀ ହସପିଟାଲ ତୁଳନାରେ ଘରୋଇ ହସପିଟାଲରେ ଢେର୍ ଅଧିକ ସିଜରିଆନ୍ ଡେଲିଭରି ହେଉଛି।

Advertisment
Odisha
Advertisment
Advertisment