• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Scanty Rain In Odisha
ବର୍ଷା ହେଉଛି ହେଲେ ବିଲକୁ ପାଉନି; ମାଟି ଫାଟି ଆଁ କଲାଣି

କଥାରେ ଅଛି, ଚାଷ ତରତର ବଣିଜ ମଠ । ହେଲେ ଚାଷୀ ତରବର ହେବ କେମିତି । ଚାଷୀକୁ ଚିନ୍ତାରେ ପକାଇଛି ନିଅଣ୍ଟିଆ ବର୍ଷା । ବର୍ଷା ଅଭାବରୁ ଜମି ଫାଟି ଆଁ କଲାଣି । ମୁଣ୍ଡରେ ହାତ ଦେବା ଛଡା ଚାଷୀ ପାଖେ ଅନ୍ୟ ଉପାୟ ବି ନାହିଁ । ଉପକୂଳରୁ ଦକ୍ଷିଣ ଓଡିଶା ସବୁଠି ସ୍ଥିତି ସମାନ । ଚଳିତ ମୌସୁମୀ ଋତୁରେ ରାଜ୍ୟରେ ୧୨ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି । ବର୍ଷା ଅଭାବରୁ ୧୨ଟି ଜିଲ୍ଲାରେ ସ୍ଥିତି ସଙ୍ଗୀନ ।

  • Sunday, 30 July 2023
Photo Journalist
ଶହେ ବର୍ଷରେ ବି ଚଳଚଞ୍ଚଳ ପୂର୍ଣ୍ଣଚନ୍ଦ୍ର; ଫଟୋଗ୍ରାଫି ସହ ସଉକ ଛଉ ନୃତ୍ୟ ଓ ଅଭିନୟ

ଓଡ଼ିଶାର ଫଟୋ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ବିନ୍ଧାଣୀ । ବୟସ ଶହେ ଛୁଇଁଲାଣି, ହେଲେ ଏବେବି ପୁରା ଫିଟ ଅଛନ୍ତି ପୂର୍ଣ୍ଣଚନ୍ଦ୍ର । ଶତାୟୁ ପୂର୍ଣ୍ଣଚନ୍ଦ୍ର ପ୍ରକୃତରେ ଜଣେ ପୂର୍ଣ୍ଣ ଚନ୍ଦ୍ର । ସେ ଏକାଧାରରେ ଜଣେ ଫଟୋଗ୍ରାଫର, ସାମ୍ବାଦିକ, ସାହିତ୍ୟିକ, ଅଭିନେତା, ରଥ କାରିଗର ଓ ବାସ୍ତୁବିତ୍ ।

  • Sunday, 30 July 2023
OSSC ULB accountant exam question paper leaked, allege aspirants
ପୁଣି OSSC ପ୍ରଶ୍ନପତ୍ର ଲିକ୍ ଅଭିଯୋଗ: ULB ଆକାଉଣ୍ଟାଣ୍ଟ ପରୀକ୍ଷାରେ ସିଲ୍ ଖୋଲା ପ୍ରଶ୍ନପତ୍ର

ପୁଣି ପ୍ରଶ୍ନପତ୍ର ଲିକ୍ ଅଭିଯୋଗ, ପୁଣି ବିଭ୍ରାଟକୁ ନେଇ ବିବାଦ। ଅର୍ବାନ ଲୋକାଲ ବଡିର ଆକାଉଣ୍ଟାଣ୍ଟ ପଦବି ପାଇଁ OSSC ଦ୍ୱାରା ପରିଚାଳିତ ପରୀକ୍ଷାରେ ବିଭ୍ରାଟ ଅଭିଯୋଗ ଆଣି ଗର୍ଜିଛନ୍ତି ପରୀକ୍ଷାର୍ଥୀ। ରହସ୍ୟଜନକ ଭାବେ ସିଲ୍ ନଥିବା ପ୍ୟାକେଟରୁ ପ୍ରଶ୍ନପତ୍ର ବଣ୍ଟନ ଏବଂ ବିଳମ୍ବରେ ପରୀକ୍ଷା ଆରମ୍ଭକୁ ନେଇ ଅସନ୍ତୋଷ ଝାଡ଼ିବା ସହ କିଛି ପରୀକ୍ଷାର୍ଥୀ ପରୀକ୍ଷା ବର୍ଜନ କରିଛନ୍ତି। ଏ ସଂପର୍କରେ OSSC କୌଣସି ସ୍ପଷ୍ଟୀକରଣ ରଖିନଥିବା ବେଳେ ଏବେ ମୁଣ୍ଡ ଟେକିଛି ଆଉ ଏକ ବିବାଦ।

  • Sunday, 30 July 2023
2024 LS Polls Predictions
'ଏବେ ଭୋଟ୍ ହେଲେ ପୁଣି ସରକାର ଗଢ଼ିବ NDA'

ଆଜିର ଦିନରେ ଦେଶରେ ନିର୍ବାଚନ ହେଲେ କେନ୍ଦ୍ରରେ ପୁଣିଥରେ ସରକାର ଗଢିବ NDA। ପ୍ରଧାନମନ୍ତ୍ରୀ ଭାବେ ହାଟ୍ରିକ୍ କରିବେ ନରେନ୍ଦ୍ର ମୋଦି। ଇଣ୍ଡିଆ ଟିଭି- CNXର ଓପିନିଅନ୍ ପୋଲ୍ ଆକଳନରୁ ଏହି ତଥ୍ୟ ଆସିବା ପରେ ରାଜନୈତିକ ମହଲରେ ଚର୍ଚ୍ଚା, ବିତର୍କ ଆରମ୍ଭ ହୋଇଛି। ଏପଟେ ଓଡ଼ିଶାରେ ବିଜେଡିକୁ ୧୩ଟି, ବିଜେପିକୁ ୮ଟି ସିଟ୍ ଓ କଂଗ୍ରେସ୍ ଖାତା ଖୋଲି ପାରିବ ନାହିଁ ବୋଲି ସର୍ଭେ କହୁଛି। ଯାହାକୁ ନେଇ ତେଜିଛି ରାଜନୀତି। ସମସ୍ତ ଦଳ ଦାବି କରିଛନ୍ତି, ସେମାନେ ଓପିନିଅନ୍ ପୋଲ୍ ଆକଳନଠାରୁ ଅଧିକ ସିଟ୍ ପାଇବେ।

  • Sunday, 30 July 2023
Tensions erupts in Subarnapur village after missing boy’s body recovered by police
କେମିତି ମାଆ ପାଖରୁ ନିଖୋଜ ହୋଇଗଲା ନାବାଳକ ପୁଅ? ନରବଳି ନା ଯୋଜନାବଦ୍ଧ ହତ୍ୟା?

ଗୁପ୍ତଧନ ଆଶାରେ ନାବାଳକକୁ ନରବଳି ସନ୍ଦେହରେ ଏବେ ବି ଅନୁଗୁଳ କିଆକଟା ଅଞ୍ଚଳରେ ଲାଗି ରହିଛି ଚାପା ଉତ୍ତେଜନା। ଗତ ଶନିବାର ରାତିରେ ମୃତ ନାବାଳକ ନିଖୋଜ ହୋଇଥିବା ମଙ୍ଗଳା କୋଠୀକୁ କଡ଼ା ସୁରକ୍ଷାରେ ରଖି ସବୁ ଦିଗରୁ ତଦନ୍ତ ଚଳାଇଛି ଆଠମଲ୍ଲିକ ପୋଲିସ୍। ତାସହ ମଙ୍ଗଳା ସାଧିକା ରୀତାଞ୍ଜଳି ବାଘ ସହ ତାର ତିନି ପୁଅଙ୍କୁ ଗିରଫ ପରେ ଅଜଣା ସ୍ଥାନକୁ ନେଇ ଜେରା କରୁଛି। SP କହିଛନ୍ତି ଖୁବଶୀଘ୍ର ହତ୍ୟାର ମୋଟିଭ୍ ଜଣାପଡ଼ିବ। ସେପଟେ ଶବ ହସ୍ତାନ୍ତର ପରେ ନାବାଳକ ଶରୀରରୁ କିଛି ଅଙ୍ଗ ଗାଏବ ଥିବା ଅଭିଯୋଗ ଆଣିଛନ୍ତି ସଂପର୍କୀୟ।

  • Sunday, 30 July 2023
Gynecomastia
ମୋଟାପା ସାଜିଛି ପୁଅଙ୍କ ଅସ୍ୱାଭାବିକ ସ୍ତନବୃଦ୍ଧିର କାରଣ !

ଗାଇନାକୋମାଷ୍ଟିଆ..ଅନେକେ ହୁଏତ ଆଗରୁ କେବେ ଏହି ରୋଗର ନାଁ ଶୁଣିନଥିବେ । ହେଲେ ଏହାର ଲକ୍ଷଣ କହିଲେ, ସହଜରେ ଜାଣିଯିବେ। ପୁରୁଷଙ୍କ ସ୍ତନବୃଦ୍ଧି ସମସ୍ୟା । ଏବେ ଅଧିକ ସଂଖ୍ୟାରେ ଟିନ୍-ଏଜର୍ ଏହି ଗାଇନାକୋମାଷ୍ଟିଆ କବଳରେ ପଡ଼ୁଛନ୍ତି । କିଏ ଲାଜରେ କାହାକୁ କିଛି କହିପାରୁନି, ତ କିଏ ହେଳା ହେଳାରେ ରହିଯାଉଛି । ହେଲେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା, ଆତଙ୍କିତ ନହୋଇ କିଛି ସତର୍କତା ଅବଲମ୍ବନ କଲେ ଏବଂ ଡାକ୍ତରଙ୍କ ପରାମର୍ଶ ନେଲେ ଏହି ସମସ୍ୟାର ସମାଧାନ ସମ୍ଭବ । ତେବେ ଏହି ରୋଗର କାରଣ କଣ ଜାଣିଛନ୍ତି ? ଫାଷ୍ଟଫୁଡ୍ ଓ ମୋଟାପା ।

  • Sunday, 30 July 2023
Yojnara Naa Hariloot
ମୂଳରୁ କାମ ସରିନି ହେଲେ ବିଲ୍‌ ହୋଇଗଲା...

ରାସ୍ତା କାମରେ ଭୟଙ୍କର ଦୁର୍ନୀତି । ପିଇଓଙ୍କ ନାଁରେ ଆସିଥିଲା କାର୍ଯ୍ୟାଦେଶ...୩ ଲକ୍ଷ ୯୧ ହଜାର ବିଲ୍‌ ହେଲା କିନ୍ତୁ କାମ ହୋଇନଥିଲା । ଅଭିଯୋଗ ହେବା ପରେ ଏବେ ତରବରିଆ କାମ ଚାଲୁଛି

  • Sunday, 30 July 2023
Children forced to study in under constructed house in Phulbani
ଠିକାଦାର ଟଙ୍କା ପାଇନି...୩ ବର୍ଷ ହେଲା ଗାଁରେ ଅଙ୍ଗନୱାଡର ନୂଆ ଘର ଖୋଲୁନି

ପିଲାଙ୍କ ପାଇଁ ତିଆରି ହୋଇଥିଲା ନୂଆ ଅଙ୍ଗନବାଡି କେନ୍ଦ୍ର । ଠିକାଦାର ବିଲ୍‌ ଟଙ୍କା ପାଇଲେନି ବୋଲି ଘରୁ ଖୋଲୁନାହାନ୍ତି ତାଲା । ଏବେ ବି ବିପଦସଂକୁଳ ଘରେ ପାଠ ପଢୁଛନ୍ତି କୁନିକୁନି ପିଲା ।

  • Sunday, 30 July 2023
Power of unity,
ପ୍ରଶାସନ କଲାନି...ଧାନ, ଚାଉଳ, ଟଙ୍କା ଏକାଠି କଲେ...କଂକ୍ରିଟ୍‌ର ପୋଲ ତିଆରି କଲେ

ଏକତା ହିଁ ବଳ । ଗାଁକୁ ସବୁଦିନିଆ ପୋଲ କରିବାକୁ ବାରମ୍ବାର ଗୁହାରି କରିବା ପରେ ବି କେହି ଶୁଣିଲେନି । ବର୍ଷା ଦିନ ପୂର୍ବରୁ ମିଟିଂ ହେଲା...ଧାନ, ଚାଉଳ ସହ ଟଙ୍କା ଏକାଠି ହେଲା । କଂକ୍ରିଟ ପୋଲ ତିଆରି ପରେ ଏବେ ଘାଏଁ ଘାଏଁ ଗଡୁଛି ଗାଡ଼ି ।

  • Sunday, 30 July 2023
Odisha’s Kamakhyanagar
ମାଇନାଙ୍କ ଦୁଃଖ ଶୁଣିନି ପ୍ରଶାସନ : ୬ ଫୁଟିଆ ଘରେ ବିତୁଛି ୬ ଜଣଙ୍କ ଜୀବନ

ଗୁହାରି କରି କରି ଥକିଗଲେଣି ହେଲେ କେହି ଶୁଣିଲେନି । ନିଜର ବୋଇଲେ କିଛି ନାହିଁ...ସକାଳେ ବିଲରେ ଖଟିଲେ ରାତିରେ ଘରେ ଜଳିବ ଚୁଲି । ଏମିତି ସ୍ଥିତିରେ ସରକାରୀ ସାହାଯ୍ୟକୁ ଅପେକ୍ଷା କରିଛି ପୂରା ପରିବାର ।

  • Sunday, 30 July 2023
Naba Das Murder Case
ପଲିଗ୍ରାଫ୍‌ ଟେଷ୍ଟରେ କେଉଁ ୨୬ ପ୍ରଶ୍ନର ଉତ୍ତର ହଁ ନାରେ ଦେଇଥିଲା ଗୋପାଳ ?

ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହତ୍ୟା କରିଥିଲା ଗୋପାଳ? ପଲିଗ୍ରାଫ୍‌ ଟେଷ୍ଟରେ ପଚରାଯାଇଥିଲା ୨୬ ପ୍ରଶ୍ନ...୧୩ ପ୍ରଶ୍ନର ଉତ୍ତର ହଁ ଦେଇଥିଲା ଆଉ ୧୩ର ଦେଇଥିଲା ନା ।

  • Sunday, 30 July 2023
Illicit liquor traders attack and injure excise team during raid in Athagarh forest
ଚଢାଉ କରିବାକୁ ଯାଇଥିଲେ, ନିର୍ଧୂମ ଛେଚା ଖାଇ ଫେରିଲେ

ଜଙ୍ଗଲରେ ଚାଲିଥିଲା ଚୋରା ମଦ ବେପାର । ଖବର ପାଇବା ପରେ ଚଢାଉ ପାଇଁ ଯାଇଥିଲା ପୂରା ଟିମ୍‌...ହେଲେ ହାତରେ ଥିଲା ଖାଲି ଲାଠି । କିନ୍ତୁ ଚୋରା ବେପାରୀ ପୂରା ପ୍ରସ୍ତୁତ ଥିଲେ, ମାରଣାସ୍ତ୍ର ସଜେଇ ରଖିଥିଲେ । ଅବକାରୀ ଟିମ୍‌ ପହଞ୍ଚିବା ମାତ୍ରେ ମୁଖା ପିନ୍ଧି ଆସିଲେ, ମାଡ ମାରିଲେ...ହାଣି ପକାଇଲେ ।

  • Sunday, 30 July 2023
school students
ଏ ଖାଇବା କିଏ ଖାଇବ ? ଭାତରେ ପୋକ, ଡାଲିରେ ହଳଦୀ..ଅଣ୍ଡା ତରକାରୀ କଥା ପଚାରେ କିଏ ?

ମଧ୍ୟାହ୍ନ ଭୋଜନ ଖାଇଲେ ପିଲାଙ୍କ ସ୍ୱାସ୍ଥ୍ୟ ବଢିବ ନା ମେଡିକାଲ ଯିବାକୁ ପଡ଼ିବ ? କୁନି କୁନି ପିଲାଙ୍କୁ ଦିଆଯାଉଥିବା ଭାତରେ ସାଲୁବାଲୁ ହେଉଛନ୍ତି ପୋକ, ଡାଲିରେ ଖାଲି ହଳଦୀ । ଆଉ ଅଣ୍ଡା ତରକାରୀ କଥା ପଚାରେ କିଏ ?

  • Sunday, 30 July 2023
Forest officials arrest youth over selling exotic birds in Rourkela
ଛାଡିଗଲା ଚୋରି ନିଶା: ଏବେ ଜେଲ୍‌ ଗଲେ ମେକାନିକାଲ୍‌ ଇଞ୍ଜିନିୟର

ମେକାନିକାଲ୍‌ ଇଞ୍ଜିନିୟର...ହେଲେ ନିଶା ଚୋରା ବେପାର । ଶୁଆଠୁ ଶାରୀ...ୟୁଟ୍ୟୁବ୍‌ରେ ବିଜ୍ଞାପନ ଦେଇ ଚଳାଇଥିଲେ ବଡ଼ ରାକେଟ୍‌ । ଛଦ୍ମ ବେଶରେ ଆସି ମାଡ଼ି ବସିଲା ବନବିଭାଗ । ଏବେ ଅନ୍ଧାର ଘରେ କଟିବ ଜୀବନ ।

  • Sunday, 30 July 2023
SpecialStory
ଖଟିଲେ ଖାଇବେ... ଗରିବଙ୍କୁ କ’ଣ ମିଳେ ଏମାନେ କିଛି ଜାଣନ୍ତିନାହିଁ

ଦିନରେ ମଜୁରୀ ଖଟିଲେ ରାତିରେ ଚୁଲି ଜଳିବ । ମହିଳା ଓ ପୁରୁଷ ସମସ୍ତେ କାମ କରନ୍ତି...ଅତି ଗରିବ ଶ୍ରେଣୀର ଏମାନେ । ସରକାର ଗରିବଙ୍କ ଲାଗି କି କି ଯୋଜନା କରିଛନ୍ତି ଏମାନେ ଜାଣିନାହାନ୍ତି । ସ୍ୱାଧୀନତାର ୭୫ ବର୍ଷ ହେଲାଣି...ଏମାନଙ୍କୁ ମୌଳିକ ସୁବିଧା ମିଳିବ କେବେ ?

  • Sunday, 30 July 2023
Wall collapses
ନିମ୍ନମାନର କାମ ଲାଗି ଭୁଶୁଡ଼ିଗଲା ଛାତ, ସରପଞ୍ଚ କହୁଛନ୍ତି ରାତିରେ ଭାଙ୍ଗିଦେଲା ହାତୀ

ଛାତ ପଡିବାର ୨ ମାସ ପରେ ଭୁଶୁଡ଼ି ପଡ଼ିଲା । ଲୋକେ କହୁଛନ୍ତି ଅତି ନିମ୍ନମାନର କାମ ହୋଇଛି । ହେଲେ ସରପଞ୍ଚ ମାନିବାକୁ ନାରାଜ । କହୁଛନ୍ତି, ଅଧ ରାତିରେ ହାତୀ ଆସିଲା, ଛାତ ଭାଙ୍ଗି ପଳେଇଗଲା

  • Sunday, 30 July 2023
Septuagenarian makes 3 Odisha villages’ addiction free
ଆଦିବାସୀ ଇଲାକାର ଚର୍ଚ୍ଚିତ ବ୍ୟକ୍ତିତ୍ୱ ବିଚିତ୍ରାନନ୍ଦ,ବୟସର ଅପରାହ୍ନରେ ନିଶାମୁକ୍ତ ସମାଜ ଗଠନ ପଣ

ଜନ୍ମମାଟି ଠାରୁ କାହିଁ କେତେ ଦୂର କର୍ମମାଟି । ବୟସ ବାଧକ ସାଜିବା ବେଳରେ ମନ କିନ୍ତୁ ଚଳଚଞ୍ଚଳ । ସମାଜରୁ କୁସଂସ୍କାର ଦୂର ସହ ନିଶାମୁକ୍ତ ଗାଁ ଗଢ଼ିବାର ପଣ ଯେମିତି ନିଶା ପାଲଟିଛି । ଆଦିବାସୀ ଇଲାକାରେ ଅନେକ ସଂସ୍କାରବାଦୀ କୃତୀ ପାଇଁ ପୁଳା ପୁଳା ପ୍ରଶଂସା ଓ ସମ୍ମାନର ଅଧିକାରୀ ହୋଇଥିବା ଏମିତି ଜଣେ ମଣିଷ ହେଲେ ବିଚିତ୍ରାନନ୍ଦ ପଣ୍ଡା ।

  • Saturday, 29 July 2023
Godman
'ତନ୍ତ୍ର ସାଧନାରେ ବିଘ୍ନ ହେବାରୁ ସାଧୁଙ୍କ ହତ୍ୟା କରି ରକ୍ତ ପିଇବାକୁ ଚାହୁଁଥିଲା ବାବା ବୋଲାଉଥିବା ପିଶାଚ !'

ସେ ପୁରୀ ଭଳି ସହର ହେଉ କି ଅନୁଗୁଳ କିଆକଟା ଭଳି ପଛୁଆ ଇଲାକା । ଏବେବି ଲୋକଙ୍କ ମନରୁ ହଟିନି ତନ୍ତ୍ରମନ୍ତ୍ର ଓ ଗୁଣିଗାରେଡ଼ିର କୁହେଳିକା । ପୁରୀର ଏକ ଆଶ୍ରମରେ ଜଣେ ବାବା ଆଉ ଜଣେ ବାବାଙ୍କୁ ହତ୍ୟା ଘଟଣାରେ ଚାଞ୍ଚଲ୍ୟକର ଚର୍ଚ୍ଚା। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଜଣକ ମୃତକଙ୍କ ରକ୍ତ ପିଇଥିବା ଚର୍ଚ୍ଚା ହେଉଛି। ତେଣେ ଅନୁଗୁଳ କିଆକଟାରେ ନାବାଳକ ହତ୍ୟା ଘଟଣାରେ ବି ଖୋଲୁଛି ଅନ୍ଧବିଶ୍ବାସରୁ କରୁଣ ପରିଣତିର ଗୋଟିକ ପରେ ଗୋଟିଏ କଳାଫର୍ଦ୍ଦ। ମଙ୍ଗଳା କୋଠିରେ ରାତିରେ ଅଧିଆ ପଡ଼ିଥିବା ବେଳେ, ନାବାଳକକୁ ସେଠାକାର ସାଧିକା ବଳି ଦେଇଥିବା ଅଭିଯୋଗ ହୋଇଛି।

  • Saturday, 29 July 2023
Naba das Murder case
ମନୋଜ ବରିହା କିଏ ? ମନ୍ତ୍ରୀଙ୍କ ନାଁ ନେଇ ଗୋପାଳକୁ ଡରାଇଥିଲେ !!

ବହୁଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସର ପଲିଗ୍ରାଫ ରିପୋର୍ଟକୁ ନେଇ ଏବେ ନାନା ଚର୍ଚ୍ଚା । ରିପୋର୍ଟରେ ଥିବା ମନୋଜ ବରିହା ନାମକ ଜଣେ ବ୍ୟକ୍ତିଙ୍କ ନାଁକୁ ନେଇ ସସପେନ୍ସ । ଯିଏ ନବ ଦାସଙ୍କ ଆଡୁ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଗୋପାଳକୁ ଭୟଭୀତ କରାଇଥିଲେ। ସେହି ଭୟରେ ଗୋପାଳ, ନବ ଦାସଙ୍କୁ ହତ୍ୟା ପାଇଁ ତିଆରି କରିଥିଲା ବ୍ଲୁ ପ୍ରିଣ୍ଟ। ତେବେ କିଏ ସେହି ମନୋଜ ବରିହା ? ଗୋପାଳକୁ ଭୟଭୀତ କରାଇବା ପଛର ଉଦ୍ଦେଶ୍ୟ କ’ଣ ? ଜୀବନ ପ୍ରତି ବିପଦ ନେଇ ଧମକ ଦେଇଥିବା ବରିହାଙ୍କୁ କାହିଁକି କାର୍ଯ୍ୟାନୁଷ୍ଠାନ ନେଇନି କ୍ରାଇମବ୍ରାଞ୍ଚ ? ସେନେଇ ଏବେ ନାନା ପ୍ରଶ୍ନ ଛିଡ଼ା ହୋଇଛି।...

  • Saturday, 29 July 2023
OSCC question paper leak | Accused teacher led luxurious life, know details
ପ୍ରଶ୍ନପତ୍ର ଲିକ୍‌ କରି ଶିକ୍ଷକ ବିତାଉଥିଲେ ବିଳାସପୂର୍ଣ୍ଣ ଜୀବନ

ଚାକିରି ଆଶାୟୀଙ୍କୁ ପରୀକ୍ଷାରେ ପାସ୍ କରାଇବାକୁ ଲିକ୍ କରୁଥିଲେ ପ୍ରଶ୍ନପତ୍ର, ବଦଳରେ ଆଦାୟ କରୁଥିଲେ ଲକ୍ଷାଧିକ ଟଙ୍କା। ଜଣଙ୍କ ପିଛା ୫ରୁ ୧୦ ଲକ୍ଷ। ଆଉ, ସେହି ଟଙ୍କାରେ ମଉଜ ମସ୍ତି କରିବା ସହ ସୌଖୀନ ଜୀବନ ବିତାଉଥିଲେ। OSSC ପ୍ରଶ୍ନପତ୍ର ଲିକରେ ସଂପୃକ୍ତି ଅଭିଯୋଗରେ ପୋଲିସ କିଛି ଶିକ୍ଷକଙ୍କୁ ବାନ୍ଧିବା ପରେ ତାଙ୍କ ଠାରୁ ପାଇଛି ଅମାପ ସମ୍ପତ୍ତିର ଖିଅ। ସେପଟେ ପ୍ରଶ୍ନପତ୍ର ଲିକ୍ ମାମଲାରେ ସଂପୃକ୍ତି ଅଭିଯୋଗରେ ୫୫ ଜଣ ପରୀକ୍ଷାର୍ଥୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରି, କାହିଁକି ସେମାନଙ୍କୁ ଆଜୀବନ OSSC ପରୀକ୍ଷାରୁ ବାସନ୍ଦ କରାନଯିବ, ତାର ଉତ୍ତର ଦେବାକୁ କୁହାଯାଇଛି।

  • Saturday, 29 July 2023
BJD
ଅନାସ୍ଥା ପ୍ରସ୍ତାବ ଓ ଦିଲ୍ଲୀ ବିଲରେ କଣ ହେବ ବିଜେଡିର ଆଭିମୁଖ୍ୟ?

ମୋଦି ସରକାରଙ୍କ ବିରୋଧରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଓ ଦିଲ୍ଲୀ ବିଲକୁ ନେଇ ଅଡୁଆରେ ବିଜେଡି । ଖାସ୍ କରି YSR କଂଗ୍ରେସ ମୋଦି ସରକାରକୁ ଖୋଲାଖୋଲି ସମର୍ଥନ କରିବା ପରେ ଅକଳରେ ପଡ଼ିଛି ଦଳ । ସଂଖ୍ୟା ଦୃଷ୍ଟିରୁ ଲୋକସଭାରେ ଏନଡିଏର କୌଣସି ଅସୁବିଧା ନଥିବାବେଳେ ଦିଲ୍ଲୀ ବିଲ୍ ପାସ୍ ବେଳେ ରାଜ୍ୟସଭାରେ ବିଜେଡିର ଆଭିମୁଖ୍ୟ କଣ ରହିବ ତା ଉପରେ ସମସ୍ତଙ୍କ ନଜର ରହିଛି । ପ୍ରସଙ୍ଗକୁ ନେଇ ରାଜନୀତି ବଢୁଥିବା ବେଳେ ବିଜେଡି କହିଛି, ଏ ସଂପର୍କରେ ଦଳର ସୁପ୍ରିମୋ ଏଯାଏଁ କୌଣସି ନିଷ୍ପତ୍ତି ନେଇନାହାନ୍ତି।...

  • Saturday, 29 July 2023
Royal Bengal tiger
ଅସୁରକ୍ଷିତ ଓଡ଼ିଶା ଜଙ୍ଗଲ: ରାଜ୍ୟରୁ ବୁଡ଼ିଯିବ କି ମହାବଳ ବଂଶ ?

ବାଘ ଦିବସରେ ବାଘଙ୍କୁ ନେଇ ଚିନ୍ତାଜନକ ତଥ୍ୟ। ଗତ ୪ ବର୍ଷରେ ଓଡ଼ିଶାରେ କମିଛନ୍ତି ୮ ମହାବଳ, ସଂଖ୍ୟା ୨୦କୁ କମିଛି । ଆଉ ସେପଟେ ଘୋର ସଙ୍କଟରେ କଲରାପତରିଆ ବଂଶ । ୩ ବର୍ଷରେ ଜବତ ହେଲାଣି ୬୮ କଲରାପତରିଆ ଛାଲ। ବାଘ ସଂଖ୍ୟାରେ ଏଭଳି ଦୃତ ହ୍ରାସକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞ ଚିନ୍ତାପ୍ରକଟ କରିଥିବାବେଳେ କେନ୍ଦ୍ର ବାଘ ଗଣନା ପଦ୍ଧତିକୁ ଆଉ ଭରସାକୁ ନ ନେଇ ନିଜସ୍ବ ବାଘ ଗଣନା ପାଇଁ ସଜବାଜ ହେଲେଣି ସରକାର।

  • Saturday, 29 July 2023
ପାଣି ଆସିନି, ୫ କୋଟି ଚଳୁ
ପାଣି ଆସିନି, ୫ କୋଟି ଚଳୁ

୨୦୧୯ ନିର୍ବାଚନ ପୂର୍ବରୁ ବ୍ରହ୍ମପୁର ସହରକୁ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ହେବ କହିଥିଲେ ସରକାର, ହେଲେ ଏଯାଏଁ ଆସିନି ପାଣି । ସେପଟେ କିନ୍ତୁ ପ୍ରକଳ୍ପ ସରିନି କିନ୍ତୁ କାର୍ଯ୍ୟ ଦାୟିତ୍ୱରେ ଥିବା କମ୍ପାନୀକୁ ଟଙ୍କା ଦିଆଯାଇଥିବା ଅଭିଯୋଗ

  • Saturday, 29 July 2023
Sad Story
ଡ୍ରଇଂ ସିନା ସୁନ୍ଦର ସୁନ୍ଦର ଆଙ୍କୁଛି ହେଲେ ତା’ଜୀବନର ଥିବା କଷ୍ଟକୁ ସେ ବୁଝିପାରୁନି

କମ୍‌ ବର୍ଷରୁ ବାପା ଚାଲିଗଲେ, ଏବେ କୁନି ଝିଅର ଚିକିତ୍ସାକୁ ନେଇ ଚିନ୍ତାରେ ଜେଜେ ମାଆ ଓ ମାଆ ।

  • Saturday, 29 July 2023
Bear Fear
ଭାଲୁ ଡର ଯାଇନି । ଘରୁ ବାହାରିବାକୁ ଲାଗୁଛି ଡର

ବନବିଭାଗ କହୁଛି ଆମେ ପାଟ୍ରୋଲିଂ କରୁଛୁ, ଲୋକଙ୍କୁ ସୁରକ୍ଷା ଦେଉଛୁ ।

  • Saturday, 29 July 2023