• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Heavy Rainfall
ରାଜ୍ୟରେ ବର୍ଷା ବିତ୍ପାତ : ଆଜି ୧୧ ଜିଲ୍ଲାରେ ସ୍କୁଲ ଛୁଟି

ପ୍ରବଳ ବର୍ଷା ସ୍ଥିତିକୁ ଦେଖି ଆଜି ପାଇଁ ୧୧ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା । କେନ୍ଦୁଝର, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ସୁବର୍ଣ୍ଣପୁର, ସମ୍ବଲପୁର, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, ମୟୂରଭଂଜ ଏବଂ ନୟାଗଡ଼ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ସବୁ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରିଛନ୍ତି ସରକାର । ଏଥିସହ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ହୋଇଛି। ଲଗାଣ ବର୍ଷା ପାଇଁ ଜିଲ୍ଲାପାଳ ସ୍କୁଲ ଛୁଟି ନେଇ ନୋଟିସ୍ ଜାରି କରିଛନ୍ତି। ଜିଲ୍ଲାର ସମସ୍ତ ବିଡିଓଙ୍କୁ ସଜାଗ ରହିବାକୁ କୁହାଯାଇଛି।

  • Wednesday, 02 August 2023
Landslide
ଜୁଡିଆ ଘାଟିରେ ଭୂସ୍ଖଳନ, ଅଳ୍ପକେ ବର୍ତ୍ତିଲା ଟ୍ରକ

ପ୍ରବଳ ବର୍ଷାରେ ପାହାଡରୁ ଖସିଲା ବିରାଟ ପଥର । ରାସ୍ତାରେ ଯାଉଥିବା ଟ୍ରକ ଅଳ୍ପକେ ବର୍ତ୍ତିଲା

  • Wednesday, 02 August 2023
woman rescues
ନଦୀ ଟାପୁରେ ଫସିଗଲେ ମହିଳା, ଉଦ୍ଧାର କଲା ଅଗ୍ନିଶମ ବାହିନୀ

ନଦୀରେ ଗାଧୋଉଥିବା ସମୟରେ ଅଚାନକ ପାଣି ଆସିବାରୁ ନଦୀ ମଝିରେ ଥିବା ଟାପୁରେ ଫସି ରହିଲେ ମହିଳା | ଅଗ୍ନିଶମ ବିଭାଗ କଲା ଉଦ୍ଧାର | ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି

  • Wednesday, 02 August 2023
Jagannath Temple
ବାଇଶି ପାହାଚରେ ପ୍ରବଳ ପାଣି, ବଡଦାଣ୍ଡରେ ଛୁଟିଲା ସୁଅ

ଗତ ସନ୍ଧ୍ୟାରେ ଏ ହେଉଛି ବାଇଶି ପାହାଚର ଦୃଶ୍ୟ । ପ୍ରବଳ ବର୍ଷାରେ ପାଣିର ସୁଅ କେତେ ଦେଖିପାରୁଥିବେ । ବଡଦାଣ୍ଡରେ ଛୁଟିଲା ସୁଅ ।

  • Tuesday, 01 August 2023
Outsourcing employees
ବର୍ଷାରେ ଭିଜିଭିଜି ଆନ୍ଦୋଳନ

ବର୍ଷାରେ ଭିଜିଭିଜି ଆନ୍ଦୋଳନ । ଆନ୍ଦୋଳନକାରୀଙ୍କ ରଣହୁଙ୍କାରରେ କମ୍ପୁଛି ରାଜଧାନୀର ଗାନ୍ଧୀ ମାର୍ଗ...ଏତେ ବର୍ଷା ପରେ ବି ଆନ୍ଦୋଳନ ବନ୍ଦ କଲେନି ଆଉଟ୍‌ ସୋର୍ସିଂ କର୍ମଚାରୀ

  • Tuesday, 01 August 2023
Heavy rain
ଉବୁଟୁବୁ କଟକ

ଉବୁଟୁବୁ କଟକ । ରାସ୍ତାରେ ଆଣ୍ଠୁଏ ଉଚ୍ଚର ଚାଲିଲା ପାଣି....ଘରୁ ବାହାରିବା ମୁସ୍କିଲ ହେଲାଣି । ରାସ୍ତା କୋଉଟା, ନାଳ କୋଉଟା ଜାଣିବା ମୁସ୍କିଲ । ବଡ ମେଡିକାଲରେ ବି ପଶିଛି ପାଣି

  • Tuesday, 01 August 2023
Bhubaneswar Rain
ରାଜଧାନୀର ଅନେକ ସ୍ଥାନରେ ଜଳବନ୍ଦୀ ସ୍ଥିତି

ରାଜଧାନୀର ଅନେକ ସ୍ଥାନରେ ଜଳବନ୍ଦୀ ସ୍ଥିତି । ଘରେ ପଶିଲାଣି ବର୍ଷା ପାଣି...ସମସ୍ତେ ବର୍ଷା ପାଣି କାଢିବାରେ ବ୍ୟସ୍ତ...୨୪ ଘଂଟାରେ ସର୍ବାଧିକ ବର୍ଷା ହୋଇଛି ରାଜଧାନୀରେ । ରାସ୍ତା ଉପରେ ପାଣି, ଘରେ ପାଣି...ଯୁଆଡେ ଦେଖିବେ ସିଆଡେ ପାଣି

  • Tuesday, 01 August 2023
Odisha Train Tragedy,
ଦୁଇମାସ ପରେ ବି ଶବର ମିଳୁନି ପରିଚୟ !

ଚଳିତ ସପ୍ତାହରେ ଶେଷ ପର୍ଯ୍ୟାୟ DNA ରିପୋର୍ଟ ଆସିବା ପରେ ସରକାର ନିଷ୍ପତ୍ତି ନେବା ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ସୂଚନା ।

  • Tuesday, 01 August 2023
Bhubaneswar Rain
ସାପ ବେଙ୍ଗରେ କେମିତି ରହିବୁ?

ଡରରେ ସହର ମୋହ ଛାଡ଼ି ଗାଁକୁ ବେଡ଼ିଂ ବାନ୍ଧିଲେଣି ଲୋକେ ।

  • Tuesday, 01 August 2023
Inspiring story
ବିନା କୋଚିଂରେ OAS ଟପ୍ପର । ସୁଦେବ ପୃଷ୍ଟି ଲକ୍ଷ୍ୟ ଆଗରେ ବାଧକ ସାଜିନି ଅର୍ଥାଭାବ

ଅଭାବୀ ପରିବାରରୁ ଆସି ପ୍ରଶାସନିକ ପଦବୀରେ ବସିବାକୁ ଯାଉଥିବା କୃତିତ୍ୱଧାରୀଙ୍କୁ ନେଇ ରିପୋର୍ଟ ।

  • Tuesday, 01 August 2023
job scam
ଅଡୁଆରେ ସରକାର ଜବ୍ ସ୍କାମ ଅଭିଯୋଗକୁ ନେଇ ବଢ଼ୁଛି ସରକାରଙ୍କ ଅଡୁଆ

ବର୍ଷାରେ ଭିଜି ଭୁବନେଶ୍ୱର ଲୋୟର ପିଏମଜି ଓ OSSC ଅଫିସରେ ପରୀକ୍ଷାର୍ଥୀଙ୍କ ପ୍ରତିବାଦ, ଭେଟିବାକୁ ନଆସି ଭିଡିଓ କଲରେ ଅଭିଯୋଗ ଶୁଣିଲେ OSSC ଅଧ୍ୟକ୍ଷ ।

  • Tuesday, 01 August 2023
Ratna Bhandar
ରତ୍ନଭଣ୍ଡାର ଖୋଲିବାକୁ ଚାହୁଁନାହାନ୍ତି କି ରାଜ୍ୟ ସରକାର ?

ଏଣେ ଅସ୍ପଷ୍ଟ ତାଲିକା ଓ ସୁନା-ରୁପା ପରିମାଣକୁ ନେଇ ଭକ୍ତ-ସେବାୟତ ଓ ବୁଦ୍ଧିଜୀବୀଙ୍କ ଅସନ୍ତୋଷ ।

  • Tuesday, 01 August 2023
Rain fury
ନର୍ଦ୍ଦମା ଓ ଡ୍ରେନ୍‌ ପାଣି ସହ ଯେମିତି ରହିବାର ଅଭ୍ୟସ୍ତ ହୋଇଗଲେଣି କଟକିଆ

ଟିକିଏ ବର୍ଷା ହେଲେ ସ୍ଥିତି ପୂରା ବେହାଲ । ସିଏମସି ମାନିଲା ସମସ୍ୟା...ଲୋକେ କହିଲେଣି ଡଙ୍ଗା ବ୍ୟବସ୍ଥା କରୁ ପ୍ରଶାସନ ।

  • Tuesday, 01 August 2023
Odisha Politics
 ଅନାସ୍ଥା ପ୍ରସ୍ତାବକୁ ବିରୋଧ ଓ ଦିଲ୍ଲୀ ବିଲରେ ମୋଦି ସରକାରଙ୍କୁ ବିଜେଡିର ଖୋଲା ସମର୍ଥନ

ନବୀନ ଏନଡିଏ ଆଡ଼କୁ ଢଳୁଥିବା ଚର୍ଚ୍ଚା, ତଥାଗତ ମାରିଲେ ତେରଛା ବାଣ ।

  • Tuesday, 01 August 2023
OCS Result 2021
ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳ ହେଲେ ଆଦିବାସୀ ଯୁବକ ଚିନ୍ମୟ । କହିଲେ, ବିଫଳତା ହିଁ ସଫଳତାର ପାହାଚ

ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ 188 ନମ୍ୱର ରାଙ୍କ ପାଇ ସଫଳତା ହାସଲ କରିଛନ୍ତି ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ତୁନିପାର ଗାଁର ଚିନ୍ମୟ କୁମାର ସାହୁ । କହିଲେ, ବିଫଳତା ହିଁ ସଫଳତାର ପାହାଚ

  • Tuesday, 01 August 2023
Banaka Lagi Of Lord Jagannath
ଆସନ୍ତା ୯ ତାରିଖରେ ଶ୍ରୀଜିଉଙ୍କ ବନକଲାଗି

ବହୁ ବାଦ ବିବାଦ ପରେ ଶେଷରେ ମହାପ୍ରଭୁଙ୍କ ବନକଲାଗି ନୀତି ହେବ । ତେବେ ଅପେକ୍ଷାର ଅନ୍ତ ଘଟିଛି । ଆସନ୍ତା ୯ ତାରିଖରେ ହେବ ଶ୍ରୀଜିଉଙ୍କ ବନକଲାଗି କରାଯିବ । ବନକଲାଗି ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବିଶେଷ ନୀତି ଥିବାରୁ କାଲି ବନକଲାଗି ହେବନି । ତେଣୁ ଆସନ୍ତା ୯ ତାରିଖ ବୁଧବାର ବନକଲାଗି ପାଇଁ ନିଷ୍ପତ୍ତି ନିଆଯାଇଛି । ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତ ବିବାଦ କାରଣରୁ ଦିନକୁ ଦିନ ମଳିନ ପଡ଼ିଆସୁଥିବା ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର ଆସନ୍ତା ବୁଧବାର ହେବ ।

  • Tuesday, 01 August 2023
BJD Role In No confidence Motion
'ଅନାସ୍ଥା ବିରୋଧରେ ଭୋଟ ଦେବ ବିଜେଡି', ମୋଦି ସରକାରଙ୍କୁ କରିବ ସମର୍ଥନ !

ଅନାସ୍ଥାକୁ ବିରୋଧ କରିବ ବିଜେଡି । ଅନାସ୍ଥା ବିରୋଧରେ ଭୋଟ ଦେବ ବିଜେଡି । କେନ୍ଦ୍ରର ମୋଦି ସରକାରଙ୍କ ବିରୋଧରେ ମିଳିତ ବିରୋଧୀଙ୍କ ଦ୍ୱାରା ଆଗତ ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିବ ବିଜେଡି । ଏନେଇ ଦଳ ପକ୍ଷରୁ ବିଦ୍ଧିବଦ୍ଧ ଭାବେ ଘୋଷଣା କରାଯାଇଛି । ଏନେଇ ଜାତୀୟ ଗଣମାଧ୍ୟମ ପିଟିଆଇରେ ରିପୋର୍ଟ ପ୍ରକାଶ ପାଇଛି ।

  • Tuesday, 01 August 2023
Sans bridge, locals cross stream risking their lives in Odisha’s Khariar
ଭରା ନଈରେ ଜୀବନକୁ ବାଜି ଲଗାଇ ଯାତ୍ରା କରୁଛନ୍ତି ଅବହେଳିତ ଜନତା

ନା ରାସ୍ତା ଅଛି ନା ପୋଲ ଅଛି। ଭରା ନଈରେ ଚାଲିଛି ଜୀବନ ଯାତ୍ରା । ସରକାରଙ୍କ ବିଜୁ ସେତୁ ଯୋଜନା ଏମାନଙ୍କ ପାଇଁ କଳ୍ପନାର ବାହାରେ.....

  • Tuesday, 01 August 2023
Crocodile fear grips locals in Kendrapara
କୁମ୍ଭୀର ଦାଉରୁ ସୁରକ୍ଷା ଦେଇପାରିବ ତ ତାର ବାଡ଼ ?

ପାଣିକୁ ଗଲେ ଟାଣି ନେଉଛି । ଦରମରା କରି ଫିଙ୍ଗି ଦେଉଛି । ଚାରି ଚାରି ଜଣଙ୍କ ଜୀବନ ଗଲା ପରେ ଏବେ ଭୟ ଅଧିକ ଘାରିଛି । ଖାସ୍ ସେଥିପାଇଁ କୁମ୍ଭୀର ଦାଉରୁ ବର୍ତ୍ତିବା ପାଇଁ ଲୋକେ ତାରବାଡ଼କୁ ଭରସା କରିଛନ୍ତି । ନଦୀ ଭିତରେ ତାର ବାଡ଼ ଅଛି । ତଥାପି ଖାଇ ଗୋଡ଼ାଉଛି ଡର...

  • Tuesday, 01 August 2023
renovation of market
ରାସ୍ତା ଉପରେ ହାଟ, ପିଣ୍ଡିରେ ଖର୍ଚ୍ଚ ଲକ୍ଷ ଲକ୍ଷ

କାମରେ ଆସୁନି ହାଟ ପିଣ୍ଡି, ଗୋଷ୍ଠୀ ଶୌଚାଳୟରେ ଝୁଲୁଛି ତାଲା । ହେଲେ ମରାମତି ବାବଦକୁ ବର୍ଷକୁ ବର୍ଷ ଖର୍ଚ୍ଚ ହେଉଛି ଲକ୍ଷାଧିକ ଟଙ୍କା । ସେପଟେ ରାସ୍ତା ଉପରେ ଚାଲିଛି ସାପ୍ତାହିକ ହାଟ ।

  • Monday, 31 July 2023
crop damage
ପାଉଁଶ ତଳେ ବର୍ଷକର ଦାନା, ମୁଣ୍ଡରେ ହାତ ଦେଇ କାନ୍ଦୁଛି ଚାଷୀ

ଚାଷ ଜମିରେ ପାଉଁଶ, ପୋତି ହୋଇଗଲା ବର୍ଷକର ଦାନା । ରାସ୍ତା ନିର୍ମାଣକାରୀ ଠିକା ସଂସ୍ଥାର ଭୁଲ୍ ପାଇଁ ଚଟାଣ ପାଲଟିଲା ଧାନ କିଆରି ।

  • Monday, 31 July 2023
River Embankment Damage
ଦୁର୍ବଳ ହେଉଛି ନଦୀବନ୍ଧ, ବନ୍ୟା ଆଶଙ୍କାରେ ଆତଙ୍କିତ ନଦୀକୂଳିଆ ଲୋକେ

ଦୁର୍ବଳ ହେଉଛି ନଦୀବନ୍ଧ, ବନ୍ୟା ଆଶଙ୍କାରେ ଆତଙ୍କିତ ନଦୀକୂଳିଆ ଲୋକେ । ନବୀବନ୍ଧ କଡ଼ରୁ ଉଠୁଠି ମାଟି । ୨୫ଟି ପଞ୍ଚାୟତକୁ ସୁରକ୍ଷା ଦେଉଥିବା ନଦୀବନ୍ଧକୁ ସାହା ଏବେ ବାଲିବସ୍ତା !

  • Monday, 31 July 2023
Huge Shivling
ବରଫରେ ବିରାଟ ଶିବଲିଙ୍ଗ, ଗୋଶାଳା ପାଲଟିଲା ଶୈବପୀଠ

ବରଫରେ ପ୍ରସ୍ତୁତ ହେଲା ବିରାଟ ଶିବଲିଙ୍ଗ । ଗୋଶାଳା ପାଲଟିଲା ଶୈବପୀଠ । ସ୍ଥାପନା ହେଲା ୧୨ ଜ୍ୟୋର୍ତିଲିଙ୍ଗ ।

  • Monday, 31 July 2023
Hospital Negligence
ଅତ୍ୟାଧୁନିକ ଚିକିତ୍ସା ସୁବିଧା ଥିବା ହସ୍ପିଟାଲ ଭାଙ୍ଗିଦେବ ପ୍ରଶାସନ !

ଡାକ୍ତରଖାନାଟିଏ ପାଇଁ ରାଜ୍ୟର ବହୁ ଅଞ୍ଚଳରେ ସାଧାରଣ ଲୋକେ ହନ୍ତସନ୍ତ । ଏପଟେ କିନ୍ତୁ ସବୁ ଭିତ୍ତିଭୂମି ଥାଇ ବି କାର୍ଯ୍ୟକ୍ଷମ ହେଉନି ଡାକ୍ତରଖାନା । ଖତ ଖାଉଛି କୋଟି କୋଟି ଟଙ୍କାର ମୂଲ୍ୟବାନ ସରଞ୍ଜାମ

  • Monday, 31 July 2023
Rice Price Hike
ଟମୋଟୋ ପରେ ଏବେ ଚାଉଳ; କିଲୋପିଛା ବଢ଼ିଲାଣି ୧୦ରୁ ୧୫ ଟଙ୍କା

ବିଲାତି ପରେ ଏବେ ମହଙ୍ଗା ହେଲାଣି ଚାଉଳ । କିଲୋପିଛା ଦାମ ୧୦ରୁ ୧୫ ଟଙ୍କା ବଢ଼ିଗଲାଣି। ଯାହାକୁ ନେଇ ଚିନ୍ତାରେ ଖାଉଟି ଓ ଗୃହିଣୀ । ସରକାର ଧାନ ଦାମ ବଢ଼ାଇ ଦେଇଥିବାରୁ ମିଲର ଚାଉଳ ଦାମ ବଢ଼ାଇ ଦେଇଥିବା କହିଛନ୍ତି ଚାଉଳ ବ୍ୟବସାୟୀ । ହେଲେ ବ୍ୟବସାୟୀ ସଂଘର ଅଭିଯୋଗ, ଚାଉଳ ଦରବୃଦ୍ଧି ପଛରେ କାମ କରୁଛି କର୍ପୋରେଟ୍ ହାଉସଙ୍କ ମନମୁଖୀ ନିଷ୍ପତ୍ତି ।

  • Sunday, 30 July 2023