ମାସକ ତଳେ ଥିଲା ମାତ୍ର ୨୦। ସପ୍ତାହେ ତଳେ ୫୦। ଆଉ ଆଜି ସିଧା ସେଞ୍ଚୁରୀ ପାର୍। ରୋଷେଇ ଶାଳରେ ତରକାରୀ ହାଣ୍ଡିର ସୁଆଦ ବଢ଼ାଉଥିବା ଟମାଟୋ ଏବେ ଅମୂଲ ମୂଲ। ଇଏ ଭଦ୍ରକ ଏକତା ବଜାରର ସ୍ଥିତି, ଏଠି ଭଲ ଟମାଟୋ କିଲୋ ପିଛା ଭାଉ ୧୧୦ ଟଙ୍କା। ତାଠୁ ଟିକେ ଖରାପ ଥିଲେ ୯୦ରୁ ୧୦୦ ଟଙ୍କାରେ ବିକ୍ରି ଚାଲିଛି। ସମ୍ବଲପୁର, ରାୟଗଡ଼ା, ରାଉରକେଲା, କେନ୍ଦ୍ରାପଡ଼ା ହେଉ କି ବ୍ରହ୍ମପୁର ସବୁଠି ଆଜି ଦିନରେ ଉଣା ଅଧିକେ ଟମାଟୋ ରେଟ୍ ୮୦ରୁ ୧୦୦ଟଙ୍କାରେ ବିକ୍ରି ହେଉଛି। ଯେଉଁଠି ଲୋକେ କିଲେ କି ଦୁଇକିଲୋ କିଣି ନେଉଥିଲେ, ଏବେ ଅଢେଇ ଶହରୁ ବି ଅଧିକ କିଣିବାକୁ ଇଚ୍ଛା କରୁନାହାନ୍ତି।
Published By: Tanmay Kumar Mahalik
Last updated: 27 June 2023, 10:12 PM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।