ସେସିନା ମନୁଆ ଠାକୁର, ହେଲେ ତା ପାଖରେ ମାନକରେ କୋଟି ବ୍ରହ୍ମାଣ୍ଡ । କାଳିଆ ସିନା ଭାବର ଠାକୁର ତାକୁ ଦେଖିବାକୁ ଭକ୍ତ ଏଠି ଭାବ ବିହ୍ୱଳ । କିଏ ବୟସକୁ ବାଜି ମାରି ଆଜି କାଳିଆ ପାଇଁ ବଡ଼ଦାଣ୍ଡରେ ଓଡିଶୀ ନାଚୁଛି ତ ଆଉ କିଏ ତା ବାହୁଡା ପଥର ଧୂଳି ନେଇ ମୁଣ୍ଡରେ ମାରୁଛି । କିଏ କହୁଛି ଏଥର ଯଦି କାଳିଆ ମତେ ଆଣି ନଥାଆନ୍ତା ତା ସାଥିରେ କଟି ପକେଇ ଦେଇଥାଆନ୍ତି ।
Published By: Tanmay Kumar Mahalik
Last updated: 28 June 2023, 09:39 PM IST
ଘୋଷଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରିବିଜେ ବେଳେ ପ୍ରଭୁ ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ଅଟକାଇଥିଲେ ଦେବୀ ମହାଲକ୍ଷ୍ମୀ । ଅଭିମାନିନୀ ମହାଲକ୍ଷ୍ମୀଙ୍କୁ ପ୍ରଭୁ ଚକାଡୋଳା ସାଙ୍ଗରେ ନେଇ ଆସିଥିବା ସ୍ବାଦିଷ୍ଟ ରସଗୋଲା ଦେଇ ମାନ ଭଙ୍ଗ କରିଥିଲେ ।