Advertisment

ବାହୁଡ଼ିଲେ ଶ୍ରୀଜିଉ, ବାଟରେ ମହାଲକ୍ଷ୍ମୀଙ୍କ ମାନଭଂଜନ କଲେ ମହାପ୍ରଭୁ

ରୀତିନୀତି ପରେ ଶ୍ରୀନଅରରୁ ଆସି ଶରଧାବାଲିରେ ପହଞ୍ଚିଥିଲେ ଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଆରମ୍ଭ କରିଥିଲେ ଛେରାପହଁରା। ଏହାପରେ ପହଞ୍ଚିଯାଇଥିଲା ସେଇ ମହାର୍ଘ ମୁହୂର୍ତ୍ତ।

author-image
Tanmay Kumar Mahalik

ଜନ୍ମବେଦୀରେ ଲୀଳାଖେଳା ସାରି ଆଜି ବେଳାବେଳି ବାହୁଡ଼ିଛନ୍ତି ତିନି ଠାକୁର। ସଅଳ ନୀତିକାନ୍ତି ସହ ସଅଳ ପହଣ୍ଡି ସରିବା ପରେ ନିର୍ଦ୍ଧାରିତ ସମୟର ୪ ଘଣ୍ଟା ଆଗରୁ ରଥରେ ବିଜେ ହୋଇଥିଲା ଚତୁର୍ଦ୍ଧା ମୂର୍ତ୍ତି, ଆଉ ସଂଧ୍ୟାସୁଦ୍ଧା ତିନି ରଥ ସିଂହଦ୍ୱାର ନିକଟରେ ପହଞ୍ଚି ଯାଇଛନ୍ତି। ଗୁଣ୍ଡିଚା ଯାତ୍ରା ଭଳି ବାହୁଡାରେ ଆଜି ନା କୌଣସି ବିଳମ୍ବ ହୋଇଥିଲା ନା କୌଣସି ବ୍ୟତିକ୍ରମ ଘଟିଥିଲା। ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ବାହୁଡ଼ା ଯାତ୍ରା ସୁରୁଖୁରରେ ସଂପନ୍ନ ହେବାପରେ ଏବେ ଭକ୍ତଙ୍କ ଅପେକ୍ଷା ଆସନ୍ତାକାଲିର ସୁନାବେଶକୁ।

Advertisment
Ratha Jatra Bahuda Yatra Singhadwar
Advertisment
Advertisment