ଓଡ଼ିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ସୂଚନା ମିଳିଛି । ଓଡ଼ିଶା ଗସ୍ତରେ ଆସି ଶାହ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାର ସମ୍ଭାବନା ରହିଛି ।
କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକାଙ୍କ ପୀଠରେ ପଶିଲା ପାଣି । ପ୍ରବଳ ବର୍ଷା ଯୋଗୁ ମନ୍ଦିର ବେଢ଼ା ସମେତ ଗର୍ଭଗୃହରେ ମହାନଦୀ ପାଣି ପଶିଛି । ମନ୍ଦିରରେ ପାଣି ପଶିବାରୁ ମା’ଙ୍କ ବିଗ୍ରହକୁ ସ୍ଥାନାନ୍ତର କରାଯାଇଛି ।
ଏଭଳି ସ୍ଥିତି ଦେଖି ୨୦୧୧ କଥା ଭାବି ଡରିଲେଣି ସହରବାସୀ.. ପୁଣି ଲେଉଟିବ କି ଅତୀତ ? ଛନକାରେ ଅନୁଗୁଳ ବାସିନ୍ଦା...
ହଇରେ ନାରଣ ଏ ପାଲ ନୁହଁ ତ ବିଶ୍ୱସ୍ତରୀୟ ତାଳି...
ଟିଣ ଘରେ ରହୁଛନ୍ତି.. ବାରଣ୍ଡାରେ ପଢୁଛନ୍ତି.. ଗୁହାଳ ଭଳି ସ୍ଥାନରେ ଚାଲିଛି ପାଠପଢା.. ନା ହୋଇଛି ପଞ୍ଜୀକରଣ ନା ଅଛି ଅଗ୍ନି ନିରାପତ୍ତା ବ୍ୟବସ୍ଥା..
ମାଲକାନଗିରି ଜିଲ୍ଲାରେ ସଭିଏ ପଢନ୍ତୁ, ସଭିଏ ବଢନ୍ତୁ ନାରା...ଆଉ ମୋ ସ୍କୁଲ୍ କେମିତି ଚାଲିଛି ଦେଖନ୍ତୁ
ସେଦିନ ହୁଏତ ସେ ଠିକ୍ ନିଷ୍ପତ୍ତି ନେଇଥିଲେ.. ପାଠପଢା ସରିବା ପରେ ଚାକିରି ନ କରି ଆରମ୍ଭ କଲେ ମସଲା କମ୍ପାନୀ.. ବାପା ଦେଇଥିଲେ ୨୫ ହଜାର ଟଙ୍କା..
ବାପାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପାଠ ପଢୁଥିଲେ । ଗତ ବର୍ଷ ବାପାଙ୍କ ଦେହାନ୍ତ ହୋଇଥିଲା । ପ୍ରତିକୂଳ ପରିସ୍ଥିତିରେ ପାଠ ପଢି ବାପାଙ୍କ ଅବର୍ତ୍ତମାନରେ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ଶ୍ୱେତଲିନା ସାହୁ । ତାଙ୍କ ପାଇଁ ନିଆଳି ଅଞ୍ଚଳରେ ଖେଳିଯାଇଛି ଖୁସିର ଲହରୀ ।
କୁରୁମୁଣ୍ଡା ନାଳ ଉପରେ ପାଞ୍ଚ ଫୁଟ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ମନମୁଣ୍ଡା-ଶଗଡା ମଧ୍ୟରେ ଯୋଗାଯୋଗ ବି ଠପ୍ ହୋଇଛି । ବୌଦ୍ଧ ଜିଲ୍ଲାର ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି । ସହରର ତଳିଆ ଅଞ୍ଚଳରେ ବର୍ଷା ପାଣି ଲୋକଙ୍କ ଘରେ ପଶି ଜୀବନ ଅସ୍ତବ୍ୟସ୍ତ କରିଛି ।
ଜନ୍ମ ମାଟି ଓ ପରିବାର ଛାଡ଼ି ଦୂର ଜାଗାକୁ ଯିବାଠାରୁ ବଳି ଦୁଃଖ ନାହିଁ। ତଥାପି ପେଟ ପୋଷିବାକୁ, ପରିବାର ଚଳାଇବାକୁ ଘରଦ୍ବାର ଛାଡ଼ି ଦେଶ ବିଦେଶକୁ ଯିବାକୁ ପଡ଼େ। ସେଠାରେ ଯଦି କିଛି ଅଘଟଣ ଘଟେ, ବଢ଼ିଯାଏ ଦୁଃଖ ।
ଡ୍ରେନ ଓ ରାସ୍ତା ଏକାକାର ହୋଇଯାଇଥିବାରୁ ମୁକୁଳା ଡ୍ରେନରେ ଗଳିପଡ଼ିଥିଲେ ସୁଜାତା । ଏଥର ବର୍ଷା ବିତ୍ପାତରେ ଖାଲି ଯେ ନୟାପଲ୍ଲୀରେ ଏଭଳି ଦୁର୍ଦ୍ଦଶା ଦେଖିବାକୁ ମିଳିଛି ତା’ନୁହେଁ ।
ଏବେଠୁ ସାତକୋଶିଆରେ ବାଘଙ୍କ ଖାଦ୍ୟ ପାଇଁ ହରିଣ, ସମ୍ବର, କୁଟୁରା ଆଦି ତୃଣଭୋଜି ପ୍ରାଣୀଙ୍କ ବଂଶବୃଦ୍ଧି ଉପରେ ପଦକ୍ଷେପ ନିଆଯାଉଛି । ପ୍ରାଥମିକ ଭାବେ ଅନୁଗୁଳସ୍ଥିତ ନାଲକୋ ଚିଡ଼ିଆଖାନାରୁ ୬୦ଟି ଚିତ୍ରା ହରିଣକୁ ରାଇଗୁଡ଼ା ଅଞ୍ଚଳରେ ଛାଡ଼ିବା ବ୍ୟବସ୍ଥା ହୋଇଛି ।
ସ୍ୱାଭାବିକ ମୃତ୍ୟୁ ପାଇଁ ୨ ଲକ୍ଷ ସହାୟତା ଘୋଷଣା । ନିର୍ବାଚନୀ ସ୍କିମ୍ କହି ତାଚ୍ଛଲ୍ୟ କଲେ ବିରୋଧୀ ।
ବିଜେଡିକୁ ଟାର୍ଗେଟ କଲେ କଂଗ୍ରେସ୍, ଆପ୍, ଶିବସେନା । ବିଜେଡିର କଣ ବାଧ୍ୟବାଧକତା ଅଛି ଉଠିଛି ପ୍ରଶ୍ନ ।
ନକଲି ୱେବସାଇଟ୍ ଖୋଲି ପର୍ଯ୍ୟଟକଙ୍କୁ ଲଗାଉଛନ୍ତି ଚୂନ । ପୁରୀ ଓ ଭୁବନେଶ୍ବରରେ ଠକେଇକୁ ନେଇ ବଢ଼ିଲା ଚିନ୍ତା
ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ । ବହୁ ଚର୍ଚ୍ଚିତ ହନିଟ୍ରାପ୍ ମାମଲାରେ ଅର୍ଚ୍ଚନା ନାଗଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ଖଣ୍ଡଗିରି ଥାନା ମାମାଲାରେ ରହସ୍ୟମୟୀଙ୍କୁ ମିଳିଛି ଜାମିନ । ଅର୍ଚ୍ଚନାଙ୍କ ନାଁରେ ଦାୟର ହୋଇଥିବା ମୋଟ ୩ଟି ମାମଲାରୁ ୨ଟିରେ ଜାମିନ ମିଳିଛି ।
ଟ୍ରେନ୍ ଇଞ୍ଜିନ ଉପରେ ପାହାଡ଼ରୁ ପଡ଼ିଲା ବଡ଼ ପଥର । ତାଳଚେରରୁ ସମ୍ବଲପୁର ଅଭିମୁଖେ ଯାଉଥିବା ବେଳେ ମାଲ୍ବାହୀ ଟ୍ରେନ୍ ଇଞ୍ଜିନ ଉପରେ ଏକ ବିରାଟକାୟ ପଥର ଖସିପଡ଼ିଛି । ଫଳରେ ଟ୍ରେନ୍ ଇଞ୍ଜିନ ଲାଇନଚ୍ୟୁତ ହୋଇଥିବା ବେଳେ ସୌଭାଗ୍ୟବଶତଃ ରେଲୱେ କର୍ମଚାରୀ ସୁରକ୍ଷିତ ଅଛନ୍ତି । ବଇଣ୍ଡା ଠାରୁ ଗୋଟିଏ କିମି ଦୂରରେ ଏହି ଅଘଟଣ ଘଟିଛି । ଏବେ ଘଟଣାସ୍ଥଳରେ ପହଞ୍ଚି ରେଲୱେ ଅଧିକାରୀ ସ୍ଥିତି ଅନୁଧ୍ୟାନ କରୁଛନ୍ତି ।
ସହର ଭିତରେ ରାତିରେ ବୁଲୁଛି ଏଇ ଜନ୍ତୁ । ସିସିଟିଭିରେ କଏଦ୍ ହୋଇଛି ଏ ଦୃଶ୍ୟ । ଆତଙ୍କିତ ହୋଇପଡିଛନ୍ତି ଲୋକ
ବୌଦ୍ଧରେ ସର୍ବାଧିକ ୩୯୦ ମିଲିମିଟର ବର୍ଷା । ଗତ ୨୪ ଘଣ୍ଟାରେ ବୌଦ୍ଧରେ ସର୍ବାଧିକ ୩୯୦.୬ ମିମି ବର୍ଷା ରେକର୍ଡ । ସେହିପରି ୨୦ଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି । ୫୦ଟି ସ୍ଥାନରେ ଅତିପ୍ରବଳ, ୬୧ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି
ରାଜ୍ୟରେ ଲଗାଣ ବର୍ଷା ସ୍ଥିତି ନେଇ SRCଙ୍କ ସମୀକ୍ଷା । ବିଭିନ୍ନ ଜିଲ୍ଲାର ସ୍ଥିତିକୁ ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ଏସଆରସି । ପ୍ରଭାବିତ ଲୋକଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇ ଦେବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକ ସ୍ଥଳେ ରାସ୍ତା କ୍ଲିଅର କରିବାକୁ ଟିମ୍ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି
ଏତେ ପ୍ରବଳ ବର୍ଷା ହୋଇଛି ଯେ ଘରେ ଘରେ ପାଣି ପଶିଯାଇଛି । ରାସ୍ତାରେ ପାଣିର ସୁଅ । ଉଠି ଆସିଛନ୍ତି ମାଛ
ବିରାଟ କୋହଲି, ରୋହିତ ଶର୍ମା, କେଏଲ ରାହୁଲ, ମହମ୍ମଦ ସାମି, ଯଶପ୍ରୀତ୍ ବୁମ୍ରା, ମହମ୍ମଦ ସିରାଜଙ୍କ ବିନା ଖେଳିଥିବା ଭାରତର ଯୁବ ଦଳ ୱେଷ୍ଟଇଣ୍ଡିଜ୍ରେ ଦିନିକିଆ ଶୃଙ୍ଖଳା ଜିତିଛି । ହାର୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ତୃତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜ୍କୁ ୨୦୦ ରନରେ ପରାସ୍ତ କରି ୨-୧ରେ ଶୃଙ୍ଖଳା ବିଜୟ ହୋଇଛି ।
ପ୍ରବଳ ବର୍ଷା ଯୋଗୁଁ ଭାରସାମ୍ୟ ହରାଇ ପୋଖରୀରେ ପଶିଗଲା କାର୍ । ବାଲେଶ୍ଵର ସିମୁଳିଆ ଥାନା ୧୬ନଂ ଜାତୀୟ ରାଜପଥରେ ଏଭଳି ଦୁର୍ଘଟଣା ଘଟିଛି ।
ଡ୍ରେନରେ ଭାସିଯାଉଥିବା ବେଳେ ଅଳ୍ପକେ ବର୍ତ୍ତିଲେ ଶିକ୍ଷୟତ୍ରୀ । କହିଲେ ମତେ ଭଗବାନ ସାହା ହେଲେ
ମାଆ ପାଟଣେଶ୍ୱରୀ ମନ୍ଦିରରେ ପଶିଲା ପାଣି । ଡ୍ରେନରେ ପାଣି ନିଷ୍କାସନ ହୋଇନପାରି ମନ୍ଦିର ଭିତରକୁ ପଶିଛି । ଯାହା ଫଳରେ ନୀତିକାନ୍ତି ବନ୍ଦ ରହିଛି ।