• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

teachers
ଗର୍ଜିଲେ ବେସରକାରୀ କଲେଜ ଅଧ୍ୟାପକ; ବ୍ୟାରିକେଡ୍‌ ଭାଙ୍ଗି ଧାଇଁଲେ ବିଧାନସଭା

ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିଲା ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ଆନ୍ଦୋଳନ । ତେବେ ମାସ ମାସ ଧରି ଆନ୍ଦୋଳନ ସତ୍ତ୍ୱେ ବି ତାଙ୍କ କଥା କେହି ଶୁଣୁନଥିବାରୁ ଆଜି ହଠାତ୍ ଗାନ୍ଧିମାର୍ଗରେ କରିଥିଲେ ଗର୍ଜନ । ପୋଲିସର ବାରିକେଡ୍ ଭାଙ୍ଗି ବିଧାନସଭା ଆଡେ ମାଡିଚାଲିଲେ ଆନ୍ଦୋଳନକାରୀ ଅଧ୍ୟାପକ ।

  • Tuesday, 27 June 2023
yosada ben
ଶ୍ରୀଜିଉଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କ ଧର୍ମପତ୍ନୀ ଯଶୋଦା ବେନ୍

ଶ୍ରୀକ୍ଷେତ୍ର ପୁରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଧର୍ମପତ୍ନୀ । ମୋଦିଙ୍କ ଧର୍ମପତ୍ନୀ ଯଶୋଦା ବେନ୍ ମୋଦି ପୁରୀ ଆସି ସକାଳେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ସକାଳ ପ୍ରାୟ ୧୦ଟାରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବା ସହ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଆଡପ ମଣ୍ଡପରେ ଦର୍ଶନ କରିଛନ୍ତି ଯଶୋଦା ବେନ୍ ମୋଦି ।

  • Tuesday, 27 June 2023
power cut
ବିଦ୍ୟୁତ ବିଭ୍ରାଟକୁ ନେଇ କଂଗ୍ରେସର ହଲ୍ଲାବୋଲ

ଲଘୁଚାପ ବର୍ଷା ପ୍ରଭାବରେ ଅସହ୍ୟ ଗରମରୁ ତ୍ରାହି ମିଳିଛି ସତ ହେଲେ ବନ୍ଦ ହୋଇନି ବିଜୁଳି ଯନ୍ତ୍ରଣା। ଏବେବି ରାଜ୍ୟର ବିଭିନ୍ନ ସ୍ଥାନରେ ଘନ ଘନ ବିଜୁଳି କଟୁଛି। ଏହା ପ୍ରତିବାଦରେ ଆଜି ସାରା ରାଜ୍ୟରେ କଂଗ୍ରେସ କରିଛି ବିକ୍ଷୋଭ। ଉତ୍ତ୍ୟକ୍ତ କର୍ମୀ ଟାଟା ପାୱାର ଅଫିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ ବି କରିଛନ୍ତି।

  • Tuesday, 27 June 2023
What is proof that the audio is of Chief Minister, asks opposition leader
ପାଣ୍ଡିଆନଙ୍କ ହାତରେ CMଙ୍କ ଅଡ଼ିଓକୁ ନେଇ ରାଜନୀତି

ମୁଖ୍ୟମନ୍ତ୍ରୀଙ୍କ ଅଡ଼ିଓକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା। ଜନତାଙ୍କ ସୁଖଦୁଃଖ ବୁଝିବା ପାଇଁ 5T ସଚିବ ପାଣ୍ଡିଆନଙ୍କୁ ପଠାଇବା ଏବଂ ତାଙ୍କ ହାତରେ ରେକର୍ଡିଂ ଅଡ଼ିଓ ଜାରି କରିବା ପରେ ତେଜିଲା ରାଜନୀତି। ଅଡ଼ିଓର ସତ୍ୟତାକୁ ନେଇ ବିରୋଧୀ କେବଳ ପ୍ରଶ୍ନ ଉଠାଇନାହାଁନ୍ତି, ମୁଖ୍ୟମନ୍ତ୍ରୀଙ୍କ ଉତ୍ତରଦାୟିତ୍ୱ, ପ୍ରଶାସନିକ ଅଧିକାରୀଙ୍କ ଲକ୍ଷ୍ମଣରେଖା କଥା କହି ନିଶାନା କରିଛନ୍ତି।

  • Tuesday, 27 June 2023
DoPT asks Odisha chief secretary to take action against IAS officer
ଅଡୁଆରେ ଫାଇଭ୍-ଟି ସଚିବ ଭି.କେ. ପାଣ୍ଡିଆନ୍

ଫାଇଭ୍ ଟି ସଚିବ ଭି.କେ. ପାଣ୍ଡିଆନଙ୍କ ନାଁରେ ଗୁରୁତର ଅଭିଯୋଗ। ଆଇଏଏସ୍ କ୍ୟାଡର ନିୟମର କରୁଛନ୍ତି ଖୋଲାଖୋଲି ଉଲ୍ଲଂଘନ। ବାରମ୍ବାର ଆଇନ ଉଲ୍ଲ୍ଂଘନ ନେଇ ଡିଓପିଟିରେ କଂପ୍ଳେନ୍। ମୁଖ୍ୟ ସଚିବଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ମନ୍ତ୍ରାଳୟର ନିର୍ଦ୍ଦେଶ।

  • Tuesday, 27 June 2023
CMC council meeting
ଏମିତି କଣ ଚାଲିଛି, ହାତ ଯୋଡୁଛନ୍ତି ମେୟର୍

କଟକ ମହାନଗର ନିଗମରେ କେମିତି ଚାଲିଛି ଦୁର୍ନୀତି, ଏଇ ଭିଡିଓଟି ଦେଖିଲେ ବୁଝିଯିବେ । ମେୟର୍ ହାତ ଯୋଡୁଛନ୍ତି

  • Tuesday, 27 June 2023
Aparajita Sarangi
ସାଂସଦ ଅପରାଜିତା ଷଡଙ୍ଗୀ କହିଲେ, କଣ କଣ ସବୁ କରିଛନ୍ତି ଅଭିଯୋଗ

କେନ୍ଦ୍ର ନିକଟରେ ଏଇ ସବୁ ଅଭିଯୋଗ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଏହା ପରେ 5ଟି ସଚିବଙ୍କ ବିରୋଧରେ ଆକ୍ସନ ନେବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର

  • Tuesday, 27 June 2023
tomatoes
ଶହେ ଟପିଲା ଟମାଟୋ ଦର, କିଲୋ ପିଛା ୧୨୦ ଟଙ୍କାରେ ବିକ୍ରି...

ଶହେ ଉପରେ ଟମାଟୋ ଦର। କଟକ ରେ ଟମାଟୋ କିଲୋ ପିଛା ଶହେରୁ ୧୨୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ବାଲେଶ୍ୱର ରେ କେଜି ପ୍ରତି ଶହେ ଟଙ୍କା ରହିଛି ଟମାଟୋ ଦର। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ରେ ମଧ୍ୟ ବିଭିନ୍ନ ବଜାରରେ ଟମାଟୋ କେଜି ଶହେ ଟଙ୍କାରେ ବିକ୍ରି ହେଉଛି।

  • Tuesday, 27 June 2023
Sakhigopal Temple
ସାକ୍ଷୀଗୋପାଳ ମନ୍ଦିରରେ ନୀତିକାନ୍ତି ବନ୍ଦ; ଉପାସରେ ପ୍ରଭୁ ଗୋପାଳଜୀଉ

ଦୁଇ ଦିନ ହେଲା ଉପାସରେ ପ୍ରଭୁ ଗୋପାଳଜୀଉ । ସାକ୍ଷୀଗୋପାଳର ଗୋପାଳଜୀଉ ମନ୍ଦିରର ନୀତିକାନ୍ତି ଗତକାଲିଠାରୁ ବନ୍ଦ ରଖିଛନ୍ତି ମନ୍ଦିରର ସେବାୟତ। ଏଥିସହିତ ସିଂହଦ୍ୱାରକୁ ମଧ୍ୟ ବନ୍ଦ ରଖିଛନ୍ତି । ମନ୍ଦିରର ସେବାୟତଙ୍କ ପାଇଁ ଉଦ୍ଦିଷ୍ଟ ଶ୍ମଶାନ ଜମିରେ ଥିବା ନିର୍ମାଣ ଭଙ୍ଗାକୁ ବିରୋଧ କରି ନୀତିକାନ୍ତି ବନ୍ଦ ରଖିଛନ୍ତି ସେବାୟତ ।

  • Tuesday, 27 June 2023
ODI World Cup 2023
ପାକିସ୍ତାନକୁ ICC ଝଟକା; ଅହମ୍ମଦାବାଦରେ ଖେଳାଯିବ ଭାରତ-ପାକିସ୍ତାନ ମ୍ୟାଚ

ପୁଣି ବିଶ୍ୱକପ୍‌ରେ ସାମ୍ନାସାମ୍ନି ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ଭାରତ-ପାକିସ୍ତାନ । ବିଶ୍ୱକପ୍ ୨୦୨୩ ପାଇଁ ଜାରି ହୋଇଛି କାର୍ଯ୍ୟସୂଚୀ । ଅକ୍ଟୋବର ୧୫ରେ ଖେଳାଯିବ ଏହି ହାଇଭୋଲଟେଜ୍‌ ମ୍ୟାଚ୍‌ । ଅହମ୍ମଦାବାଦରେ ପାକିସ୍ତାନକୁ ଭେଟିବ ଭାରତ । ଅକ୍ଟୋବର ୫ରୁ ବିଶ୍ବକପ୍ କ୍ରିକେଟ ଆରମ୍ଭ ହେବ । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ ଅହମ୍ମଦାବାଦରେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଅକ୍ଟୋବର ୮ରେ ଚେନ୍ନାଇରେ ପ୍ରଥମ ମ୍ୟାଚ ଖେଳିବ ଭାରତ । ପ୍ରଥମ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ଭେଟିବ । ପାକିସ୍ତାନ ଟିମ୍ ଭାରତ ଆସିବା ନେଇ ଅନିଶ୍ଚିତତା ରହିଛି ।

  • Tuesday, 27 June 2023
OPCC Chief Sarat Pattanayak
‘ଅଡିଓ ବର୍ତ୍ତାରେ କ’ଣ ରହିଛି ସତ୍ୟତା ? ତାହା ମୁଖ୍ୟମନ୍ତ୍ରୀଙ୍କର ତ ?’, ପଚାରିଲେ ଶରତ

ଅଡ଼ୁଆରେ 5T ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ! ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ସାରା ରାଜ୍ୟରେ ବୁଲିବା ପରେ ବିରୋଧୀଙ୍କ ଟାର୍ଗେଟ୍‌ରେ ଥିଲେ ସଚିବ । ଆଉ ଏବେ ଏହା ଉଗ୍ର ରୂପ ନେବାରେ ଲାଗିଛି । ଅପରାଜିତାଙ୍କ ପ୍ରେସ୍‌ମିଟ୍‌ ପରେ ସାରା ରାଜ୍ୟରେ ସଚିବଙ୍କ ବିରୋଧରେ ଗୁଞ୍ଜରଣ ଆରମ୍ଭ ହୋଇଥିଲା । ଧିରେ ଧିରେ ସମସ୍ତେ ମୁହଁ ଖୋଲିଥିଲେ । କଂଗ୍ରେସ ବି ବ୍ୟାକ୍‌ ଟୁ ବ୍ୟାକ୍ ଆଟାକ୍‌ କରିଥିଲା ବିଜେଡି ଓ 5T ସଚିବଙ୍କୁ । ଅପରାଜିତାଙ୍କ ପରେ ବିଜେପିର ଅନ୍ୟ ବରିଷ୍ଠ ନେତା ବି ଆଟାକିଂ ମୋଡ୍‌କୁ ଆସିଥିଲେ । ଆଉ ଏବେ ଏହାର ପ୍ରଭାବ ଦେଖିବାକୁ ମିଳିଛି ।

  • Tuesday, 27 June 2023
Gajapati Maharaja
ଆଡପ ମଣ୍ଡପରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ଗଜପତି ମହାରାଜା

ଆସନ୍ତାକାଲି ଶ୍ରୀଜୀଉଙ୍କ ବାହୁଡ଼ାଯାତ୍ରା। ଏନେଇ ବ୍ୟାପକ ପ୍ରସ୍ତୁତି ହୋଇଛି । ଏପଟେ ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂରତୀଙ୍କୁ ସପରିବାର ଦର୍ଶନ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ଗଜପତି ଦିବ୍ୟସିଂହ ଦେବଙ୍କ ସହ ମହାରାଣୀ ଲୀଳାବତୀ ପାଟ ମହାଦେଇ ଓ ତାଙ୍କ ପରିବାର ସଦସ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଆସନ୍ତାକାଲି ବାହୁଡ଼ାରେ ରଥଉପରେ ଗଜପତି ମହାରାଜାଙ୍କ ଛେରାପହଁରା ନୀତି ରହିଛି।

  • Tuesday, 27 June 2023
Rammurty Gamango
ପତ୍ନୀ ହତ୍ୟା ମାମଲାରେ ଗୁଣପୁର ପୂର୍ବତନ ବିଧାୟକ ରାମମୂର୍ତ୍ତିକୁ ଆଜୀବନ ଜେଲ୍‌

ପତ୍ନୀଙ୍କୁ ହତ୍ୟା ମାମଲାରେ ପୂର୍ବତନ ଗୁଣପୁର ବିଧାୟକ ରାମମୂର୍ତ୍ତି ଗମାଙ୍ଗକୁ ଆଜୀବନ ସଜା। ଗର୍ଭବତୀ ପତ୍ନୀକୁ ହତ୍ୟା ଅଭିଯୋଗରେ ଦଫା ୩୦୨ରେ ଆଜୀବନ ସଜା ସହ ୫୦ ହଜାର ଫାଇନ ମଧ୍ୟ କରାଯାଇଛି । ଜରିମାନା ଅନାଦେୟ ହେଲେ ୬ ମାସ ଅଧିକ ସଜା ନେଇ ନିର୍ଦ୍ଦେଶ ରହିଛି । ପ୍ରମାଣ ନଷ୍ଟ ଅଭିଯୋଗରେ ୩ ବର୍ଷ ସଜା ସହ ୧୦ ହଜାର ଫାଇନ ମଧ୍ୟ ହୋଇଛି। ଏହି ଜରିମାନା ଅନାଦେୟ ହେଲେ ପୁଣି ୩ ମାସ ସଜା ନିର୍ଦ୍ଦେଶ ରହିଛି।

  • Tuesday, 27 June 2023
Yojanara Na Hariloot
ଗଡ଼ପଡ଼ିଆ ପୋଖରୀ କେମିତି ହେଲା ! କିଏ ଖାଇଲା ୮ ଲକ୍ଷ ଟଙ୍କା ?

ପୋଖରୀ ନଥାଇ ଗୋଚର ଜମିକୁ ପୋଖରୀ ଦର୍ଶାଇ, ପୋଖରୀ ପୁନରୁଦ୍ଧାର ଟଙ୍କା ଚଳୁ.. ବାଃ ବାଃରେ ଦୁର୍ନୀତି.. କିଏ କେମିତି ଟଙ୍କା ମଞ୍ଜୁର କଲା ?

  • Tuesday, 27 June 2023
Berhampur bus stand
ସାତ ବର୍ଷ ହେଇଗଲା.. ଏବେ ଉଈ ଘର କଲେଣି..

ମୁଖ୍ୟମନ୍ତ୍ରୀ ନିଜେ ଉଦଘାଟନ କରିଥିଲେ.. ୟା ଭିତରେ ବିତିଗଲାଣି ସାତ ବର୍ଷ.. ଆଉ କେବେ କାର୍ଯ୍ୟକାରୀ ହେବ ନୂଆ ବସଷ୍ଟାଣ୍ଡ ?

  • Tuesday, 27 June 2023
Sanitation workers
ପଙ୍କରେ ପଶିଲେ ୫୦୦ ମିଳିବ.. ପରିବାର ଚଳିବ..

ଲୋକେ ନାକ ଟେକି ଚାଲିଯାଆନ୍ତି.. ହେଲେ ଏମାନଙ୍କ ପାଇଁ ଏହା ରୋଜଗାରର ମାଧ୍ୟମ.. ମାତ୍ର ଟଙ୍କା ୫୦୦ ପାଇଁ ଜୀବନକୁ ବାଜି ଲଗାଇ ନାଳରେ ପଶି ପଙ୍କ କାଢୁଛନ୍ତି ସଫେଇ କର୍ମଚାରୀ, ତାପୁଣି କୌଣସି ସୁରକ୍ଷା କିଟ୍ ବିନା.. ଅଘଟଣ ଘଟିଲେ କିଏ ଦାୟୀ ?

  • Tuesday, 27 June 2023
deadbody
ମଶାଣିରୁ ଗାଏବ ହୋଇଯାଉଛି ଶବ, ନେଉଛି କିଏ ?

ମଶାଣିରୁ ଗାଏବ ହୋଇଯାଉଛି ଗୋଟିଏ ପରେ ଗୋଟିଏ ଶବ.. ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସମ୍ପୂର୍ଣ୍ଣ ସତ.. ଦୁଇ ବର୍ଷ ପୂର୍ବରୁ ମଧ୍ୟ ଏମିତି ଶବ ଗାଏବ ହେଉଥିଲା.. ଏବେ ପୁଣି ଏଇ ଘଟଣାର ପୁନରାବୃତ୍ତି ଘଟିଛି...

  • Tuesday, 27 June 2023
allege govt's apathy
ଏ ପାଣିରେ କିଏ ପାଦ ଧୋଇବନି.. ହେଲେ ଆମେ ପିଉଛୁ..

ଏମିତି ନୁହେଁ ଯେ ସରକାର ଏମାନଙ୍କ ପାଇଁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିନାହାନ୍ତି.. ହେଲେ ସରକାରୀ ବ୍ୟବସ୍ଥାରେ ପାଣି କେମିତି ମିଳୁଛି ଆପଣ ନିଜେ ଦେଖନ୍ତୁ.. ଟ୍ୟାପରୁ ଟୋପା ଟୋପା ହୋଇ ପଡ଼ୁଛି ପାଣି.. ସେଇ ପାଣିକୁ ସଂଗ୍ରହ କରିବାକୁ ଅପେକ୍ଷା କରିଛନ୍ତି ଶହ ଶହ ହାଣ୍ଡି ଗରା.. ଏ ହେଉଛି ମୟୂରଭଞ୍ଜ ଜିଲ୍ଲା ତାରଣା ଗାଁରେ ବିକାଶର ଚିତ୍ର..

  • Tuesday, 27 June 2023
Berhampur Accident
ଅଧା ରାସ୍ତାରେ ଛକିଥିଲା ଯମ...ନେଇଗଲା ଶାଳୀଙ୍କ ସହ ୧୦ ଜଣଙ୍କ ଜୀବନ

ବଡ ଭଉଣୀର ବାହାଘର ଥିଲା, ଭିଣୋଇଙ୍କଠାରୁ କେତେ କଣ ଡିମାଣ୍ଡ ନେଇଥିଲା ଶାଳୀ । ବାହାଘର ସରିବା ପରେ ଖାଇପିଇ ଘରକୁ ଫେରୁଥିଲେ । ବସ୍‌ରେ କଥା ହେଉଥିଲେ ସକାଳୁ କେତେ କଣ କିଣିବେ ବୋଲି...ହେଲେ ବାଟରେ ରାସ୍ତାରେ ଜଗିଥିଲା ଯମ...ମାତ୍ର କେଇ ଘଂଟା ପୂର୍ବରୁ ହାତ ଗଣ୍ଠି ଫିଟାଇ ଥିଲେ, ୨ ଘଂଟା ପରେ ପ୍ରାଣ ନେଇଗଲା ଯମ । ଏବେ କାନ୍ଦବୋବାଳିରେ ଫାଟି ପଡୁଛି ପୂରା ପରିବେଶ

  • Monday, 26 June 2023
Rain
ଉତ୍ତର ଭାରତରେ ବର୍ଷା ବିତ୍ପାତ

ହିମାଚଳ ଏବଂ ଉତ୍ତରାଖଣ୍ଡର ପାହାଡ଼ିଆ ଅଞ୍ଚଳ ହେଉ, କି ମେଟ୍ରୋ ସିଟି ଦିଲ୍ଲୀ। ଉତ୍ତର ଭାରତରେ ଜାରି ରହିଛି ବର୍ଷା ବିତ୍ପାତ। କେଉଁଠି ଭୂସ୍ଖଳନ ଯୋଗୁଁ ଯାତାୟାତ ଠପ୍, ପୁଣି କେଉଁଠି ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ...

  • Monday, 26 June 2023
Rath Jatra 2023
ଶ୍ରୀଗୁଣ୍ଡିଚା ମନ୍ଦିରରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା

ଆଡ଼ପମଣ୍ଡପରେ ଆସନ୍ତାକାଲି ନବମୀ ତିଥିରେ ଶ୍ରୀଜୀଉଙ୍କ ଶେଷ ଦର୍ଶନ ବା ସାଂଧ୍ୟଦର୍ଶନ। ତେବେ ବାହୁଡ଼ା ନୀତିକୁ ଶୃଙ୍ଖଳିତ କରିବା ଉଦ୍ଦେଶ୍ୟରେ ଏଥର ସାଂଧ୍ୟ ଦର୍ଶନକୁ ସଂଧ୍ୟା ପରିବର୍ତ୍ତେ ଅପରାହ୍ନ ୫ଟା ସୁଦ୍ଧା ସାରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

  • Monday, 26 June 2023
Police detain 5 sadhus suspecting as fraud in Bhubaneswar
ରାଜଧାନୀବାସୀଙ୍କୁ ଘାରିଛି ଭଣ୍ଡବାବା ଡର, ସାଧୁବେଶଧାରୀ ଲୋକଙ୍କୁ ଅଯଥାରେ ଘରକୁ ନ ଡାକିବାକୁ ପରାମର୍ଶ

ଗତକାଲି ରାଜଧାନୀ ଭୁବନେଶ୍ୱର ରଘୁନାଥପୁର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରେ ନାଗା ବେଶଧାରୀ କିଛି ଭଣ୍ଡବାବା ଭଜନ କୀର୍ତ୍ତନ ଆଳ ଦେଖାଇ କଳାକନା ବୁଲାଇ ଚମ୍ପଟ ମାରିଥିଲେ। ଆଉ କାଲିର ଖବର ଗଣମାଧ୍ୟମରେ ଜଣାପଡ଼ିବା ପରେ ଆଜି ଏମାନଙ୍କୁ ସନ୍ଦେହ କରି ଲୋକେ ନିଜଆଡୁ ପୋଲିସକୁ ଖବର ଦେଇଦେଇଛନ୍ତି।

  • Monday, 26 June 2023
Bus Tragedy
ବାହାବେଦୀ ପାଖରେ ଆଜି ବନ୍ଧା ହେଲା କୋକେଇ

କାଲି ଯେଉଁ ଶୁଭ ବେଦୀ ବର-କନିଆଁଙ୍କୁ ଦାଂପତ୍ୟ ଜୀବନର ନୂଆ ରଜ୍ଜୁରେ ବାନ୍ଧିଥିଲା ଆଜି ସେଇ ବେଦୀ ପାଖେ ବନ୍ଧା ଚାଲିଛି ଆତ୍ମିୟଙ୍କୁ ଅଲଗା କରିବାର କୋକେଇ । ଝିଅ ବାହାଘରକୁ ନେଇ କାଲି ଯେଉଁ ଘର ଆଗରେ ସରାଗର ସମ୍ଭାର ଥିଲା, ଆଜି ସେଠି ଛାଇ ଯାଇଛି ଅସରନ୍ତି ଲୁହ ଓ କୋହ ସାଙ୍ଗକୁ ପ୍ରଚଣ୍ଡ ନୀରବତା । ଗତକାଲି ରାତିରେ ମର୍ମନ୍ତୁଦ ଦିଗପହଣ୍ଡି ବସ୍ ଟ୍ରାଜେଡିରେ ପ୍ରାଣ ହରାଇଥିବା ମୃତକଙ୍କ ଗାଁ ଗଂଜାମ ଖଣ୍ଡଦେଉଳି ଯେମିତି ଆଜି ଅବାକ୍, ଆଚମ୍ବିତ।

  • Monday, 26 June 2023
Bus Tragedy
ଦିଗପହଣ୍ଡି ବସ୍ ଟ୍ରାଜେଡି: ୨୫ ବର୍ଷର ଦଦରା ବସ୍‌ର ନଥିଲା ପରମିଟ୍, କମିତି ମିଳିଥିଲା ଫିଟନେସ୍ ?

ଗଂଜାମ ଦିଗପହଣ୍ଡିରେ ଦୁର୍ଘଟଣାଗ୍ରସ୍ତ ଘରୋଇ ବସ୍‌ର ନଥିଲା ପରମିଟ୍ । କେବଳ ସେତିକି ନୁହେଁ, ୨୫ ବର୍ଷର ଭଙ୍ଗା ଦଦରା ବସକୁ ଫିଟନେସ୍ ସାର୍ଟିଫିକେଟ୍ ମିଳିଥିଲା। ବସ୍ ଟ୍ରାଜେଡିକୁ ୧୮ ଘଂଟା ବିତିଥିବା ବେଳେ ଦୁର୍ଘଟଣାର କାରଣ ଖୋଜା ଚାଲିଛି। ସେପଟେ ଦୁର୍ଘଟଣା ପରେ ଫେରାର ହୋଇଯାଇଥିବା OSRTC ବସ୍ ଡ୍ରାଇଭରକୁ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରୁ ଧରି ଦିଗପହଣ୍ଡି ପୋଲିସକୁ ହସ୍ତାନ୍ତର କରାଯାଇଛି

  • Monday, 26 June 2023
CM Naveen Patnaik
5T ସଚିବଙ୍କ ପାଇଁ ବିରୋଧୀଙ୍କ ନିଶାନାରେ CM, ମାନସିକ ସ୍ତରରେ ଗୃହବନ୍ଦୀ କି ମୁଖ୍ୟମନ୍ତ୍ରୀ ?

ଥମୁନି ଫାଇଭ୍ ଟି ସଚିବଙ୍କ ଗସ୍ତ ବିବାଦ । ସିଏମ୍‌ଙ୍କ ଜାଣତରେ ନା ଅଜାଣତରେ ହେଉଛି ଗସ୍ତ ? ବିରୋଧୀଙ୍କ ଟାର୍ଗେଟରେ ମୁଖ୍ୟମନ୍ତ୍ରୀ । ବିରୋଧୀଙ୍କ ଘନ ଘନ ଟାର୍ଗେଟରେ 5T ସଚିବ। ଆଜି 5T ସଚିବଙ୍କ ବରଗଡ଼ ଗସ୍ତ ଥିବା ବେଳେ ସଚିବଙ୍କୁ ଟାର୍ଗେଟ୍ କରିଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ। ସାମ୍ବାଦିକ ସମ୍ମିଳନୀ କରି ଫାଇଭ ଟି ସଚିବଙ୍କ ଗସ୍ତକୁ ସମାଲୋଚନା କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ବି କରିଛନ୍ତି ଟାର୍ଗେଟ୍।

  • Monday, 26 June 2023