• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Surgery
ଅସମ୍ଭବକୁ ସମ୍ଭବ କଲା ବିଜ୍ଞାନ, ୫ ହଜାର କିଲୋମିଟର ଦୂରରୁ ହେଲା ଅପରେସନ୍

ଚୀନର ଜଣେ ରୋଗୀଙ୍କର ଫୁସଫୁସ ଟ୍ୟୁମର ହୋଇଥିଲା । ସେ ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ । ତାଙ୍କର ଅସ୍ତ୍ରୋପଚାର କରାଯିବାର ଥିଲା । ମାତ୍ର ସର୍ଜନ ରୋଗୀଠାରୁ ୫ହଜାର କିଲୋମିଟର ଦୂରରେ ରହିଥିଲେ । ଏପରି କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକକୌଶଳ ବ୍ୟବହାର କରି ଏକ ଡାକ୍ତରୀ ଟିମ୍‌ ସଂଘାଇରୁ ମେସିନ୍‌ ଅପରେଟ୍‌ କରି ଅସ୍ତ୍ରୋପତାର କରିଥିଲେ । ଯାହାକି ଘଣ୍ଟାଏ ମଧ୍ୟରେ ରୋଗୀଙ୍କର ଫୁସ୍‌ଫୁସ୍‌ରୁ ଟ୍ୟୁମରକୁ ବାହାର କରିଦେଇଥିଲା ।

  • Tuesday, 06 August 2024
Naveen Patnaik
‘ବିଚରା ନବୀନ ବାବୁ ଚିନ୍ତା କରୁଥିବେ…’

ମୁଖ୍ୟମନ୍ତ୍ରୀ ଥିଲା ବେଳେ ନବୀନଙ୍କ କ୍ରେଜ ଯେମିତ ଥିଲା, ଆଜି ବି ସେମିତି ଅଛି। ଏ କଥା ଆମେ ନୁହେଁ ଖୋଦ୍ ତାଙ୍କ ଦଳର ଲୋକେ ହିଁ କହୁଛନ୍ତି। କିନ୍ତୁ ନବୀନଙ୍କ କାଟ୍ ତି କମିବା ପରେ କଂଗ୍ରେସ ଏବେ ତାଙ୍କୁ ବି କଟାକ୍ଷ କରିବା ଆରମ୍ଭ କରିଛି। ଦର୍ଶକବନ୍ଧୁ ନିକଟରେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶଙ୍କ ଗୋଟିଏ ଟୁଇଟ୍ ନବୀନଙ୍କ ପ୍ରତି ଏହି କଟାକ୍ଷକୁ ସ୍ପଷ୍ଟ କରିଛି। ଜୟରାମ ଖୋଲାଖୋଲି ଲେଖିଛନ୍ତି, ‘ବିଚରା ନବୀନ ବାବୁ ଚିନ୍ତା କରୁଥିବେ, ‘ମମତାଙ୍କ ପରେ ପୁଣି କିଏ ଦଳ ଛାଡିବ’।

  • Tuesday, 06 August 2024
Potatoes
‘ଆଳୁ ସଙ୍କଟର ସମାଧାନ ପାଇଁ ଦରକାର ହେଲେ ପଞ୍ଜାବରୁ ଆଳୁ ମଗାଯିବ’

ପଶ୍ଚିମବଙ୍ଗ ବ୍ଲାକମେଲ୍‌ର ଶିକାର ନହୋଇ ଆମେ ସ୍ୱାଭିମାନକୁ ଦେଖିଲୁ ବୋଲି କହିଛନ୍ତି ମନ୍ତ୍ରୀ।

  • Monday, 05 August 2024
Vigilance raid
ଭିଜିଲାନ୍ସ ଜାଲରେ ପଡିଛନ୍ତି ଆଉ ଜଣେ କୁବେର ଇଞ୍ଜିନିୟର

୪୨ଟି ପ୍ଲଟ୍, ଭୁବନେଶ୍ୱରରେ ବିଳାସପୂର୍ଣ୍ଣ ବଙ୍ଗଳା ଓ ୨ଟି ଫ୍ଲାଟ୍ । । ଭଦ୍ରକରେ ୩ ମହଲା କୋଠା, କେଜିଏରୁ ଅଧିକ ସୁନା, ଅଧକିଲୋ ରୂପା

  • Monday, 05 August 2024
Sheikh Hasina
ବାଂଲାଦେଶରେ ସରିଯାଇଛି ହାସିନା ଯୁଗ ! 

ଅପରାହ୍ନ ୨ଟା ୩୦ ବେଳେ କୁର୍ମିଟୋଲା ବାୟୁସେନା ଘାଟି ଦେଇ ସେ ନିଜ ଭଉଣୀ ରିହାନାଙ୍କ ସହ ସେନା ହେଲିକପ୍ଟରରେ ଭାରତକୁ ଆସିଛନ୍ତି।

  • Monday, 05 August 2024
Student Protest
ବୟସ ସାନ, ବୁଦ୍ଧି ବି କମ୍ । ହେଲେ ଦାବି ହାସଲ ଲାଗି ଆନ୍ଦୋଳନର ତରିକା ବୟସ୍କ ଓ ବୁଦ୍ଧିମାନଙ୍କଠୁ ବି ଅଧିକ

ସକାଳୁ ସକାଳୁ ଫୁଲପୋଖରୀ ଛକରେ ଏମିତି ଆନ୍ଦୋଳନ କରି ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ଫୁଲପୋଖରୀ ହାଇସ୍କୁଲର ଶତାଧିକ ଛାତ୍ରଛାତ୍ରୀ।

  • Monday, 05 August 2024
DGP
ଖୁବ୍ ଶୀଘ୍ର ରାଜ୍ୟ ଦେଖିବ ନୂଆ ପୋଲିସ ମୁଖିଆ

ନୂଆ ଡିଜିପି ନିଯୁକ୍ତି ଚର୍ଚ୍ଚା ଭିତରେ ୧୯୮୮ ବ୍ୟାଚର ଆଇପିଏସ ଅଫିସର ଅରୁଣ କୁମାର ରାୟ, ୧୯୮୯ ବ୍ୟାଚର ଏସ.ଏମ. ନରବାଣେ ଓ ୧୯୯୦ ବ୍ୟାଚର ଆଇପିଏସ ଅଫିସର ଯୋଗେଶ ବାହାଦୂର ଖୁରାନିଆଙ୍କୁ ସେମାନଙ୍କ ବାୟୋଡାଟା ଦେବାକୁ କହିଛି ରାଜ୍ୟ ପୋଲିସ ମୁଖ୍ୟାଳୟ।

  • Monday, 05 August 2024
BJP
ଭୋଟ୍ ବ୍ୟାଙ୍କ ବଢାଇବାକୁ ବିଜେପିର ନୂଆ ତରିକା, ଫୋକସରେ ଗ୍ରାମାଞ୍ଚଳ

୨୪ ବର୍ଷ ପରେ ସତ୍ତା ପରିବର୍ତ୍ତନ ହୋଇଥିବାରୁ ଏବେ ସରପଞ୍ଚ ଓ ସମିତିସଭ୍ୟ କ୍ଷମତାରେ ଥିବା ବିଜେପି ଆଡକୁ ସ୍ୱତଃପ୍ରବୃତ୍ତ ଭାବେ ଦଳରେ ସାମିଲ ହେଉଛନ୍ତି ।

  • Monday, 05 August 2024
viral Video
ପିଲାଙ୍କ ସୁରକ୍ଷା ପାଇଁ ମା’ ହଂସ ଡେଣାରେ ଘର

ମା’... ଏ ବି ଗୋଟିଏ ମା’ । ଯେମିତି ସୁନ୍ଦର, ସେମିତି ତା’ ସ୍ପର୍ଶ ବି । ଦର୍ଶକବନ୍ଧୁ ଆମ ପାଖରେ ଏ ମା’ ହଂସଟିର ସେମିତି ଅଧିକ କିଛି ଭିଡିଓ ନାହିଁ । ତଥାପି ମାତ୍ର ଏଇ କିଛି ସେକେଣ୍ଡର ଭିଡିଓ ଯେମିତି ମା’ର କର୍ତ୍ତବ୍ୟକୁ ଗୋଟି ଗୋଟି କରି ବର୍ଣ୍ଣନା କରୁଛି ।

  • Monday, 05 August 2024
Woman Rescues Snake
ସାହସର ସହ ହାତରେ ସାପ ଧରୁଛନ୍ତି ମହିଳା

ଦେଖୁଛନ୍ତି ତ, ନା ହାତରେ ଗ୍ଲୋବସ୍ ଅଛି... ନା ମନରେ ଭୟ । କେମିତି ଅତି ସାହସର ସହ ସାପ ଧରୁଛନ୍ତି ଏ ମହିଳା ଜଣକ । ଆପଣ ଏ ମହିଳାଙ୍କୁ ଦେଖି ନିଶ୍ଚୟ ସାପ ଧରାଳି ବୋଲି ଭାବୁଥିବେ । ହେଲେ ନାଇଁ, ଏ ମହିଳା ଜଣକ ସାପ ଧରାଳି ନୁହଁନ୍ତି ।

  • Monday, 05 August 2024
Kerala Landslide
‘ମୁଁ ବଞ୍ଚିଛି, ସବୁ ଦେଖିଛି’

ସମସ୍ତେ ନୀରବି ଯାଇଛନ୍ତି, ହେଲେ ସିଏ ମୌନ ହେଉନି। ଚିରାଚରିତ ଢଙ୍ଗରେ ସେ ଚାଲିଛି ଅବିରତ। ଶୁଣୁନାହାନ୍ତି ଏହି ଅସ୍ପଷ୍ଟ ଶୁଭୁଥିବା ଟିକ୍ ଟିକ୍ ଶବ୍ଦକୁ। ଏ ନିର୍ଜୀବ କାନ୍ଥଘଣ୍ଟା, ଯେତିକି କହୁଛି। ମୁଁ ବଞ୍ଚିଛି, ମୁଁ ସବୁ ଦେଖିଛି, ଅତୀତ ଦେଖିଛି ଆଉ ବର୍ତ୍ତମାନ ବଖାଣୁଛି….।

  • Sunday, 04 August 2024
Landslide
ଓଟିଭି କ୍ୟାମେରାରେ “କେରଳ”

କେରଳ ଓ୍ୱାଏନାଡରେ ହୋଇଥିବା ବିଭିଷୀକା ସ୍ଥଳ ଆଡକୁ ଯାଉଥିଲା ଓଟିଭି। ସେସମୟରେ କ୍ୟାମେରାରେ କ୍ୟାପଚର ହୋଇଥିଲା କିଛି ଏମିତି ଦୃଶ୍ୟ ।

  • Sunday, 04 August 2024
Kerala Tragedy
ଡାକ୍ତର ନାତିକୁ ଝୁରୁଛି ଜେଜେ ମା’

ସେଦିନ କେଡେ ଖୁସି ଥିଲା ଏ ଜେଜେମା। ନାତି ବାହାଘର ପରା, ଦେଖୁନାହାନ୍ତି କିପରି ସେ ହସି ହସି ନାତି ଓ ନାତୁଣୀ ବୋହୂ ସହ ଫଟୋ ଉଠାଇଥିଲା। ହେଲେ ଆଜି ନାଁ ତା ମୁହଁରେ ଅଛି ହସ ନାଁ ଅଛି ଖୁସି।

  • Sunday, 04 August 2024
Dragon Fruit
ଡ୍ରାଗନ ଫ୍ରୁଟ ଚାଷକରି ଚର୍ଚ୍ଚାରେ ଗାଡି ଚାଳକ

କ୍ଷେତରେ ଫଳିଛି ଲାଲ ଟହ ଟହ ସ୍ୱାଦିଷ୍ଟ ଡ୍ରାଗନ ଫ୍ରୁଟ। ଦେଖିବାକୁ ଯେମିତି ମନଲୋଭା ସ୍ୱାଦବି ସେମିତି ନିଆରା। ବଗିଚାରେ ଧାଡିକି ଧାଡି ହୋଇ ଲାଗିଛି ଏହି ବିଦେଶୀ ଫଳ। ଏହାକୁ ଚାଷ କରିଛନ୍ତି ଜଣେ ଡ୍ରାଇଭର ।

  • Sunday, 04 August 2024
Bridge Problem
ହୁସିଆର ! ପୋଲ ଦୋହଲୁଛି

ପ୍ରକୃତରେ ଏ ପୋଲ ନୁହେଁ ଏ ହେଉଛି ମୃତ୍ୟୁର ଫାଶ । ସତେ ଯେମିତି ଯମ ଏଠି ଜଗି ବସିଛି ।

  • Sunday, 04 August 2024
BJD
ମମତାଙ୍କ ପରେ ଆଉ କେତେ ଅସନ୍ତୁଷ୍ଟ ଅଛନ୍ତି ବିଜେଡିରେ

ମମତାଙ୍କ ପରେ ଆଉ କେତେ ଅସନ୍ତୁଷ୍ଟ ଅଛନ୍ତି ବିଜେଡିରେ । ଯେଉଁମାନେ କି ନେଇ ପାରନ୍ତି ଚରମ ନିଷ୍ପତ୍ତି । ସଂଗଠନ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଥିବାରୁ ସୁପ୍ରିମୋ ନବୀନ ତୁରନ୍ତ ମୟୂରଭଞ୍ଜ ଜିଲ୍ଲାର ନେତାଙ୍କୁ ଡାକି ବୈଠକ କରିଛନ୍ତି। ଗଡ ଭୁଶୁଡିଥିବା ଗଞ୍ଜାମ ନେତାଙ୍କ ସହ ବି ଆଲୋଚନା କରିଛନ୍ତି । 

  • Saturday, 03 August 2024
Dummy school
ଭୁବନେଶ୍ବରରେ ଚାଲିଛି ଡମି ସ୍କୁଲ

ରାଜଧାନୀ ଭୁବନେଶ୍ବରରେ ଚାଲିଛି ଡମି ସ୍କୁଲ । ଓଟିଭି କ୍ୟାମେରାରେ କଏଦ ହୋଇଛି ଏହାର ସତ । ମାଟ୍ରିକ ପରେ ପିଲାଙ୍କୁ ଏକାଦଶ ଓ ଦ୍ବାଦଶ ଶ୍ରେଣୀରେ ସ୍କୁଲ ନପଠାଇ କୋଚିଂ ସେଣ୍ଟରରେ ଆଡମିଶନ କରାଯାଉଛି । ଯେଉଁଠି ଚାଲୁଛି ଡମି ସ୍କୁଲ । କେବଳ ପରୀକ୍ଷା ବେଳେ ସ୍କୁଲ ମୁହଁ ଦେଖୁଛନ୍ତି ଛାତ୍ରଛାତ୍ରୀ । 

  • Saturday, 03 August 2024
Kerala Landslide
ପଥର ତଳୁ ସରୁନି ଜୀବନ ଖୋଜା

କେରଳ ୱାୟନାଡରେ ମୃତ୍ୟୁ ବର୍ଷାର ୫ ଦିନ ପରେ ବି ପଥର ତଳୁ ସରୁନି ଜୀବନ ଖୋଜା । ଦିନ ଗଡ଼ିବା ସହ ବଢ଼ି ଚାଲିଛି ମୃତ୍ୟୁସଂଖ୍ୟା । ବେସରକାରୀ ଭାବେ ମୃତ୍ୟୁସଂଖ୍ୟା ୩୫୦ ଟପିଥିବା ବେଳେ, ଶହ ଶହ ଲୋକ ଏବେବି ନିଖୋଜ ଅଛନ୍ତି । 

  • Saturday, 03 August 2024
Arpana Chaula
ଅର୍ପଣ ଚାଉଳର ସ୍ଥିତି କଣ ?

୬ ମାସ ତଳେ ଗାଁ ଗାଁ ବୁଲି ସଂଗୃହୀତ ହୋଇଥିବା ହଜାର ହଜାର କୁଇଣ୍ଟାଲ ଅର୍ପଣ ଚାଉଳର ସ୍ଥିତି କଣ ? ଜଗନ୍ନାଥଙ୍କୁ ସେଥିରେ ଭୋଗ ଲାଗୁଛି ତ ? ଏବେ ପୁଣି ଥରେ ଏ ପ୍ରଶ୍ନ ଏଥିପାଇଁ ମୁଣ୍ଡ ଟେକିଛି, କାରଣ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ସଫା ସଫା ଶୁଣାଇଛି -ପୋକ ଖିଆ ଚାଉଳରେ ଠାକୁରଙ୍କୁ ଭୋଗ ଲାଗିବନି । 

  • Saturday, 03 August 2024
Fraudster
୫୪ ରାଣୀଙ୍କୁ ଜଣେ ରାଜା

୫୪ ରାଣୀଙ୍କୁ ଜଣେ ରାଜା । ଆପଣ ଭାବୁଥିବେ ଏହା କୌଣସି ଏକ କାଳ୍ପନିକ କାହାଣୀ । କିନ୍ତୁ ଏହା ନା କାଳ୍ପନିକ ନା ପୌରାଣିକ । ଆମେ ଏବେ ଆପଣଙ୍କ ସାମ୍ନାକୁ ଏମିତି ଜଣେ ଠକ ରସିକକୁ ଆଣିବାକୁ ଯାଉଛୁ, ଯିଏ ୫ ମହିଳାଙ୍କୁ ନିଜ ପ୍ରେମ ଜାଲରେ ଫସେଇ ବିବାହ କରିଥିଲା ବେଳେ ଆହୁରି ୪୯ ଜଣଙ୍କ ଟଚରେ ଥାଇ ପୋଲିସ ହାବୁଡ଼ରେ ପଡ଼ିଛି ।  କିଏ ସେ ଠକ ରସିକ, ବିବାହ ନାରେ କିଭଳି ଥିଲା ତା ପ୍ରେମ ଚକ୍ରବ୍ୟୂହ, ଦେଖନ୍ତୁ...

  • Saturday, 03 August 2024
Corruption in Drinking Water Scheme
ପାପଡ଼ାହାଣ୍ଡିରେ ପାପ !

ପାନୀୟ ଜଳ ଯୋଗାଣ ନାଁରେ ଦୁର୍ନୀତି। ନିମ୍ନମାନର କାମ କରି ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ନବରଂଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ୍ ଡୋକ୍ରୋଗୁଡ଼ା ଗାଁରୁ ଆସିଛି ଏଭଳି ଅଭିଯୋଗ। PMAAGYରେ ୧୦ଲକ୍ଷ ବ୍ୟୟରେ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ହୋଇଛି। ହେଲେ ବାସ୍ତବ ସ୍ଥିତି ପୂରା ଓଲଟା।

  • Saturday, 03 August 2024
Apana Nuhanti Eka
ପିଲାବେଳୁ ରୋଗ ସହ ସଂଘର୍ଷ

ଦଶମ ଶ୍ରେଣୀ ପଢୁଛନ୍ତି, ହେଲେ ଫେଲ୍ ହୋଇଯାଇଛି ଦୁଇଟି କିଡନୀ ।

  • Saturday, 03 August 2024
Sarbatra Jagannath
ଶ୍ରୀଜଗନ୍ନାଥଙ୍କ ଆଦ୍ୟରୂପ ନୀଳମାଧବ

ଶ୍ରୀମନ୍ଦିର ଢାଞ୍ଚାରେ ତିଆରି କଣ୍ଟିଲୋର ପ୍ରଭୁ ନୀଳମାଧବଙ୍କ ମନ୍ଦିର। ସେ ହେଉଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ଆଦ୍ୟସ୍ୱରୂପ ।

  • Saturday, 03 August 2024
Road problem
ରାସ୍ତାରେ ଜଗିଛି ଯମ

ଭଲ ଭାବେ ଦେଖନ୍ତୁ ଏ ରାସ୍ତାର ଅବସ୍ଥା। ଏହାକୁ ରାସ୍ତା କହିବା ନାଁ ମରଣ ଯନ୍ତା। ରାସ୍ତା ସାରା ଖାଲଖମା ଭର୍ତ୍ତି, ବଡ଼ ବଡ଼ ଗାତ ସୃଷ୍ଟି ହୋଇ ସେଥିରେ ବର୍ଷାପାଣି ଜମିରହିଛି। କହିବାକୁ ଗଲେ ଏଠି ପାଦେ ପାଦେରେ ରହିଛି ବିପଦ।

  • Saturday, 03 August 2024
Lalita Madhab Temple
ମନ୍ଦିର ତୋଳିବାକୁ ମତେ ସ୍ବପ୍ନ ହୋଇଥିଲା

ଇଏ ଦେବରାଜ ଜେନା। ଦିନେ ଏଇ ଗାଁରେ ଶିକ୍ଷକତା କରୁଥିଲେ। କିନ୍ତୁ ଆପଣ ୟାଙ୍କୁ ଆଉଜଣେ ବିଶ୍ବାବସୁ କହିପାରନ୍ତି। ଯାହାଙ୍କୁ ଦିନେ ସ୍ବପ୍ନାଦେଶ ହୋଇଥିଲା ଏମନ୍ଦିରର ନିରେମାଣ କରିବାକୁ ।

  • Saturday, 03 August 2024