ରେଳ ପ୍ରକଳ୍ପକୁ ନେଇ ବିଜେଡିରେ ଫାଟ। ସାଂସଦ ସୁଜିତ୍ କୁମାର ଏଥିପାଇଁ କେନ୍ଦ୍ର ସରକାର ଓ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଦେଇଥିବା ବେଳେ ଅନ୍ୟଜଣେ ସାଂସଦ ମାନସ ମଙ୍ଗରାଜ କିନ୍ତୁ ପ୍ରକଳ୍ପ ସବୁକୁ ପୁରୁଣା କହି ସମାଲୋଚନା କରିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଘନେଇଛି।
ଭୁବନେଶ୍ୱରରୁ ୨୦ରୁ ୨୫ କିଲୋମିଟର ଦୂର, ଖୋର୍ଦ୍ଧା, ପିପିଲି ଓ କଟକ ଯିବାକୁ ବି ହେଲିକପ୍ଟର ବ୍ୟବହାର କରୁଥିଲେ ପାଣ୍ଡିଆନ। ଆଉ ଏଥିପାଇଁ ରାଜକୋଷରୁ ଖର୍ଚ୍ଚ ହେଉଥିଲା ପାଣି ଭଳି ଟଙ୍କା। ବଡ଼ କଥା ହେଲା ଏ ବାବଦରେ କେତେ ଖର୍ଚ୍ଚ ହୋଇଛି ସେ ହିସାବ ବି ସରକାରୀ ଖାତାରେ ନାହିଁ। ତେଣୁ ଏହାର ତଦନ୍ତ ପାଇଁ ପରିବହନ ମନ୍ତ୍ରୀଙ୍କ ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।
ପ୍ରାୟ ଦୁଇ ସପ୍ତାହ ବିତିଲାଣି, ହେଲେ ରାଜ୍ୟରୁ ସଂପୂର୍ଣ୍ଣ ଦୂର ହେଉନି ଆଳୁ ସଙ୍କଟ। ଉତ୍ତର ପ୍ରଦେଶରୁ ପର୍ଯ୍ୟାପ୍ତ ପରିମାଣରେ ଆସିପାରୁନି କି ପଶ୍ଚିମବଙ୍ଗରୁ ଆମଦାନୀ ସ୍ବାଭାବିକ ହୋଇନି। ଏପରି ସ୍ଥିତିରେ ବେଙ୍ଗଲରୁ ଲୁଚାଛପାରେ ଆସୁଥିବା ଆଳୁଗାଡ଼ି ଉପରେ ତୀକ୍ଷ୍ଣ ନଜର ରଖିବାକୁ ଗଳାବାଟରେ ସିସିଟିଭି ଲଗାଇଛନ୍ତି ସେଠାକାର ସରକାର। ଏପଟେ ଆଳୁ ସଙ୍କଟ ଦୂର ପାଇଁ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ରତ୍ନଭଣ୍ଡାର ଖୋଲାଯାଇ ଦୁଇଟି ପର୍ଯ୍ୟାୟରେ ଅଳଙ୍କାର ସ୍ଥାନାନ୍ତରଣକୁ କିଛିଦିନ ପରେ ମାସେ ପୂରିଯିବ। ହେଲେ ଏଯାଏଁ ଆଗେଇ ପାରିନି ଭଣ୍ଡାର ଗୃହ ମରାମତି କି ଅଳଙ୍କାର ଗଣତି ପ୍ରକ୍ରିୟା। କାରଣ ଏଥିରେ ବାଧକ ସାଜିଛି, ଗୁପ୍ତ କୋଠରୀ ଓ ସୁଡ଼ଙ୍ଗ ଥିବା ଚର୍ଚ୍ଚା। ଯଦିଓ ଏହା ଜାଣିବାକୁ ଭିତର ଭଣ୍ଡାର ଲେଜର ସ୍କାନିଂ ପାଇଁ ଅଳଙ୍କାର ତଦାରଖ କମିଟି ସରକାରଙ୍କୁ ପ୍ରସ୍ତାବ ଦେଇଛି। ହେଲେ ସେନେଇ ନିଷ୍ପତ୍ତିରେ ବିଳମ୍ବକୁ ନେଇ ବିଭିନ୍ନ ମହଲରେ ଉଠିଛି ପ୍ରଶ୍ନ।
ମା’ ଦେବୀ ବାଉରୀଙ୍କ କୃପା ଥିଲା ରାଜବଂଶ ଉପରେ । ସେଥିପାଇଁ ବହୁ ବର୍ଷ ଧରି ନୟାଗଡ଼ରେ ରାଜବଂଶ ରାଜୁତି କରୁଥିଲେ । ଜାଣନ୍ତୁ ସେହି ସମୟର ପୂରା କାହାଣୀ...
ମାସ କେଉଟା ଯାଇନି ପୋଖରୀ ଚାରିପଟୁ ମାଟି ଧସିଲାଣି । ଧ୍ୱସ୍ତବିଧ୍ୱସ୍ତ ହୋଇପଡ଼ିଛି । ଯାହାକିଛି ସୌନ୍ଦର୍ଯ୍ୟକରଣ ହୋଇଥିଲା ତାହା ସବୁ ଭାଙ୍ଗିରୁଜି ଚୁରମାର ହୋଇଯାଇଛି ।
ଏ ହେଉଛି କୋରାପୁଟର ୨୬ ନଂ ଜାତୀୟ ରାଜପଥର ଦୃଶ୍ୟ । ଗତ ଦୁଇ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ଏହି ରାସ୍ତା ସମସ୍ତଙ୍କ ପାଇଁ କାଳ ସାଜିଛି । ଖାଲଖମାରେ ଭର୍ତ୍ତି ଯୋଗୁ ସାଧାରଣ ଲୋକେ ଯାତାୟାତରେ ନାହିଁ ନଥିବାର ହଇରାଣ ହେଉଛନ୍ତି ।
ପିଲାଙ୍କୁ ପାଠ ପଢ଼ାନ୍ତି... ପିଲାଙ୍କ ସହ ଖେଳନ୍ତି... ଆଉ ଏ ଛୋଟଛୋଟ ଛୁଆମାନଙ୍କର ଏମିତି ଯତ୍ନ ନିଅନ୍ତି ଦିଦି ଲିଲି ପୁଷ୍ପିକା ଏକ୍କା । ସବୁକିଛି ସରିବା ପରେ ସ୍କୁଲ ହତାରେ ଗଛମାନଙ୍କ ସହ କିଛି ସମୟ ବିତାନ୍ତି । ଏମିତି କଟେ ଅଙ୍ଗନବାଡି ଦିଦି ଲିଲି ପୁଷ୍ପିକାଙ୍କ ସବୁଦିନଆ ସକାଳ । ଆଉ ତାଙ୍କର ଏହି ସ୍ୱତନ୍ତ୍ର ଜୀବନ ଶୈଳୀ ତାଙ୍କୁ ଆଜି ଏକ ନୂଆ ପରିଚୟ ଦେବାକୁ ଯାଉଛି । କାରଣ ସ୍ୱାଧୀନତା ଦିବସରେ ଦିଲ୍ଲୀ ଯିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କ ପାଖକୁ ଚିଠି ଆସିଛି ।
ଯାତ୍ରା ମଞ୍ଚରେ ମା’କୁ ପୁଅ ମାଡ଼ ମାରୁଥିବାର ଏ ଦୃଶ୍ୟ କେବଳ ଅଭିନୟ ସିନା, କିନ୍ତୁ ଏ ହେଉଛି ବାସ୍ତବ ଦୁନିଆର ଚିତ୍ର । ଅବିକଳ ସେଇ ଦୃଶ୍ୟ... ତାହାଥିଲା ମିଛ, ହେଲେ ଏ କିନ୍ତୁ ସତ ।
ଅନାସ୍ଥା ପଲିଟିକ୍ସ ନେଇ ସରଗରମ ରାଜ୍ୟ ରାଜନୀତି। ସିଟ୍ ହରାଇବା ଭୟ ଘାରିଲାଣି ବିଜେଡିକୁ। ନିଜ ଗଡ଼ ବଞ୍ଚାଇବା ପାଇଁ ପୌର ପ୍ରତିନିଧିଙ୍କୁ ନେଇ ବୈଠକ କରିଛି ଦଳ।
ବାଂଲାଦେଶରେ ଲାଗି ରହିଥିବା ହିଂସା ଓ ଅସ୍ଥିରତା ପରେ ଦେଶ ତଥା ରାଜ୍ୟକୁ ବଢୁଛି ଅନୁପ୍ରବେଶ ଚିନ୍ତା । ବିଶେଷକରି ପଶ୍ଚିମବଙ୍ଗ ସୀମା ଦେଇ ପଡ଼ୋଶୀ ଦେଶର ବହୁ ନାଗରିକ ଭାରତ ଆସିବାକୁ ଉଦ୍ୟମ କରୁଥିବାରୁ ସୀମାରେ ଶକ୍ତ ତାରବାଡ଼ ସଙ୍ଗକୁ ସଜାଗ ସୀମା ସୁରକ୍ଷା ବାହିନୀ।
ତତ୍କାଳୀନ 5T ସଚିବ ଭି.କେ. ପାଣ୍ଡିଆନଙ୍କ ହେଲିକପଟରରେ ଉଡିବା ପାଇଁ ନା କେବଳ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି, ବରଂ ହେଲପ୍ୟାଡ୍, ବ୍ୟାରିକେଡ୍ ଓ ସଭାସ୍ଥଳ ନିର୍ମାଣରେ ବି ରାଜକୋଷରୁ ଖର୍ଚ୍ଚ ହୋଇଛି ପାଣି ଭଳି ଟଙ୍କା।
ତିନି ସପ୍ତାହ ପରେ ଆଳୁ ଦରବୃଦ୍ଧିରୁ ମିଳିଛି ସାମାନ୍ୟ ଆଶ୍ବସ୍ତି। ୪୦ ଟଙ୍କା ତଳକୁ ଖସିଛି ଦର। କାରଣ ରାଜ୍ୟର ବିଭିନ୍ନ ଆଳୁ ଗୋଦାମରେ ପହଞ୍ଚିଛି ୩୦୦ ଟ୍ରକ୍ ଆଳୁ।
କଟକ ତ୍ରିଶୁଳିଆ ବ୍ରିଜ୍ ଉପରୁ କାଠଯୋଡ଼ି ନଈକୁ ଡେଇଁବା ଘଟଣାରେ ଟୁଇଷ୍ଟ। ରାତିରେ ଭରାନଈକୁ ଡେଇଁଥିଲେ, ରାତି ପାହିଲାବେଳକୁ ପୁରୀ ଘାଟ ଥାନାରେ ହାଜର ହୋଇଗଲେ।
ପ୍ରେସରରେ ପୁଳାଏ ଝରି ପୋକ... ଏପଟେ ମହିଳାମାନେ ମଶାରୀ ଟାଙ୍ଗି ହୁଙ୍କା ପାଖରୁଅହୁରି ଝରି ପୋକ ସଂଗ୍ରହ କରୁଛନ୍ତି । ମଶାରୀ ଭିତରେ ଗୋଟିଏ ଗ୍ଲାସ ଦ୍ୱାରା ଝରୀପୋକୁ ଧରାଯାଉଛି । ଆଉ ସେ ସବୁ ଝରିପୋକକୁ ଧରାଯିବା ପରେ ସଫା କରାଯିବ ।
କିଏ ଶୁଣିବ ବିସ୍ଥାପିତଙ୍କ ଦୁଃଖ । କଟକ ନରସିଂହପୁର ବ୍ଲକ ଓଲବ ପଞ୍ଚାୟତରେ ବଢ଼ିଚାଲିଛି ବିସ୍ଥାପିତଙ୍କର ଦୁଃଖ ।
ଚିତ୍ରରେ ଚିତ୍ରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ । ଏ ଚିତ୍ରଗୁଡ଼ିକ ଯେମିତି ଏ ଝିଅଟିର ହାତରେ ଜୀବନ୍ତ ହୋଇଉଠିଛି । କଳାକଳା ଚକାଡ଼ୋଳା ସାଙ୍ଗକୁ ମହାପ୍ରଭୁଙ୍କ ଚାରିପଟେ ଲାଗିଥିବା ଏ କୁନିକୁନି କାଚଖଣ୍ଡ ଗୁଡ଼ିକ ଆଖିକୁ ଦେଖିବାକୁ ଯେତିକି ସୁନ୍ଦର ସେତିକି ମନଲୋଭା ମଧ୍ୟ ।
କେନ୍ଦୁଝରରେ ଶୂନ ହୋଇଯିବ କି ବିଜେଡି ? ସଦର ଓ ବାଂଶପାଳର ବିଜେଡି ନେତା ଓ କର୍ମୀ ବିଜେପି ମୁହାଁ । ବିଜେଡି ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟ ଭେଟିଲେ ମୁଖ୍ୟମନ୍ତ୍ରୀଙ୍କୁ ।
ତଳମୁଣ୍ଡରେ ଲଗାଣ ବର୍ଷା ଆଉ ଉପରମୁଣ୍ଡରେ ହୀରାକୁଦର ୧୪ଟି ଗେଟ୍ ଖୋଲିବା ପରେ ଫୁଲିଛି ମହାନଦୀ ଓ ଏହାର ଶାଖା ନଦୀ।
ଯାଜପୁରରେ ରାଜ୍ୟସଭା ସାଂସଦ ପାଣ୍ଠି ବର୍ଷା। ୪ ବର୍ଷରେ ଏଇ ଗୋଟିଏ ଜିଲ୍ଲାକୁ ପ୍ରାୟ ୧୫ କୋଟି ଟଙ୍କାର ପାଣ୍ଠି ଅଜାଡ଼ି ଦେଇଛନ୍ତି ୧୧ ସାଂସଦ।
ଘିରି ଘିରେ ହୋଇ ହେଲିକପଟରରେ ଘୁରୂଥିଲେ, ହେଲେ ଖର୍ଚ୍ଚର ହିସାବ ନାହିଁ ତାହାଲେ କାହା ଟଙ୍କାରେ ହେଲିକପଟରରେ ଉଡୁଥିଲେ ଭି.କେ. ପାଣ୍ଡିଆନ୍ ? ପାଣ୍ଡିଆନ୍ଙ୍କ ହେଲିକପଟର ଉଡ଼ାରେ ପାଣି ଭଳି ଖର୍ଚ୍ଚ ହୋଇଛି କେତେ ଟଙ୍କା ?
ଆଳୁକୁ ନେଇ ଅଶାନ୍ତି । ଆଳୁ ପାଇଁ ହଲ୍ଲାବୋଲ୍ । ଭାଙ୍ଗି ଆସିଲାଣି ସାଧାରଣ ଜନତାଙ୍କ ଧୈର୍ଯ୍ୟ । ଆଉ ଚଳିବନି ଆଳୁ ରାଜନୀତି । ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ସ୍ବର ଉତ୍ତୋଳନ ସହ ପୋଷ୍ଟର ପୋଡ଼ି ଜାତୀୟ ରାଜପଥ ଅବରୋଧ କଲେ ।
ମହାବଳୀପୁରମରେ ରହିଛି ପଞ୍ଚରଥ । ଏ ପଞ୍ଚରଥ ପଞ୍ଚୁ ପାଣ୍ଡବଙ୍କୁ ବୁଝାଇଥାଏ । ଏହି ଐତିହ୍ୟସ୍ଥଳୀର ବିଭିନ୍ନ ପ୍ରସ୍ତର କାରୁକାର୍ଯ୍ୟ ପଲ୍ଲବ ରାଜବଂଶଙ୍କ ଦ୍ୱାରା ନିର୍ମିତ। ପଲ୍ଲବ ଶାସନ ସମୟରେ ଚାଇନା ସହ ଏହି ଅଞ୍ଚଳର ବାଣିଜ୍ୟିକ ସମ୍ପର୍କ ରହିଥିବା କଥିତ ଅଛି।
ଏ ହେଉଛନ୍ତି ଜଣେ ଗୋଲ୍ଡ ମେଡାଲିଷ୍ଟ । ସ୍ୱର୍ଣ୍ଣ ପଦକ ବିଜେତା । ହେଲେ ରୁମରେ ଶୋଇବାକୁ ଶାନ୍ତି ଲାଗୁନି ବୋଲି ସେ ପାର୍କରେ ଶୋଇଛନ୍ତି । ଆପଣ ଭାବୁଥିବେ ଖେଳରେ ଥକିବା କାରଣରୁ ସେ ନିଶ୍ଚୟ ଏଠାରେ ଶୋଇପଡ଼ିଛନ୍ତି । ପ୍ୟାରିସରେ ପ୍ରବଳ ଗରମ ହେବା ଯୋଗୁ ଟିକ, ଶାନ୍ତି ପାଇବାର ବାଟ । ପାର୍କ ଭିତରେ ଗଛର ଛାଇ ତଳେ ନିଜର ଥକାପଣ ମେଣ୍ଟାଉଛନ୍ତି ଖେଳାଳି ଜଣକ । କାରଣ ପ୍ୟାରିସରେ ଅସହ୍ୟ ଗରମ ଅନୁଭୂତ ହେଉଛି ।
ମୁଣ୍ଡ ଉପରେ ଓଭବ୍ରିଜ୍.... ଆଉ ମୁଣ୍ଡ ଗୁଞ୍ଜିବାକୁ ଏଇ ଜରିପାଲ ହିଁ ଭରସା । କାଳକ ସରିଗଲାଣି.... ଆଉ ଯାହା ବେଳକ ବାକି ରହିଛି ଏହି ବୃଦ୍ଧ ବୃଦ୍ଧାଙ୍କର । ଜୀବନର ୭୦ ବର୍ଷ ବିତିଯାଇଥିଲେ ବି ତଥାପି ଏମାନଙ୍କର ମୁଣ୍ଡ ଉପରେ ନାହିଁ ଖଣ୍ଡେ ଛାତ କି ମିଳୁନି ସରକାରୀ ସୁବିଧା । ବାସ୍ ଖାଲି ଅଛିତ କେବଳ ଅଭାବ ଆଉ ଅଭାବ ।