ଯାହାଙ୍କ ରତ୍ନଭଣ୍ଡାରରେ ଅଛି ମହଣ ମହଣ ସୁନା। ହେଲେ କେବେ ଭଙ୍ଗା ତ କେବେ ପୁରୁଣା ଅଳଙ୍କାର ପିନ୍ଧୁଛନ୍ତି ବ୍ରହ୍ମାଣ୍ଡ ଠାକୁର। ସୁନାବେଶ ହେଉ କି ଦୈନନ୍ଦିନ ନୀତିକାନ୍ତି, ସବୁଥିରେ ଠାକୁରଙ୍କୁ ଲାଗି ହେଉଛି ନିର୍ଦ୍ଧିଷ୍ଟ ଗୋଟିଏ ସେଟର ଅଳଙ୍କାର । ଯାହାକୁ ନେଇ ପ୍ରକାଶ ପାଇଛି ଉଦବେଗ ।
ଚାଷୀ ବିକୁଛି କମରେ, ଖାଉଟି କିଣୁଛି ଦୁଇରୁ ତିନି ଗୁଣା ଅଧିକ ଦରରେ । ଚାଷୀ ଖଟି ଖଟି ପାରିଶ୍ରମିକ ପାଉନି, ଖାଉଟି ଦର ଦେଖି କିଣିବାକୁ ଡରୁଛି। ରାଜ୍ୟବ୍ୟାପୀ ବିଭିନ୍ନ ବଜାରରେ ପରିବାର ଦର ଥମୁ ନଥିବା ବେଳେ କ୍ଷେତରୁ କିଣା ଓ ଦୋକାନୀର ବିକ୍ରି ଦର ଭିତରେ ଆକାଶ ପାତାଳ ପ୍ରଭେଦ।
ବିପଦ ସଂକୁଳ କୋଠାତଳେ କାର୍ଯ୍ୟକରୁଛନ୍ତି ଅବକାରୀ ଥାନାରେ କର୍ମଚାରୀ। କେଉଁ ମୁହୂର୍ତ୍ତରେ ଭୁଶୁଡି ପଡିବ କିଏ କହିବ? ଅସରାଏ ବର୍ଷା ହେଲେ ଥାନାରେ ପାଣି ପଶିବା ସହିତ ମୂଲ୍ୟବାନ କାଗଜପତ୍ର ନଷ୍ଟ ହେଉଛି। ହେଲେ ଏନେଇ ବାରମ୍ବାର ଉଦଳା ପୂର୍ତ୍ତ ବିଭାଗକୁ ଜଣାଇବା ପରେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ବିଭାଗ। ଦେଖନ୍ତୁ କେମିତି ଅବକାରୀ ଥାନା ପାଲିଟିଛି ଭୂତ କୋଠି...
କଥାରେ ଅଛି ରଖେ ହରି ତ ମାରେ କିଏ। ୫ ଦିନ ପରେ ମଝି ସମୁଦ୍ରରୁ ଉଦ୍ଧାର ହେଲେ ମତ୍ସ୍ୟଜୀବୀ। ବଞ୍ଚିବାର ଆଶା ଟିକକ ଲାଗି ସେ ନୂଆ ଜୀବନ ପାଇଛନ୍ତି। ଏଭଳି ଘଟଣା ସାମ୍ନାକୁ ଆସିଛି ପଶ୍ଚିମବଙ୍ଗ ହଳଦିଆଅଞ୍ଚଳରୁ। ଟ୍ରଲର ଲେଉଟିବାର ୫ ଦିନ ପରେ ଜଣେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରୁ ଜୀବନ୍ତ ଉଦ୍ଧାର କରାଯାଇଛି। ବାଂଲାଦେଶର ଏକ ଜାହାଜ MV-ଜୱାଦେର ସଂପୃକ୍ତ ମତ୍ସ୍ୟଜୀବୀଙ୍କୁଉଦ୍ଧାର କରିଛି। ଆଉ ଇଏ ସେହି ଉଦ୍ଧାର ସମୟର ଦୃଶ୍ୟ। ସମୁଦ୍ରରେ ଭାସୁଥିବା ବେଳେ ତାଙ୍କୁଲାଇଫ୍ ଜ୍ୟାକେଟ ପିନ୍ଧାଇ ଏକ କ୍ରେନ୍ ସାହାଯ୍ୟରେ ଉଦ୍ଧାର କରାଯାଇଛି।
ମୟୂରଭଞ୍ଜ ଶିମିଳିପାଳର ନାଲି କାଇ ଚଟଣୀକୁ ମିଳିଛି ଜିଆଇ ଟ୍ୟାଗ । ପରେ ବ୍ୟବସାୟୀ କରଣ ପାଇଁ ଦାବି କରାଯାଉଥିଲା । ନୂଆ ସରକାର ଆସିବା ପରେ ଏହାର ପ୍ରଚାର ପ୍ରସାର ସହିତ ବ୍ୟବସାୟୀ କରଣ କରାଯିବ ସେନେଇ ବାଟ ଫିଟିବାକୁ ଯାଉଛି...
ଇଏ IPS ଅନୀଲ କୁମାର ରାଏ। ନା ସେ ୟୁପିଏସସି ପରୀକ୍ଷା ଦେଇଛନ୍ତି ନା ସେ ଆଇପିଏସ୍ ପାଇଛନ୍ତି। କିନ୍ତୁ ତଥାପି ସେ ଆଇପିଏସ୍ ଅଫିସର୍। ପିଲା ଦିନେ ପାଠପଢ଼ାରେ ଟିକିଏ ବି ମନ ନଥିଲା। ଫିଲ୍ମ ହଲ୍ରେ ଦିନ କଟୁଥିଲା। ଦଶମ ପରୀକ୍ଷାରେ ଥାର୍ଡ ଡିଭିଜନ୍ ପାଇଥିଲେ। ହେଲେ ପରବର୍ତ୍ତୀ ସମୟରେ ସିଏ କେମିତି ହେଲେ ଆଇପିଏସ୍ ଯିଏ ଶୁଣୁଛି ସିଏ ଆଶ୍ଚର୍ଯ୍ୟ ହେଉଛି। ଆସନ୍ତୁ ଜାଣିବା ଅବସର ପ୍ରାପ୍ତ ଆଇପିଏସ୍ ଅଫିସର ଅନିଲ ରାଏଙ୍କ ସଙ୍ଘର୍ଷ ଓ ସଫଳତାର କାହାଣୀ।
ଗୋ ସେବା ସତେ ଯେପରି ଏ ଜନ୍ମର ବ୍ରତ । ନା ଅଛି ଗାଈ ଗୋରୁ ନା ଅଛି ଗୁହାଳ। ତଥାପି ଗାଈ ଗୋରୁ ଦେଖିଲେ ହୃଦୟରୁ ବାହାରି ଆସେ ଆହୁତକ ପ୍ରେମ। ଯଦି ଖଣ୍ଡିଆ ଖାବରା ଗୋରୁ ଗାଈ ଦେଖନ୍ତି ତେବେ ବିଚଳିତ ହୋଇପଡନ୍ତି ଏହି ତିନି ଯୁବକ ସ୍ମୃତିରଞ୍ଜନ, ରବି ଓ ସୁରିନାରୟଣ। ଆଧୁନିକ ଯୁଗରେ ଲୋକମାନେ ଗୋ ସେବା ପାଶୋରି ଗଲେଣି। ପାଶ୍ଚାତ୍ ସଭ୍ୟତାକୁ ଅନୁସରଣ କରି କୁକୁର ଓ ବିଲେଇ ପୋଷୁଛନ୍ତି,ସମାଜରେ ଗୋଟିଏ ସଭ୍ୟ ମଣିଷ ରୂପେ ନିଜକୁ ପ୍ରତିପାଦନ କରିବାରେ ପଛ ଘୁଞ୍ଚା ଦେଉନାହାଁନ୍ତି କିନ୍ତୁ ଗାଈ ଗୋରୁ ଠାରୁ ନିଜକୁ ଦୂରେଇ ରଖନ୍ତି ଏ ସ୍ୱାର୍ଥପର ମଣିଷ ମାନେ...
ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ ଲାଗି ପ୍ରାୟ ୧୫ ଲକ୍ଷ ଭକ୍ତଙ୍କ ସମାଗମ ହେବା ଆଶା କରା ଯାଉଥିବାରୁ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା ଉପରେ ଫୋକସ୍ କରିଛି ପୋଲିସ୍ ପ୍ରଶାସନ ।
ବିଜେଡି ସରକାରରେ ପାଣ୍ଡିଆନଙ୍କ ଖାସ୍ ହୋଇ ଧରାକୁ ସରା ମଣିଥିବା ଏହି ଅଧିକାରୀମାନଙ୍କୁ ନେଇ ଏବେ ପାୱାର କରିଡରରେ ଚର୍ଚ୍ଚା।
ମନ୍ତ୍ରୀଙ୍କୁ ଫେରାଦ୍ ହେଲେ, ମେୟରଙ୍କ ଉପରେ ଅସନ୍ତୋଷ ଝାଡ଼ିଲେ । ଲୋକଙ୍କ ରୋଷର ଶିକାର ହୋଇ ହଟହଟା ହେଲେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ।
ନିର୍ବାଚନ ପୂର୍ବରୁ ପୀତାମ୍ବର ଦଳ ପାଇଁ ଅନେକ ପ୍ରସଙ୍ଗରେ ଆଇନଗତ ଲଢେଇ ଲଢି ବଳ ଯୋଗାଇଛନ୍ତି।
ଆଜି ରତ୍ନଭଣ୍ଡାର ସଂପର୍କିତ ଜରୁରୀ ବୈଠକ ପରେ ସୂଚନା ଦେଇଛନ୍ତି ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ।
ଜୁଲାଇରେ ଯେତିକି ରହିବା କଥା ତାଠୁ ଅଧିକ ରହିଛି ପରିବା ଓ ଗ୍ରୋସରୀ ଦର । ଦରଦାମ କେମିତି ନିୟନ୍ତ୍ରଣକୁ ଆସିବ, ମାର୍କେଟ୍ ବୁଲି ସ୍ଥିତି ପରଖିବା ପରେ ଆଜି ରିଟେଲର ଏବଂ ହୋଲସେଲରଙ୍କ ସହ ବୈଠକ କରି କାରଣ ଖୋଜିଛନ୍ତି ମନ୍ତ୍ରୀ । ତେଣୁ ପ୍ରତି ଜିଲ୍ଲାରେ ପରିବା ମଣ୍ଡି କରିବା ସହ ଦୋକାନ ଆଗରେ ରେଟ୍ ଚାର୍ଟ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।
ଗୁଣ୍ଡିଚା ବେଳର ତ୍ରୁଟିକୁ ବାହୁଡ଼ାରେ ସୁଧାରିଲେ । ଏବର୍ଷ ଶ୍ରୀଜିଉଙ୍କ ଗୁଣ୍ଡିଚା ଯାତ୍ରା ବେଳେ ଏକାଧିକ ବିଶୃଙ୍ଖଳାକୁ ପଦାରେ ପକାଇଥିଲା । ହେଲେ ବାହୁଡ଼ାରେ କିନ୍ତୁ, ସେ ବିଲକ୍ଷଣ ଓ ବିଶୃଙ୍ଖଳାକୁ ଯେମିତି ଆଦୌ ପ୍ରଶ୍ରୟ ଦେଇନି ଶ୍ରୀମନ୍ଦିର ପ୍ରଶାସନ।
ଶ୍ରୀମନ୍ଦିର ରତ୍ନଭଣ୍ଡାର ନୁହେଁ ତ, ସତେ କି ଖୋଲୁଛି ରହସ୍ୟ ପେଡ଼ି । ପ୍ରାୟ ୫ ଦଶନ୍ଧି ପରେ ଗତକାଲି ଭିତର ଭଣ୍ଡାର ଖୋଲାଯାଇଥିଲେ ବି, ବିବାଦ ଥମୁନି । ପଡ଼ିଥିବା ୩ଟି ତାଲାରୁ ଗୋଟିଏ ବି ତଥାକଥିତ ଡୁପ୍ଲିକେଟ୍ ଚାବିରେ ନଖୋଲିବା ଏବଂ ଦୁଇଟି ତାଲାରେ ଜଉମୁଦ ନଥିବାରୁ ଉଠୁଛି ଅନେକ ପ୍ରଶ୍ନ।
ଜନ୍ମବେଦିରେ ଲୀଳାଖେଳା ସାରି ବାହୁଡ଼ିଛନ୍ତି ଶ୍ରୀଜିଉ । ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ସିଂହଦ୍ୱାର ପାଖାପାଖି ପହଞ୍ଚି ସାରିଥିଲା ବେଳେ ପଛେ ପଛେ ଆସୁଛନ୍ତି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ କାଳିଆ ସାଆଁନ୍ତଙ୍କ ନନ୍ଦିଘୋଷ । ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ପାଇଁ ପୁରୀରେ ବିପୁଳ ଭକ୍ତଙ୍କର ସମାଗମ ।
ବିଜେଡି ସରକାରରେ କେବଳ ଆଇଏଏସ୍ କିମ୍ବା ଓଏଏସ ଅଧିକାରୀ ଗାଦି ମାଡ଼ି ବସିଥିଲେ ତାହା ନୁହଁ । ବହୁ ବଡବଡିଆ ଇଞ୍ଜିନିୟର ମଧ୍ୟ ନିର୍ଦ୍ଦିଷ୍ଟ ଅଫିସରେ ଗେହ୍ଲା ପୁଅ ସାଜି କାମ କରୁଛନ୍ତି । ଅଧିକାଂଶ ଅଫିସର ଅବସର ନେଲା ପରେ ପୁନଃନିଯୁକ୍ତି ପାଇଥିବା ବେଳେ ଆଉ କେତେକ ତ ଏକାଧିକ ପଦବୀରେ ରହିଛନ୍ତି ।
ସାଇବର ଫ୍ରଡର ନୂଆ ତରିକା ଡିଜିଟାଲ ଆରେଷ୍ଟ ଫାଶରେ ପଡ଼ିଲାଣି କି ଓଡ଼ିଶା ? ନିକଟରେ କିଛି ଉଚ୍ଚ ପଦସ୍ତ ଅଧିକାରୀ ସାଇବର ଅପରାଧୀଙ୍କ ଜାଲରେ ଫସି ମୋଟା ଅଙ୍କରେ ଲୁଟର ଶିକାର ଅଭିଯୋଗ ପରେ ଏ ଘଟଣା ସାମ୍ନାକୁ ଆସିଛି । ଗତକାଲି କ୍ରାଇମବ୍ରାଞ୍ଚର ସାଇବର ସେଲ୍ ଦିଲ୍ଲୀରୁ ୨ ନାଇଜେରୀୟଙ୍କୁ ଗିରଫ କରି ଓଡ଼ିଶା ଆଣିବା ପରେ ଆମ ରାଜ୍ୟରେ ବି ଡିଜିଟାଲ ଆରେଷ୍ଟ ତରିକାର ନେଟୱାର୍କ ବଢୁଥିବା ନେଇ ଚର୍ଚ୍ଚା ହେଉଛି ।
ଖୋଲିବ କି ରାଜରାଜେଶ୍ବରଙ୍କ ରତ୍ନଭଣ୍ଡାରର ଅଭେଦ୍ୟ ରହସ୍ୟ ? ୫ ଦଶନ୍ଧି ପରେ ଉଦ୍ଧାର ହେବ କି ମଉଡ଼ମଣିଙ୍କ ମହଣ ମହଣ ଅଳଙ୍କାର ? ଭିତର ଭଣ୍ଡାରରେ ଥିବ କି ସୁନା-ରୂପା, ହୀରା-ନୀଳା, ମୋତି-ମାଣିକ୍ୟ ଭରା ସିନ୍ଦୁକ ?
ବିଜେପି ସରକାର ଗଠନ ପରେ ପରେ ବିଭିନ୍ନ ବୋର୍ଡ ଆଉ ନିଗମ ପାଇଁ ଆରମ୍ଭ ହୋଇଗଲାଣି ଲବି। ଦଳ ବି କାହାକୁ ପୁରସ୍କୃତ କରିବ ତାକୁ ନେଇ ବି ଅଙ୍କ କଷୁଛନ୍ତି ରାଜ୍ୟ ନେତୃତ୍ୱ ।
କେମିତି ଅଛି ରତ୍ନଭଣ୍ଡାର ? କେଉଁ ଅବସ୍ଥାରେ ଅଛି ଭିତର ଓ ବାହାର ଭଣ୍ଡାର ଘର ସ୍ଥିତି ? କେବେଠୁ ହେବ ମରାମତି ?
୪୬ ବର୍ଷ ପରେ ଖୋଲିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର । ତାଲା ଭାଙ୍ଗି ଭିତରଭଣ୍ଡାରକୁ ପଶିଲେ ହାଇଲେବଲ୍ କମିଟି । ଷ୍ଟ୍ରଙ୍ଗରୁମକୁ ବାହାର ଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତର । ରଥଯାତ୍ରା ପରେ ହେବ ଭିତର ଭଣ୍ଡାର ଅଳଙ୍କାର ସିଫ୍ଟିଂ ।
୪୬ ବର୍ଷ ପରେ ଖୋଲିଲା ରତ୍ନଭଣ୍ଡାର । ରତ୍ନଭଣ୍ଡାରରୁ ବାହାରିବା ପରେ ମୁଖ୍ୟ ପ୍ରଶାସକଙ୍କ ୧୦ଟି ବଡ଼ କଥା...
'ଭୟ ତ ଅଛି...ଭୟ ରହିବା ନିହାତି ଦରକାର। ନହେଲେ ଓଭର କନଫିଡେନ୍ସ ଆଉ ଓଭର କନଫି଼ଡେନ୍ସରୁ ଆକ୍ସିଡେଣ୍ଟ ହୋଇଥାଏ। ତେଣୁ ଆମେ ସାବଧାନତା ଅବଲମ୍ୱନ କରିବୁ। ସାପ ଧରିଲେ ବାହାରେ ଟିମ୍ କୁ ଆଣିକି ଦବୁ'
ଟଳିଗଲା ବଡ଼ ଅଘଟଣ । କଟକ ପୁରୀଘାଟ ଥାନା ନିକଟ ତ୍ରିଶା ହସ୍ପିଟାଲରେ ନିଆଁ ଆଉ ଧୂଆଁରୁ ବର୍ତ୍ତିଗଲା ଅନେକଙ୍କ ଜୀବନ ।