ରୁଟିନ୍ ତିଆରି କରି ଲୋକଙ୍କ ସହ ଯୋଡି ହୁଅ । ସୋସିଆଲ ମିଡ଼ିଆରେ ଅଧିକରୁ ଅଧିକ କ୍ରିୟାଶୀଳ ହୁଅ । ଏବେଠୁ ଆଗାମୀ ନିର୍ବାଚନ ଜିତିବାର ଗୁରୁମନ୍ତ୍ର ଦେଇ ଦଳର ବିଧାୟକ ଓ ସାଂସଦଙ୍କୁ ଏଭଳି ବଡ଼ ଟାସ୍କ ଦେଇଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ଦିନିକିଆ ଗସ୍ତରେ ଆଜି ରାଜ୍ୟ କାର୍ଯ୍ୟାଳୟରେ ବୈଠକ ସହ ଭୁବନେଶ୍ୱରରେ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇ ୫ ଶହରୁ ଅଧିକ ବୁଦ୍ଧିଜୀବୀ ଏବଂ ଛାତ୍ରଛାତ୍ରୀଙ୍କୁ ଦଳର ସଦସ୍ୟ ବି କରାଇଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ।
Published By: Satyendu Shekher Mishra
Last updated: 26 September 2024, 09:30 PM IST
ନାରୀଙ୍କୁ ନ୍ୟାୟ ପାଇଁ କଂଗ୍ରେସର ବିଧାନସଭା ଘେରାଉ ବେଳେ ହିଂସାକୁ ନେଇ ତୀବ୍ର ହୋଇଛି ରାଜନୈତିକ ବାକଯୁଦ୍ଧ । ଚେୟାର, ଅଣ୍ଡା, ଟମାଟୋ ଓ ଢେଲା ମାଡ଼ କରିଥିବା ଦୁର୍ବୃତ୍ତ କଂଗ୍ରେସ ଦଳର ନୁହଁନ୍ତି ବୋଲି ପିସିସି ସଭାପତି କହିବା ପରେ କଡ଼ା ସମାଲୋଚନା କରିଛି ବିଜେପି । ଆଇନମନ୍ତ୍ରୀ କହିଛନ୍ତି, ଏହା କଂଗ୍ରେସର ଜେନେଟିକ୍ ପ୍ରୋବ୍ଲେମ।