Advertisment

ଯୁଦ୍ଧ ଘୋଷଣା କଲେ ପୁଟିନ୍‌, ଡାଉନ୍‌ ହେଲା ଭାରତୀୟ ଶେୟାର ମାର୍କେଟ୍‌...

ୟୁକ୍ରେନ ବିରୋଧରେ ରୁଷିଆ ଯୁଦ୍ଧ ଘୋଷଣା କରିବା ପରେ ଏହାର ପ୍ରଭାବ ସିଧାସଳଖ ଭାରତୀୟ ଶେୟାର ମାର୍କେଟ୍‌ ଉପରେ ପଡ଼ିଛି। ଆଜି କାରବାର ଆରମ୍ଭରୁ ହିଁ ଭାରତୀୟ ବଜାର ଉପରେ ଯୁଦ୍ଧର ସିଧା ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Share Market Crash

Share Market Crash

ୟୁକ୍ରେନ ବିରୋଧରେ ରୁଷିଆ ଯୁଦ୍ଧ ଘୋଷଣା କରିଛି। ଏ ନେଇ ବିଧିବଦ୍ଧ ଭାବେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଘୋଷଣା କରିଛନ୍ତି। ୟୁକ୍ରେନ୍‌ର କିଭ୍ ଓ ଖାରକିଭ୍‌ରେ ରୁଷିଆ ମିଜାଇଲ ଆକ୍ରମଣ କରିଛି। ଫଳରେ ପ୍ରଚଣ୍ଡ ଶବ୍ଦ ଶୁଭିଥିବା ସୂଚନା ମିଳିଛି। ତେବେ ଯୁଦ୍ଧ ଘୋଷଣା ପୂର୍ବରୁ ଶେୟାର ମାର୍କେଟ୍‌କୁ ଏକ ବଡ଼ ଝଟ୍‌କା ଲାଗିଛି। ଆଜି ଶେୟାର ମାର୍କେଟ୍‌ରେ କାରବାର ଆରମ୍ଭରୁ ହିଁ ମାର୍କେଟ୍‌ ଡାଉନ୍‌ ଥିବା ଦେଖିବାକୁ ମିଳିଛି। Sensexରେ ବଡ଼ ଧରଣର ହ୍ରାସ ଘଟିଥିବା ନଜର ଆସିଛି। 

Advertisment

ଶେୟାର ମାର୍କେଟ୍‌ରେ ଆଜି କାରବାର ପୂର୍ବରୁ ପ୍ରି-ଓପନ୍‌ ସେସନ୍‌ରେ Sensex ୧,୮୦୦ ପଏଣ୍ଟ୍‌ ଅର୍ଥାତ୍‌ ୩.୧୫%ରୁ ଅଧିକ ହ୍ରାସ ପାଇଥିଲା। NSE Nifty ମଧ୍ୟ ୫୦୦ ପଏଣ୍ଟ୍‌ରୁ ଅଧିକ ହ୍ରାସ ପାଇଥିବା ନଜର ଆସିଥିଲା। ମାର୍କେଟ୍‌ରେ କାରବାର ଆରମ୍ଭ ହେବା ମାତ୍ରେ Sensex ୧୩୦୦ ପଏଣ୍ଟ୍‌ରୁ ଅଧିକ ହ୍ରାସ ପାଇଥିଲା। Nifty ୩୫୦ ପଏଣ୍ଟ୍‌ରୁ ଅଧିକ ହ୍ରାସ ପାଇ ୧୬,୭୦୦ ପଏଣ୍ଟ୍‌ ତଳକୁ ଖସିଥିଲା। ଏହାପୂର୍ବରୁ ଗତକାଲି ଦିନରେ ଶେୟାର ମାର୍କେଟ୍‌ରେ ଭଲ କାରବାର ହୋଇଥିଲା। ହେଲେ ସନ୍ଧ୍ୟା ସମୟରେ ମାର୍କେଟ୍‌ ଡାଉନ୍‌ ହୋଇଯାଇଥିଲା। 

ୟୁକ୍ରେନ ବିରୋଧରେ ରୁଷିଆ ଯୁଦ୍ଧ ଘୋଷଣା କରିବା ପରେ ଏହାର ପ୍ରଭାବ ସିଧାସଳଖ ଭାରତୀୟ ଶେୟାର ମାର୍କେଟ୍‌ ଉପରେ ପଡ଼ିଛି। ଆଜି କାରବାର ଆରମ୍ଭରୁ ହିଁ ଭାରତୀୟ ବଜାର ଉପରେ ଯୁଦ୍ଧର ସିଧା ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଥିଲା। କାରବାର ଆରମ୍ଭରୁ Sensex ୧୫୨୪ ପଏଣ୍ଟ ହ୍ରାସ ପାଇଛି। ସେହପିରି  Nifty ୪୫୧ ପଏଣ୍ଟ  ତଳକୁ ଖସିଛି।

Advertisment

ୟୁକ୍ରେନ ବିରୋଧରେ ରୁଷିଆ ରାଷ୍ଟ୍ରପତିଙ୍କ ଯୁଦ୍ଧ ଘୋଷଣା ଓ ଏହି ସମ୍ବନ୍ଧିତ ଘଟଣାକ୍ରମରେ ସବୁ ହଠାତ୍‌ ପରିବର୍ତ୍ତନ ହେଉଥିବାରୁ ଏନେଇ ନିବେଶକମାନେ ଚିନ୍ତାରେ ପଡ଼ି ଯାଇଛନ୍ତି। 

Russia Ukraine Crisis Ukraine Crisis Ukraine Russia War
Advertisment
Advertisment