Advertisment

Ukraine-Russia War: ଶେୟାର ମାର୍କେଟ୍‌ ଡାଉନ୍‌ ପରେ ଆଉ ଏକ ବଡ଼ ଝଟ୍‌କା...

ୟୁକ୍ରେନ ବିରୋଧରେ ଋଷ୍ ଯୁଦ୍ଧ ଘୋଷଣା କରିବା ପରେ ଏହାର ପ୍ରଭାବ ସାରା ବିଶ୍ୱ ଉପରେ ପଡ଼ିଛି। କେଉଁଠି ଶେୟାର ମାର୍କେଟ୍‌ ଡାଉନ୍‌ ହୋଇଯାଇଛି ତ ଆଉ କେଉଁଠି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Crude Oil

Crude Oil

ୟୁକ୍ରେନ ବିରୋଧରେ ରୁଷିଆ ଯୁଦ୍ଧ ଘୋଷଣା କରିବା ପରେ ଏହାର ପ୍ରଭାବ ସାରା ବିଶ୍ୱ ଉପରେ ପଡ଼ିଛି। କେଉଁଠି ଶେୟାର ମାର୍କେଟ୍‌ ଡାଉନ୍‌ ହୋଇଯାଇଛି ତ ଆଉ କେଉଁଠି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇଛି। ବ୍ୟାରେଲ୍‌ ପିଛା ଅଶୋଧିତ ତୈଳ ଦର ୧୦୦ ଡଲାର୍‌ ପାର୍‌ ହୋଇଛି। 

Advertisment

ଏସିଆ ଟ୍ରେଡ୍‌ରେ ଅଶୋଧିତ ତୈଳ ଦର ବ୍ୟାରେଲ୍‌ ପିଛା ୧୦୧.୩୪ ଡଲାରରେ ପହଞ୍ଚିଛି। ୨୦୧୪ ମସିହା ସେପ୍ଟେମ୍ବରରୁ ଏହା ହେଉଛି ସର୍ବାଧିକ। ୨୦୧୪ ମସିହାରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇ ବ୍ୟାରେଲ୍‌ ପିଛା ୯୬.୫୧ ଡଲାରରେ ପହଞ୍ଚି ଥିଲା। 

ଋଷ୍ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍ତମ ତୈଳ ଉତ୍ପାଦନକାରୀ। ଯାହା ମୁଖ୍ୟତଃ ୟୁରୋପୀୟ ରିଫାଇନେରୀକୁ ଅଶୋଧିତ ତୈଳ ବିକ୍ରି କରିଥାଏ। ଋଷ୍ ବିଶ୍ୱର ଏକ ଅଗ୍ରଣୀ ଅଶୋଧିତ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ହୋଇଥିବାରୁ ବିଶ୍ୱବ୍ୟାପୀ ଏହାର ପ୍ରଭାବ ପଡ଼ିପାରେ। ତେଣୁ ଭାରତରେ ମଧ୍ୟ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ହେବାର ଆଶଙ୍କା ରହିଛି। ପେଟ୍ରୋଲ/ଡିଜେଲ ଦର ଲିଟର ପ୍ରତି ୭ରୁ ୮ ଟଙ୍କା ବଢ଼ିବା ନେଇ ଆଶଙ୍କା କରାଯାଉଛି। 

Advertisment

ସେହିପରି CNG,PNG ଏବଂ ବିଦ୍ୟୁତ୍‌ ଦର ମଧ୍ୟ ବହୁ ଗୁଣା ବଢ଼ିପାରେ। ଋଷ୍ ଓ ୟୁକ୍ରେନ ମିଳିତ ଭାବେ ବିଶ୍ୱ ବଜାରକୁ ସିଂହ ଭାଗ ଗହମ ରପ୍ତାନୀ କରୁଥିବାରୁ ଭାରତରେ ମଧ୍ୟ ଗହମ ଦର ବଢ଼ିପାରେ। ସେହିପରି ଋଷ୍ ବିଶ୍ୱରେ ପାଲାଡିୟମ ମେଟାଲର ସର୍ବବୃହତ ରପ୍ତାନକାରୀ ରାଷ୍ଟ୍ର। ମୋବାଇଲରେ ଏହି ମେଟାଲ ବ୍ୟବହାର ହେଉଥିବାରୁ ମୋବାଇଲ ଦାମ୍‌ ମଧ୍ୟ ମହଙ୍ଗା ହୋଇପାରେ।

Russia Ukraine Crisis Ukraine Crisis Ukraine Russia War
Advertisment
Advertisment