Advertisment

ଋଷ-ୟୁକ୍ରେନ୍‌ ମଧ୍ୟରେ ଘମାଘୋଟ୍ ଲଢ଼େଇ ! ଆସନ୍ତୁ ଜାଣିବା କିଏ କେତେ ଶକ୍ତିଶାଳୀ ?

ଯୁଦ୍ଧ ପାଇଁ ସାରା ବିଶ୍ୱରେ ଆତଙ୍କ। ଏବେ ତୃତୀୟ ବିଶ୍ୱ ଯୁଦ୍ଧ ଆଡ଼କୁ ଅଗ୍ରସର ହେଉଛି ପୃଥିବୀ। ଜାଣନ୍ତୁ, କାହାର କେତେ ଦମ୍

author-image
Prangyan Parimita
ଅଦ୍ୟତନ ହୋଇଛି
RussiaUkraineCrisis

RussiaUkraineCrisis

ଋଷ-ୟୁକ୍ରେନ୍‌ ମୁଁହାମୁହିଁ ହୋଇଛନ୍ତି । ଆରମ୍ଭ ହୋଇଯାଇଛି ଘମାଘୋଟ୍‌ ଯୁଦ୍ଧ । ରକ୍ତପାତ ମଧ୍ୟ ଆରମ୍ଭ ହୋଇଗଲାଣି । ୟୁକ୍ରେନରେ ଉପରେ ଋଷର ଆକ୍ରମଣ ଯୋଗୁଁ ଏବେ ସୁଦ୍ଧା ୭ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହିତ ଏହି ଆକ୍ରମଣରେ ୯ଜଣ ଆହତ ହୋଇଛନ୍ତି । ଋଷର ସ୍ଥଳସେନା ମଧ୍ୟ ବର୍ତ୍ତମାନ ୟୁକ୍ରେନରେ ପ୍ରବେଶ କରିଛି ବୋଲି ସୁରକ୍ଷା କର୍ମୀ କହିଛନ୍ତି । ଯୁଦ୍ଧ ଆରମ୍ଭ ହୋଇଯାଇଥିବା ବେଳେ ଆତଙ୍କିତ ସାରା ବିଶ୍ୱ । ତେବେ ଏହାରି ଭିତରେ ଜାଣିବା ସାମରିକ କ୍ଷେତ୍ରରେ ଋଷ କେତେ ବଳିୟାନ ଆଉ ୟୁକ୍ରେନ୍‌ କେତେ ଶକ୍ତିଶାଳୀ ?

Advertisment

ଆମେରିକା ଭଳି ବିଶ୍ୱରେ ବେଶ ବଳବାନ ଋଷ। ତିନୋଟି ସେନାର ଶକ୍ତିକୁ ହିସାବକୁ ନେଲେ ଋଷ ପାଖରେ ପାଖାପାଖି ୯ ଲକ୍ଷ ସୈନ୍ୟ ରହିଛନ୍ତି। ଯାହା ତୁଳନାରେ ୟୁକ୍ରେନ ପାଖରେ କେବଳ ଅଛନ୍ତି ୧ ଲକ୍ଷ ୯୬ ହଜାର ସୈନିକ। ନୌସେନା କ୍ଷେତ୍ରରେ ୟୁକ୍ରେନଠାରୁ ରୁଷ ଅତ୍ୟନ୍ତ ଶକ୍ତିମାନ। ୟୁକ୍ରେନ୍‌ ତୁଳନାରେ ଏହାର ନୌସେନା ସଂଖ୍ୟା ପ୍ରାୟ ୧୦ ଗୁଣାରୁ ଅଧିକ। ଏହା ବ୍ୟତୀତ ୟୁକ୍ରେନ ପାଖାପାଖି ୯ ଲକ୍ଷ ରିଜର୍ଭ ସୈନ୍ୟଙ୍କୁ ତାଲିମ ଦେଇ ରଖିଛି। ହେଲେ ଏ ପ୍ରକାର ସୈନ୍ୟଙ୍କୁ ଦେଖିଲେ ରୁଷ ପାଖରେ ପ୍ରାୟ ୨୦ ଲକ୍ଷ ରିଜର୍ଭ ସୈନ୍ୟ ରହିଛନ୍ତି।

ୟୁକ୍ରେନ୍‌ ପାଖରେ ୪ ଶହରୁ ଅଧିକ ଭୂପୃଷ୍ଠରୁ ଆକାଶ ମାର୍ଗକୁ ଫିଙ୍ଗାଯାଇ ପାରୁଥିବା ମିସାଇଲ ଲଞ୍ଚର୍‌ ରହିଛି। ଯାହାକି ଆଖି ପିଛୁଳାକେ ବିମାନଗୁଡ଼ିକୁ ଟାର୍ଗେଟ୍‌ କରି ଖସାଇ ଦେଇପାରେ। କିନ୍ତୁ ରୁଷର ଏହି ମିସାଇଲ ଲଞ୍ଚର୍‌ ସଂଖ୍ୟା ୟୁକ୍ରେନ୍‌ଠାରୁ ୧୦ ଗୁଣା ଅଧିକ। ରୁଷ ପାଖରେ ଅତି ଦୂରକୁ ଫିଙ୍ଗାଯାଇ ପାରୁଥିବା ଯୁଦ୍ଧାସ୍ତ୍ର ରହିଛି। ୫ ଶହରୁ ଅଧିକ ବାଲିଷ୍ଟିକ୍‌ ମିସାଇଲ ଲଞ୍ଚର୍‌ ବି ଅଛି। କହିବାକୁ ଗଲେ, ରୁଷ ନିଜର ଦୂରଗାମୀ ଅସ୍ତ୍ର ଉପରେ ଅଧିକ ନିର୍ଭରଶୀଳ। କାରଣ ଦୂରରୁ ଥାଇ ୟୁକ୍ରେନ୍‌ ଉପରେ ରୁଷ ଜୋରଦାର ହମ୍‌ଲା କରି ପାରିବ। ଏ କ୍ଷେତ୍ରରେ ୟୁକ୍ରେନ୍‌ ପଛରେ ପଡିଯିବ। ରୁଷର ମୁକାବିଲା କରିପାରିବ ନାହିଁ। ତେବେ କିଛି ସପ୍ତାହ ହେବ ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେସନ ଦେଶଗୁଡ଼ିକ ୟୁକ୍ରେନ୍‌କୁ ଅତିରିକ୍ତ ଘାତକ ସହାୟତା ଯୋଗାଇ ଆସୁଛନ୍ତି। ଯେଉଁଥି ପାଇଁ ୟୁକ୍ରେନ୍‌କୁ ଅତିରିକ୍ତ ୨ ହଜାର ଆଣ୍ଟିଟ୍ୟାଙ୍କ ଅସ୍ତ୍ର ମିଳିଛି।

Advertisment

ଏବେ ନଜର ପକାନ୍ତୁ କିଏ କେତେ ବଳିୟାନ୍ ?

ଋଷ ନୌସେନା ପାଖରେ ୧ ଲକ୍ଷ ୫୦ ହଜାର ସୈନ୍ୟ, ୭୪ ଯୁଦ୍ଧ ଜାହାଜ, ୫୧ଟି ଯୁଦ୍ଧପୋତ ଓ ୨ ଲକ୍ଷ ୫୦ ହଜାର ଅର୍ଦ୍ଧସାମରିକ କର୍ମଚାରୀ ଥିବା ବେଳେ ୟୁକ୍ରେନ ନିକଟରେ ୧୫ ହଜାର ସୈନ୍ୟ, ମାତ୍ର ୨ଟି ଯୁଦ୍ଧ ଜାହାଜ, ଆଦୌ ଯୁଦ୍ଧପୋତ ନଥିବା ସହ ୫୦ ହଜାର ଅର୍ଦ୍ଧସାମରିକ କର୍ମଚାରୀ ରହିଛନ୍ତି।

RussiaUkraineCrisisଋଷ-ୟୁକ୍ରେନ୍‌ ମଧ୍ୟରେ ଘମାଘୋଟ୍ ଲଢ଼େଇ

ସେହିଭଳି ସ୍ଥଳସେନା କଥାକୁ ବିଚାରକୁ ନେଲେ ଋଷ ପାଖରେ ୨ ଲକ୍ଷ ୮୦ ହଜାର ସୈନ୍ୟ, ୧୩ ହଜାର ୩ ଶହ ୬୭ ଯୁଦ୍ଧ ଟ୍ୟାଙ୍କ, ୫ ହଜାର ୯ ଶହ ୩୪ ତୋପ ଓ ଅସ୍ତ୍ରଶସ୍ତ୍ର ବୋହିବା ପାଇଁ ୨୦ ହଜାର ଯାନ ରହିଛି। ଏହି ତୁଳନାରେ ୟୁକ୍ରେନ ପାଖରେ ୧ ଲକ୍ଷ ୨୬ ହଜାର ସୈନ୍ୟ, ୨ ହଜାର ୧ ଶହ ୧୯ ଟ୍ୟାଙ୍କ,୧ ହଜାର ୯ ଶହ ୬୨ ତୋପ ଓ ୨ ହଜାର ୮ ଶହ ୭୦ ଯୁଦ୍ଧ ଯାନବାହନ ଗଚ୍ଛିତ ରହିଛି।

RussiaUkraineCrisisRussiaUkraineCrisis

ନୌସେନା ସ୍ଥଳସେନା ଭଳି ବାୟୁସେନାରେ ବି ଋଷ ଶକ୍ତିଶାଳୀ। ଋଷ ପାଖରେ ୧ ଲକ୍ଷ ୬୫ ହଜାର ସୈନ୍ୟ, ୧ ହଜାର ୩ ଶହ ୨୮ ଯୁଦ୍ଧ ବିମାନ, ୪ ଶହ ୭୮ରୁ ଅଧିକ ହେଲିକପ୍ଟର ରହିଛି। ହେଲେ ୟୁକ୍ରେନ ପାଖରେ ମାତ୍ର ୩୫ ହଜାର ସୈନ୍ୟ, ୧୪୬ଟି ଯୁଦ୍ଧ ବିମାନ ଓ ୪୨ଟି ଯୁଦ୍ଧ ହେଲିକପ୍ଟର ରହିଛି।

RussiaUkraineCrisisଋଷ-ୟୁକ୍ରେନ୍‌ ମୁଁହାମୁହିଁ

ଏତେସବୁ ବାଦ ପ୍ରତିରକ୍ଷା ବଜେଟରେ ଋଷ ୧୫ ହଜାର ୪ ଶହ କୋଟି ଡଲାର ଖର୍ଚ୍ଚ କରୁଥିବା ବେଳେ ୟୁକ୍ରେନ ୧ ହଜାର ୧୮୭ କୋଟି ଡଲାର ଖର୍ଚ୍ଚ କରିଥାଏ।

ସାମରିକ ଶକ୍ତିକୁ ଦେଖିଲେ ଜଣାଯାଏ ରୁଷ ବେଶ୍‌ ଶକ୍ତିମାନ। ବିଶ୍ୱରେ ଆମେରିକାର ସମକକ୍ଷ ଯଦି କିଏ ହୋଇପାରିବ, ତାହା ହେଉଛି ରୁଷ। ଭାରତ ଭଳି ଅନେକ ଦେଶକୁ ରୁଷ ସାମରିକ ଉପକରଣ ଯୋଗାଇ ଦେଇଥାଏ। କହିବାକୁ ଗଲେ ୟୁକ୍ରେନ୍‌ ତୁଳନାରେ ଢେର୍‌ ବଳବାନ ରୁଷ।

Russia Ukraine Crisis Ukraine Crisis Ukraine Russia War
Advertisment
Advertisment