ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରାଗଲା ନିର୍ଦ୍ଧାରିତ ଏସ୍ଓପି । ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ଏସ୍ଓପି ମିଳିବା ପରେ, ଶ୍ରୀମନ୍ଦିର ପ୍ରଶାସନର ଜରୁରୀ ବୈଠକ ଚାଲିଥିବା ସୂଚନା ମିଳିଛି ।
ସାତ୍ତ୍ବିକ ଆହାର ଭୋଜନ, ସେବାୟତଙ୍କ ଭଳି ପୋଷାକ ପରିଧାନ ! ଶ୍ରୀଲୋକନାଥଙ୍କ ଆଗରେ ଶପଥ, ବାହାରେ କରିବେନି ରହସ୍ୟ ପ୍ରଘଟ ! ରତ୍ନଭଣ୍ଡାର ଭିତରେ ସଭିଏଁ ମାନିବେ ନିର୍ଦ୍ଧାରିତ ବିଧି ବ୍ୟବସ୍ଥା ।
ପୂର୍ବ ଅଭିଜ୍ଞତା ସତ୍ତ୍ୱେ ଶ୍ରୀମନ୍ଦିର ନୂଆ ମୁଖ୍ୟ ପ୍ରଶାସକଙ୍କ ପାଇଁ ବହୁ ଚାଲେଞ୍ଜ । ବାହୁଡ଼ା, ନୀଳାଦ୍ରିବିଜେ ସହ ରତ୍ନଭଣ୍ଡାର ଅଳଙ୍କାର ଗଣତି ପ୍ରମୁଖ ଚ୍ୟାଲେଞ୍ଜ ।
ବୀର ବିକ୍ରମ ଯାଦବଙ୍କ ସ୍ଥାନରେ ଅରବିନ୍ଦ ପାଢ଼ୀଙ୍କୁ ଦାୟିତ୍ୱ ।
ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ରତ୍ନଭଣ୍ଡାର ଖୋଲାଯିବା ସଂପର୍କରେ ହେବ ବିସ୍ତୃତ ଆଲୋଚନା ।
ରତ୍ନବେଦୀ ଛାଡ଼ି ଜନ୍ମବେଦୀ ଅଭିମୁଖେ ମହାପ୍ରଭୁ। ଏବେ ସମସ୍ତଙ୍କ ମୁହଁରେ ଗୋଟିଏ କଥା, କେଉଁ ଦିନ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ?
ବଡ଼ଦାଣ୍ଡରେ ଅଟକି ରହିଥିବା ରଥ ଆଜି ପୁଣି ଥରେ ଗଡ଼ିଛି । ପ୍ରଥମେ ଗଡ଼ିଲା ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥ । ମରିଚିକୋଟ ଛକରୁ ଗଡ଼ିଲା ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ।
ପୁରୀ ରାଜଭବନ ପଛ ପାଖରେ ଥିବା ବ୍ଲୁ ଫ୍ଲାଗ ବିଚରେ ରାଷ୍ଟ୍ରପତି ମର୍ଣ୍ଣିଂ ୱାକ୍ କରିଛନ୍ତି। ସମୁଦ୍ର କୂଳରେ ରାଷ୍ଟ୍ରପତି ଅନେକ ବାଟ ଚାଲିଥିଲେ ।
ପୂର୍ବ ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇଛି ପହଣ୍ଡି । ନିର୍ଦ୍ଧାରିତ ସମୟର ପ୍ରାୟ ଦୁଇ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଛି ପହଣ୍ଡି । ଧାଡ଼ି ପହଣ୍ଡିରେ ରଥକୁ ଆସୁଛନ୍ତି ଚତୁର୍ଦ୍ଧାମୂରତି ।
ରଥାରୂଢ଼ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ସାତ ଦରିଆ ପାର ହୋଇ ଶ୍ରୀକ୍ଷେତ୍ରକୁ ଆସିଛନ୍ତି ବିଦେଶୀ ଭକ୍ତ । ମହାପ୍ରଭୁଙ୍କ ନବଦିନାତ୍ମକ ରଥଯାତ୍ରାରେ ସାମିଲ ହେବାକୁ ପୁରୀ ଆସିଛନ୍ତି ଋଷର ନତାଲିଆ। ।
କାଳିଆ ସାଆନ୍ତଙ୍କ ଘୋଷଯାତ୍ରାରେ ସାମିଲ ହେବା ପାଇଁ କାହିଁ କେତେଦୂରରୁ ଧାଇଁ ଆସୁଛନ୍ତି ଭକ୍ତ । କଣ୍ଠରେ ମହାପ୍ରଭୁଙ୍କ ଭଜନ। ହାତରେ ମୃଦଙ୍ଗ ସହ ଝାଞ୍ଜ। ରଥାରୂଢ ଚତୁର୍ଦ୍ଧା ମୂରତିଙ୍କୁ ଦର୍ଶନ ସହ ରଥ ଦଉଡ଼ି ଟାଣି ଜୀବନକୁ ଧନ୍ୟ ମଣିବା ପାଇଁ ମାଇଲ ମାଇଲ ବାଟ ଅତିକ୍ରମ କରି ଶ୍ରୀକ୍ଷେତ୍ର ମୁହାଁ ଶ୍ରଦ୍ଧାଳୁ ।
ସେ ଆହୁରି କହିଛନ୍ତି ଯେ, ବହୁ ଦଶନ୍ଧି ହେଲାଣି ରତ୍ନଭଣ୍ଡାର ତାଲା ଖୋଲା ଯାଇନାହିଁ । ଯଦି ଡୁପ୍ଲିକେଟ୍ ଚାବିରେ ନ ଖୋଲିଲେ ତେବେ ରତ୍ନଭଣ୍ଡାର ତାଲା ଭଙ୍ଗାଯିବ ।
ରଥ ଝଟକିଲାଣି... ପଥରେ ଝୋଟି ଫୁଟିଲାଣି... ଜୀବନ୍ତ ଦିଶିଲେଣି ଧଳା, କଳା ଓ ନାଲି ଘୋଡ଼ା । ଏବର୍ଷ ଖୁବ୍ ସ୍ବତନ୍ତ୍ର ହେବାକୁ ଯାଉଛି ମହାପ୍ରଭୁଙ୍କ ରଥଯାତ୍ରା।
ଏଇ ରଥଯାତ୍ରା ଭିତରେ ? ନା ନୀଳାଦ୍ରି ବିଜେ ପରେ ? କେବେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ? କାଲି ଆସିବ ସ୍ପଷ୍ଟ ଚିତ୍ର, ଶନିବାର ବସୁଛି ରାଜ୍ୟ ସରକାର ନୂଆକରି ଗଢିଥିବା ରତ୍ନଭଣ୍ଡାର ଯାଞ୍ଚ କମିଟିର ପ୍ରଥମ ମିଟିଂ ।
ରତ୍ନ ଭଣ୍ଡାର ଖୋଲିବା ନେଇ ଗତକାଲି ବଡ଼ ଘୋଷଣା କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।
ଏନେଇ ରାଜ୍ୟ ସରକାର ୧୬ ଜଣିଆ କମିଟି ଗଠନ କରିଛନ୍ତି । ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ ହୋଇଛି।
ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଲେ, ଆଜିକାଲି ଭିତରେ ନିଷ୍ପତ୍ତି । ଆସନ୍ତା ୫ରୁ ପୁରୀ ଆସୁଛନ୍ତି ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ପଶାୟତ୍ତ ।
ଆସନ୍ତା ୫ ତାରିଖରେ ବସିପାରେ ରତ୍ନଭଣ୍ଡାର ତଦାରଖ କମିଟି ବୈଠକ। ଅଳଙ୍କାର ଗଣତି ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ଅରିଜିତ୍ ପଶାୟତ ତା ପୂର୍ବଦିନ ଅର୍ଥାତ୍ ଜୁଲାଇ ୪ ତାରିଖରେ ଓଡିଶା ଆସିବା କାର୍ଯ୍ୟକ୍ରମ ରହିଛି। ସେ ପୁରୀରେ ୨୭ ତାରିଖ ଯାଏ ରହିବେ।
ଦଇତା ସେବକ ଓ ପତି ସେବକମାନେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରୁ ବାହାରିଥିବା କରାଳ ଚନ୍ଦନ, ଚନ୍ଦନ ଓ ପାଟ ଡୋର ରୂପାଥାଳିରେ ଧରି ଶ୍ରୀନଅର ଆସି ଗଜପତିଙ୍କୁ ସୁସ୍ଥତାର ଖବର ଦେବେ।
ଅନ୍ୟପଟେ ଆଜି ରଥଯାତ୍ରା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ତ୍ରୁଟିଶୂନ୍ୟ ଭାବେ ରଥଯାତ୍ରା ସଂପନ୍ନ ପାଇଁ ସହଯୋଗ କାମନା କରିଛନ୍ତି । ପୁରୀରେ ରଥଯାତ୍ରା ସମୀକ୍ଷାରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଗଜପତିଙ୍କ ସାକ୍ଷାତ ସମ୍ପର୍କରେ ଆଇନ ମନ୍ତ୍ରୀ ସୂଚନା ଦେଇ କହିଛନ୍ତି- ଗଜପତି ଶୃଙ୍ଖଳିତ ନୀତିକାନ୍ତି ନେଇ ପରାମର୍ଶ ଦେଇଛନ୍ତି, ତାହା ସରକାର ପାଳନ କରିବେ।
ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ରାଜ୍ୟରେ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର ପ୍ରଦାନ କରାଯିବ ବୋଲି କହିଛନ୍ତି ମୋହନ ଚରଣ ମାଝୀ ।
କେବେ ଖୋଲାହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର? ନୂଆ ସରକାର ଆସିବା ପରଠୁ ଏଦିଗରେ ଆଶା ବଢ଼ିଥିଲେ ବି କେବେ ମରାମତି ହେବ, କେବେ ଅଳଙ୍କାରର ଗଣତି-ମଣତି ହେବ ତାକୁ ନେଇ ଚର୍ଚ୍ଚା ଥମୁନି । ରଥଯାତ୍ରା ହିଁ ପ୍ରକୃଷ୍ଟ ସମୟ, ସରକାର ନିଷ୍ପତ୍ତି ନିଅନ୍ତୁ କହିଲେ ଗଜପତି ମହାରାଜା ।
ପରିଚାଳନା କମିଟି ବୈଠକରେ ପ୍ରସଙ୍ଗ ଏଡ଼ାଇଯିବା ସନ୍ଦେହ ସୃଷ୍ଟି କରୁଛି ।
ସକାଳ ୭ଟା ରୁ ୮ଟା ୩୦ ମଧ୍ୟରେ ସକାଳ ଧୂପ ପାଇଁ ନୀତି ନିର୍ଘଣ୍ଟ ହୋଇଥିବା ବେଳେ ରଥ ଆଜ୍ଞାମାଳ ବିଜେ ସକାଳ ୮ଟା ୪୫ରେ ଅନୁଷ୍ଠିତ ହେବ।