/odishatv-khabar/media/post_attachments/uploadimage/library/16_9/16_9_0/IMAGE_1720257227.jpg)
Ratna Bhandar
କେବେ ଖୋଲାଯିବ ରତ୍ନଭଣ୍ଡାର ସେନେଇ ଆସନ୍ତା ୯ ତାରିଖରେ ନିଷ୍ପତ୍ତି ନିଆଯିବ । ରତ୍ନଭଣ୍ଡାର କମିଟି ବୈଠକ ପରେ ଜଷ୍ଟିସ ବିଶ୍ବନାଥ ରଥ ଏହି ସୂଚନା ଦେଇଛନ୍ତି । ରତ୍ନଭଣ୍ଡାର ଯାଞ୍ଚ କମିଟି ବୈଠକ ପରେ ଜଷ୍ଟିସ୍ ବିଶ୍ୱନାଥ ରଥ କହିଛନ୍ତି ଯେ, ଡୁପ୍ଲିକେଟ ଚାବି ଟ୍ରେଜେରୀରେ ଥିବା ସ୍ପଷ୍ଟ ହୋଇଛି । ୯ ତାରିଖ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରତ୍ନଭଣ୍ଡାର ଯାଞ୍ଚ କମିଟି ଆଗରେ ଚାବି ଉପସ୍ଥାପନ କରିବେ । ଚାବି ଉପସ୍ଥାପନ ହେଲା ପରେ କେବେ ରତ୍ନଭଣ୍ଡାର ଖୋଲାଯିବ ସେହିଦିନ ନିଷ୍ପତ୍ତି ନିଆଯିବ’।
ସେ ଆହୁରି କହିଛନ୍ତି ଯେ, ବହୁ ଦଶନ୍ଧି ହେଲାଣି ରତ୍ନଭଣ୍ଡାର ତାଲା ଖୋଲା ଯାଇନାହିଁ । ଯଦି ଡୁପ୍ଲିକେଟ୍ ଚାବିରେ ନ ଖୋଲିଲେ ତେବେ ରତ୍ନଭଣ୍ଡାର ତାଲା ଭଙ୍ଗାଯିବ । ତାଲା କିଭଳି ଭଙ୍ଗାଯିବ ସେନେଇ ଏସ୍ଓପି ପ୍ରସ୍ତୁତ କରାଯିବ । ଆଉ ଏହି ଏସ୍ଓପି ସରକାରଙ୍କଠାରେ ଉପସ୍ଥାପନ କରାଯିବ ବୋଲି ବୈଠକ ପରେ କହିଛନ୍ତି ଜଷ୍ଟିସ ବିଶ୍ୱନାଥ ରଥ ।
ସୂଚନା ଅନୁସାରେ ନୂତନ ଭାବରେ ଗଠନ କରାଯାଇଥିବା ରତ୍ନଭଣ୍ଡାର ଯାଞ୍ଚ କମିଟିର ବୈଠକ ଆଜି ଦିନ ୧୧ଟାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବସିଥିଲା । ପୂର୍ବତନ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ୧୬ ଜଣିଆ ଟିମ୍ ସଦସ୍ୟ ରତ୍ନଭଣ୍ଡାର ଖୋଲିବା ନେଇ ବିସ୍ତୃତ ଆଲୋଚନା କରିଥିଲେ। ତେବେ ରତ୍ନ ଭଣ୍ଡାର ଖୋଲାଯିବା ନେଇ ତାରିଖ ନିର୍ଦ୍ଧାରିତ ହୋଇପାରିନି । ଆସନ୍ତା ୯ ତାରିଖରେ ଆଉ ଏକ ବୈଠକ ଅନୁଷ୍ଠିତ ହେବ ଏବଂ ସେହିଦିନ ରତ୍ନଭଣ୍ଡାର ତାରିଖ ନିର୍ଦ୍ଧାରିତ ହେବ ।
'ମୂଳ ଚାବି ବିସୟରେ କୋଉଠି କିଛି ଆସୁନାହିଁ, ଆମେ ଯାହା ଖବର ପାଇଛୁ ଡୁପ୍ଲିକେଟ୍ ଚାବି ସେଟ୍ ଟା ଟ୍ରେଜେରୀରେ ଅଛି' #PuriDham#Srimandir#Ratnabhandar#OTV#Puripic.twitter.com/qxtwFlA97I
— ଓଟିଭି (@otvkhabar) July 6, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)