କାର୍ତ୍ତିକ ମାସ ପାଇଁ ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହୋଇ ନ ଥିଲା । କାର୍ତ୍ତିକ ମାସ ଶେଷ ହୋଇଥିବାରୁ ଏଏସ୍ଆଇ ମରାମତି ଆରମ୍ଭ କରିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।
ନୋଟାରୀ ଏଗ୍ରିମେଣ୍ଟ କରି ବେଆଇନ୍ ବିକ୍ରି ହୋଇଛି, ଆକ୍ସନ ହେବ କହିଲେ ଜିଲ୍ଲାପାଳ । ଜବରଦଖଲ ଜମିର ସେଟେଲମେଣ୍ଟ କରି ବିକ୍ରି ପାଇଁ ଆଇନ ବିଭାଗର ଯୋଜନା ।
ଶ୍ରୀଜଗନ୍ନାଥଙ୍କ ଇଞ୍ଚେ ବି ଜମିର ବେଆଇନ ବିକ୍ରିକୁ ବରଦାସ୍ତ କରାଯିବନି । ମହାପ୍ରଭୁଙ୍କ ଜମି ବେଆଇନ ଭାବେ ବିକ୍ରି ହୋଇଥିଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ ।
ଖୁବଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।
କେବଳ ସିଂହଦ୍ୱାର ବାଟ ଦେଇ ପ୍ରବେଶ କରୁଛନ୍ତି ଶ୍ରଦ୍ଧାଳୁ । ଶ୍ରୀଜିଉଙ୍କ ଲକ୍ଷ୍ମୀନାରାୟଣ ବେଶ ଦର୍ଶନ କଲେ ଲକ୍ଷାଧିକ ଭକ୍ତ ।
ଅଣହିନ୍ଦୁ ମହିଳା ଜଣକ ଚାଇନିଜ୍ ଭାଷାରେ କଥା ହେଉଥିବା ଜଣାପଡ଼ିଛି । ସଂପୃକ୍ତ ମହିଳାଙ୍କୁ ପୋଲିସର ଅସ୍ଥାୟୀ କ୍ୟାମ୍ପ ମଧ୍ୟକୁ ନିଆଯାଇଥିଲା । ସେଠାରେ ପୋଲିସ ତାଙ୍କୁ ପଚରାଉଚରା କରିବା ପରେ ବ୍ୟାରିକେଡ୍ ବାହାରେ ଛାଡ଼ିଥିବା ସୂଚନା ମିଳିଛି ।
କାଲିଠୁ ପଞ୍ଚୁକ । ହେଲେ ଆଜିଠୁ ଭିଡ଼ରେ ଉଛୁଳିଲାଣି ଶ୍ରୀମନ୍ଦିର । ସିଂହଦ୍ବାର ଆଗରେ ଢେର ସମୟ ବ୍ୟାରିକେଡରେ ଅପେକ୍ଷା ପରେ ଜଗା ଦର୍ଶନ ପାଇଁ ବ୍ୟାକୁଳ ଭକ୍ତ ।
କାଲିଠୁ ପଞ୍ଚୁକ । ହେଲେ ଆଜିଠୁ ଭିଡ଼ରେ ଉଛୁଳିଲାଣି ଶ୍ରୀମନ୍ଦିର । ସିଂହଦ୍ବାର ଆଗରେ ଢେର ସମୟ ବ୍ୟାରିକେଡରେ ଅପେକ୍ଷା ପରେ ଜଗା ଦର୍ଶନ ପାଇଁ ବ୍ୟାକୁଳ ଭକ୍ତ ।
ପ୍ରାଥମିକ ଭାବେ ଶିଉଳି ଛଡ଼ା, ପାଣି ଝରିବା ବନ୍ଦ ପଦକ୍ଷେପ ନିଆଯାଇଛି । ଆନନ୍ଦବଜାରର ଡ୍ରେନେଜ ବ୍ୟବସ୍ଥା ସୁଧାରିବାକୁ ଉଦ୍ୟମ କରିଛୁ ।
ଜାଣିଶୁଣି ମନ୍ଦିରକୁ ଭାଙ୍ଗିଦେଲେ ବୋଲି ଜଗନ୍ନାଥ ସ୍ୱାଇଁ ମହାପାତ୍ର କହିଛନ୍ତି । ପରିକ୍ରମା ପ୍ରକଳ୍ପ କାମ ବେଳେ ଜେସିବି ଲଗାଇ ଭାଙ୍ଗିଦେଲେ । ଚାରିକଡ଼ ମଠ, ମନ୍ଦିର, ଘର ସବୁ ଜେସିବିରେ ଭାଙ୍ଗିଦେଲେ । ଏହାଦ୍ବାରା ମନ୍ଦିର ଚାରିକଡ଼ୁ ସପୋର୍ଟ ସବୁ କମିଗଲା ।
ଖୁବଶୀଘ୍ର ହେବ ମେଘନାଦ ପାଚେରୀରେ ଫାଟ ମରାମତି । ଏହାକୁ ଗୁରୁତ୍ୱର ସହ ନେଇଛି ଶ୍ରୀମନ୍ଦିର ପ୍ରଶାସନ ।
କାର୍ତ୍ତିକ ପରେ ଫାଟ ମରାମତି ଓ ନୂଆବର୍ଷରୁ ଅଳଙ୍କାର ଗଣତି-ମଣତି । ସବୁ ତଥ୍ୟ ସାର୍ବଜନୀନ କରିବା ଲାଗି ଭକ୍ତ-ସେବକଙ୍କ ଦାବି ।
ରତ୍ନଭଣ୍ଡାର ଗଣତି ମଣତିକୁ ନେଇ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ । ସେ କହିଛନ୍ତି, ନୂଆବର୍ଷରୁ ରତ୍ନଭଣ୍ଡାର ଗଣତି ମଣତି ହେବ ।
ପଞ୍ଜିକା-ପଞ୍ଜିକା ଭିତରେ ଅସାମଞ୍ଜସ୍ୟ ଓ କ୍ୟାଲେଣ୍ଡରରୁ କ୍ୟାଲେଣ୍ଡରରେ ଭିନ୍ନ ଭିନ୍ନ ସୂଚନାରୁ କିଏ ଗତକାଲି ଦୀପାବଳି ସାଙ୍ଗକୁ ବଡ଼ବଡ଼ୁଆ ଡାକିଛନ୍ତି, ତ କିଏ ଆଜି ପୟାଶ୍ରାଦ୍ଧ ଦେବାକୁ ଯାଉଛନ୍ତି ।
ବାତ୍ୟା ଦାନା ମାଡ଼ରୁ ବର୍ତ୍ତିବା ପାଇଁ ଚାଲିଛି ବଡ଼ ତୟାରି। ବାତ୍ୟା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି।ମହାପ୍ରଭୁଙ୍କ ନୀତିକାନ୍ତି ଯେପରି ପ୍ରଭାବିତ ନହେବ ସେଥିପାଇଁ ମନ୍ଦିର ପ୍ରଶାସନ ସତର୍କତାମୂଳକ ପଦକ୍ଷେପ ନେଇଛି।
ସମୁଦ୍ରରେ ବାତ୍ୟା ସୃଷ୍ଟି ହେବାରୁ ପାଗ ପରିବର୍ତ୍ତନ ଯୋଗୁ ବିଦେଶୀ ପକ୍ଷୀ ଦିଗ ପରିବର୍ତ୍ତନ କରି ଶ୍ରୀମନ୍ଦିର ଉପରେ ଉଡ଼ୁଥିବା ଅନୁମାନ କରାଯାଉଛି ।
ପୁରୀ ହବିଷ୍ୟାଳି ଘଟଣାରେ ହସ୍ତକ୍ଷେପ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବ୍ୟକ୍ତିଗତ ଭାବେ ବିଭାଗୀୟ ଅଧିକାରୀଙ୍କ ସହ କଥା ହୋଇଥିବା କହିଲେ ।
ଆଶ୍ୱୀନ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଦଶମୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ କାର୍ତ୍ତିକ ବ୍ରତ ପାଳନ କରାଯାଉଥିଲେ ମଧ୍ୟ, କାର୍ତ୍ତିକ କୃଷ୍ଣପକ୍ଷ ପ୍ରତିପଦା ଦିନ ହବିଷ୍ୟାଳୀ ମାନେ ପରମ୍ପରାନୁସାରେ କାର୍ତ୍ତିକ ବ୍ରତ ଆରମ୍ଭ କରିବେ ।
କେଉଁ ଉଦ୍ଦେଶ୍ୟରେ ପାଣି ଫିଙ୍ଗିଲେ ସେନେଇ ସଂପୃକ୍ତ କର୍ମଚାରୀ କିମ୍ବା ପୁରୀ ପୌରସଂସ୍ଥା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ଜିଲ୍ଲା ପ୍ରଶାସନର ଉତ୍ତର, ମାତ୍ର ଅଢ଼େଇ ହଜାରଙ୍କ ପାଇଁ ବ୍ୟବସ୍ଥା । ସମସ୍ୟା ଜଣାଇବାକୁ ଜାରି ହେବ ହେଲ୍ପଲାଇନ୍ କହିଲେ ଆଇନମନ୍ତ୍ରୀ ।
କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ କଟକଣା ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ। ୧୮ ତାରିଖ ଠାରୁ କେବଳ ୨ଟି ଦ୍ବାର ଦେଇ ଶ୍ରୀମନ୍ଦିର ପ୍ରବେଶ ଅନୁମତି ରହିବ।
ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତର ଇଚ୍ଛା ଜଗା ଦର୍ଶନ, ମହାପ୍ରସାଦ ସେବନ। ହେଲେ ଶଙ୍ଖୁଡ଼ି ହେଉ କି ଶୁଖିଲି, ଯେକୌଣସି ଭୋଗ କିଣିଲା ବେଳକୁ ରେଟ୍ ଶୁଣି ଭକ୍ତର ମୁଣ୍ଡ-କାନ ଝାଇଁ ମାରିଯାଉଛି।
ଚଳିତ ବର୍ଷ ଧର୍ମମାସ କାର୍ତ୍ତିକର ପଂଚୁକ ବ୍ରତ ପାଞ୍ଚଦିନ ପରିବର୍ତ୍ତେ ଚାରି ଦିନ ପଡୁଥିବାରୁ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଲକ୍ଷ୍ମୀନୃସିଂହ ବେଶ ହେବନାହିଁ। ଠିଆକିଆ ବେଶ,ବାଙ୍କଚୁଡ ବେଶ, ଡାଳିକିଆ ବେଶ ଅନୁଷ୍ଠିତ ହେବ।
ସେହିପରି ମହିଳା ଭକ୍ତ, ଦିବ୍ୟାଙ୍ଗ, ବୟୋବୃଦ୍ଧ ଓ ଛୋଟ ପିଲାଙ୍କ ପାଇଁ ସ୍ବତନ୍ତ୍ର ଧାଡିର ବ୍ୟବସ୍ଥା କରାଯିବ । ସମସ୍ତ ଭକ୍ତ ସାତପାହାଚ ବାଟରେ ପ୍ରବେଶ କରିବେ ଏବଂ ଦର୍ଶନ କରିବା ପରେ ଘଣ୍ଟି ଦ୍ବାରରେ ପ୍ରସ୍ଥାନ କରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।
ଶ୍ରୀକ୍ଷେତ୍ରରେ ସାଧାରଣ ଭକ୍ତଙ୍କ ସୁବିଧା ଲାଗି ପୁରୀକୁ ଆସିଥିଲା ୩୫ଟି ଶୀତତାପ ନିୟନ୍ତ୍ରିତ ଅତ୍ୟାଧୁନିକ ବସ୍ । ହେଲେ ଆଜିକୁ ପ୍ରାୟ ୧୦ ମାସ ହେବ ଏ ଦାମୀ ଇ-ବସ୍ ଗୁଡ଼ିକ ବ୍ୟବହାର ନ ହୋଇ ପଡ଼ି ରହିଛି ।