ନୂଆ ରୂପ ନେଉଛି ଶ୍ରୀମନ୍ଦିରର ଦୋଳବେଦୀ। ଲୁଚି ଯାଇଥିବା ପ୍ରାଚୀନ କୀର୍ତ୍ତିରାଜି ପୁଣି ଦୃଶ୍ୟମାନ ହେବ। ଚଳିତବର୍ଷ ଦୋଳପୂର୍ଣ୍ଣିମାରେ ଭକ୍ତ ଦେଖିବେ ଦୋଳବେଦୀର ନୂଆ ରୁପ।
ଶ୍ରୀମନ୍ଦିର ଗର୍ଭଗୃହ ତଳେ ଅଛି ଆହୁରି ୨ଟି ରତ୍ନଭଣ୍ଡାର । ମହାପ୍ରଭୁଙ୍କ ଭଣ୍ଡାର ଗୃହକୁ ଗୋଟିଏ ନୁହେଁ, ଅଛି ଦୁଇ ଦୁଇଟି ପ୍ରବେଶ ଦ୍ୱାର । ଗୋଟିଏ ସେବାୟତମାନେ ବ୍ୟବହାର କରୁଛନ୍ତି ତ ଅନ୍ୟଟି ପୁରା ବନ୍ଦ ରହିଛି ।
ଆରମ୍ଭ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାରର ଅଳଙ୍କାର ଗଣତି-ମଣତି କସରତ। ବସିଲା ରାଜ୍ୟ ସରକାରଙ୍କ ଗଠିତ ୧୨ ଜଣିଆ ଉଚ୍ଚସ୍ତରୀୟ ତଦାରଖ କମିଟିର ପ୍ରଥମ ବୈଠକ।
ଏଏସ୍ଆଇ ପକ୍ଷରୁ ଦକ୍ଷିଣ ଘର ଉପର ଅଂଶର ମରାମତି କରାଯାଇଥିଲା।
ଆଜି ମହାପ୍ରଭୁଙ୍କ ଅଳଙ୍କାର ଓ ବିଭିନ୍ନ ମୂଲ୍ୟବାନ ବସ୍ତୁର ତାଲିକା କରିବ କମିଟି । ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ କମିଟିରେ ଅଧ୍ୟକ୍ଷଙ୍କ ସହ ୧୨ ସଦସ୍ୟଜଷ୍ଟିସ୍ ଅରିଜିତ୍ ପଶାୟତଙ୍କ ଅଧ୍ୟକ୍ଷତାରେ ବୈଠକ ।
ବଡ଼ଦାଣ୍ଡରେ ବଡ଼ଧରଣର ବ୍ୟାରିକେଡ୍ ଦୁର୍ନୀତି ଅଭିଯୋଗ । ଶ୍ରୀମନ୍ଦିରକୁ ଜଗାଦର୍ଶନରେ ଆସୁଥିବା ଭକ୍ତଙ୍କ ପାଇଁ ନିର୍ମିତ ଅସ୍ଥାୟୀ ବ୍ୟାରିକେଡରେ ଅପ୍ରତ୍ୟାଶିତ ଭାବେ ଟଙ୍କା ଖର୍ଚ୍ଚ ହୋଇଥିବା RTI ସୂତ୍ରରୁ ତଥ୍ୟ ମିଳିଛି ।
ବଡ଼ଦାଣ୍ଡରେ ବଡ଼ଧରଣର ବ୍ୟାରିକେଡ୍ ଦୁର୍ନୀତି ଅଭିଯୋଗ । ୨୦୨୦-୨୧ରେ ୨୧ ଲକ୍ଷ, ୨୩-୨୪ ବେଳକୁ କୋଟିଏ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ । ଅସ୍ଥାୟୀ ବ୍ୟାରିକେଡ୍ ବାବଦକୁ ଅପ୍ରତ୍ୟାଶିତ ଖର୍ଚ୍ଚବୃଦ୍ଧି ନେଇ ଅସନ୍ତୋଷ ।
କଡ଼ା ସୁରକ୍ଷା ଭେଦି କେମିତି ଶ୍ରୀମନ୍ଦିରକୁ ପଶିଗଲେ ଅଣହିନ୍ଦୁ ? ୯ ବାଂଲାଦେଶୀଙ୍କ ପାସପୋର୍ଟ ସିଜ୍ କରି ପୁରୀ ପୋଲିସର ତନାଘନା। ଘଟଣା ରୋକିବାକୁ ମନ୍ଦିର ଆଇନରେ ପରିବର୍ତ୍ତନ ଦାବି କଲେ ଭକ୍ତ- ସେବକ। ଶ୍ରୀମନ୍ଦିର ପ୍ରଶାସନ କହିଲା ଘଟଣାକୁ ଗୁରୁତ୍ବର ସହ ନେଇଛୁ ।
କଡ଼ା ସୁରକ୍ଷା ଭେଦି କେମିତି ଶ୍ରୀମନ୍ଦିରକୁ ପଶିଗଲେ ଅଣହିନ୍ଦୁ ? ୯ ବାଂଲାଦେଶୀଙ୍କ ପାସପୋର୍ଟ ସିଜ୍ କରି ପୁରୀ ପୋଲିସର ତନାଘନା ।
ଶ୍ରୀମନ୍ଦିର ଭିତରେ ଅଣହିନ୍ଦୁ ତଥା ବିଦେଶୀଙ୍କ ପ୍ରବେଶ ଅଭିଯୋଗ । ଜଣେ କି ଦୁଇ ଜଣ ନୁହଁନ୍ତି, ୪ ଜଣ ଅଣହିନ୍ଦୁ ଆଜି ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିବା ଅଭିଯୋଗ ହୋଇଛି ।
ମାର୍ଚ୍ଚ ୧୯ ତାରିଖ ମଧ୍ୟରେ ଏହି କାର୍ଯ୍ୟ ସାରିବାକୁ ନିଷ୍ପତ୍ତି ହୋଇଛି। ଏନେଇ ଏଏସଆଇ ଅଧୀକ୍ଷକ ଦିବିଷଦ ବ୍ରଜସୁନ୍ଦର ଗଡ଼ନାୟକ ସୂଚନା ଦେଇଛନ୍ତି।
ନାଟମଣ୍ଡପ ମରାମତି ପାଇଁ କେମିତି ରାତି ୨ରେ ହେବ ଦ୍ୱାରଫିଟା? ନୀତି ପ୍ରଶାସକ କହିଲେ ଅସୁବିଧା ହେବନି ।
ଗତକାଲି ଏମିତି ଜଣେ ଦିବ୍ୟାଙ୍ଗ ଭକ୍ତ ଜଗାର ଦର୍ଶନ ପାଇଁ ଆସିଥିଲେ । କିନ୍ତୁ ଦର୍ଶନ ନପାଇ ମନ ଦୁଃଖରେ ଫେରିଯାଇଥିଲେ । ଆଉ ଜଣେ ଦିବ୍ୟାଙ୍ଗ ଭିତରକୁ ଯାଇନପାରି ସିଂହଦ୍ୱାରରୁ ପତିତପାବନଙ୍କୁ ଦର୍ଶନ କରିବାକୁ ବାଧ୍ୟ ହୋଇଥିଲେ ।
ଶ୍ରୀମନ୍ଦିରର ସୁରକ୍ଷାକୁ ଭେଦି ସୋସିଆଲ ମିଡିଆରେ ଭାଇରାଲ ହେଉଛି ଶ୍ରୀମନ୍ଦିରର ଡ୍ରୋନ୍ ଭିଜୁଆଲ। ଯାହାକୁ ନେଇ ଅସନ୍ତୁଷ୍ଟ ଭକ୍ତ ଓ ସେବାୟତ।
ଗଳାବାଟେ ଚାଲିଛି ଅନିୟମିତତା। ଶ୍ରୀମନ୍ଦିରର ସୁରକ୍ଷା ବଳୟକୁ ଫୁ’ କରି ପୁଣି ମନ୍ଦିର ଉପରେ ଉଡିଲା ଡ୍ରୋନ। ଯାହାର ଫୁଟେଜ୍ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି।
ସେହିଭଳି ଘନକୁହୁଡ଼ିରେ ଲୁଚି ରହିଛି ପାରାଦୀପ ସହର । ରାସ୍ତାଘାଟ ଦେଖାଯାଉନି, ଗାଡ଼ି ଚଳାଚଳରେ ବାଧା ଉପୁଜିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖାଦେଇଥିବାରୁ ଯାତାୟାତରେ ବାଧା ଉପୁଜିଛି ।
ନୀତି ବିଭ୍ରାଟକୁ ନେଇ ଭକ୍ତଠୁ ସେବାୟତ ସମସ୍ତେ କ୍ଷୁବ୍ଧ । ସୁଆର ନିଯୋଗର କ୍ଷତି ଆକଳନ ପାଇଁ ଶ୍ରୀମନ୍ଦିର ପ୍ରଶାସନର ପଦକ୍ଷେପ ।
'କେବଲିଂ ଓ ପାଇପ୍ ଲାଇନ୍ ପାଇଁ ସେ ଫାଟ ହୋଇଛି' । 'ଫାଟ ଆଜିର ନୁହେଁ, ଦୀର୍ଘଦିନର; ଆମେ ରିପ୍ଲେସ କରିବୁ' ।
ଶ୍ରୀଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପୂର୍ବରୁ ଅର୍ପଣ ରଥ ଗାଁ ଗାଁ ବୁଲି ପ୍ରାୟ ୧୨ ହଜାର କୁଇଣ୍ଟାଲ ଚାଉଳ ସଂଗ୍ରହ କରିଛି ।
ଆଗକୁ ଏହି ଅର୍ପଣ ଚାଉଳ, ଗୁଆ ଓ ନଡ଼ିଆ ଅନେକ ଜିଲ୍ଲାରୁ ଆସିବ। ତେଣୁ ଏହି ପ୍ରକ୍ରିୟା ଆସନ୍ତା ଫେବ୍ରୁଆରୀ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ।
ଭକ୍ତଙ୍କୁ ଭଣ୍ଡେଇବା ପରେ ତେଜିଲାଣି ଅସନ୍ତୋଷ । ଏ କ୍ଷୋଭ ଅର୍ପଣ ରଥର ଗୁଆ ଚାଉଳକୁ ନେଇ । କୁଆଡେ ଗଲା ଭକ୍ତଙ୍କ ଗୁଆ-ଚାଉଳ । କାହିଁକି ପୁରୀରେ ପହଞ୍ଚିଲାନି ଭକ୍ତ ଶ୍ରଦ୍ଧାରେ ଦେଇଥିବା ଚାଉଳ ଆଉ ଗୁଆ ?
ମରାମତି ପାଇଁ ୧୦ ତାରିଖରେ ବିମ୍ ଡିଜାଇନ୍ ମଧ୍ୟ ଚୂଡ଼ାନ୍ତ ହୋଇଥିବା କହିଛନ୍ତି ଆମିକସ୍ କ୍ୟୁରି ।
ଗାଁ ଗାଁରେ ବୁଲିଲା ଅର୍ପଣ ରଥ । ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ତଙ୍କ ଠାରୁ ସଂଗ୍ରହ ହେଲା ଗୁଆ-ଚାଉଳ। ଏଥିପାଇଁ ପାଣି ଭଳି କୋଟି କୋଟି ଟଙ୍କା ବି ଖର୍ଚ୍ଚ କଲେ ସରକାର। ହେଲେ ପରିକ୍ରମା ପ୍ରକଳ୍ପ ତ ଲୋକାର୍ପଣ ହେଲା, କିନ୍ତୁ ମହାପ୍ରଭୁଙ୍କ ପାଖରେ ପହଞ୍ଚିଲାନି ଭକ୍ତଙ୍କ ଗୁଆ-ଚାଉଳ।
ଶ୍ରୀକ୍ଷେତ୍ର ଲେଖିଲା ନୂଆ ଇତିହାସ। ଭକ୍ତଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହେଲା ବହୁଚର୍ଚ୍ଚିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିଥିଲେ ।
ଏତେବଡ଼ ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେଲା, ନା ନିମନ୍ତ୍ରଣ ମିଳିଲା ନା କାହାକୁ ଡାକି ସମ୍ମାନ କି ସମ୍ବର୍ଦ୍ଧନା ଖଣ୍ଡେ ଦିଆଗଲା।