• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଖୁବଶୀଘ୍ର ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଏବଂ ଗଣତି ହେବ । ଯଦି କିଛି ଗଡ଼ବଡ଼ ହୋଇଥାଏ ଦୋଷୀକୁ ଦଣ୍ଡ ବିଧାନ କରାଯିବ ବୋଲି ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ବିଜେପି ସମ୍ବର୍ଦ୍ଧନା ସଭାରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପାତାଳରେ ଥିଲେ ବି ଦୋଷୀଙ୍କୁ ଖୋଜି ବାହାର କରି ଦଣ୍ଡବିଧାନ କରାଯିବ । ସେହିପରି ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ରାଜ୍ୟରେ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର ପ୍ରଦାନ କରାଯିବ ବୋଲି କହିଛନ୍ତି ମୋହନ ଚରଣ ମାଝୀ ।

ସେହିପରି ୧୦ ବର୍ଷ ତଳେ ଓଡ଼ିଶାକୁ ମାତ୍ର ୮ ଶହ କୋଟି ରେଲୱେ ଅନୁଦାନ ମିଳୁଥିଲା । ଓଡ଼ିଶାରେ ରେଳ ସ୍ୱପ୍ନକୁ ବର୍ଷ ବର୍ଷ ଧରି ଗୁରୁତ୍ୱ ଦିଆଯାଉ ନଥିଲା । କିନ୍ତୁ ଗତ ୧୦ ବର୍ଷ ଭିତରେ ନରେନ୍ଦ୍ର ମୋଦିଙ୍କ ପ୍ରଧାନମନ୍ତ୍ରୀ ସମୟରେ ଓଡ଼ିଶାକୁ ୩ ବର୍ଷ ହେଲା ପ୍ରତି ବର୍ଷ ୧୦ ହଜାର କୋଟିର ଅନୁଦାନ ମିଳୁଛି। ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ବିଜେପିର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଏହା କହିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ୨୦୨୪-୨୫ ବର୍ଷରେ ଓଡ଼ିଶାକୁ ୧୦ ହଜାର ୫୩୬ କୋଟି ଟଙ୍କା ଓଡ଼ିଶାକୁ ମିଳିଛି । ଓଡ଼ିଶାରେ ନୂଆ ରେଳ ଲାଇନ୍ ମଧ୍ୟ ରେକର୍ଡ ଆକାରରେ ୧ ହଜାର ୮୪୬ କିଲୋମିଟର ତିଆରି ହୋଇଛି।

ସମ୍ପୂର୍ଣ ଶ୍ରୀଲଙ୍କାର ରେଳ ନେଟୱର୍କ ହେଉଛି ୧୭ ଶହ କିଲୋମିଟର । ତାଠାରୁ ଅଧିକ ଓଡ଼ିଶାରେ ଗତ ୧୦ ବର୍ଷ ଭିତରେ ହୋଇଛି । ପୂର୍ବ ସରକାର ସମୟରେ କାମ ଆଗେଇ ପାରୁନଥିଲା । ବିଜେପି ସରକାର ଓଡ଼ିଶାରେ ଆସିଲା । ଓଡ଼ିଶାରେ ଏବେ ନୂଆ ରେକର୍ଡ ହେବ । ଆଗାମୀ ୫ ବର୍ଷ ଭିତରେ ଓଡ଼ିଶାକୁ ୧ ଲକ୍ଷ କୋଟି ଟଙ୍କାର ନୂଆ ପ୍ରକଳ୍ପ ଆସିବ । ରଥଯାତ୍ରା ସମୟରେ ଏଥର ୩୧୫ ଟି ସ୍ବତନ୍ତ୍ର ଟ୍ରେନ ଚାଲିବ । ୨୫ ଜିଲ୍ଲାକୁ ସ୍ବତନ୍ତ୍ର ଟ୍ରେନ ଆସିବ । ୧୦ ବର୍ଷ ତଳେ ମାତ୍ର ୮୯ ଟ୍ରେନ ଚାଲୁଥିଲା । ଇଲେକ୍ଟ୍ରୋନିକ୍ସ ମାନୁଫାକଚରିଂ କ୍ଲଷ୍ଟର ଓଡ଼ିଶାରେ ହେବ । ସେମି କଣ୍ଡକ୍ଟର ଶିଳ୍ପ ପାଇଁ ମଧ୍ୟ ଟ୍ରେନିଂ ବ୍ୟବସ୍ଥା କରାଯିବ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି ବୋଲି କହିଛନ୍ତି ଅଶ୍ବିନୀ ବୈଷ୍ଣବ ।

ସୂଚନା ଅନୁସାରେ ଆଜି ରାଜ୍ୟର ନବ ନିର୍ବାଚିତ ସମସ୍ତ ବିଜେପି ବିଧାୟକ, ସାଂସଦ ଏବଂ କେନ୍ଦ୍ରମନ୍ତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିଛି ବିଜେପି। ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଦୁଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ପ୍ରଭାତି ପରିଡାଙ୍କ ସହ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ଥିଲେ । ସମ୍ବର୍ଦ୍ଧନା ଉତ୍ସବ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ମନ୍ କୀ ବାତ ଶୁଣିଥିଲେ ସମସ୍ତ ବିଜେପି କର୍ମକର୍ତ୍ତା ।

OTV is now on Whatsapp

Join and get latest news update delivered to you via whatsapp

Join Now