ଗାଁ ଗହଳି ଲୋକଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦେବାକୁ ସରକାରଙ୍କ ବସୁଧା ଯୋଜନା। ହେଲେ ଯଦି ଏହି ମେଗା ପାନୀୟ ଜଳ ପ୍ରକଳ୍ପ କାମରେ ନ ଆସେ, ତେବେ କାହିଁକି ଏ ପ୍ରକଳ୍ପ। ଶୋଷ ମେଣ୍ଟାଇବା ବଦଳରେ ଶୁଷ୍କ ହୋଇ ପଡି ରହିଛି ଭଦ୍ରକ ଜିଲ୍ଲା ବାସୁଦେବପୁରର ୮୫ ଲକ୍ଷ ଟଙ୍କାର ପାନୀୟ ଜଳ ପ୍ରକଳ୍ପ...
ମାଡ଼ ମାରି ଯୁବକଙ୍କ ଗୋଡ଼ ଭାଙ୍ଗିଦେଲେ ପୋଲିସ୍ ବାବୁ ।
ଦିଲ୍ଲୀ ଓ ପଞ୍ଜାବ ଟ୍ରାଜେଡି ପରେ ବାଲେଶ୍ୱର ଓ କଟକରେ ବିଭିନ୍ନ ସପିଂମଲ୍ ଓ ହସ୍ପିଟାଲରେ ଅଚାନକ ରେଡ୍
ଗଲା ୨ ବର୍ଷ ଭିତରେ ଏମିତି ତିନି-ତିନିଟି ଘଟଣାକୁ ନେଇ ଉଠିଛି ପ୍ରଶ୍ନ
ବଜାର ବୁଲିବେ, ମନପସନ୍ଦର ପୋଷାକ କିଣି ପିନ୍ଧିବେ । ସମସ୍ତଙ୍କ ମନରେ ଏଭଳି ଇଚ୍ଛା ଥାଏ । ହେଲେ ସମସ୍ତଙ୍କୁ କ’ଣ ଏଭଳି ସୁଯୋଗ ମିଳେ । ଅନାଥ ପିଲାଙ୍କ ପାଇଁ ଏସବୁ ସାତ ସପନ
ସୁବ୍ରତଙ୍କ ସୂକ୍ଷ୍ମ କାମକୁ ନେଇ ଏବେ ସବୁଠି ଚର୍ଚ୍ଚା। ମାତ୍ର ୧୭ ଦିନରେ ୧୬ଶହ ଆଇସକ୍ରିମ କାଠିରେ ତିଆରି କରିଛନ୍ତି ରାମ ମନ୍ଦିର। ପୁଣି ମହମରେ ତିଆରି କରିଛନ୍ତି ଯୋରନ୍ଦା ମନ୍ଦିର। କାରୁକାର୍ଯ୍ୟ ଏମିତି ହୋଇଛି ଯେ, ଦେଖିଲେ ଘଣ୍ଟାଏ କାଳ ପର୍ଯ୍ୟନ୍ତ ଚାହିଁ ରହିବେ ।
ଦୁର୍ନୀତିର ଚେର ଉପାଡ଼ିବାକୁ ପଣ କରିଛି ଭିଜିଲାନ୍ସ। ହେଲେ ସେହି ଭିଜିଲାନ୍ସ ବିଭାଗର ଅଧିକାରୀ ଏବେ ନିଜେ ପଡ଼ିଛନ୍ତି ଭିଜିଲାନ୍ସ ହାତରେ। ଏ ହେଲେ ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା। ହଜାରେ କି ଲକ୍ଷେ ନୁହେଁ, ଲାଞ୍ଚ ନେଉଥିଲେ ୧୦ ଲକ୍ଷ ଟଙ୍କା।
ଫର୍ମଫିଲପ୍ ହୋଇଥିବା ୪୩ ହଜାରରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଉନଥିବା ନେଇ ରାଜ୍ୟବ୍ୟାପୀ ସୃଷ୍ଟି ହୋଇଥିଲା ହଇଚଇ । ଏବେ ପଦାକୁ ଆସିଛି ତାଠୁ ବି ସାଂଘାତିକ ତଥ୍ୟ । ସ୍କୁଲ ଆସୁନାହାନ୍ତି ୩୦ ପ୍ରତିଶତ ଛାତ୍ରଛାତ୍ରୀ । ରାଜ୍ୟରେ ଡ୍ରପ୍ ଆଉଟ ସମସ୍ୟା କିଭଳି ଉତ୍କଟ ରୂପ ଧାରଣ କରିଛି, ତାହା ଏଥିରୁ ସ୍ପଷ୍ଟ ହେଉଛି ।
ଶ୍ରୀମନ୍ଦିର ଐତିହ୍ୟ କରିଡ଼ର କାମ ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅପିଲ୍ କଲା INTACH । ଅସୁରକ୍ଷିତ ଐତିହ୍ୟସ୍ଥଳୀ ସଂରକ୍ଷଣ ଉପରେ କାର୍ଯ୍ୟରତ ସଂସ୍ଥା INTACH ଓଡ଼ିଶା ଚାପ୍ଟର ରାଜ୍ୟ ଆବାହକ ଅମିୟ ଭୂଷଣ ତ୍ରିପାଠୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠିରେ ଲେଖିଛନ୍ତି, ଜଗନ୍ନାଥ ମନ୍ଦିର ଚୌହଦିର ଶହେ ମିଟର ନିଷିଦ୍ଧାଞ୍ଚଳରେ ଚାଲିଥିବା ନିର୍ମାଣ କାମ ଏଏସ୍ଆଇ ଅନୁମତିରେ ହେଉନାହିଁ
ଜାତୀୟ ରାଜଧାନୀ ଦିଲ୍ଲୀରେ ପୁଣି ବଡ଼ ଧରଣର ଅଗ୍ନିକାଣ୍ଡ। ଅକାଳରେ ଚାଲିଗଲା ୩୦ରୁ ଅଧିକ ଜୀବନ। ପଶ୍ଚିମ ଦିଲ୍ଲୀର ମୁଣ୍ଡକା ମେଟ୍ରୋ ଷ୍ଟେସନ ନିକଟରେ ଧ୍ୱସଂସ୍ତୁପ ପାଲଟିଗଲା ତିନି ମହଲା କୋଠା।
ଭୁବନେଶ୍ୱର ମୁଖ୍ୟାଳୟରେ ରାଜ୍ୟ ବିଜେପିର ମାନସମନ୍ଥନ । ୨୦୨୪ ପାଇଁ ପ୍ରସ୍ତୁତ ହେଉଛି ରୋଡ୍ମ୍ୟାପ୍ । ଏନେଇ ଦଳୀୟ ନେତାଙ୍କ ସହ ବିଚାରବିମର୍ଶ କରିଛନ୍ତି ରାଜ୍ୟ ପ୍ରଭାରୀ ଡି. ପୁରେନ୍ଦ୍ରଶ୍ୱରୀ ।
ସ୍କୁଲ ଆସୁନାହାନ୍ତି ୩୦ ପ୍ରତିଶତ ଛାତ୍ରଛାତ୍ରୀ । ରାଜ୍ୟରେ ଡ୍ରପ୍ ଆଉଟ ସମସ୍ୟା କିଭଳି ଉତ୍କଟ ରୂପ ଧାରଣ କରିଛି, ତାହା ଏଥିରୁ ସ୍ପଷ୍ଟ ହେଉଛି ।
ବିଜେପିର ଟପ୍ ମୋଷ୍ଟ ପ୍ରାୟରିଟି ହେଉଛି ଦଳୀୟ ସଙ୍ଗଠନ । ତୃଣମୂଳସ୍ତରରେ କିଭଳି ମଜବୁତ୍ ହେବ ସେଥିଲାଗି ପ୍ରତି ସଂସଦୀୟ କ୍ଷେତ୍ରର ଶେହେଟି ଦୁର୍ବଳ ବୂଥ୍ ବୁଲି ସମୀକ୍ଷା କରିବାକୁ ସାଂସଦମାନଙ୍କୁ ଦାୟିତ୍ୱ ଦିଆଯାଇଛି । ନିର୍ବାଚନ ମଣ୍ଡଳୀୱାରୀ ପଞ୍ଚାୟତ ଓ ପୌର ନିର୍ବାଚନ ଫଳାଫଳର ସମୀକ୍ଷା ହୋଇ ସାରିଛି ।
ଅସୁରକ୍ଷିତ ଐତିହ୍ୟସ୍ଥଳୀ ସଂରକ୍ଷଣ ଉପରେ କାର୍ଯ୍ୟରତ ସଂସ୍ଥା INTACH ଓଡ଼ିଶା ଚାପ୍ଟର ରାଜ୍ୟ ଆବାହକ ଅମିୟ ଭୂଷଣ ତ୍ରିପାଠୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠିରେ ଲେଖିଛନ୍ତି, ଜଗନ୍ନାଥ ମନ୍ଦିର ଚୌହଦିର ଶହେ ମିଟର ନିଷିଦ୍ଧାଞ୍ଚଳରେ ଚାଲିଥିବା ନିର୍ମାଣ କାମ ଏଏସ୍ଆଇ ଅନୁମତିରେ ହେଉନାହିଁ ।
୫ ବର୍ଷ ହେଲାଣି ଏମିତି ବିପଦପୂର୍ଣ୍ଣ ଅବସ୍ଥାରେ ଟାୱାର ବସିଛି। ମାସକୁ ଭଡ଼ା ବାବଦକୁ ଜମି ମାଲିକଙ୍କୁ ଟଙ୍କା ମିଳୁନି କି ସୁରକ୍ଷାକର୍ମୀଙ୍କୁ ଦରମା ମିଳୁନି। ଚୁକ୍ତିରେ ସ୍ୱାକ୍ଷର କରିଥିବାରୁ ଟାୱାରକୁ ହଟାଇ ପାରୁନାହାନ୍ତି ଜମି ମାଲିକ। ଯଦି କେତେବେଳେ କାହା ଘରେ କି କାହା ଉପରେ ପଡ଼େ ତେବେ ପ୍ରାଣ ଯିବା ସୁନିଶ୍ଚିତ।
ପାଗଳ କରିଛି ପଶୁପ୍ରେମ । ବାଘର ବଂଶ ବିସ୍ତାର ପାଇଁ ଭିଟାମାଟି ଛାଡ଼ିବାକୁ ପ୍ରସ୍ତୁତ ହେଲେ ଗାଁ ଲୋକେ। ପଲ୍ଲୀସଭାରେ ନିଆଗଲା ବଡ଼ ନିଷ୍ପତ୍ତି । ହେଲେ ପ୍ରଶାସନର ଅବହେଳା ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।
ପିସି ଦେଉନଥିବାରୁ କାର୍ଯ୍ୟରୁ ନିଲମ୍ବନ ହେଲେ ଫରେଷ୍ଟର। ପ୍ରତିବାଦ କରି ଡିଏଫ୍ଓଙ୍କ ଅଫିସ ସାମ୍ନାରେ ବସି ଆମ୍ବ ବିକିଲେ। କହିଲେ, ପ୍ରମାଣ ରଖିପାରିବିନି ବୋଲି ହ୍ୱାଟ୍ସଆପ୍ରେ କଲ୍ କରୁଥିଲେ ।
ପାଗଳ କରିଛି ପଶୁପ୍ରେମ। ବାଘର ବଂଶ ବିସ୍ତାର ପାଇଁ ଭିଟାମାଟି ଛାଡ଼ିବାକୁ ପ୍ରସ୍ତୁତ ହେଲେ ଗାଁ ଲୋକେ। ପଲ୍ଲୀସଭାରେ ନିଆଯଗଲା ବଡ଼ ନିଷ୍ପତ୍ତି। ହେଲେ ପ୍ରଶାସନର ଅବହେଳା ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ...ଦେଖନ୍ତୁ ପୂରା ରିପୋର୍ଟ
ପିସି ଦେଉନଥିବାରୁ କାର୍ଯ୍ୟରୁ ନିଲମ୍ବନ ହେଲେ ଫରେଷ୍ଟର। ପ୍ରତିବାଦ କରି ଡିଏଫ୍ଓଙ୍କ ଅଫିସ ସାମ୍ନାରେ ବସି ଆମ୍ବ ବିକିଲେ। କହିଲେ, ପ୍ରମାଣ ରଖିପାରିବିନି ବୋଲି ହ୍ୱାଟ୍ସଆପ୍ରେ କଲ୍ କରୁଥିଲେ..
ପୁଅ ଜନ୍ମ ହେବ ବୋଲି କେତେ କଣ ଆୟୋଜନ କରିଥିଲା ବାପା। ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲା ସ୍ତ୍ରୀ...ଶୌଚ ହେବାକୁ ଯାଇଥିବା ବେଳେ ବାପାକୁ ଖାଇଦେଲା କୁମ୍ଭୀର। ପୁଅ ଜନ୍ମ ହେବା ଖୁସିରେ ନାଁ ସ୍ୱାମୀକୁ ହରାଇବା ଦୁଃଖରେ କାନ୍ଦିବ ସ୍ତ୍ରୀ....କାନ୍ଦବୋବାଳିରେ ଫାଟି ପଡ଼ୁଛି ପୂରା ପରିବାର
ଚିନ୍ତା ବଢାଇଲାଣି ଟମାଟୋ ଫ୍ଲୁ : ପିଲାଙ୍କ ପ୍ରତି ରହିଛି ବେଶି ବିପଦ.... ଜ୍ୱର ହେବା ସହ ଦେଖାଯାଉଛି ଏମିତି ଲକ୍ଷଣ। ଜାଣନ୍ତୁ କଣ କହିଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ..
ଦୀର୍ଘଦିନ ପରେ ହତ୍ୟା ମାମଲାରେ ଜାମିନ୍ ମିଳିଲା ସତ। କିନ୍ତୁ ବୟସ ହୋଇଯିବାକୁ ବୃଦ୍ଧ ଦମ୍ପତ୍ତିଙ୍କୁ ଘରକୁ ନେବାକୁ ମନା କରିଦେଲେ ପରିବାର ଲୋକ। ୩ ମାସ ପରେ ପୁଣି ବେଲ୍ କରାଇ ଜେଲରୁ ଜରାଶ୍ରମକୁ ନେଲେ ଜଣେ ଆଇନଜୀବୀ। ପରିବାର ଲୋକଙ୍କ ମାନସିକତା ନାପସନ୍ଦ କଲେ ଅଂଚଳବାସୀ
ଆଉ କେତେ ଦିନ ଏମିତି ଚାଲିବ... ହଠାତ୍ ରାତି ୯ଟା ୧୨ରେ ଚିଇଁକି ଉଠିଲେ ବିଜେଡି ସାଂସଦ ଅନୁଭବ ମହାନ୍ତି। ମୁଖ୍ୟମନ୍ତ୍ରୀ, ଡିଜିପି ଓ ଏସପିଙ୍କୁ ଟ୍ୟାଗ୍ କରି ମାଗିଲେ ନ୍ୟାୟ। ଆଉ ଲେଖିଲେ, ...ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନ ନେଲେ... ତେବେ ଏ ନେଇ ବର୍ଷା କି ଅନୁଭବଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।
ବାତ୍ୟା ଅସାନି ସିନା ସ୍ଥଳଭାଗ ଆସିଲାନି । କିନ୍ତୁ ଅନୁଭୂତ ହେଉଛି ଓଡ଼ିଶା ଉପକୂଳରେ । ଦକ୍ଷିଣ ଓଡ଼ିଶାଠୁ ପୂର୍ବ ଓଡ଼ିଶା ଉପକୂଳ ଯାଏଁ ଅଶାନ୍ତ ହୋଇଛି ସମୁଦ୍ର । ପବନ ବହୁଛି ତୁହାକୁ ତୁହା, ଲାଗିରହିଛି ଝିପି ଝିପି ବର୍ଷା ।
ବିଶାଖାପାଟଣାରେ ଅବିଶ୍ରାନ୍ତ ବର୍ଷା । ଗୋଦାବରୀ ଜିଲ୍ଲାରେ ଅଣଚାଷ ପବନର ତାଣ୍ଡବ । ସାମୁଦ୍ରିକ ଝଡ଼ ମାଡ଼ରେ ଘାଇଲା ମାନ୍ୟମ ଜିଲ୍ଲା । ଝଡ଼ର ଅଧିକ ଉଗ୍ର ରୂପ ଦେଖିବାକୁ ମିଳିଛି କାକିନାଡ଼ାରେ । କୂଳଲଂଘି ଗାଁ ଛାରଖାର କରିଛି ସମୁଦ୍ର ।