Advertisment

ଚାକିରିରୁ ନିଲମ୍ବିତ ହେଲେ, ପ୍ରତିବାଦରେ DFO ଙ୍କ ଅଫିସ୍‌ ଆଗରେ ଆମ୍ବ ବିକିଲେ ଫରେଷ୍ଟର୍‌

ପିସି ଦେଉନଥିବାରୁ କାର୍ଯ୍ୟରୁ ନିଲମ୍ବନ ହେଲେ ଫରେଷ୍ଟର। ପ୍ରତିବାଦ କରି ଡିଏଫ୍‌ଓଙ୍କ ଅଫିସ ସାମ୍ନାରେ ବସି ଆମ୍ବ ବିକିଲେ। କହିଲେ, ପ୍ରମାଣ ରଖିପାରିବିନି ବୋଲି ହ୍ୱାଟ୍ସଆପ୍‌ରେ କଲ୍‌ କରୁଥିଲେ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Bargarh forester

Bargarh forester

ସରକାରୀ ବାବୁ ବିକ୍ରି କରୁଛନ୍ତି ଲାଲ ଟହଟହ ଆମ୍ବ । ବିକ୍ରି ହେବା ପାଇଁ ଆମ୍ବ ଗୁଡ଼ିକ ଯେମିତି ଅନାଇ ବସିଛି। ପାଖରେ ଓଜନ ଯନ୍ତ୍ର ମଧ୍ୟ ରହିଛି। ଆଉ ଖୋଦ୍‌ ବରଗଡ଼ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ଆମ୍ବର ପସରା ମେଲିଛି। ଆଉ ଆମ୍ବ ବିକୁଥିବା ବ୍ୟକ୍ତି ଜଣକ କୌଣସି ସାଧାରଣ ଲୋକ ନୁହନ୍ତି ବରଂ ସେ ଜଣେ ଫରେଷ୍ଟର। ଆଉ ସେ କାହିଁକି ଡ୍ୟୁଟି ନକରି ଆମ୍ବ ବିକ୍ରି କରୁଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ ।

Advertisment

ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସାମ୍ନାରେ ଆମ୍ବ ବିକ୍ରି କରୁଛନ୍ତି ଜଣେ ସରକାରୀ କର୍ମଚାରୀ। ଆମ୍ବ ବିକ୍ରି କରୁଥିବା ଫରେଷ୍ଟର ହେଉଛନ୍ତି ପ୍ରୟାଗ ପ୍ରଧାନ। ବରଗଡ ଜିଲ୍ଲା ଭଟଲି ରେଞ୍ଜ ଅଧୀନ ଅମ୍ବାଭୋନା ସେକସନରେ ଫରେଷ୍ଟର ଭାବେ କାମ କରୁଥିଲେ । ମାତ୍ର ଗତ ୧୦ ତାରିଖରୁ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ଆଉ ନିଲମ୍ବନ ଆଦେଶକୁ ଗ୍ରହଣ ନକରିପାରି ଜଙ୍ଗଳ ବିଭାଗର ଖାକି ପୋଷାକ ଛାଡି ଏବେ ଆମ୍ବ ବିକୁଛନ୍ତି ପ୍ରୟାଗ।

କେବଳ ଏତିକି ନୁହେଁ ବରଂ ରେଞ୍ଜର,ଏସିଏଫ, ଡି.ଏଫ ଓଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପ୍ରୟାଗ । ସେ କହିଛନ୍ତି ଯେ, ରେଞ୍ଜର,ଏସିଏଫ, ଡି.ଏଫ ଓଙ୍କୁ ପି.ସି. ନଦେବା କାରଣକରୁ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ନିଲମ୍ବନ କରାଯାଇଛି।

Advertisment

ପ୍ରୟାଗ ଜଙ୍ଗଲ ବିଭାଗରେ ବ୍ୟାପକ ଦୁର୍ନିତୀ ହେଉଥିବା ଏବଂ ଉଚ୍ଚ ଅଧିକାରୀମାନେ ଏହି ଦୁର୍ନିତୀ କରୁଥିବା ସିଧାସଲଖ ଅଭିଯୋଗ କରିଛନ୍ତି । ତାଙ୍କୁ ଭଟଲି ରେଞ୍ଜର ସବୁ ବେଳେ ପି.ସି. ମାଗୁଥିବା କହିଛନ୍ତି । ପିସି.ନ ଦେବାରୁ ନାନା ହଇରାଣ ହରକତ କରି ଆସୁଥିଲେ । ତାଙ୍କୁ କାର୍ଯ୍ୟରୁ ଛୁଟି ମଧ୍ୟ ଦିଆଯାଉନଥିଲା । ପିସି ମାଗିବାର କୌଣସି ରେକର୍ଡ ଯେପରି ନ ରହିବ ସେଥିପାଇଁ ତାଙ୍କୁ ସବୁବେଳେ ହ୍ଵାଟସପରେ ଫୋନ କରାଯାଉଥିବା ସେ ଅଭିଯୋଗ କରିଛନ୍ତି ।

ଏ ସମ୍ପର୍କରେ ସେ ଲିଖିତ ଅଭିଯୋଗ ମଧ୍ୟ ଦେଇଛନ୍ତି। ହେଲେ ଲାଞ୍ଚୁଆ ଅଫିସରଙ୍କ ବଦଳରେ ପ୍ରୟାଗଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତେବେ ବନବିଭାଗରେ କେମିତି ଦୁର୍ନୀତି ହେଉଛି ତାହା ସାମ୍ନାକୁ ଆସିବା ପରେ ଏବେ ସ୍ଥାନୀୟ ଅଂଚଳରେ ବେଶ୍‌ ଚର୍ଚ୍ଚା ଚାଲିଛି। ପ୍ରକୃତରେ କେଉଁ ସରକାରୀ ବାବୁ ମାନେ ଦୁର୍ନୀତିରେ ସାମିଲ ଅଛନ୍ତି, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବାକୁ ଦାବି ହୋଇଛି।

ରିପୋର୍ଟର- ଦୀପକ ଶର୍ମା

Special Story Bargarh Forester
Advertisment
Advertisment