Advertisment

ମାତ୍ର ୧୭ ଦିନରେ ଆଇସକ୍ରିମ କାଠିରେ ରାମ ମନ୍ଦିର ଓ ମହମରେ ତିଆରି କରିଦେଲେ ଯୋରନ୍ଦା ମନ୍ଦିର

ସୁବ୍ରତଙ୍କ ସୂକ୍ଷ୍ମ କାମକୁ ନେଇ ଏବେ ସବୁଠି ଚର୍ଚ୍ଚା। ମାତ୍ର ୧୭ ଦିନରେ ୧୬ଶହ ଆଇସକ୍ରିମ କାଠିରେ ତିଆରି କରିଛନ୍ତି ରାମ ମନ୍ଦିର। ପୁଣି ମହମରେ ତିଆରି କରିଛନ୍ତି ଯୋରନ୍ଦା ମନ୍ଦିର। କାରୁକାର୍ଯ୍ୟ ଏମିତି ହୋଇଛି ଯେ, ଦେଖିଲେ ଘଣ୍ଟାଏ କାଳ ପର୍ଯ୍ୟନ୍ତ ଚାହିଁ ରହିବେ ।

author-image
Otv Khabar Bureau
Odisha's Joranda temple

Odisha's Joranda temple

ଆଇସକ୍ରିମ କାଠିରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଭବ୍ୟ ରାମ ମନ୍ଦିର , ମହମରେ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମହିମା ଗାଦୀ । ମନ୍ଦିର ଓ କାଠରେ ମାତ୍ର ସାଢେ ଚାରି ଇଞ୍ଚର ନନ୍ଦିଘୋଷ ରଥ । ଏଭଳି କିଛି ଦୃଶ୍ୟ ଦେଖିଲେ ସମସ୍ତଙ୍କ ଆଖି ଲାଖି ହୋଇ ରହିଯିବ। ସମସ୍ତଙ୍କ ମୁହଁରୁ ପ୍ରଶଂସାର ସୁଅ ଛୁଟିବ ।

Advertisment

ଆଇସକ୍ରିମ ଖାଇ ସାରିବା ପରେ ସମସ୍ତେ କାଠିକୁ ଫିଙ୍ଗି ଦେଇଥାଉ । କିନ୍ତୁ ସେହି ଅଦରକାରୀ କାଠିକୁ ନେଇ ଅଯୋଧ୍ୟାର ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଭବ୍ୟ ଶ୍ରୀରାମ ମନ୍ଦିର ତିଆରି କରି ଏବେ ଚର୍ଚ୍ଚାରେ ଢେଙ୍କାନାଳର ଯୁବକ ସୁବ୍ରତ ମହାରଣା । କାଠିରେ ରାମ ମନ୍ଦିର ନିର୍ମାଣ କରିବାକୁ ତାଙ୍କୁ ୧୭ ଦିନ ଲାଗିଛି । କେବଳ ଏତିକି ନୁହେଁ ମହମରେ ତିଆରି ଏହି ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମହିମାଗାଦୀ ମନ୍ଦିର ମଧ୍ୟ ଅତ ସୁନ୍ଦର ଦିଶୁଛି । ସୁକ୍ଷ୍ମ ଓ ନିଖୁଣ ଭାବରେ ଏହାକୁ ତିଆରି କରିବାରେ ସଫଳ ହୋଇଛନ୍ତି ସୁବ୍ରତ।

ସୁବ୍ରତଙ୍କର କୁନି ରଥ ମାତ୍ର ସାଢେ ଚାରି ଇଞ୍ଚରେ ସାଧାରଣ କାଠ ଓ ଅଠାରେ ତିଆରି ହୋଇଛି ଏହି ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ। ଏହି ସବୁ ନିଆରା କାମ ପାଇଁ ସୁବ୍ରତ ଗତବର୍ଷ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ମଧ୍ୟ ପାଇଛନ୍ତି । ଆଗକୁ ଏହି ସବୁ କଳା କୃତି ମାଧ୍ୟମରେ ବିଶ୍ୱ ରେକର୍ଡ ସ୍ଥାପନ କରି ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିବେ ବୋଲି ଲକ୍ଷ୍ୟ ରଖିଛନ୍ତି ସୁବ୍ରତ ।

Advertisment

ପିଲାଦିନରୁ ସୁବ୍ରତଙ୍କର କଳାକୃତି କାମ ପାଇଁ ରହିଥିଲା ଢେର ଆଗ୍ରହ। ସେଥିପାଇଁ ମାତ୍ର ପାଞ୍ଚ ବର୍ଷ ବୟସରୁ ବିଭିନ୍ନ ଛୋଟମୋଟ ବାଲୁକା ଶିଳ୍ପୀ ଓ ପଥରରେ ଛୋଟମୋଟ ମୂର୍ତ୍ତି ତିଆରି କାମ କରିବା ଆରମ୍ଭ କରି ଦେଇଥିଲେ । ପରିବାରର ଆର୍ଥିକ ପରିସ୍ଥିତି ସେତେଟା ଭଲ ନଥିବାରୁ ଅଧିକ ପାଠ ପଢି ପାରିଲେନି । କିନ୍ତୁ ଏହି ସବୁ କଳାରେ ନିଜ ମନ ନିବେଶ କରିଛନ୍ତି ।

କେବଳ ଓଡ଼ିଶା ନୁହେଁ ବିଦେଶରେ ମଧ୍ୟ ସେ ନିଜର କଳା ଦେଖାଇଛନ୍ତି । ମୁଗୁନି ପଥରରେ ସେ ମହାପୁରୁଷଙ୍କର ମୂର୍ତ୍ତି ମଧ୍ୟ ତିଆରି କରିଛନ୍ତି। ସୁବ୍ରତଙ୍କ କଳା ପୂରା ବିଶ୍ୱରେ ପହଞ୍ଚୁ ବୋଲି ଅଂଚଳବାସୀ କହିଛନ୍ତି।

Special Story Odisha's Joranda Temple
Advertisment
Advertisment