Advertisment

ପଶୁପ୍ରେମର ନିଆରା ନିଦର୍ଶନ: ବାଘ ପାଇଁ ବେଘର ହେବେ ଗାଁ ଲୋକେ

ପାଗଳ କରିଛି ପଶୁପ୍ରେମ । ବାଘର ବଂଶ ବିସ୍ତାର ପାଇଁ ଭିଟାମାଟି ଛାଡ଼ିବାକୁ ପ୍ରସ୍ତୁତ ହେଲେ ଗାଁ ଲୋକେ। ପଲ୍ଲୀସଭାରେ ନିଆଗଲା ବଡ଼ ନିଷ୍ପତ୍ତି । ହେଲେ ପ୍ରଶାସନର ଅବହେଳା ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Satkosia Tiger Reserve

Satkosia Tiger Reserve

ବାଘ ପାଇଁ ଭିଟାମାଟି ଛାଡ଼ିବାକୁ ପ୍ରସ୍ତୁତ ଗାଁ ଲୋକେ। ଜୈବ ବିବିଧତାର ସଂରକ୍ଷଣ ସହ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ଭବିଷ୍ୟତକୁ ଦୃଷ୍ଟିରେ ରଖି ଅଭୟାରଣ୍ୟ ଭିତରେ ଥିବା ଅସନବାହାଳ ଗ୍ରାମବସୀ ନିଜ ଭିଟାମାଟି ତ୍ୟାଗ କରି ବିସ୍ଥାପିତ ହେବାକୁ ଯାଉଛନ୍ତି । ୧୯୭୬ ମସିହାରେ ସାତକୋଶିଆ ଅଭୟାରଣ୍ୟ ଭାବେ ଘୋଷଣା ହୋଇଥିଲା ।

Advertisment

ଅଭୟାରଣ୍ୟ ପାଇଁ ପ୍ରଣୀତ ଆଇନ୍ ଓ ନିୟମାବଳୀ ଗ୍ରାମବାସୀଙ୍କୁ ପ୍ରଭାବିତ କରିଥିଲା । ବନ ବିଭାଗର ଆଇନଗତ କଟକଣା ଗ୍ରାମବାସୀଙ୍କ ଜୀବନଜୀବିକା, ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥା ଉପରେ ପ୍ରଭାବ ପକାଇଥିଲା । ୨୦୦୬ ମସିହାର ପ୍ରଣୀତ ଜାତୀୟ ଆଇନ, ଜଙ୍ଗଲ ଅଧିକାର ଅଧିନିୟମ ମଧ୍ୟ ଗ୍ରାମବାସୀଙ୍କ ଭାଗ୍ୟକୁ ବଦଳାଇ ପାରିନଥିଲା ।

ଅଭୟାରଣ୍ୟରେ ମୂଲମଜୁରି ନ ମିଳିବା, ସ୍କୁଲ ବନ୍ଦହେବା ଓ ରାସ୍ତାଘାଟର ଉନ୍ନତି ନ ହେବା ନେଇ ଗ୍ରାମବାସୀ ଜିଲ୍ଲା ପ୍ରଶାସନ, ବନ ବିଭାଗ ଏବଂ ଜନ ପ୍ରତିନିମାନଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ । ୨୦୦୭ ମସିହାରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ମାନ୍ୟତା ପାଇବା ପରେ ସ୍ଥାନାନ୍ତର ବିସ୍ଥାପନ ପ୍ରକ୍ରିୟା ବନ ବିଭାଗ ପକ୍ଷରୁ ଆରମ୍ଭ ହେଲା । ବ୍ୟାଘ୍ର ପ୍ରକଳ୍ପ ପାଇଁ ପ୍ରଥମେ ରାଇଗୋଡ଼ା ଗ୍ରାମବାସୀ ବିସ୍ଥାପିତ ହୋଇଥିବାବେଳେ ଏବେ ଅଶନବାହାଳ ଗ୍ରାମବାସୀ ବିସ୍ଥାପିତ ହେବାକୁ ବନ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ସମ୍ମତି ପ୍ରଦାନ କରିଛନ୍ତି ।

Advertisment
ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୁପକ୍ଷଙ୍କ ବିସ୍ଥାପନ ଗାଇଡ୍ଲାଇନ୍‌ରେ ଗ୍ରାମବାସୀ ଗାଁ ଛାଡି ଚାଲିଯିବାକୁ ପଲ୍ଲୀସଭାରେ ନିଷ୍ପତ୍ତି ନେଇଛନ୍ତି। ତେବେ ସରକାରୀ ସମନ୍ୱୟ ଅଭାବ କାରଣରୁ ବିସ୍ଥାପିତରେ ଅନେକ ସମସ୍ୟା ଦେଖାଦେଇଛି। ଏ ପର୍ଯ୍ୟନ୍ତ ସେମାନେ ବିସ୍ଥାପିତ ହୋଇପାରୁଛନ୍ତି ନା ଯେଉଁଠାରେ ଅଛନ୍ତି, ସେଠାରେ ମୌଳିକ ସୁବିଧା ପାଇପାରୁଛନ୍ତି। ଯାହାକୁ ନେଇ ଏବେ ଅସନ୍ତୋଷ ଦେଖା ଦେଇଛି।ଅସନବାହାଳ ଗ୍ରାମବାସୀଙ୍କୁ ଥଇଥାନ ନିମନ୍ତେ ପ୍ରଥମେ ରୋଡ଼ସିଂହା ନିକଟରେ ଥଇଥାନ କରାଯିବାର ଥିଲା । ମାତ୍ର ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ ଯୋଗୁଁ ତାହା ଫଳପ୍ରଦ ହୋଇପାରିନଥିଲା । ପରେ ଟାଇଁସି ଧଉରାଗୋଠ ନିକଟରେ ସେମାନଙ୍କୁ ଥଇଥାନ କରାଯିବାର ପ୍ରକ୍ରିୟା ଚାଲୁ ରହିଛି । ମାତ୍ର ଜଙ୍ଗଲ କିସମ ଜମି ଥିବାରୁ ତାହାକୁ ଅଣ ଜଙ୍ଗଲ ଜମିକୁ ରୂପାନ୍ତରିତ ପାଇଁ ପ୍ରସ୍ତାବ ଦିଆଯାଇଥିବା ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।ତେବେ ବାଘ ବଂଶର ବିସ୍ତାର ପାଇଁ ଗାଁ ଛାଡ଼ିଲେ ଲୋକେ, ହେଲେ ପ୍ରଶାସନର ଉଦାସୀନତା ପାଇଁ ନାନା ସମସ୍ୟା ଭୋଗୁଛନ୍ତି ଲୋକେ ।
ରିପୋର୍ଟର- ବିରଜା ପ୍ରସାଦ
Satkosia Tiger Reserve Special Story
Advertisment
Advertisment