• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Special Story

Power Cut
ରାଜ୍ୟବ୍ୟାପୀ ଚାଲିଛି ଘନ ଘନ ବିଜୁଳିକାଟ୍

ତାତି ଟିକେ କମିଛି ସତ, ହେଲେ ଏବେ ବି ଗ୍ରାମାଞ୍ଚଳରେ ଲୋକଙ୍କୁ କଷ୍ଟ ଦେଉଛି ପାୱାର କଟ୍‌ । ଘଣ୍ଟା ଘଣ୍ଟା ଧରି ବିଜୁଳି କାଟ୍ ଯୋଗୁଁ ନାହିଁ ନଥିବା ହଇରାଣ ହେଉଛନ୍ତି ଲୋକେ ।

sedition law
ସୁପ୍ରିମ୍‌କୋର୍ଟଙ୍କ ବଡ଼ ରାୟ; ପୁନର୍ବିଚାର ନହେବା ଯାଏଁ ରୁଜୁ ହୋଇ ପାରିବନି ନୂଆ ସେଡିସନ୍ କେଶ୍

ଦେଶଦ୍ରୋହ ଆଇନ୍‌କୁ ନେଇ ବାଦ ବିବାଦ ଭିତରେ ସୁପ୍ରିମ୍‌କୋର୍ଟଙ୍କ ଐତିହାସିକ ପଦକ୍ଷେପ । ଏହାର ବୈଧତା ନେଇ ପୁନର୍ବିଚାର ନସରିବା ପର୍ଯ୍ୟନ୍ତ ସେଡିସନ୍ ଆଇନ୍‌ର ବ୍ୟବହାର ଉପରେ ସ୍ଥଗିତାଦେଶ ଲଗେଇଛନ୍ତି ସର୍ବୋଚ୍ଚ ଅଦାଲତ । ଏଥିସହ ପୂର୍ବରୁ ଯେଉଁମାନେ ଦେଶଦ୍ରୋହ ଅଭିଯୋଗରେ ଜେଲ୍‌ରେ ଅଛନ୍ତି, ସେମାନେ ଜାମିନ୍ ପାଇଁ ଆବେଦନ କରିପାରିବେ ବୋଲି କୋର୍ଟ ମତ ଦେଇଛନ୍ତି ।

sedition law
ଦେଶଦ୍ରୋହ ଆଇନ ବ୍ୟବହାର ଉପରେ ରୋକ୍

ସେଡିସନ୍ ଆଇନ୍‌ରେ ସୁପ୍ରିମ୍‌କୋର୍ଟଙ୍କ ରୋକ୍ । ପୁନର୍ବିଚାର ପର୍ଯ୍ୟନ୍ତ ରୁଜୁ ହୋଇପାରିବନି ନୂଆ ଦେଶଦ୍ରୋହ ମାମଲା । ଦେଶଦ୍ରୋହ ଆଇନ୍‌ର ବୈଧତାକୁ ଚ୍ୟାଲେଞ୍ଜ କରି ହୋଇଥିବା ମାମଲାର ଶୁଣାଣି କରି ବଡ଼ ଫୈସଲା ଶୁଣାଇଛନ୍ତି ସର୍ବୋଚ୍ଚ ଅଦାଲତ ।

Sambit Patra
ପିନାକୀଙ୍କୁ ସମ୍ବିତଙ୍କ ଆହ୍ୱାନ୍‌; ମୁଁ ଅଛି, ଆସ ଦେଖିବା କିଏ ସତ ?

ଏଏସ୍ଆଇ ମନା କରିବା ସତ୍ତ୍ୱେ, ରାଜ୍ୟ ସରକାର ବେଆଇନ କାର୍ଯ୍ୟ କରିଥିବା ଅଭିଯୋଗ କରିଛନ୍ତି ସମ୍ବିତ୍ । ବିଜେଡି ଏହାକୁ ଡ୍ରାମା ବୋଲି କହିଥିବାବେଳେ କଂଗ୍ରେସ ଏହାକୁ ନିନ୍ଦା କରିଛି ।

Sambit Patra
ବର୍ଷିଲେ ସମ୍ବିତ ବିଜେଡି କହିଲା ଡ୍ରାମା, କଂଗ୍ରେସର ନିନ୍ଦା

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ତୀବ୍ର ହେଉଛି ବିବାଦ ଏବଂ ତେଜୁଛି ରାଜନୀତି । ଆଜି ବିଜେପି ରାଷ୍ଟ୍ରୀୟ ମୁଖାପତ୍ର ସମ୍ବିତ ପାତ୍ର ପୁରୀରେ ମହାପ୍ରଭୁଙ୍କ ମୂର୍ତ୍ତି ହାତରେ ଧରି ନିର୍ମାଣଧୀନ କାର୍ଯ୍ୟସ୍ଥଳ ଅନୁଧ୍ୟାନ କରିବା ସହ ରାଜ୍ୟ ସରକାର ଓ ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ ଟାର୍ଗେଟ କରିଥିଲେ ।

Sweeper treats patient
ଡାକ୍ତରଙ୍କ ବଦଳରେ ରୋଗୀଙ୍କ ଚିକିତ୍ସା କରୁଛନ୍ତି ସୁଇପର

ବାଃ ବାଃରେ ଆମ ସ୍ୱାସ୍ଥ୍ୟ ସେବା। ଏଇ ମେଡ଼ିକାଲରେ ଡାକ୍ତର ନାହାନ୍ତି କି ମେଡ଼ିକାଲ ଷ୍ଟାଫ୍‌ ନାହାନ୍ତି। ହାଡ଼ଭଙ୍ଗା ରୋଗୀଙ୍କ ଚିକିତ୍ସା କରୁଛନ୍ତି ମେଡ଼ିକାଲ ସୁଇପର। ପଚାରିଲେ କହୁଛନ୍ତି...ମତେ ବଡ଼ବାବୁ କହିଛନ୍ତି ଚିକିତ୍ସା କରିବାକୁ। ପୁଣି ଜଣକ ପିଛା ନିଆଯାଉଛି ୫୦୦ ଶହ ଟଙ୍କା

love and marriage
ମିଛ ବରଯାତ୍ରୀ, ସତ ପ୍ରେମିକ ! ଜଣେ ବାହା ହେଲା, ଜଣେ ଜୋରିମାନା ଦେଇ ଘରକୁ ଗଲା

ପ୍ରେମ କରିବାକୁ ଆସି ଧରାପଡ଼ିଗଲେ । ଦୁଇ ଭଉଣୀ ଡାକିଥିଲେ ନିଜ ନିଜ ପ୍ରେମିକଙ୍କୁ, କିନ୍ତୁ ଗାଁ ଲୋକଙ୍କ ହାତରେ ଧରାପଡ଼ିଗଲେ ।

school
ଶାସନପଦା ନୋଡାଲ ହାଇସ୍କୁଲରେ ଶିକ୍ଷକ ମରୁଡି : ନାହିଁ ନାହିଁରେ ଚାଲିଛି ପାଠପଢ଼ା

ଶିକ୍ଷକ ଓ କର୍ମଚାରୀ ଅଭାବ ଯୋଗୁ ପାଠପଢା ହେଉଛି ବାଧାପ୍ରାପ୍ତ। ଫଳରେ ସମସ୍ତେ ପଢନ୍ତୁ, ସମସ୍ତେ ବଢନ୍ତୁ ସର୍ବଶିକ୍ଷା ନାରା ସ୍ଲୋଗାନରେ ଅଟକି ଯାଇଛି...

Groom whisked away from marriage pandal
ହାତଗଣ୍ଠି ପୂର୍ବରୁ ହାତକଡ଼ି; ବେଦି ଉପରୁ ବରକୁ ଉଠାଇନେଲା ପୋଲିସ

ବେଦୀ ଉପରେ ବୈଦିକ ରୀତିନୀତି ଅନୁସାରେ ଚାଲିଥିଲା ବାହାଘର। ହେଲେ ହଠାତ୍‌ ପହଞ୍ଚିଗଲା ପୋଲିସ୍‌। ବର ହାତରେ ହାତକଡ଼ି ପିନ୍ଧାଇ ନେଇଗଲା ଥାନାକୁ। ପରକୀୟା ପ୍ରୀତି ପାଇଁ ଶିଶୁପାଳ ହୋଇ ରହିଲା ବର, ବାହାଘର ନହେବାରୁ ଚିନ୍ତାରେ ମଙ୍ଗୁଳା କନ୍ୟା ପରିବାର।

china
ଚୀନ୍ କ’ଣ କଲା? ହଠାତ୍‌ ନୀଳରୁ ନାଲି ହୋଇଗଲା ଆକାଶ...

ସବୁବେଳେ ଚର୍ଚ୍ଚାରେ ରହିବାକୁ ଚାହେଁ ଚୀନ୍। ଏଇ ସୋମବାର ଦିନ ହଠାତ୍ ଚୀନର ଆକାଶ ହୋଇଗଲା ଲାଲ୍। ଯାହାକୁ ଦେଖି ତାଜୁବ ହୋଇଗଲେ ଲୋକେ। କାହିଁକି ଏମିତି ହେଲା?  

kumar kartikeya
ଦିନ ମଜୁରିଆରୁ IPL ଷ୍ଟାର୍, କାର୍ତ୍ତିକେୟଙ୍କ କାହାଣୀ ଆଖିରେ ଆଣିଦେବ ଲୁହ

ନୂତନ ବାମହାତୀ ସ୍ପିନ୍ ସେନ୍‌ସେସନ୍‌ ବା 'ମିଷ୍ଟ୍ରି ସ୍ପିନର୍' ହେଉଛନ୍ତି କାର୍ତ୍ତିକେୟ । ଅନେକ ଯୁବ ଖେଳାଳିଙ୍କ ଠାରୁ ସେ ଟିକେ ଭିନ୍ନ । କାରଣ ସେ ନିଜ ସ୍ୱପ୍ନ ପୂରଣ ପାଇଁ ଘର ଛାଡି ଦେଇଥିଲେ ଏବଂ ଏହାକୁ ହାସଲ କରିବା ପାଇଁ କଠିନ ପରିଶ୍ରମ ମଧ୍ୟ କରିଥିଲେ ।

Astadhatu
ଅନ୍ଧାରରେ ଆସି ମନ୍ଦିରରେ ପସି ନେଲେ ମୂର୍ତ୍ତି

ସାବଧାନ୍, ମାତିଛନ୍ତି ମୂର୍ତ୍ତିଚୋର । ଟାର୍ଗେଟ୍‌ରେ ପୁରାତନ ମଠ ଓ ମନ୍ଦିର । ରାଜ୍ୟରେ ସାଂଘାତିକ ଭାବେ ବଢ଼ି ଚାଲିଛି ମୂଲ୍ୟବାନ ତଥା ପ୍ରାଚୀନ ଅଷ୍ଟଧାତୁ ମୂର୍ତ୍ତି ଚୋରି । ଗୋଟିଏ ପରେ ଗୋଟିଏ ମନ୍ଦିରରେ କଳାକନା ବୁଲାଉଛନ୍ତି ଦୁର୍ବୃତ୍ତ ।

Srimandir
ASIର ବିନା ଅନୁମତିରେ ହୋଇଛି ଶ୍ରୀମନ୍ଦିର ପିରିକ୍ରମା ପ୍ରକଳ୍ପ କାମ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ହାଇକୋର୍ଟରେ ଏଏସ୍ଆଇ ଦାଖଲ କରିଥିବା ସତ୍ୟପାଠ ଓ ଅନୁଧ୍ୟାନ ରିପୋର୍ଟକୁ ନେଇ ବିବାଦ । ଏଏସ୍ଆଇ ଦେଇଥିବା ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ରାଜ୍ୟ ସରକାରଙ୍କ କଳାପହାଡିଆ ମନବୃତ୍ତି ଥିବା ନେଇ ବି କଡା ସମାଲୋଚନା କରିଛନ୍ତି ସମ୍ବିତ ।

Srilanka Crisis
ଅଣାୟତ୍ତ ଶ୍ରୀଲଙ୍କା ସ୍ଥିତି: ଚରମ ସୀମାରେ ସିଂହଳୀଙ୍କ ରାଗ

ବିକ୍ଷୋଭ, ସଂଘର୍ଷ, ପୋଡ଼ାଜଳା, ଶ୍ରୀଲଙ୍କା ସରକାରଙ୍କ ବିରୋଧରେ ସିଂହଳୀଙ୍କ ରାଗ ଚରମ ସୀମାରେ ପହଞ୍ଚିବା ଥିବା ବେଳେ ସମ୍ପୂର୍ଣ୍ଣ ଅଣାୟତ୍ତ ହୋଉପଡିଛି ସ୍ଥିତି । ଗତକାଲି ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଦେଶବ୍ୟାପୀ ବିକ୍ଷୋଭ, ନାରାବାଜି ଓ ହିଂସାକାଣ୍ଡ ଭିତରେ ମହିନ୍ଦା ରାଜପାକସେ ପଦରୁ ଇସ୍ତଫା ଦେଇଥିଲେ ।

Srilanka Crisis
ଶ୍ରୀଲଙ୍କା ସରକାର ଉପରେ ସିଙ୍ଘଣୀଙ୍କ ରାଗ ଚରମ ସୀମାରେ…

ଜଳୁଛି ଶ୍ରୀଲଙ୍କା । ଉଗ୍ର ରୂପ ଧାରଣ କରିଛି ସରକାର ବିରୋଧୀ ଜନ ଆନ୍ଦୋଳନ । ଗତକାଲି ରାଜଧାନୀ କଲମ୍ବୋ ସମେତ ସାରା ଦେଶରେ ବ୍ୟାପକ ହିଂସା ଓ ପୋଡ଼ାଜଳା ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ମହିନ୍ଦା ରାଜପାକସେ ।

Matric exam
ଫର୍ମ ଫିଲପ୍‌ କରି କାହିଁକି ଦେଲେନି ମ୍ୟାଟ୍ରିକ୍‌ ପରୀକ୍ଷା ? ହେବ ସ୍କୁଲୱାରୀ ଖୋଳତାଡ଼

ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ, ହେଲେ ପରୀକ୍ଷା ଦେଲେନାହିଁ । ରାଜ୍ୟର ସର୍ବବୃହତ ଜିଲ୍ଲା ମୟୂରଭଞ୍ଜରେ ସବୁଠୁ ଅଧିକ ପିଲା ଅନୁପସ୍ଥିତ ପଛକୁ ଗଞ୍ଜାମ ଆଉ ବଲାଙ୍ଗୀର ରହିଛି ।

Matric exam
ଚଳିତ ମାଟ୍ରିକ ପରୀକ୍ଷାରେ ମୟୂରଭଞ୍ଜରେ ସବୁଠୁ ଅଧିକ ପିଲା ଅନୁପସ୍ଥିତ

ମାଟ୍ରିକ ପରୀକ୍ଷା ଦେବା ଲାଗି ଫର୍ମ ପୂରଣ କରିଥିଲେ ବି କାହିଁକି ପରୀକ୍ଷା କେନ୍ଦ୍ରକୁ ଆସିଲେନି ହଜାର ହଜାର ପରୀକ୍ଷାର୍ଥୀ? ପରୀକ୍ଷାରେ ଏତେ ସଂଖ୍ୟକ ପିଲାଙ୍କ ଅନୁପସ୍ଥିତି ନେଇ ପ୍ରଶ୍ନ ଉଠିବା ପରେ ଗତକାଲି ସ୍କୁଲ୍ ଓ ଗଣଶିକ୍ଷା ସଚିବ ସ୍କୁଲୱାରୀ ତନଖି କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Cyclone Asani
ବାତ୍ୟା ଅସାନି ପୂର୍ବର ଛାତିଥରା ଦୃଶ୍ୟ; ୧୨ ଯାଏଁ ଲାଗି ରହିବ ତୁହାକୁ ତୁହା ବର୍ଷା

କେଉଁଠି ଗଭୀର ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀଙ୍କୁ କୋଷ୍ଟଗାର୍ଡ ସହାୟତାରେ ଏୟାରଲିଫ୍ଟ କରି ଉଦ୍ଧାର, ତ କେଉଁଠି ଢେଉ ମାଡ଼ରେ ବୁଡ଼ିଯାଉଥିବା ଡଙ୍ଗା, ଆଉ ସେଥିରୁ ଭାଗ୍ୟ ବଳରେ ବର୍ତ୍ତୁଥିବା ମତ୍ସ୍ୟଜୀବୀ । ବାତ୍ୟା ଅସାନି ପ୍ରଭାବର ଏହି ଦୁଇଟିଯାକ ଛାତିଥରା ଚିତ୍ର ଘଟିଛି ଗଞ୍ଜାମ ଉପକୂଳରେ ।

Cyclone Asani
ବାତ୍ୟା ‘ଅସାନି’ ପୂର୍ବର ଚିତ୍ର

ବଙ୍ଗୋପସାଗରରେ ବାତ୍ୟା ଅସାନି କ୍ରମଶଃ ଦୁର୍ବଳ ହେବାରେ ଲାଗିଛି । ହେଲେ ଏହାର ପ୍ରଭାବରେ ଆଜିଠୁ କଟକ ଭୁବନେଶ୍ୱର ସମେତ ରାଜ୍ୟର ଉପକୂଳବର୍ତ୍ତି ଅଞ୍ଚଳରେ ତୁହାକୁ ତୁହା ବର୍ଷା ଆରମ୍ଭ ହୋଇଯାଇଛି । ଆସନ୍ତା ୧୨ ତାରିଖ ସୁଦ୍ଧା ଏହିଭଳି ପାଗ ଲାଗି ରହିବା ସହ କିଛି କିଛି ସ୍ଥାନରେ ପ୍ରବଳ ବର୍ଷାର ପୂର୍ବାନୁମାନ ରହିଛି ।

MKCG Hospital
MKCG ରେ ହନ୍ତସନ୍ତ ରୋଗୀ; ଅଧିକାଂଶ ବିଭାଗରେ ଝୁଲୁଛି ତାଲା

ନାହିଁ ନାହିଁରେ ଚାଲିଛି MKCG। ଅଧା ବିଭାଗରେ ଡାକ୍ତର ନାହାନ୍ତି । ଦୁଆରେ ଝୁଲୁଛି ବଡ଼ ବଡ଼ ତାଲା। ଡିନ୍‌ କହୁଛନ୍ତି ଖୁବଶୀଘ୍ର ଆସିବେ ଡାକ୍ତର । ରୋଗ ଦେଖାଇବା ପାଇଁ ଖରା ତରାରେ ସିଝୁଛନ୍ତି ରୋଗୀ ଓ ସମ୍ପର୍କୀୟ। ଅଭିଯୋଗ କଲେ ବି ମିଳୁନି କିଛି ସୁଫଳ। ବିଧାୟକ କହୁଛନ୍ତି, ମନ୍ତ୍ରୀଙ୍କ ସହ ଆଲୋଚନା କରିଛି, ଖୁବଶୀଘ୍ର ନୂଆ ଡାକ୍ତର ଆସିବେ ।

Tulasi Mala
ପେସା ସରକାରୀ ଚାକିରି ହେଲେ ନିଶା ତୁଳସୀ ମାଳି ତିଆରି

ସରକାରୀ କର୍ମଚାରୀ କିନ୍ତୁ ନିଶା ତାଙ୍କର ତୁଳସୀ ମାଳି ତିଆରି କରିବା । ସାଧୁ ସନ୍ୟାସୀମାନଙ୍କୁ ନିଜ ହାତ ତିଆରୀ ମାଳି ଦାନ କରିବା ସହ ନିଜ ସକ୍ଷମ ଅନୁଯାୟୀ ଦକ୍ଷିଣା ଦେଇ ଆତ୍ମତୃପ୍ତି ଲାଭ କରନ୍ତି କମଳ ।

Special Story
ଅଟୋ ଚଳାଉଛନ୍ତି ବାପା, ପୁଅ ପାଇଲା ଗୋଲ୍ଡ ମେଡାଲ

ଅଟୋଚାଳକଙ୍କ ପୁଅ ଉତ୍କଳ ବିଶ୍ୱବିଦ୍ୟାଳୟରେ ଗୋଲ୍ଡ ମେଡାଲ ପାଇଲେ ।

Cyclone
ଟଳୁଛି ବାତ୍ୟା ଭୟ, ହେଲେ ପ୍ରବଳ ବର୍ଷିବ

ସାମୁଦ୍ରିକ ଝଡ଼ ଅସାନୀ ଓଡ଼ିଶାର ସ୍ଥଳଭାଗକୁ ଛୁଇଁବା ସମ୍ଭାବନା ନଥିଲେ ବି ଏହା ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା । ଆଜିଠୁ ଆସନ୍ତା ୩ ଦିନ ଧରି ୭ ଉପକୂଳ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ । ସେହିଭଳି କିଛି ଜିଲ୍ଲାରେ ଘଣ୍ଟା ପ୍ରତି ପ୍ରାୟ ୫୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ଥିବାରୁ ଏହାକୁ ନେଇ ଉପକୂଳ ଜିଲ୍ଲାରେ ବଢ଼ିଛି ସତର୍କତା ।

Acid Attack
'ଏ ଯନ୍ତ୍ରଣା ଜୀବନ ସାରା ରହିବ..'

ଦୀର୍ଘ ୧୩ ବର୍ଷର ଯନ୍ତ୍ରଣାଦାୟକ କାହାଣୀ । ନ୍ୟାୟ ପାଇଁ ସଂଘର୍ଷପୂର୍ଣ୍ଣ ଲଢ଼େଇ ଭିତରେ ଶେଷରେ ରାୟ ଆସିଲା । ଜଗତସିଂପୁରର ପ୍ରମୋଦିନୀ ରାଉଳଙ୍କୁ ଏସିଡ୍ ଆକ୍ରମଣ ମାମଲାର ଶୁଣାଣି କରି ୨ ଦୋଷୀଙ୍କୁ ୧୪ ବର୍ଷର ସଜା ଶୁଣାଇଛନ୍ତି ଜଗତସିଂପୁର ଏଏସ୍‌ଜେ କୋର୍ଟ ।

ASI Srimandir
ASI ଖୋଲିଲା ରାଜ୍ୟ ସରକାରଙ୍କ ପୋଲ୍

ଶ୍ରୀମନ୍ଦିର ଐତିହ୍ୟ କରି଼ଡର ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗରେ ASIର ପୋଲ୍‌ଖୋଲ୍ । କରିଡର୍ ପ୍ରକଳ୍ପ ନିର୍ମାଣ ପାଇଁ ନାହିଁ ପରମିଶନ୍ କି ଏନ୍ଓସି । ଏଏସ୍ଆଇ କି ଏନ୍‌ଏମ୍‌ଏ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ କାହାରି ନାହିଁ ଅନୁମତି । ଆଜି ହାଇକୋର୍ଟରେ ASI ସତ୍ୟପାଠ ଦାଖଲ କରି ଏହା ସ୍ପଷ୍ଟ କରିଛି ।