• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦିଲ୍ଲୀ ମୁଣ୍ଡକା ଓ ପଞ୍ଜାବ ହସ୍ପିଟାଲରେ ଅଗ୍ନିକାଣ୍ଡ ପରେ ତତ୍ପର ରାଜ୍ୟ ଅଗ୍ନିଶମ ବିଭାଗ । ବିଭିନ୍ନ ଜିଲ୍ଲାରେ ଆରମ୍ଭ ହୋଇଛି  ଅଗ୍ନି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ ।  ସପିଂ ମଲ୍, କ୍ଲିନିକ୍, ହସପିଟାଲ, ସିନେମା ହଲ୍ ଏବଂ ବଡ ବଡ ଅଟ୍ଟାଳିକାରେ ଚଢାଉ କରି ଫାୟାର ସେଫଟି ବ୍ୟବସ୍ଥା ପରଖିଛି । ବିଭାଗ କାହାକୁ ଫାଇନ୍ କରାଯାଇଛି ତ ଆଉ କାହାକୁ ତାଗିଦ ।  ତେବେ ଅଗ୍ନି ସୁରକ୍ଷା ବ୍ୟବସ୍ଥାକୁ ନେଇ କେତେ ସଚେତନ ଅଛନ୍ତି ।

ଆଜି ବାଲେଶ୍ୱରର ସପିଂ ମଲରେ ଅଗ୍ନିଶମ ବିଭାଗ ଅଚାନକ ଚଢାଉ କରିଛି ।  ମଲର ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଚାଲିଲା ଯାଂଚ୍ । ଫାୟାର ସାଇରନ୍ କାମ କରୁଛି କି ନାହିଁ, ଅଗ୍ନି ନିର୍ବାପକ ଯନ୍ତ୍ର ଠିକ ଅଛି କି ନାହିଁ , ଟିକନିଖ୍ ଅନୁଧ୍ୟାନ କରିଥିଲେ ଅଧିକାରୀ ।  ମିଳିଥିବା ସୂଚନା ଅନୁସାରେ, କାହାର ଫାୟାର ସେଫଟି ସାର୍ଟିଫିକେଟ୍ ନଥିଲା ତ ଆଉ କେଉଁଠି, ଅଗ୍ନି ନିରାପତ୍ତା ସିଲିଣ୍ଡର ଚଳାଇବାକୁ ନଥିଲେ । ଅଭିଜ୍ଞ କର୍ମଚାରୀ ସଂପୃକ୍ତ ମଲ୍ କର୍ତ୍ତୃପକ୍ଷଙ୍କୁ ତାଗିଦ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସଫା ସଫା ଶୁଣାଇଥିଲେ ଫାୟାର ସେଫଟି ଅଫିସର  ।
 
ଏପଟେ କଟକରେ ଅଗ୍ନିଶମ ବିଭାଗ ଅଧିକାରୀଙ୍କ ଫୋକସରେ କ୍ଲିନିକାଲ ଏଷ୍ଟାବ୍ଲିସମେଂଟ ଏବଂ ମେଡିକାଲ ।  ସହରର ବିଭିନ୍ନ ହସ୍ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ତନ୍ନ ତନ୍ନ କରି ଯାଂଚ କରାଯାଇଛି ।  ଅଗ୍ନି ନିରାପତ୍ତା ସମ୍ପର୍କିତ ବିଭିନ୍ନ ଉପକରଣ ଯାଂଚ୍ କରିବା ସହ ହସ୍ପିଟାଲ କର୍ମଚାରୀଙ୍କ ଅଭିଜ୍ଞତାକୁ ମଧ୍ୟ ପରଖା ଯାଇଥିଲା । ନିଆଁ ଲାଗିଲେ ଫାୟାର ସାଇରନ୍ କାମ କରୁଛି କି ନାହିଁ, ତାର କ଼ଡାକଡି ଯାଂଚ୍ କରିଥିଲେ ଟିମ୍  ହସ୍ପିଟାଲ ଭିତର ଏବଂ ପାର୍କିଂ ଏରିଆରେ ବି ଅଗ୍ନି ନିରାପତ୍ତା ବ୍ୟବସ୍ଥାର ହୋଇଥିଲା ଯାଂଚ୍  ।

 
ସେହିପରି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଅଗ୍ନି ନିର୍ବାପକ ବ୍ୟବସ୍ଥା ନେଇ ଆରମ୍ଭ ହୋଇଛି ସଚେତନତା । ବିଭିନ୍ନ ମାର୍କେଟରେ ସଚେତନ କରିଛି ଅଗ୍ନିଶମ ବିଭାଗ । ବିଶେଷ କରି ୧ ନମ୍ବର ହାଟ, ୨ ନମ୍ବର ମାର୍କେଟ୍  ଏବଂ ୪ ନମ୍ବର ହାଟ ଭଳି ଜନଗହଳିପୂର୍ଣ୍ଣ ସ୍ଥାନକୁ ଗୁରୁତ୍ୱ ଦିଆଯାଇଛି । ହାଟ ବ୍ୟବସାୟୀ ଓ ଦୋକାନ ମାଲିକଙ୍କୁ ନେଇ ବୈଠକ କରାଯାଇଛି । ଅଗ୍ନିକାଣ୍ଡରୁ କିଭଳି ବର୍ତ୍ତିହେବ ଏବଂ ଧନ ଜୀବନର ସୁରକ୍ଷା ନେଇ ବ୍ୟବସାୟୀଙ୍କ ସହ ଆଲୋଚନା କରିଛି ଅଗ୍ନିଶମ ବିଭାଗ ।

ରାଜ୍ୟରେ ଅଗ୍ନି ନିରାପତ୍ତା ନିୟମକୁ କଡ଼ାକଡ଼ି ଲାଗୁ ପାଇଁ ଅଗ୍ନିଶମ ଡିଜି ନିର୍ଦ୍ଦେଶ ଦେଇଛନ୍ତି ।  ହୋଟେଲ, ଲଜିଂ, ସିନେମା ହଲ୍ ଓ ଅତିଥତ୍ ଭବନ, ସରକାରୀ କୋଠା, ମଲ୍ଟି ପ୍ଲେକ୍ସ ଓ ଉଚ୍ଚ ଅଟ୍ଟାଳିକା ଉପରେ ନଜର ରଖାଯାଇଛି। ବଡ଼ ବଡ଼ ଅଟ୍ଟାଳିକାରେ ଫାୟାର ସେଫ୍ଟି ସୁପରଭାଇଜର ନିଯୁକ୍ତି ସହ ସରକାରୀ କୋଠା, ହସ୍ପିଟାଲ, ଉଚ୍ଚ ବିଲ୍ଡିଂର ଅଡିଟ କରି ମେ ୨୧ ସୁଦ୍ଧା ରିପୋର୍ଟ ଦାଖଲ ପାଇଁ କୁହାଯାଇଛି  ।