ରାଜ୍ୟରେ ନୂଆ ଗାଇଡ ଲାଇନ ଭିତରେ ବସ ଚଳାଚଳ ଆରମ୍ଭ । ସିଟିଂ କାପାସିଟି ଅନୁସାରେ ବସ୍ ଚଳାଚଳ ହେବ ।
ରାଜ୍ୟରେ ୨,୦୦୦ ତଳକୁ କମୁନି ଦୈନିକ କରୋନା ସଂକ୍ରମଣ। ରାଜ୍ୟରୁ ସବୁ ଅଞ୍ଚଳରୁ ସଂକ୍ରମଣ ହାର କମୁଥିଲେ ହେଁ ଏବେ କଟକ ଓ ଖୋର୍ଦ୍ଧା ଜିଲ୍ଲା ଚିନ୍ତା ବଢାଇଛି। ଆଜି ରାଜ୍ୟରୁ ୨,୦୭୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଆଜି ହେରା ପଞ୍ଚମୀ । ରଥଯାତ୍ରାରେ ମହାଲକ୍ଷ୍ମୀଙ୍କୁ ମହାପ୍ରଭୁ ଆଣିନଥିବାରୁ ଅଭିମାନିନୀ ମହାଲକ୍ଷ୍ମୀ, ଗୁଣ୍ଡିଚା ମନ୍ଦିରକୁ ଆସିବେ। ମହାଲକ୍ଷ୍ମୀଙ୍କ ନୀତିକାନ୍ତି ନନ୍ଦିଘୋଷ ରଥ ନିକଟରେ ବିଦ୍ୟାପତି ସେବାୟତଙ୍କ ଦ୍ୱାରା କରାଯାଇଥିଲା।
ଟଙ୍କା ତ ମିଳିଲାନି ବରଂ ବାଟମାରଣା ହୋଇଥିବା ଶୁଣିଲେ। ତେବେ ସେହି ଗାଁର ଏହି ସଫଟେଓ୍ୱର ଇଂଜିନିୟ ସୁବ୍ରତ ପରିଡ଼ାଙ୍କର ୨ ମହଲା ଘର ଅଛି, ହେଲେ ତାଙ୍କ ନାଁରେ କୁଆଡ଼େ ୧ଲକ୍ଷ ୨୦ ହଜାର ଟଙ୍କା ପିଏମ୍ ଆବାସ ଯୋଜନାରେ ଆସିଛି। ସେ ତ ଟଙ୍କାଟିଏ ପାଇନାହାନ୍ତି। ତେଣୁ ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କଠୁ ଆରମ୍ଭ କରି ଭିଜିଲାନ୍ସ ବିଭାଗ ପର୍ଯ୍ୟନ୍ତ ଜଣାଇଥିବା କହିଛନ୍ତି। ସେପଟେ, ଆଳି ବିଡିଓ କହିଛନ୍ତି କିଛି ଲିଖିତ ଅଭିଯୋଗ ଆସିଲେ ଦେଖିବେ।
ଆଉ ରୋଷେୟାକୁ ଜେରା କରିଛି ପୋଲିସ । ତେବେ ରୋଷେୟା ମନ୍ମଥ ଗଣମାଧ୍ୟମରେ ପ୍ରତିକ୍ରିୟା ଦେବା ସହ କେମିତି ନିଆଁ ଲାଗିଲା ଜାଣିନଥିବା କହିଛନ୍ତି। ଚିତ୍କାର ଶୁଣି ସୌମ୍ୟରଂଜନଙ୍କୁ ଉଦ୍ଧାର ପାଇଁ ସେ ଦୌଡ଼ିଯାଇଥିଲେ। ଆସନ୍ତାକାଲି ଡିଏଫ୍ଓଙ୍କୁ ଜେରା କରିବ ଗଜପତି ପୋଲିସ।
ସଫ୍ଟଓୟାର ଇଂଜିନିୟର ଓ ବିଧବା ମହିଳାଙ୍କ ନାଁରେ ଆବାସ ଯୋଜନାରେ ଟଙ୍କା ହଡପ ଅଭିଯୋଗ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ବାଟିପଡା ପଂଚାୟତରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ ।
ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ଶାଳଣିଆ ପଞ୍ଚାୟତରେ ରହିଛି ବିଷ୍ଣୁ ପୁର ଗାଁ। ପଞ୍ଚାୟତଠାରୁ ଅନତି ଦୂରରେ ଅବସ୍ଥିତ ଏହି ଗାଁରେ ପାଖାପାଖି ୩ ଶହ ପରିବାର ରହୁଥିବା ବେଳେ ପାଖାପାଖି ୧୧ ଶହ ଲୋକ ବାସ କରୁଛନ୍ତି। ସ୍ୱାଧୀନତାର ୭୪ ବର୍ଷ ପରେ ମଧ୍ୟ ସରକାରୀ କଳର ଆନ୍ତରିକତା ଅଭାବ ଓ ଅବହେଳା ଯୋଗୁଁ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଏହି ଗ୍ରାମର ବାସିନ୍ଦା
ପୁରୀରେ ରଥଯାତ୍ରା ବେଳେ କର୍ଫ୍ୟୁ ନିୟମ ଉଲ୍ଲଘଂନ ନେଇ କାର୍ଯ୍ୟନୁଷ୍ଠାନ । ୧୦ ଜଣ ଉଲ୍ଲଘଂନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲା ପୋଲିସ ।
ବିଦେଶରୁ ଫେରିପାରୁନାହାନ୍ତି ଢେଙ୍କାନାଳ ବେଲଟିକିରିର ଯୁବ ଇଂଜିନିୟର ସବ୍ୟସାଚୀ ନନ୍ଦ। ସେ ଦକ୍ଷିଣ ଆଫ୍ରିକାର ବର୍ମା କଲ୍ଚର ନାମକ ଏକ ଘରୋଇ ଫାର୍ମକୁ ପ୍ରଯୁକ୍ତି ବିଦ୍ୟା ଦେବା ପାଇଁ ୨୦୨୦ରେ ୩ ମାସ ପାଇଁ ଯାଇଥିଲେ। ତେବେ କୋଭିଡ୍ କଟକଣା ଯୋଗୁ ଆଉ ଘରକୁ ଫେରିପାରିନଥିଲ।
କାଳ ହେଲା ଇୟରଫୋନ୍ ଲଗାଇ ଗୀତ ଶୁଣି ଶୁଣି ରେଲ୍ୱେ ଟ୍ରାକ୍ରେ ଚାଲିବା। ଟ୍ରେନ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।
କଟକରେ ବେଆଇନ ସୁନା କାରବାର ଠାବ । ୨ କେଜି ସୁନା ଅଳଙ୍କାର ଜବତ କରିଛି କମିଶନରେଟ ପୋଲିସ । ପଞ୍ଜାବରୁ ସୁନା ଆଣି ଏଠି ବିକ୍ରି କରୁଥିବା ଜଣାପଡିଛି ।
ରାଜ୍ୟ ପାଇଁ ନୂଆ ଗାଇଡ୍ଲାଇନ୍ ଘୋଷଣା କରିଛନ୍ତି ମୁଖ୍ୟ ସଚିବ। ଅଗଷ୍ଟ ୧ଯାଏଁ ଜାରି ରହିବ ଲକଡାଉନ । କାଟେଗୋରୀ Aରେ ଥିବା ୨୦ ଜିଲ୍ଲା ଓ Bରେ ୧୦ ଜିଲ୍ଲାରେ କଟକଣା ପୂର୍ବପରି ବଳବତ୍ତର ରହିବ।
ସେହିପିରି ସ୍କୁଲ, କଲେଜ, କୋଚିଂ ସେଣ୍ଟର ପୂର୍ବପରି ବନ୍ଦ ରହିବ। ବାର୍ ବନ୍ଦ ରହିବ କିନ୍ତୁ ରେଷ୍ଟୁରାଣ୍ଟ ଖାଦ୍ୟ ପାର୍ସଲ ଦେଇପାରିବେ। କାଟେଗୋରୀ ବି ଜିଲ୍ଲାରେ ସାପ୍ତାହିକ ଓ ଦୈନିକ ହାଟ ବନ୍ଦ ରହିବ ବୋଲି ସରକାର ସୂଚନା ଦେଇଛନ୍ତି।
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ନୂଆ ମୋଡ଼ ଆସିଛି। ମୃତ ସୌମ୍ୟରଞ୍ଜନଙ୍କ ବାପାଙ୍କ ଅଭିଯୋଗ ପରେ ୩ ଜଣଙ୍କ ବିରୋଧରେ ପାରଳାଖେମୁଣ୍ଡି ପୋଲିସ୍ ହତ୍ୟା ମାମଲା ରୁଜୁ କରିଛି।
ମେଡିକାଲ ଉପକରଣ ଦାମ କମାଇବାକୁ ନିଷ୍ପତ୍ତି ନେଇଛି ଔଷଧ ନିୟନ୍ତ୍ରକ । ପଲ୍ସ ଅକ୍ସିମିଟର ଦାମ ସମେତ ଅନ୍ୟ ମେଡିକାଲର ଉପକରଣର ଦାମ୍ କମିବ । ଏହା ସହିତ ଡିଜିଟାଲ ଥର୍ମୋ ମିଟର,ନେବୁଲାଇଜର ଓ ଗ୍ଲୁକୋମିଟରର ଦାମ୍ ବି କମିବ ।
ବର୍ଷା ଅଭାବରୁ ମାଟି ଫାଟି ଆଁ କଲାଣି, ଯାହା ଯେତିକି ପାଣି ଥିଲା ସେତକରେ ଧାନ ରୁଆ ହେଇଥିଲା । ହେଲେ ଏବେ ତଳି ପଡ଼ିବା ପରେ ଚାଷ କେମିତି ଆଗେଇବ ତାକୁ ନେଇ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ ।
ପ୍ରତିବର୍ଷ ଦକ୍ଷିଣ ମୋଡ଼ ପୂର୍ବରୁ ତିନି ରଥକୁ ଭଲଭାବେ ଯାଞ୍ଚ କରାଯାଏ । ୧୭ ତାରିଖ ପ୍ରଭୁଙ୍କ ଦକ୍ଷିଣ ମୋଡ଼ ଥିବା ବେଳେ ଆଜି ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ରେଳ ବିଭାଗର ବରିଷ୍ଠ ଯନ୍ତ୍ରୀମାନେ ତିନି ରଥର ଯାଞ୍ଚ କରିଥିଲେ
କଟକରେ ଏକ ବିରଳ ପକ୍ଷୀ ଉଦ୍ଧାର କରାଯାଇଛି । ପକ୍ଷୀଟିର ମୁହଁ ଗରୁଡ଼ ସଦୃଶ ରହିଛି । ପକ୍ଷୀଟି ସ୍ଥାନୀୟ ଏକ ଦୋକାନରୁ ଉଦ୍ଧାର କରାଯାଇଛି ।
ବ୍ରହ୍ମପୁରରୁ ଗଞ୍ଜେଇ ଆସୁଥବା ଭାବି ଏକ ଗାଡ଼ିକୁ ଅଟକାଇ ତଲାସୀ କରିଥିଲେ ଅବକାରୀ ଟିମ୍ । କୋରାପୁଟରୁ ଦିଗପହଣ୍ଡି ରାସ୍ତା ଦେଇ ଆସୁଥିବା ଏକ ସ୍କର୍ପିଓକୁ ଅବକାରୀ ଟିମ୍ ଫାଷ୍ଟ ଗେଟ୍ ନିକଟରେ ଅଟକାଇ ଥିଲେ।
କ’ଣ କହିବେ ମୁଖ୍ୟ ଶାସନ ସଚିବ ? ଅପରାହ୍ନ ୨.୩୦ରେ ପ୍ରେସମିଟ୍ କରିବେ ମୁଖ୍ୟ ଶାସନ ସଚିବ । କୋଭିଡ ପରିଚାଳନା ନେଇ ଆକ୍ସନ ପ୍ଲାନ୍ ଘୋଷଣା କରିପାରନ୍ତି ।
ବର୍ଷା ଅଭାବରୁ ଚାଷ ଜମି ଫାଟି ଆଁ କଲାଣି । ଉପକୂଳ ଓଡ଼ିଶାରେ ବର୍ଷା କମ୍ ହୋଇଥିବାରୁ ଚାଷୀ ମୁଣ୍ଡରେ ଚଡ଼କ ପଡିଛି । ରାଜ୍ୟରେ ବହୁ ଜିଲ୍ଲାରେ ନିଆଣ୍ଟିଆ ବର୍ଷା ହୋଇଛି ।
ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ନୂଆ ମୋଡ଼। ମୃତ ସୌମ୍ୟରଞ୍ଜନଙ୍କ ବାପାଙ୍କ ଅଭିଯୋଗ ପରେ ୩ ଜଣଙ୍କ ବିରୋଧରେ ପାରଳାଖେମୁଣ୍ଡି ପୋଲିସ୍ ହତ୍ୟା ମାମଲା ରୁଜୁ କରିଛି।
ଭୁବନେଶ୍ୱର: ଥଣ୍ଡାରେ ଥରୁଛି ଓଡ଼ିଶା। ରାଜ୍ୟରେ ଶୀତର ପ୍ରକୋପ ବଢୁଥିବାରୁ ସତର୍କ ରହିବାକୁ SRC ପରାମର୍ଶ ଦେଇଛନ୍ତି। ନିହାତି ଆବଶ୍ୟକ ନଥିଲେ ଘରୁ ପଦାକୁ ନବାହାରିବାକୁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା। ରାତିରେ ୨ ଚକିଆ ଯାନରେ ନଯିବାକୁ ପରାମର୍ଶ ଦିଆଯାଇଛି। ଏ ନେଇ ସବୁ ଜିଲ୍ଲାପାଳ ଓ ମୁନିସପାଲିଟି କମିଶନରଙ୍କୁ ଚିଠି ଲେଖି ତତ୍କାଳ ସଚେତନତା ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏପଟେ ପ୍ରବଳ ଶୀତ ଲହରୀ […]
ବାମଦଳର ଓଡ଼ିଶା ବନ୍ଦ ଡାକରା । ଆଜି ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛନ୍ତି ୪ଟି ବାମଦଳ । ସିପିଆଇ,ସିପିଆଇଏମ୍,ସିପିଆଇଏମ୍ଏଲ୍ ଏବଂ ଫରୱାଡ ବ୍ଲକ୍ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି ।
କୋଭିଡ ପରିଚାଳନା ନେଇ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି ସିଏସ୍ ମୁଖ୍ୟ ଶାସନ ସଚିବ