• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha

monsoon
କାଳବୈଶାଖୀ ଯୋଗୁ ତାତି କମିବାର ସମ୍ଭାବନା

ଭୁବନେଶ୍ୱର: ଆଜି କାଳବୈଶାଖୀ ଯୋଗୁ ତାତି କମିବାର ସମ୍ଭାବନା ରହିଛି।  କିଛି ସ୍ଥାନରେ ଘଡ଼ଘଡ଼ି ସହିତ କୁଆପଥର ବୃଷ୍ଟି ହେବାର ମଧ୍ୟ ସମ୍ଭାବନା ଅଛି।  ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୫୦ ରୁ ୬୦ କିଲୋମିଟର ରହିବ। ଆସନ୍ତା ଦୁଇ ଦିନ ଉପକୂଳ ଓ ଉତ୍ତର ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଅଛି। ଓଡ଼ିଶାକୁ ଦକ୍ଷିଣ-ପଶ୍ଚିମ ଦିଗରୁ ବାୟୁ ପ୍ରବାହିତ ହେଉଛି। ୫ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ରହିବ। ଏହାପରେ ପୁଣି ତାପମାତ୍ରା […]

astadhatu
ଚୋରି ହୋଇଥିବା ଅଷ୍ଟଧାତୁ ମୂର୍ତ୍ତି ଓ ପ୍ରଭା ଉଦ୍ଧାର

ପୁରୀ: ପୁରୀ ସଦର ଥନା ରେଣ୍ଡାଗଡ଼ ଗାଁ ନିକଟରୁ ୬ଟି ଅଷ୍ଟଧାତୁ ମୂର୍ତ୍ତି ଓ ପ୍ରଭା ଉଦ୍ଧାର। ଉଦ୍ଧାର ମୂର୍ତ୍ତି ଓ ପ୍ରଭା ରେଣ୍ଡାଗଡ ନୃସିଂହ ମଠର ବୋଲି ଜଣାପଡିଛି। ସୂଚନା ଅନୁସାରେ ଆଜି ସକାଳେ କିଛି ପିଲା ନଦୀ ବନ୍ଧ ନିକଟ ଆମ୍ବଗଛ ମୂଳେ ଏକ ବ୍ୟାଗ ପଡିଥିବା ଦେଖିଥିଲେ। ପରେ ବ୍ୟାଗ୍‌ରେ ମୂର୍ତ୍ତି ଥିବା ଦେଖି ସ୍ଥାନୀୟ ନୃସିଂହ ମଠକୁ ଖବର ଦେଇଥିଲେ। ଏହାପରେ ମଠ କର୍ମଚାରୀ ମୂର୍ତ୍ତି ଏବଂ ପ୍ରଭାକୁ ଦେଖିବା ପରେ […]

bolangir
ଅର୍ଥାଭାବରୁ ପୁଅର ଚିକିତ୍ସା କରାଇ ପାରୁନାହାନ୍ତି ପରିବାର ଲୋକେ

ଭୁବନେଶ୍ୱର: ଯିଏ ଦିନେ ଘର ଚଳାଉଥିଲା, ତା ଗୋଡ ଓ ହାତରେ ପଡିଛି ବେଡ଼ି।  ଅର୍ଥାଭାବରୁ ମାନସିକ ଅନଗ୍ରସର ପୁଅର ଚିକିତ୍ସା କରାଇ ପାରୁନାହାନ୍ତି ପରିବାର ଲୋକେ। ଏପରି ଏକ ଦୁଃଖଦାୟକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଲାଲ୍‌ଟିକ୍‌ରା ଅଞ୍ଚଳରେ। ଗୋପବନ୍ଧୁ ନଗର ବାସିନ୍ଦା ଗୋବିନ୍ଦ ଝାଙ୍କର ବଡପୁଅ ଯିଏକି ଦିନେ ପରିବାର ପ୍ରତିପୋଷଣ କରୁଥିଲେ ଏବେ ସେ ନିଜେ ପରିବାର ପାଇଁ ବୋଝ ପାଲଟିଯାଇଛନ୍ତି। କାରଣ ସେ ଏବେ ମାନସିକ ଅନଗ୍ରସର। ଭୋକ ହେଲେ ନିଜେ […]

monsoon
ତାତିରୁ ମିଳିପାରେ ତ୍ରାହି

ଭୁବନେଶ୍ୱର: ଆଜି ଏବଂ କାଲି ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ।  ଯାଜପୁର, କେନ୍ଦୁଝର, ମୟୁରଭଂଜ, ବାଲେଶ୍ୱର ଓ ଭଦ୍ରକର ବିଭିନ୍ନ ସ୍ଥାନରେ କାଳ ବୈଶାଖୀର ସମ୍ଭାବନା ରହିଛି। ତେଣୁ ଆଗକୁ ଗ୍ରୀଷ୍ମ ପ୍ରକୋପରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ। ଏଭଳି  ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। କାଳବୈଶାଖୀ ପ୍ରଭାବରେ ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ହେବ। ବର୍ତ୍ତମାନ ଦକ୍ଷିଣ-ପଶ୍ଚିମ ଦିଗରୁ ବାୟୁ ପ୍ରବାହିତ ହେଉଛି। ପୁନର୍ବାର ୫ ତାରିଖ […]

farmer
ବର୍ତ୍ତମାନ ରାଜ୍ୟରେ ଛାଡ଼ ହେବ ନାହିଁ କୃଷି ଋ଼ଣ

ଭୁବନେଶ୍ୱର: ପୁଣି ଥରେ ଚାଷୀଙ୍କୁ ନିରାଶ କଲେ ରାଜ୍ୟ ସରକାର। ବର୍ତ୍ତମାନ ରାଜ୍ୟରେ କୃଷି ଋ଼ଣ ଛାଡ଼ ହେବା ନେଇ କୌଣସି ବି ପ୍ରସ୍ତାବ ନାହିଁ। ଏପରି କିଛି ଉତ୍ତର ବିଧାନସଭାରେ ରଖିଛନ୍ତି ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର। ବିଧାନସଭାରେ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ପ୍ରଶ୍ନର ଉତ୍ତରରେ ସମବାୟ ମନ୍ତ୍ରୀଙ୍କଠୁ ଏପରି ଉତ୍ତର ମିଳିଛି। ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶର ଚାଷୀଙ୍କୁ କୃଷି ଋ଼ଣ ଛାଡ଼ ହେବା ପରେ ଓଡ଼ିଶାର ଚାଷୀ ଏନେଇ ଆଶା ରଖିଥିଲେ। ରାଜ୍ୟରେ କୃଷି […]

kendrapara
ଛୁରୀ ଦେଖାଇ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ଅଭାବନୀୟ ଘଟଣା। ଛୁରୀ ଦେଖାଇ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ। କେନ୍ଦ୍ରାପଡା ଜିଲ୍ଲା ଅଙ୍ଗୁଳାଇରେ ଜଣେ କଲେଜ ଛାତ୍ରୀ ସ୍କୁଟିରେ ଘରକୁ ଫେରୁଥିବାବେଳେ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏପରିକି ଦୁର୍ବୃତ୍ତ ଜଣକ ତାକୁ ଦୁଷ୍କର୍ମ ପରେ ଅଶ୍ଳୀଳ ଫଟୋ ଉଠାଇବାକୁ ବାଧ୍ୟ କରିଥିବା ମଧ୍ୟ ଛାତ୍ରୀ ଜଣକ କହିଛନ୍ତି। ଧମକ ଚମକ ଦେଇ ଫଟୋ ଉଠାଇଥିବାବେଳେ ଏହାକୁ ଭାଇରାଲ କରିବାକୁ ମଧ୍ୟ ଧମକ ଦେଇଥିବା ଅଭିଯୋଗ ହୋଇଛି। ସେହି ଅଶ୍ଳୀଳ […]

liquor shop
ରାଜ୍ୟରେ ବଢ଼ିଛି ମଦ ବିକ୍ରି

ଭୁବନେଶ୍ୱର: ରାଜ୍ୟରେ ବଢ଼ିଛି ମଦ ବିକ୍ରି। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ବିୟର ବିକ୍ରି ୨୧.୧୩ ପ୍ରତିଶତ ବଢ଼ିଛି। ବିଧାନସଭାରେ କଂଗ୍ରେସ ବିଧାୟକ ନବକିଶୋର ଦାସଙ୍କ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ଦେଇଛନ୍ତି ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା। କେବଳ ବିୟର ବିକ୍ରି ନୁହେଁ, ବିଦେଶୀ ମଦ ବିକ୍ରି ମଧ୍ୟ ବିଗତ ବର୍ଷ ତୁଳନାରେ ୨.୮୬ ପ୍ରତିଶତ ବଢ଼ିଛି। ଦେଶୀ ମଦ ବିକ୍ରି ବଢ଼ିଛି ୬.୮୫ ପ୍ରତିଶତ। ଗତବର୍ଷ ଦେଶୀ ମଦ ବିକ୍ରି ପୂର୍ବବର୍ଷ ତୁଳନାରେ […]

bbsr hotel
ହୋଟେଲ୍ ରୁମରୁ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱର ନୟାପଲ୍ଲୀର ଏକ ହୋଟେଲ୍ ରୁମରୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ନାଁ ଗୋପାଳ ଦାସଗୁପ୍ତା ଏବଂ ସେ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି। ସେ ପଶ୍ଚିମବଙ୍ଗର କୃଷିମନ୍ତ୍ରୀ ତପନ ଦାସଗୁପ୍ତାଙ୍କ ଭାଇ ବୋଲି କୁହାଯାଉଛି।  ମୃତକ ଗୋପାଳ ଦାସଗୁପ୍ତା ସେହି ହୋଟେଲରେ ରବିବାର ଠାରୁ ରୁମ୍ ବୁକ୍ କରି ଏକୁଟିଆ ରହୁଥିଲେ। ଶୋଇଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ଅନ୍ୟପକ୍ଷରେ ପୋଲିସ ହୋଟେଲରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ଜମଦ-୨
ଛାତ୍ରଙ୍କ ଅଦ୍ଭୁତ ସଫଳତା : ମାତ୍ର ୫୦ ହଜାର ଟଙ୍କାରେ ତିଆରି କଲେ ମିନି କାର୍

ବଲାଙ୍ଗିର : ସମସ୍ତଙ୍କର ଇଚ୍ଛା ମୋ ପାଖରେ କାର୍‌ଟିଏ ଥାଆନ୍ତା କି ? କିନ୍ତୁ ବାଧକ ସାଜେ ଅର୍ଥ। କାରଣ କାର୍‌ଟିଏ କିଣିବାକୁ ଲକ୍ଷ ଲକ୍ଷ ଟଙ୍କା ଦେବାକୁ ପଡ଼େ।  ତେଣୁ ଇଚ୍ଛା ଥାଇ ବି ଲୋକେ କାରଟିଏ କିଣି ପାରି ନଥାନ୍ତି। କିନ୍ତୁ ବଲାଙ୍ଗିରର କିଛି ଛାତ୍ର ମାତ୍ର ୫୦ ହଜାର ଟଙ୍କାରେ ତିଆରି କରିଛନ୍ତି ମିନି କାର୍। ଏହି କାର୍ ଦେଖିବାକୁ ଲୋକଙ୍କ ଭିଡ଼ ଜମିଛି। ବଲାଙ୍ଗିର ସହର ରାସ୍ତାରେ ଗଡ଼ୁଛି ଟୁ ସିଟର୍ […]

solar
ସୂର୍ଯ୍ୟ କିରଣରେ ଚାଲୁଛି ସାଇକେଲ୍

ଭୁବନେଶ୍ୱର: ବେଳେ ବେଳେ ସାଧାରଣ ମଣିଷଟିଏ ବି ହୋଇଯାଏ ଅସାଧାରଣ। ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଯାଏ ସବୁକିଛି। ଅଦମ୍ୟ ନିଶା ଓ ମନର ଭାବନାକୁ କାର୍ଯ୍ୟରେ ଲଗାଇ କିଛି ନୂଆ କରିବାରେ ସଫଳତା ପାଇବା ପାଇଁ ସୌରଚାଳିତ ଅଟୋଗିଅର୍ ସାଇକେଲ ଭଦ୍ଭାବନ କରି ବୌଦ୍ଧ ଜିଲ୍ଲା ଗୋହିପିଟା ଗାଁର ଆକାଶ ମେହେର ଏବେ ଚର୍ଚ୍ଚାରେ। ଦିନକୁ ଦିନ ପେଟ୍ରାଲ ଓ ଡ଼ିଜେଲର ଦର ବଢ଼ୁଥିବା ବେଳେ ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳରେ […]

teacher strike
ରାଜଧାନୀରେ ସରକାରଙ୍କ ବିରୋଧରେ ଗର୍ଜିବେ ଶିକ୍ଷକ

ଭୁବନେଶ୍ୱର: ମାଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷା ମୂଲ୍ୟାୟନକୁ ନେଇ ଶିକ୍ଷକ ଏବଂ ସରକାରଙ୍କ ମଧ୍ୟରେ ଦିନକୁ ଦିନ ପରିସ୍ଥିତି ଜଟିଳ ହେବାରେ ଲାଗିଛି।  ଏଯାଏଁ ଦାବି ପୂରଣ ନହେବାରୁ ଆଜିଠୁ ମହାସଂଗ୍ରାମର ଡାକରା ଦେଇଛି ରାଜ୍ୟ ସ୍କୁଲ କଲେଜ ଶିକ୍ଷକ ମିଳିତ ମଞ୍ଚ। ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ଶିକ୍ଷକମାନେ ସରକାର ବିରୋଧରେ ଗର୍ଜ୍ଜନ କରିବା ସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିବେ। ସେପଟେ ଖାତା ମୂଲ୍ୟାୟନ ନେଇ ସରକାର ଦମ୍ଭ ଦେଖାଇଛନ୍ତି। ବିକଳ୍ପ ବ୍ୟବସ୍ଥା […]

bbsr
ୱାର୍ଡ ପୁନର୍ଗଠନକୁ ନେଇ ରାଜଧାନୀରେ ତାତି

ଭୁବନେଶ୍ୱର: BMC ୱାର୍ଡ ପୁନର୍ଗଠନକୁ ବିରୋଧ କରି ରାଜଧାନୀରେ ମନ୍ତ୍ରୀ ଓ ମେୟରଙ୍କ ଘର ଘେରାଉ କଲେ ଲୋକେ। ଆଗକୁ ବିଏମସି ନିର୍ବାଚନ ଥିବାବେଳେ ୪୩ ନମ୍ବର ୱାର୍ଡ ପୁନର୍ଗଠନକୁ ବିରୋଧ କରି ଲକ୍ଷ୍ମୀସାଗର ବାସିନ୍ଦା ଏବଂ ସ୍ଥାନୀୟ କର୍ପୋରେଟର ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ମେୟର ଅନନ୍ତ ନାରାୟଣ ଜେନାଙ୍କ ବାସଭବନ ଘେରାଉ କରିଛନ୍ତି। ଲୋକଙ୍କ ଅଭିଯୋଗ, ପୂର୍ବରୁ ୪୩ ନମ୍ବର ୱାର୍ଡରେ ଥିବା ବଡ଼ପୋଖରୀ ଓ ସନ୍ତୋଷୀ ବିହାର ଅଞ୍ଚଳକୁ ୪୯ […]

Swarnalata Dalai
ମାଉଣ୍ଟ ଏଭରେଷ୍ଟ ଚଢ଼ିବେ ଓଡ଼ିଆ ଝିଅ ସ୍ୱର୍ଣ୍ଣଲତା

ଭୁବନେଶ୍ୱର: ମିଶନ୍ ଏଭରେଷ୍ଟ ପାଇଁ ପ୍ରସ୍ତୁତ ଓଡ଼ିଆ ଝିଅ ସ୍ୱର୍ଣ୍ଣଲତା ଦଳେଇ। ପୃଥିବୀର ଏହି ଉଚ୍ଚତ୍ତମ ଗିରିଶୃଙ୍ଗ ଆରୋହଣ ପାଇଁ ଆସନ୍ତା  ୨୭ ତାରିଖରୁ ଦିଲ୍ଲୀରୁ କାଠମାଣ୍ଡୁ ଅଭିମୁଖେ ଯାତ୍ରା କରିବେ ସ୍ୱର୍ଣ୍ଣଲତା। ଏଥିପାଇଁ ସ୍ୱର୍ଣ୍ଣଲତାଙ୍କ ଗାଁ ଯାଜପୁର ଜିଲ୍ଲା ଜଗାଡ଼ିହରେ ଏବେ ଖୁସିର ଲହରୀ। ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଜଗାଡିହ ଗାଁର ସ୍ୱର୍ଣ୍ଣଲତା ଦଳେଇ।  ଗାଁରେ ଏବେ ସ୍ୱର୍ଣ୍ଣଲତାଙ୍କୁ ନେଇ ଢେର୍ ଚର୍ଚ୍ଚା। ୨୦ ବର୍ଷିୟା ସ୍ୱର୍ଣ୍ଣଲତା, ଏବେ ଏଭେରେଷ୍ଟ ଚଢ଼ିବାକୁ ଯାଉଛନ୍ତି। ଟାଟା […]

balasore
ବାଲେଶ୍ୱରରେ ଡବଲ୍ ମର୍ଡ଼ର୍: ପୋଲିସର ଛାନଭିନ୍ ଆରମ୍ଭ

ବାଲେଶ୍ୱର: ବାଲେଶ୍ୱର ଚାନ୍ଦିପୁର ଥାନା ଝଗଡ଼ପାଡ଼ିରେ ଡବଲ୍ ମର୍ଡ଼ର୍ ଘଟଣାରେ ତଦନ୍ତ ଆରମ୍ଭ କରିଛି ପୋଲିସ। ପୋଲିସର ସ୍ୱତନ୍ତ୍ର ଟିମ୍ ଘଟଣା ସ୍ଥଳକୁ ଯାଇ ଛାନଭିନ୍ ‌ଆରମ୍ଭ କରିଛି।  ସେଠାରୁ ୨ଟି ବାଇକ୍ ଜବତ ହୋଇଛି। ଗତକାଲି ବାକିରେ କୁକୁଡ଼ା ମାଂସ ନଦେବାରୁ ଦୁଇଭାଇଙ୍କୁ ଛୁରାଭୁସି ହତ୍ୟା ଅଭିଯୋଗ ହୋଇଥିଲା। ମୃତ ଦୁଇ ଭାଇ ହେଲେ ନାଙ୍ଗୁଡ଼ି ଗାଁର ବିକାଶ ଜେନା ଓ ତପନ ଜେନା। ମିଳିଥିବା ସୂଚନା ଅନୁସାରେ, ଝଗଡ଼ପାଡ଼ି ଛକରେ କୁକୁଡ଼ା ଦୋକାନ ଦେଇଥିବା […]

ram navami
ଆଜି ପବିତ୍ର ରାମ ନବମୀ: ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ରାମ ମନ୍ଦିର

ଭୁବନେଶ୍ୱର: ଆଜି ପବିତ୍ର ରାମ ନବମୀ। ଏଥିପାଇଁ  ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ରାମ ମନ୍ଦିର। ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ ଜମିବାରେ ଲାଗିଛି। ଧୂପ ଦୀପ ନୈବେଦ୍ୟ ଧରି ପ୍ରଭୁ ଶ୍ରୀରାମଙ୍କ ଆଶିଷ ଭିକ୍ଷା ପାଇଁ  ଭକ୍ତଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି। ପ୍ରଭୁ ଶ୍ରୀରାମଙ୍କ ପୂଜାର୍ଚ୍ଚନା ଓ ଆରାଧନା ପାଇଁ ସମସ୍ତେ ଉତ୍ସୁକ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିରଗୁଡିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏପଟେ ଭଦ୍ରକରେ ଆଜି ହେବାକୁ ଥିବା ନଗର ସଂକୀର୍ତ୍ତନ କାର୍ଯ୍ୟକ୍ରମରେ […]

SC Jamir
ପୂର୍ବତନ ରାଜ୍ୟପାଳ ଏସ୍.ସି ଜମିରଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏସ୍.ସି ଜମିରଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଓଡ଼ିଶା ଛାଡିବା ପୂର୍ବରୁ ପୂର୍ବତନ ରାଜ୍ୟପାଳଙ୍କୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଗାର୍ଡ ଅଫ୍ ଅନର ଦିଆଯାଇଛି। ପୂର୍ବତନ ରାଜ୍ୟପାଳଙ୍କୁ ବିଦାୟ ଜଣାଇବାକୁ ବିମାନ ବନ୍ଦରରେ ପହଞ୍ଚିଥିଲେ ବହୁ ରାଜନେତା, ଭୁବନେଶ୍ୱର ମେୟର, ପ୍ରଶାସନିକ ଅଧିକାରୀ ଓ ପୋଲିସ କମିଶନର ପ୍ରମୁଖ। ଗତ ୨୦ ତାରିଖରେ ଶେଷ ହୋଇଥିଲା ପୂର୍ବତନ ରାଜ୍ୟପାଳ ଏସ୍.ସି ଜମିରଙ୍କ କାର୍ଯ୍ୟକାଳ। ରାଜ୍ୟପାଳଙ୍କ କାର୍ଯ୍ୟକାଳ ସରିବା ପରେ ଗତକାଲି […]

attack
ଲୁଟ୍ ଉଦ୍ଦେଶ୍ୟରେ ବ୍ୟବସାୟୀଙ୍କ ଉପରକୁ ବୋମାମାଡ଼

ଖୋର୍ଦ୍ଧା: ଲୁଟ୍ ଉଦ୍ଦେଶ୍ୟରେ ଖୋର୍ଦ୍ଧାରେ ୪ ବ୍ୟବସାୟୀଙ୍କ ଉପରକୁ ବୋମାମାଡ଼। ବୋମାମାଡରେ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି। ପିକ୍ଅପ ଭ୍ୟାନରେ ଯାଉଥିବାବେଳେ ବ୍ୟବସାୟୀଙ୍କ ଗାଡ଼ି ଉପରକୁ ବୋମାମାଡ଼ କରି ଘଟଣାସ୍ଥଳରୁ ୨ ଦୁବୃର୍ତ୍ତ ଫେରାର ହୋଇଯାଇଛନ୍ତି। ଗୋଡ଼ିଆପଲ୍ଲୀ ଛକ ନିକଟରେ ଏହି ବୋମାମାଡ଼ ହୋଇଥିବା ସୂଚନା ମିଳିଛି। ଟଙ୍କା ଲୁଟ୍ ଉଦ୍ଦେଶ୍ୟରେ ବାଇକରେ ଆସି ୨ ଦୁର୍ବୃତ୍ତ ବୋମାମାଡ଼ କରିଥିବା ଅନୁମାନ କରାଯାଉଛି। ପୋଲିସର ଘଟଣାସ୍ଥଳରେ ପହଞ୍ଚି ତନାଘନା କରୁଛି।  ତେବେ ବ୍ୟବସାୟୀଙ୍କ ଠାରୁ ଦୁର୍ବୃତ୍ତ […]

teacher strike
ଆସନ୍ତା ୨୬ରେ ଆନ୍ଦୋଳନକୁ ଓହ୍ଲାଇବେ ସ୍କୁଲ ଶିକ୍ଷକ ମିଳିତ ମଞ୍ଚ

ଭୁବନେଶ୍ୱର: ଆସନ୍ତା ୨୬ ତାରିଖରେ ମହାସଂଗ୍ରାମ କରିବ ଓଡିଶା ସ୍କୁଲ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ।  ବାରମ୍ବାର ଆନ୍ଦୋଳନ ପରେ ଦାବି ପୁରଣ ନେଇ ସରକାର ପ୍ରତିଶୃତି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହାନ୍ତି। ଦାବି ପୂରଣ ନହେବାରୁ ପ୍ରତିବାଦ କରି ରାଜ୍ୟର ୫୭ଟି ମାଟ୍ରିକ ଖାତା ମୂଲ୍ୟାୟନ କେନ୍ଦ୍ର ସମ୍ମୁଖରେ ବିଗତ ୩ ଦିନ ଧରି ଧାରଣାରେ ବସିଛନ୍ତି କର୍ମଚାରୀ। ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲ ସମ୍ମୁଖରେ ଧାରଣା ବେଳେ ପୋଲିସ ପକ୍ଷରୁ ମାଡମରାକୁ ବି […]

wedding gift blast
ପାର୍ସଲ ବୋମା ବିସ୍ଫୋରଣର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ପୂର୍ବରୁ ବଲାଙ୍ଗିର ପୋଲିସ ଘଟଣାର ତଦନ୍ତ କରିବା ସହ ରାଜ୍ୟ ବାହାରକୁ ଯାଇ ବି ଖାଲି ହାତରେ ଫେରିଛି। ଘଟଣାର ତୁରନ୍ତ ନ୍ୟାୟ ଦାବିରେ ପାର୍ସଲ ବୋମା ବିସ୍ଫୋରଣରେ ମୃତ ସୌମ୍ୟ ଶେଖରଙ୍କ ପରିବାର ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଥିବାବେଳେ ଦିନକ ତଳେ ଏକ ଭିଡିଓ ଜରିଆରେ ହସ୍ପିଟାଲରୁ ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟ ପାଇଁ ନିବେଦନ କରିଥିଲେ ନବବଧୂ […]

odisha assembly
ଆଜି ରାଜ୍ୟ ବଜେଟ୍

ଭୁବନେଶ୍ୱର: ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଆଜି ବିଧାନସଭାରରେ ଆସିବ ରାଜ୍ୟ ବଜେଟ୍।  ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ବଜେଟ୍ ଉପସ୍ଥାପନ କରିବେ। ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ହୋଇଥିବାରୁ ଭୋଟରଙ୍କୁ ଆକୃଷ୍ଟ କଲାଭଳି ଅନେକ ବ୍ୟବସ୍ଥା ରହିବା ନେଇ ଆଶା କରାଯାଉଛି। ଫୋକସରେ ରହିପାରେ କୃଷି ଓ କୃଷକ।  ଏଥିସହ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜଳସେଚନ, ପାନୀୟଜଳ, ଭିତ୍ତିଭୂମି, ଗ୍ରାମୀଣ ବିକାଶ ଉପରେ ବଜେଟରେ ଅଧିକ ଗୁରୁତ୍ୱ ଦିଆଯିବା ସମ୍ଭାବନା ରହିଛି।  ଗରିବ, […]

new born baby rescued
ପୁଣି ଅଲୋଡ଼ା ଶିଶୁକନ୍ୟା

ଅନୁଗୁଳ: ପୁଣି ଅଲୋଡ଼ା ଶିଶୁକନ୍ୟା।  ଅନୁଗୁଳ ପାଲଲହଡ଼ା ଶିଳିଆମୁଣ୍ଡା ପୋଖରୀ ନିକଟରେ ଥିବା ଏକ ଅମରୀ ବୁଦାମୂଳରୁ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି। ସ୍ଥାନୀୟ ଲୋକେ ନବଜାତ ଶିଶୁଟିକୁ ଦେଖି ପୋଲିସକୁ ଖବର ଦେଇଥିଲେ।  ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁଟିକୁ ଉଦ୍ଧାର କରିଥିଲେ। ଶିଶୁଟିକୁ ପାଲଲହଡ଼ା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶିଶୁକନ୍ୟାଟି ସୁସ୍ଥଥିବା ଜଣାପଡିଛି।  ଜନ୍ମ ହେବାପରେ କେହି ଶିଶୁଟିକୁ ଛାଡି ଚାଲିଯାଇଥିବା ସନ୍ଦେହ କରାଯାଉଛି।  ଶିଶୁଟି ସୁସ୍ଥ ହେବାପରେ ସିଡବ୍ଲୁସିକୁ ପଠାଯିବ ବୋଲି ସିଡିପିଓ କହିଛନ୍ତି।

bombing
ଠିକାଦାରଙ୍କ ଉପରକୁ ବୋମାମାଡ଼

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରାରେ ଠିକାଦାରଙ୍କ ଉପରକୁ ବୋମାମାଡ଼। ଚାଉଳିଆ ବାମରାରେ କେନାଲ କାମ ଚାଲିଥିବା ବେଳେ ଠିକାଦାର ଅନୀଲ ମହାନ୍ତିଙ୍କ ଉପରକୁ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ଅନୀଲଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।  ଏକ ନାଲି ପଲସରରେ ୨ଜଣ ଦୁର୍ବୃତ୍ତ ବୋମାମାଡ଼ କରି ଫେରାର ହୋଇଯାଇଛନ୍ତି।  ଦାଦାବଟି ଆଦାୟକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବା ସନ୍ଦେହ କରାଯାଉଛି।  ପାଟକୁରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଛାନଭିନ୍ ‌ଆରମ୍ଭ କରିଛି।

jaga-kalia
ଗୋଟିଏ ବେଡରେ ଜଗା କାଳିଆ

ଭୁବନେଶ୍ୱର: ଗୋଟିଏ ବେଡରେ ଜଗା କାଳିଆ। ଦିଲ୍ଲୀ ଏମ୍ସରେ ଅସ୍ତ୍ରୋପଚାର ପରେ ପ୍ରଥମ ଥର ପାଇଁ ଦୁଇ ଭାଇଙ୍କୁ ଗୋଟିଏ ବେଡରେ ଦେଖିବାକୁ ମିଳିଛି। ପୂର୍ବରୁ ଜଗା ସୁସ୍ଥ ହୋଇ ଖେଳାଖେଳି କରୁଥିଲା।  ତେବେ କାଳିଆର ସ୍ୱାସ୍ଥ୍ୟ ଅବସ୍ଥାର ଉନ୍ନତି ପାଇଁ ବର୍ତ୍ତମାନ ଜଗାକୁ କାଳିଆର ଓ୍ୱାର୍ଡକୁ ସ୍ଥାନାନ୍ତର କରାଯାଇଛି। ଯେଉଁଥିରେ ଜଗା ହାତ ହଲେଇ ଖେଳୁଥିବା ଦେଖିବାକୁ ମିଳିଛି।  ବର୍ତ୍ତମାନ ଜଗା ୯୮ପ୍ରତିଶତ ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି।  ତେବେ କାଳିଆ ପୁରାପୁରି ସୁସ୍ଥ […]

dead body found
ଅପହରଣ ପରେ ହତ୍ୟା!

ଭୁବନେଶ୍ୱର:  ଭୁବନେଶ୍ୱର କୁଆଖାଇ ନଦୀପଠାରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ମୃତ ଯୁବକଙ୍କ ପରିଚୟ ମିଳିଲା।  ତାଙ୍କ ନାମ ଉନ୍ମୁକ୍ତ ପାଢୀ।  ତାଙ୍କ ଘର ଭୁବନେଶ୍ୱର ବିଜେବି ନଗରରେ ବୋଲି ଜଣାପଡିଛି। ସେ କଲିକତାରେ ଚାକିରୀ କରୁଥିଲେ, ଗତ କିଛି ମାସ ହେବ ଘରକୁ ଆସିଥିଲେ।  ତାଙ୍କୁ ଅପହରଣ ପରେ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି। ତେବେ କେଉଁ ପରିସ୍ଥିତିରେ, କିଏ ତାଙ୍କୁ ହତ୍ୟା କଲା ସେନେଇ ପୋଲିସ ଅନୁସନ୍ଧାନ ଜାରି ରଖିଛି। […]

ugc
ଉତ୍କଳ ବିଶ୍ୱବିଦ୍ୟାଳୟକୁ ମିଳିଲା UGC ଦ୍ୱାରା ଅଟୋନମି କ୍ଷମତା

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟକୁ ମିଳିଲା ଅଟୋନମି କ୍ଷମତା। ୟୁନିଭରସିଟି ଗ୍ରାଣ୍ଟସ କମିଶନ UGC ପକ୍ଷରୁ ଦେଶର ୬୦ଟି ଶିକ୍ଷାନୁଷ୍ଠାନକୁ ସ୍ୱଂୟଶାସନ କ୍ଷମତା ପ୍ରଦାନ କରାଯାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟ ସମେତ ୨ଟି ଡିମଡ୍ ବିଶ୍ୱବିଦ୍ୟାଳୟ ଏବଂ କଟକରେ ଥିବା ନ୍ୟାସନାଲ ଲ ୟୁନିଭରସିଟିକୁ ଏହି ମାନ୍ୟତା ମିଳିଛି। ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନଏହି ତାଲିକାରେ ସ୍ଥାନ ପାଇଛନ୍ତି। ଏହି ଶିକ୍ଷାନୁଷ୍ଠାନ ଗୁଡିକ ପୂର୍ବଭଳି ୟୁଜିସି ନିୟନ୍ତ୍ରଣରେ ରହିବେ। ତେବେ UGC ଦ୍ୱାରା ଅଟୋନମି ମାନ୍ୟତା ମିଳିବା ପରେ ଏହି […]