କରୋନା ସାଜିଛି ଦାଉ,ମୃଦଙ୍ଗ କାରୀଗରଙ୍କ କାରବାର ଠପ୍ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ମୃଦଙ୍ଗ କାରୀଗରଙ୍କ ଉପରେ ଦାଉ ସାଜିଛି କରୋନା ।
ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ବାରିପଦାର ୨ କୁନିଝିଅ । ବାରିପଦାର ୨ କୁନି ଝିଅ ନିଜ ନାଚର ଯାଦୁରେ କରିଛନ୍ତି କିମିଆ। ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଜିତିଲେ ପୁରଷ୍କାର ।
ଅବଧିର ଢେର୍ ଦିନ ବିତିଥିଲେବି ସରିପାରୁନି ରାସ୍ତାକାମ । ଖୋର୍ଦ୍ଧା-ନୟାଗଡ଼ ରାଜପଥ ସମ୍ପ୍ରସାରଣ କାମରେ ଯାବତୀୟ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଟେଣ୍ଡର ନେଇଥିବା ଠିକାସଂସ୍ଥା ବିରୋଧରେ ଅସନ୍ତୋଷ ଜାହିର୍ କରିଛନ୍ତି ଲୋକେ । ରଣପୁର ବ୍ଲକ ରାଜସୁନାଖଳା ବଜାର ଅଂଚଳରେ ଡ୍ରେନ୍ କାମ ସଠିକ୍ ଭାବେ ହୋଇନଥିବାବେଳେ ମାସେ ଭିତରେ କିଛି ଭାଙ୍ଗିଯାଇଥିବା ଲୋକେ କହିଛନ୍ତି ।
କୁମ୍ଭାରପଡା ସାହିର ମିଶ୍ର ଲେନ ଦେଇ ବଡଶଙ୍ଖରୁ ବାନାମ୍ବର ଛକ, ପୁରୁଣା ନବକଳେବର ରୋଡ ଦେଇ ବାନାମ୍ବର ଛକ ଠାରୁ ମାଟିଆପଡା ଛକ, ମାଟିଆପଡା ଛକ ଠାରୁ ଆଶୁତୋଷ ମଠ ଛକ, ଆଶୁତୋଷ ମଠ ଛକ ଠାରୁ ନୀଳକଣ୍ଠ ମନ୍ଦିର ଛକ, ନୀଳକଣ୍ଠ ମନ୍ଦିର ଛକ ଠାରୁ ବଡଶଙ୍ଖ ପର୍ଯ୍ୟନ୍ତ ଏହି କଟକଣା ଆସନ୍ତାକାଲି ସକାଳ ୬ ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ।
ପ୍ରଥମେ ରାମକୃଷ୍ଣ ଓ ମଦନମୋହନଙ୍କ ଗୋଟି ପହଣ୍ଡି ଆରମ୍ଭ ହେବ ପରେ ୩ ଠାକୁର ପହଣ୍ଡି କରି ଆଡ଼ପ ମଣ୍ଡପକୁ ଯିବେ । ଆଡ଼ପ ମଣ୍ଡପରୁ ଆଜିଠୁ ଦର୍ଶନ ଦେବେ ଭଗବାନ ।
ପବିତ୍ର ରଥଯାତ୍ରାରେ ବିଜେଡିର ନୂଆ ଦଳୀୟ କାର୍ଯ୍ୟାଳୟର ଭୂମିପୂଜା । ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଦେଇଛନ୍ତି ।
ପୁଣି କଡ଼ ଲେଉଟାଇଲା ଇତିହାସ । ଶ୍ରୀକ୍ଷେତ୍ରରେ ଆଉଥରେ ଭକ୍ତ ବିନା ଗଡ଼ିଲା ରଥ ।
ଏମାନେ ସେବାୟତ । ସେହି ବଳିଆର ଭୁଜଙ୍କ ସେବା ପାଇଁ ଏମାନଙ୍କର ଏହି ଭୁଜ । ସବୁଥର ରଥ ଉପରେ ବସନ୍ତି, ଏଥର କିନ୍ତୁ ଦଉଡ଼ି ଧରି ରଥ ଟାଣୁଛନ୍ତି। କହିଛନ୍ତି, ଏହା ଆମ ପାଇଁ ଅପୂର୍ବ ସୁଯୋଗ। ତେଣୁ ଛୋଟ ପିଲାଙ୍କୁ ବି ଡାକିଆଣିଛୁ। ଦେଖନ୍ତୁ କେମିତି ରଥ ଟାଣୁଛନ୍ତି ବାହୁବଳି ସେବାୟତ।
ଜଗନ୍ନାଥଙ୍କ ଦର୍ଶନ କଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ। ବିଶ୍ବର ଶୁଭ ମନାସିଲେ, ମହାପ୍ରଭୁଙ୍କ କୃପାରୁ କରୋନା ରୋଗ ଦୂରେଇ ଯାଉ ବୋଲି ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କଲେ ଶଙ୍କରାଚାର୍ଯ୍ୟ
ବଡ଼ ଦାଣ୍ଡରେ ତିନି ଠାକୁର,ବହ୍ମାଣ୍ଡ ନାୟକ ସେ । ବଡ଼ଦାଣ୍ଡକୁ ପହଣ୍ଡି କରି ଝୁଲି ଝୁଲି ଆସୁଛନ୍ତି ତିନି ଠାକୁର । ଭାଇଭଉଣୀଙ୍କୁ ସାଙ୍ଗରେ ଧରି ଯାଉଛନ୍ତି ଗୁଣ୍ଡିଚା ଘର ।
ଶ୍ରୀଜିଉଙ୍କର ପହଣ୍ଡି ଆରମ୍ଭ ହୋଇସାରିଛି। ଅପେକ୍ଷାର ଅନ୍ତ ହୋଇଛି। ଦଇତାଙ୍କ କାନ୍ଧରେ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି କାଳିଆ ସାଆନ୍ତ। ସାତ ପାହାଚରେ ପହଞ୍ଚିବା ପରେ ଶ୍ରୀଜଗନ୍ନାଥଙ୍କୁ ଟାହିଆ ଲାଗି କରାଯାଇଛି
ରାଜ୍ୟରେ ଧୀରେ ଧୀରେ କମୁଛି ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ, ରାଜ୍ୟରେ ୧୯୯୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୧୧୫୪ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ୮୩୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଶ୍ରୀଜିଉଙ୍କର ପହଣ୍ଡି ଆରମ୍ଭ ହୋଇସାରିଛି। ଅପେକ୍ଷାର ଅନ୍ତ ହୋଇଛି। ଦଇତାଙ୍କ କାନ୍ଧରେ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି କାଳିଆ ସାଆନ୍ତ। ସାତ ପାହାଚରେ ପହଞ୍ଚିବା ପରେ ଶ୍ରୀଜଗନ୍ନାଥଙ୍କୁ ଟାହିଆ ଲାଗି କରାଯାଇଛି। ପରେ ବାଇସି ପାହାଚ ଦେଇ ବଡ଼ଦାଣ୍ଡକୁ ବିଜେ ହେବେ ଶ୍ରୀ ଜଗନ୍ନାଥ। ଅବକାଶ, ରୋଷହୋମ, ଦ୍ୱାରପାଳ ପୂଜା ସହ ଅନ୍ୟାନ୍ୟ ନୀତି ପରେ ସକାଳ ଧୂପରେ ଖେଚୁଡ଼ି ଭୋଗ ଖାଇ ମଙ୍ଗଳାର୍ପଣ ସରି ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଆସିଲେ ଶ୍ରୀ ଜଗନ୍ନାଥ ମହାପ୍ରଭୁ
ଠାକୁରଙ୍କ ସାଙ୍ଗେ ଆସୁଛି କଳା ଛତ୍ର। ପ୍ରଥମେ ସୁଦର୍ଶନ ମହାପ୍ରଭୁ ପହଣ୍ଡି ହୋଇ ରଥାରୂଢ଼ ହୋଇସାରିଲେଣି। ଏହାପରେ ବଡ଼ଭାଇ ବଳଭଦ୍ର, ପରେ ପରେ ଦେବୀ ସୁଭଦ୍ର ଓ ସଭା ଶେଷରେ କାଳିଆ ହାତୀ ପହଣ୍ଡିରେ ଆସିବ
ଶ୍ରୀଜିଉଙ୍କର ଆରମ୍ଭ ହେଲା ପହଣ୍ଡି। ଅପେକ୍ଷାର ହେଲା ଅନ୍ତ। ଦଇତାଙ୍କ କାନ୍ଧରେ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ସୁଦର୍ଶନ। ସାତ ପାହାଚ ଓ ବାଇସି ପାହାଚ ଦେଇ ବଡ଼ଦାଣ୍ଡକୁ ବିଜେ ହେଉଛନ୍ତି ସୁଦର୍ଶନ। ଅବକାଶ, ରୋଷହୋମ, ଦ୍ୱାରପାଳ ପୂଜା ସହ ଅନ୍ୟାନ୍ୟ ନୀତି ପରେ ସକାଳ ଧୂପରେ ଖେଚୁଡ଼ି ଭୋଗ ଖାଇ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଆସିଲେ ଶ୍ରୀଜିଉ। ମଙ୍ଗଳାର୍ପଣ ହେବା ପରେ ପରେ ଆରମ୍ଭ ହେଲା ପହଣ୍ଡି। ଧାଡ଼ି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତୀ ଦଇତାଙ୍କ କାନ୍ଧରେ ଝୁଲି ଝୁଲି ଆସିବେ ବଡ଼ଦାଣ୍ଡକୁ। ଚାମର ପଡ଼ୁଛି, ଆଲଟ ହେଉଛି ତାହା ସାଙ୍ଗକୁ ବିଜେ କାହାଳୀ ବି ବାଜୁଛି।
ଇତିହାସର ପୁନରାବୃତ୍ତି। ପୁଣି ଭକ୍ତ ବିନା ଘୋଷଯାତ୍ରାରେ ବାହାରିବେ ମହାପ୍ରଭୁ। ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଗତଥର ଭଳି ଏଥର ବି ଭକ୍ତବିନା ବଡ଼ାଦଣ୍ଡରେ ଗଡ଼ିବ ତିନି ରଥ। କାଲି ପ୍ରତ୍ୟୁଷରୁ ଯାତ୍ରା ପାଇଁ ଶ୍ରୀଜିଉ ସଜବାଜ ହେଉଥିବା ବେଳେ ଏପଟେ କିନ୍ତୁ ଚର୍ମନେତ୍ରରେ ଦର୍ଶନରୁ ପୁଣି ବଞ୍ଚିତ ହେବାକୁ ଯାଉଥିବାରୁ କାନ୍ଦି ଉଠିଛି ଭକ୍ତ ପ୍ରାଣ।
ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ରାତି ପାହିଲେ ରତ୍ନ ସିଂହାସନ ଛାଡ଼ି ଜନ୍ମବେଦୀ ଅଭିମୁଖେ ବାହାରିବେ କାଳିଆ ସାଆନ୍ତ । କରୋନା କାଳରେ ଲଗାତର ଦ୍ୱିତୀୟ ବର୍ଷ ପାଇଁ ଭକ୍ତଶୂନ୍ୟ ବଡ଼ଦାଣ୍ଡରେ ଗଡ଼ିବ ବିଶ୍ୱନିୟନ୍ତାଙ୍କ ବିଶ୍ୱ ରଥ । ଏଥିପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି ।
ରାଜ୍ୟରେ ୫ ଜିଲ୍ଲାରେ ସଂକ୍ରମଣ କମୁନି । କଟକ, ଖୋର୍ଦ୍ଧା, ଯାଜପୁର, ମୟୁରଭଞ୍ଜ, ପୁରୀ ଭଳି ଜିଲ୍ଲାରେ ସଂକ୍ରମଣ କମିବାର ନାଁ ଧରୁନି । ଲାମ୍ବାଡ଼ା ଓ ଡେଲ୍ଟା ପ୍ଲସ ଭ୍ୟାରିଆଣ୍ଟ ୩ୟ ଲହରର କାରଣ ହୋଇପାରେ ।
ନାମ ସଂକୀର୍ତନ ଚାଲିଛି । ରାମ ନାମରେ ଫାଟି ପଡ଼ୁଛି ଗଗନ ପବନ। ସମସ୍ତଙ୍କ ମୁହଁରେ କେବଳ ସୁବୁଛି ହରିନାମ। ନାମ ସଂକୀର୍ତନରେ ସୃଷ୍ଟି ହେଉଛି ଏକ ଆଧ୍ୟାତ୍ମିକ ପରିବେଶ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ପିପିଲି ନିକଟ ବାଲିଗାଁରେ ଥିବା ଭକ୍ତ ଶିରୋମଣୀ ଦାସିଆ ବାଉରୀଙ୍କ ପୀଠରେ । ଭକ୍ତ ଦାସିଆଙ୍କ ଛୋଟ କୁଡ଼ିଆଟି ପରିଣତ ହୋଇଛି ଏକ ଆଶ୍ରମରେ । ଯେଉଁଠି ରହିଛି ଦାସିଆଙ୍କ ସମାଧି ପୀଠ । ପୀଠର ମୂଖ୍ୟ ସ୍ଥଳକୁ ଛାଡ଼ିଦେଲେ ରହିଛି ଏକ ତୁଳସୀ ଉଦ୍ୟାନ
ଚାକିରି ନାଁରେ ଲୋକଙ୍କୁ ଠକୁ ଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଚନ୍ଦକା ଥାନା ପୋଲିସ୍ ଅପହୃତଙ୍କୁ ଖୋର୍ଦ୍ଧାର ଏକ ଫାର୍ମ ହାଉସରୁ ଉଦ୍ଧାର କରିଛି।
ଯେଉଁ ବୟସରେ ଘରେ ବସି ପୁଅବୋହୂଙ୍କ ସେବା ପାଇବା କଥା, ସେହି ବୟସରେ ବିଛଣାରେ ପଡ଼ିଥିବା ପୁଅର ସେବାରେ କଟୁଛି ସମୟ। ରୋଜଗାରିଆ ପୁଅ ଏବେ ଶଯ୍ୟାଶାୟୀ। ଦିନ ମଜୁରିଆ ପୁଅ ବିଛଣାରେ ପଡ଼ିବା ପରେ ପର ଦୁଆରେ ହାତପାତି ଯାହା ପାଉଛନ୍ତି, ସେଥିରେ ଚଳୁଛନ୍ତି । ଚିକିତ୍ସା କଥା ପଚାରେ କିଏ ? ଏବେ ସରକାରୀ ସହାୟତାକୁ ଅପେକ୍ଷା . . .
ପେଶାରେ ଜଣେ ବେସରକାରୀ ସଂସ୍ଥାର କର୍ମଚାରୀ, ହେଲେ ନିଶା ଚାଷ ପ୍ରଣାଳୀରେ କିଛି ନୂଆ କରି ଦେଖାଇବା। ଇଣ୍ଟରନେଟରେ ଚାଷ ପାଇଁ ନୂଆ କୌଶଳ ଖୋଜୁ ଖୋଜୁ ଦେଖିଥିଲେ ତାମିଲନାଡୁର ଦାମୀ ଫାଇଟର କୁକୁଡ଼ା । ଫାଇଟର କୁକୁଡ଼ା ସମ୍ପର୍କରେ ଜାଣିବା ପରେ ବିଳମ୍ବ ନକରି ଆରମ୍ଭ କଲେ କୁକୁଡ଼ା ଚାଷ, ଯାହା ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଛି । କୁକୁଡ଼ା ଚାଷ ସହ ଛେଳି ଚାଷ କରି ସେ ଆଜି ଶିକ୍ଷିତ ବେକାରୀଙ୍କ ପାଇଁ ସାଜିଛନ୍ତି ଉଦାହରଣ।
ଓଡ଼ିଶା ପାଇଁ ପୁଣି ଗର୍ବ ଆଣିଲେ ବାରିପଦାର ଦୁଇ କୁନି ଝିଅ । ନିଜ ନାଚର ଯାଦୁରେ କିମିଆଁ କରି ଅନ୍ତର୍ଜାତୀୟ ସ୍ତରରେ ନାଁ କରିବାକୁ ଯାଉଛନ୍ତି ବାରିପଦାର ଦୁଇ ଝିଅ । ଜୁନିଅର ମଡେଲ ଇଣ୍ଟରନେସନାଲ ରାଇଜିଂ ଷ୍ଟାର ଅଫ ଇଣ୍ଡିଆର ଟାଇଟଲ୍ ଜିତିବା ପରେ ଏବେ ଅନ୍ତର୍ଜାତୀୟ ଟ୍ୟାଲେଣ୍ଡ ଶୋରେ ପ୍ରତିଯୋଗିତା କରିବେ ଅର୍ଚ୍ଚିତା ଓ ଦିବ୍ୟାଙ୍ଗନା ।
ହୀରାକୁଦ ଜଳଭଣ୍ଡାରରୁ ଆଜି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ା ଯାଇଛି। ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲା ଯାଇଛି। ପ୍ରଥମ ପର୍ଯ୍ୟାୟରେ ହୀରାକୁଦ ଜଳଭଣ୍ଡାରର ୨ଟି ଗେଟ୍ ଖୋଲା ଯାଇଛି।