• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ସ୍ାଭାବିକ ବର୍ଷା ନାହିଁ, ଚିନ୍ତାରେ ଚାଷୀ

  • ୧୭ ଜିଲ୍ଲାରେ ସ୍ାଭାବିକଠାରୁ ୨୦% କମ ବୃଷ୍ଟିପାତ

ଭୁବନେଶ୍ୱର : ଏବର୍ଷ ରାଜ୍ୟରେ ମୌସୁମୀ ବର୍ଷା ସ୍ୱାଭାବିକ ହେବା ନେଇ ପୂର୍ବାନୁମାନ ହୋଇଥିଲା । ହେଲେ ଦିନ କେଇଟା ପରେ ବର୍ଷାର ଦେଖା ନଥିବାରୁ ଏବେ ଚିନ୍ତାରେ ଚାଷୀ । କାରଣ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟିପାତ ଚାଷ କିପରି ହେବ ସେନେଇ ଚାଷୀଙ୍କ ମଧ୍ୟରେ ଭାଳେଣି ପଡ଼ିଛି । ଭଦ୍ରକ, ବାଲେଶ୍ୱର, ଯାଜପୁର ଜିଲ୍ଳାରେ ଜମି ଫାଟି ଆଁ କଲାଣି । ଚାଷ ଜମିରେ କେଉଁଠି ରୁଆ ସରିଛି ତ କେଉଁଠି ବାକି ଅଛି । ହେଲେ ବର୍ଷା ନହେବାରୁ ଚାଷୀ ଏବେ ସମସ୍ତେ ଚିନ୍ତାରେ ।

ବର୍ଷା ଅଭାବରୁ ମାଟି ଫାଟି ଆଁ କଲାଣି, ଯାହା ଯେତିକି ପାଣି ଥିଲା ସେତକରେ ଧାନ ରୁଆ ହେଇଥିଲା । ହେଲେ ଏବେ ତଳି ପଡ଼ିବା ପରେ ଚାଷ କେମିତି ଆଗେଇବ ତାକୁ ନେଇ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ଯାଜପୁର ଜିଲ୍ଲାରେ ଏକାଧିକ ଚାଷ ଜମିର ଅବସ୍ଥା ଏପରି । ଏଥର କମ୍ ବୃଷ୍ଟିପାତ ଯୋଗୁଁ ଚିନ୍ତାରେ ପଡ଼ିଛି ଚାଷୀ କୂଳ । ଚାତକ ପରି ଆକାଶକୁ ଅନାଇ ବସିଛି । ବର୍ଷା କେତେବେଳେ ହେବ ଆଉ ଜମିକୁ ପାଣି କେବେ ମିଳିବ ।

ସମାନ ପରିସ୍ଥିତି ଉପକୂଳ ଓଡ଼ିଶାର ଭାତ ହାଣ୍ଡି ଭଦ୍ରକରେ । ଏଠି ପରିସ୍ଥିତି ଏମିତି ଯେ ଚାଷ ଜମିରେ ତଳି ପଡ଼ିପାରୁନି । କିଛି ଜମିରେ ଧାନ ବୁଣା ଯାଇଛି ହେଲେ ପର୍ଯ୍ୟାପ୍ତ ପାଣି ନମିଳିବାରୁ ଜମି ଫାଟିଲାଣି । କମ ବର୍ଷା ଯୋଗୁଁ ଗତବର୍ଷରୁ ଏଥର ଜିଲ୍ଲାରେ କମ ବର୍ଷା ହୋଇଛି । ବାଲେଶ୍ୱ ଖଇରା କିନ୍ତୁ ଭିନ୍ନ ସ୍ଥିତି । ପ୍ରଥମରୁ ଏଠି ଭଲ ବର୍ଷା ହୋଇଥିଲେ ବି ଏବେ କମ ବୃଷ୍ଟିପାତ ଯୋଗୁଁ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଛି। କେନାଲରେ ବି ପାଣି ନାହିଁ, କେମତି ଚାଷ ହେବ ତାହା ଏବେ ବଡ଼ ଚିନ୍ତା ।

ଏଥର ରାଜ୍ୟର ଅଧିକ ଜିଲ୍ଲାରେ ନିଅଣ୍ଟିଅଆ ବର୍ଷା ହୋଇଛି । ଜୁନ ପହିଲାରୁ ୧୪ ଯାଏ ୧୭ଟି ଜିଲ୍ଲାରେ ହୋଇଛି ସ୍ୱାଭାଭିକଠାରୁ ୨୦% କମ ବୃଷ୍ଟିପାତ । ତେବେ ୧୫ରୁ ଅଧିକ ଜିଲ୍ଲାରେ ୨୦ରୁ ୫୯ ପ୍ରତିଶତ କମ ବର୍ଷା ହୋଇଛି । ସେଥିରୁ ଭଦ୍ରକରେ ସର୍ବନିମ୍ନ ୫୪%, ଯାଜପୁରରେ ୪୮% ବର୍ଷା ରେକର୍ଡ ହୋଇଛି । ହେଲେ ଆଗାମୀ କିଛି ଦିନରେ ବର୍ଷା ହେବା ପୂର୍ବାନୁମାନ ଚାଷୀଙ୍କ ମନରେ ନୂଆ ଆଶା ସଞ୍ଚରଣ କରିଛି ।