Advertisment

ପୋଡ଼ି ହୋଇ ବନ ସଂରକ୍ଷକଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ଼

ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ନୂଆ ମୋଡ଼। ମୃତ ସୌମ୍ୟରଞ୍ଜନଙ୍କ ବାପାଙ୍କ ଅଭିଯୋଗ ପରେ ୩ ଜଣଙ୍କ ବିରୋଧରେ ପାରଳାଖେମୁଣ୍ଡି ପୋଲିସ୍‌ ହତ୍ୟା ମାମଲା ରୁଜୁ କରିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ପୋଡ଼ି ହୋଇ ବନ ସଂରକ୍ଷକଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ଼

ACF Soumya Ranjan Mohapatra

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ନୂଆ ମୋଡ଼ ଆସିଛି। ମୃତ ସୌମ୍ୟରଞ୍ଜନଙ୍କ ବାପାଙ୍କ ଅଭିଯୋଗ ପରେ ୩ ଜଣଙ୍କ ବିରୋଧରେ ପାରଳାଖେମୁଣ୍ଡି ପୋଲିସ୍‌ ହତ୍ୟା ମାମଲା ରୁଜୁ କରିଛି। ଏହି ତିନି ଅଭିଯୁକ୍ତଙ୍କ ମଧ୍ୟରେ ମୃତ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ, DFO ସଂଗ୍ରାମ ବେହେରା ଓ ରୋଷେୟା ଅଛନ୍ତି। ଏହି ୩ ଜଣଙ୍କ ବିରୋଧରେ ୩୦୨, ୧୨୦ ବି ଦଫାରେ ପୋଲିସ ମାମଲା ରୁଜୁ କରିଛି।

Advertisment

ସୌମ୍ୟରଞ୍ଜନଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଭୂମିକାକୁ ନେଇ ସନ୍ଦେହ କରି ଆସୁଛନ୍ତି ତାଙ୍କ ପରିବାର ଲୋକେ। ଘଟଣା ଦିନ ସୌମ୍ୟରଞ୍ଜନଙ୍କ ସ୍ତ୍ରୀ, ଡିଏଫଓ ଏବଂ ରୋଷେୟା ଘରେ ଥିଲେ। କାହାର କିଛି ହେଲାନି କେବଳ ସୌମ୍ୟଙ୍କ ଦେହରେ କିଭଳି ଭାବରେ ନିଆଁ ଲାଗିଲା,ଏହା ସନ୍ଦେହ କରି ଏହି ୩ ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ କରିବାକୁ ସୌମ୍ୟରଞ୍ଜନଙ୍କ ବାପା ଦାବି କରିଥିଲେ। ଏନେଇ ଗତକାଲି ସେ ପାରଳାଖେମୁଣ୍ଡି ଥାନାରେ ଏତଲା ଦେଇଥିଲେ।  ଏହି ୩ ଜଣ ଷଡ଼ଯନ୍ତ୍ର କରି ପୁଅକୁ ହତ୍ୟା କରିଥିବା ସୌମ୍ୟରଞ୍ଜନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

Advertisment

ସୂଚନାଥାଉ କି, ସୋମବାର ରାତିରେ ସୌମ୍ୟରଞ୍ଜନ ହଠାତ ନିଆଁରେ ପୋଡ଼ି ହୋଇ ଯାଇଥିବା ନେଇ ପଡ଼ୋଶୀଙ୍କୁ ସୂଚନା ଦେଇଥିଲେ ପତ୍ନୀ । ପରେ ତାଙ୍କୁ ତୁରନ୍ତ ପାରଳାଖେମୁଣ୍ଡି ମେଡିକାଲ ଓ ପରେ ବ୍ରହ୍ମପୁର MKCG ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ଅବସ୍ଥା ଅଧିକ ଗୁରୁତର ହେବାରୁ ମଙ୍ଗଳବାର ସକାଳେ କଟକ ସ୍ଥିତ ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଶରୀରର ପ୍ରାୟ ୯୦ ଭାଗ ପୋଡ଼ିଯାଇଥିବାରୁ ମୃତ୍ୟୁ ସହ ପ୍ରାୟ ୧୨ ଘଣ୍ଟାର ସଂଘର୍ଷ କରି ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ହିଁ ଆଖି ବୁଜିଦେଇଥିଲେ ସୌମ୍ୟରଞ୍ଜନ।

Odisha ACF Death
Advertisment
Advertisment