ଭୁବନେଶ୍ୱର : ଜେଲରେ ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ଜେରା। ନବଦିଗନ୍ତ ଚିଟ୍ଫଣ୍ଡ ଠକେଇ ମାମଲାରେ ଗିରଫ ହୋଇ ଜେଲ୍ରେ ଥିବା ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ଝାରପଡ଼ା ଜେଲ୍ରେ ଜେରା କରାଯାଉଛି। ଭାରତ ସରକାରଙ୍କ କର୍ପୋରେଟ୍ ଆଫେୟାର୍ସ ମନ୍ତ୍ରାଳୟର ତିନି ଜଣିଆ ଟିମ୍ ହାଁସଦାଙ୍କୁ ଜେରା କରୁଛି। ଏଥିପାଇଁ ସ୍ୱତନ୍ତ୍ର ସିବିଆଇ କୋର୍ଟ କର୍ପୋରେଟ୍ ଆଫେୟାର୍ସ ମନ୍ତ୍ରାଳୟକୁ ଅନୁମତି ଦେଇଥିଲା। ନବଦିଗନ୍ତ ଚିଟ୍ଫଣ୍ଡ ଠକେଇ ମାମଲାରେ ୨୦୧୪ ମସିହାରୁ ଗିରଫ ହୋଇ ଜେଲରେ ଅଛନ୍ତି ରାମଚନ୍ଦ୍ର ହାଁସଦା।
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ନୀଳଗିରିରେ ନାବାଳିକାକୁ ଗଣଦୁଷ୍କର୍ମ କରି ଗାୟବ କରିଦେଇଥିବା ଅଭିଯୋଗ। ଦୁଷ୍କର୍ମ ଶିକାର ନାବାଳିକାଙ୍କ ମିଳୁନି ପତ୍ତା। ବରହମ୍ପୁର ଥାନା ତେଲିପାଳ ନିକଟ ପୁଟିବନ୍ଧ ଗାଁର ଘଟିଛି ଏହି ଘଟଣା। ଅଭିଯୋଗ ଅନୁସାରେ କେନ୍ଦୁଆ ଗାଁର ଜଣେ ବ୍ୟକ୍ତିଙ୍କ ପାଳିତ ୧୨ ବର୍ଷର ନାବାଳିକାକୁ ପୁଟିବନ୍ଧ ଗାଁର ଜଣେ ଦମ୍ପତି ନେଇଯାଇଥିଲେ। ତେବେ ତାକୁ ଶାରୀରିକ ଯନ୍ତ୍ରଣା ଦିଆଯାଉଥିବା ସେ ଅଭିଯୋଗ କରିଥିଲେ। ନାବାଳିକା ଜଣକ ତା ପାଳିତା ମା’ ପାଖକୁ ଯିବାକୁ […]
ବାରିପଦା: ମୟୁରଭଞ୍ଜ ଝାରପୋଖରିଆରେ ଖସି ପଡ଼ିଲା ଭାରତୀୟ ବାୟୁସେନା ବିମାନ। ଓଡ଼ିଶା ଝାଡଖଣ୍ଡ ସୀମାର ମହୁଲଟାଙ୍ଗିରି ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ତେବେ ବିମାନର ପାଇଲଟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତାଙ୍କୁ ଝାଡ଼ଖଣ୍ଡର ବହଡାଗୁଡା ମେଡିକାଲରେ ଭର୍ତ୍ତି କରାଯାଇଛି। ପଶ୍ଚିମବଙ୍ଗର କୋଲେଇକୁଣ୍ଡା ଟ୍ରେନି ସେଣ୍ଟରରରୁ ଆଜି ବାୟୁସେନାର ଏକ ବିମାନ ଓଡ଼ିଶା ଝାଡ଼ଖଣ୍ଡ ସୀମା ଆକାଶରେ ଉଡ଼ାଣ ଭରୁଥିଲା। ଆଜି ସକାଳେ ବିମାନଟି ରାଇରଙ୍ଗପୁର ଆକାଶରେ ଉଡୁଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ତେବେ କିଛି ସମୟ ପରେ […]
ଭୁବନେଶ୍ୱର: ବିଜେପୁର ଝଟକା ପରେ ବିଜେପିର ଫୋକସରେ ପଶ୍ଚିମ ଓଡିଶା। ନୂଆ ରଣନୀତି ଅନୁସାରେ ବଲାଙ୍ଗିରେ ଆସନ୍ତା ୫ ତାରିଖରେ ଯୁବ ସମାବେଶ କରି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଫୁଙ୍କିବେ ମିଶନ୧୯ର ମନ୍ତ୍ର। ଏପ୍ରିଲ ପ୍ରଥମ ସପ୍ତାହରେ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଥିବା ଶାହା ଭବାନୀ ପାଟଣାରେ ମଧ୍ୟ କାର୍ଯ୍ୟକର୍ତ୍ତା ସମାବେଶ କରିବାର କାର୍ଯ୍ୟକ୍ରମ ରହିଛି। ବିଜେପୁର ପରାଜୟ ପରେ ଶାହାଙ୍କ ଗସ୍ତ ଦୋହଲିଯାଇଥିବା ନେତା ଓ କର୍ମୀଙ୍କ ମନୋବଳକୁ ଦମ୍ଭ ଦେବ ବୋଲି […]
ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ମାଟ୍ରିକ ଖାତା ମୂଲ୍ୟାୟନ ପ୍ରକ୍ରିୟା। ତେବେ ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆନ୍ଦୋଳନ ଯୋଗୁଁ ମୂଲ୍ୟାୟନ ପ୍ରକ୍ରିୟା ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଚୁକ୍ତି ଭିତ୍ତିକ ଶିକ୍ଷକମାନେ ଗତକାଲିଠାରୁ ଖାତାଦେଖା ବର୍ଜନ ଡାକରା ସହ ରାଜ୍ୟବ୍ୟାପି ମୂଲ୍ୟାୟନ କେନ୍ଦ୍ର ଗୁଡ଼ିକ ସାମ୍ନାରେ ଆନ୍ଦୋଳନରେ ବସିଛନ୍ତି। ସତ୍ୟପାଠ ଉଚ୍ଛେଦ ସହ ୬ ଦଫା ଦାବି ପୂରଣ ନହେଲେ କୌଣସି ଶିକ୍ଷକଙ୍କୁ ଖାତା ଦେଖା ପାଇଁ ମୂଲ୍ୟାୟନ କେନ୍ଦ୍ର ଭିତରକୁ […]
ରାଉରକେଲା: ଏକ ତରଫା ପ୍ରେମ ଯୋଗୁଁ ଯୁବକଙ୍କୁ ବୀଭତ୍ସ ହତ୍ୟା। ଯୁବତୀଙ୍କ ପରିବାର ଲୋକେ ଯୁବକଙ୍କୁ ହତ୍ୟା କରିଥିବା ଅଭିଯୋଗ ଆସିଛି। ରାଉରକେଲା କୁଆରମୁଣ୍ଡା ବ୍ଲକର ଜଗଦୀଶପୁର ଗାଁରେ ଅର୍ବିସ ଏକ୍କା ନାମକ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତ କିଛି ଦିନ ଧରି ଅର୍ବିସ୍ ଜଗଦୀଶପୁର ଗାଁର ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ। ଏନେଇ ଯୁବତୀଙ୍କ ପରିବାର ଲୋକେ ପୂର୍ବରୁ ଅର୍ବିସଙ୍କୁ ମାଡ଼ ମଧ୍ୟ ମାରିଥିଲୋ ତେବେ ଗତକାଲି […]
ଭୁବନେଶ୍ୱର: ଖରା ଦିନ ଆସୁଣୁ ଜଙ୍ଗଲୀ ନିଆଁର ପ୍ରକୋପ। ଶିମିଳିପାଳ ଅଭୟାରଣ୍ୟ ଓ ନୟାଗଡ ସମେତ ରାଜ୍ୟ ବିଭିନ୍ନ ଜଙ୍ଗଲରେ ଲାଗିଛି ନିଆଁ। ଏଥିରେ କେବଳ ଗଛଲତା ଓ ଜୀବଜନ୍ତୁ ପ୍ରଭାବିତ ହେଉନାହାନ୍ତି ଆଖପାଖ ଅଞ୍ଚଳରେ ରହୁଥିବା ଲୋକେ ମଧ୍ୟ ଅସୁବିଧା ଭୋଗୁଛନ୍ତି। ଜଙ୍ଗଲୀ ନିଆଁରୁ ବାହାରୁଥିବା ଧୁଆଁ ଯୋଗୁଁ ବାୟୁ ପ୍ରଦୂଷଣ ଉତ୍କଟ ରୂପ ଧାରଣ କରୁଛି। ନିଆଁକୁ ନିୟନ୍ତ୍ରଣ ଲାଗି ଜଙ୍ଗଲ ବିଭାଗ ବିଭିନ୍ନ ପଦକ୍ଷେପ ନେଇଥିବା କହୁଥିଲେ ବି ଏଥିରେ ଖୁସି ନାହାନ୍ତି […]
ବ୍ରହ୍ମପୁର: ବାପାଙ୍କ ବ୍ୟବସାୟୀକ ଶତ୍ରୁତାକୁ ନେଇ ପୁଅକୁ ଅପହରଣ। ବକେୟା ଟଙ୍କାକୁ ନେଇ ଛାତ୍ରଙ୍କୁ ଅପହରଣ ୪ଦିନ ଧରି ନିର୍ଯାତନା ପରେ କୌଶଳକ୍ରମେ ଖସିଆସିଲେ ଛାତ୍ର। ଏଭଳି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗୁଡ଼ଇାପଲ୍ଲୀ ଗାଁରୁ। ସୂଚନା ଅନୁସାରେ ଗତ ୧୪ ତାରିଖରେ ଗାଁର ପ୍ରଦୀପ ସାହୁଙ୍କ ପୁଅ ଅଜୟ ସାହୁ ଗତ ୧୪ ତାରିଖରୁ ନିଖୋଜ ଥିଲେ। ଏନେଇ ଖୋଜାଖୋଜି କରି ନପାଇବା ପରେ କବିସୂର୍ଯ୍ୟନଗର ଥାନାରେ ଏତଲା ଦେଇଥିଲେ। ତେବେ ଗତକାଲି […]
ଭୁବନେଶ୍ୱର: ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ବିଧାନସଭାର ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନ। ଏଥିପାଇଁ ଆଜି ବସୁଛି ବିଜେଡି ଓ ବିଜେପିର ବିଧାୟକ ଦଳ ବୈଠକ। ଲମ୍ବା ବଜେଟ୍ ସେସନ୍ ପାଇଁ ବିରୋଧୀଙ୍କ ହାତରେ ବି ପ୍ରସଙ୍ଗର ଲମ୍ବା ତାଲିକା ରହିଛି। ଆଇନଶୃଙ୍ଖଳା ପରିସ୍ଥିତି, ଦୁଷ୍କର୍ମ, ଚାଷୀ ଆତ୍ମହତ୍ୟା, ଦୁର୍ନୀତି, ଧାନ ଦର ବୃଦ୍ଧି, ପାନୀୟ ଜଳ ସମସ୍ୟାକୁ ମୁଖ୍ୟ ପ୍ରସଙ୍ଗ କରିବ କଂଗ୍ରେସ। ଏନେଇ କଂଗ୍ରେସ ବିଧାୟକ ଦଳ ବୈଠକରେ ରଣନୀତି ସ୍ଥିର ହୋଇସାରିଛି। ସେପଟେ ବିଜେପି, […]
ଭୁବନେଶ୍ୱର: ପୁଣିଥରେ ଓଡ଼ିଶା ପାଇଁ ଗର୍ବ ଓ ଗୌରବର କଥା। ଚଳିତ ବର୍ଷ ଗେଟ୍ (Graduate Aptitude Test in Engineering)-୨୦୧୮ ପରୀକ୍ଷାରେ ଓଡ଼ିଶାର ଜ୍ୟୋତିରଞ୍ଜନ ବାରିକ ସାରା ଭାରତରେ ଟପ୍ପର ହୋଇ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି। ଓଡିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟର ଛାତ୍ର ଜ୍ୟୋତିରଞ୍ଜନ ବାରିକ। ଜ୍ୟୋତିରଞ୍ଜନ ପରୀକ୍ଷାରେ agricultural engineering paper ରେ ସାମଗ୍ରିକ ଭାବେ ୯୫୯ମାର୍କ ରଖି ଟପ୍ପର ହୋଇଛନ୍ତି। ଜ୍ୟୋତିରଞ୍ଜନଙ୍କ ଘର କଟକ ଫୁଲନଖରାରେ। ଆଇଆଇଟି ଖଡ଼ଗପୁରରୁ soil […]
ପୁରୀ: ଯଦି କେବେ ପ୍ରଥମେ ତୀର୍ଥ ଯିବାର ସୁଯୋଗ ମିଳେ, ତାହାଲେ ପ୍ରଥମେ ପୁରୀ ଆସିବି ବୋଲି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ପୁରୀସ୍ଥିତ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନର ଶତବାର୍ଷିକୀ ଉତ୍ସବରେ ଯୋଗ ଦେଇ ସେ ଏହା କହିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜ ଅଭିଭାଷଣରେ ଚାରିଧାମ ସଂପର୍କରେ ମତ ରଖିଥିଲେ। ରାଷ୍ଟ୍ରପତି କହିଛନ୍ତି, ପୂର୍ବ ଭାରତରେ ପୁରୀ ଧାମର ସ୍ୱତନ୍ତ୍ରତା ରହିଛି। ସଂସ୍କୃତ ଭାଷା ଦେଶର ଏକତା ଓ ଅଖଣ୍ଡତା ପାଇଁ କାର୍ଯ୍ୟ କରୁଛି। ପୁରୀକୁ […]
ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ। ଏମ୍ସିଏଚ୍ର ଟୀକାକରଣ ଗୃହରେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଛି। ଭୋର୍ ପ୍ରାୟ ସାଢ଼େ ୪ଟାରୁ ୫ଟା ଭିତରେ ଷ୍ଟାବଲାଇଜରରେ ସର୍ଟସର୍କିଟ ଲାଗି ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲାଗିଯିବାରୁ ପ୍ରସୂତି ମହିଳା ପିଲାଙ୍କୁ ଧରି ବାହାରକୁ ଚାଲି ଆସିଥିଲେ। ଅଗ୍ନିଶମ କର୍ମଚାରୀ ଠିକ୍ ସମୟରେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି। ତେବେ ହସ୍ପିଟାଲ ପରିସରରେ ଏହାକୁ ନେଇ ଉତ୍ତେଜନା ଦେଖା ଦେଇଥିଲା।
ଭୁବନେଶ୍ୱର: ନବଦିଗନ୍ତ ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ହୋଇ ଜେଲରେ ଥିବା ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ଜେଲରେ ହେବ ଜେରା। କର୍ପୋରେଟ୍ ଆଫେୟାର୍ସ ମନ୍ତ୍ରାଳୟର ଏକ ଟିମ୍ ହାଁସଦାଙ୍କୁ ଜେରା କରିବ। ଏଥିପାଇଁ ସ୍ୱତନ୍ତ୍ର ସିବିଆଇ କୋର୍ଟ କର୍ପୋରେଟ୍ ଆଫେୟାର୍ସ ମନ୍ତ୍ରାଳୟକୁ ଅନୁମତି ଦେଇଛନ୍ତି। କୋର୍ଟଙ୍କ ଅନୁମତି ମୂତାବକ, ଆସନ୍ତା ୨୦ ତାରିଖରେ କର୍ପୋରେଟ୍ ଆଫେୟାର୍ସ ମନ୍ତ୍ରାଳୟ ଜେରା କରିବ। ନବଦିଗନ୍ତ ଚିଟଫଣ୍ଡ ଠକେଇ ମାମଲାରେ ୨୦୧୪ ମସିହାରୁ ଗିରଫ ହୋଇ ଜେଲରେ ଅଛନ୍ତି ରାମଚନ୍ଦ୍ର ହାଁସଦା।
କଟକ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ନେତାଜୀ ଭବନ ଯାଇ ବୁଲି ଦେଖିଛନ୍ତି। ସେଠାରୁ ସେ ବିଜୁ ବାବୁଙ୍କ ଜନ୍ମସ୍ଥାନ ଆନନ୍ଦ ଭବନ ମ୍ୟୁଜିୟମ ଯାଇ ଲୋକାର୍ପଣ କରିଛନ୍ତି। ଲୋକାର୍ପଣ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଆରେ ୨ ପଦ କହି ବକ୍ତବ୍ୟ ଆରମ୍ଭ କରିଥିଲେ। ଓଡ଼ିଶାର ପବିତ୍ର ମାଟି ଓ ଲୋକଙ୍କୁ ପ୍ରମାଣ ଜଣାଇବା ସହ ବିଜୁ ଜନ୍ମସ୍ଥାନକୁ ଉତ୍ସର୍ଗ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଥିଲେ। ଆନନ୍ଦ […]
କଟକ: ରୋଷେଇ ଗ୍ୟାସ ନିଆଁରେ ପୋଡି ହୋଇ ଗୋଟିଏ ପରିବାରର ୩ ଗୁରୁତର। କଟକ ଜିଲ୍ଲା ବାଙ୍କି ପଶାଣିଆରେ ଘଟିଛି ଏହି ଅଭାବନୀୟ ଘଟଣା। ୩ ଆହତଙ୍କ ମଧ୍ୟରେ ସ୍ତ୍ରୀଙ୍କ ଅବସ୍ଥା ଗୁରୁତର ଥିବାବେଳେ ସ୍ୱାମୀ ଓ ପୁଅ ମଧ୍ୟ ଆହତ ଅଛନ୍ତି। ସମସ୍ତଙ୍କୁ କଟକ SCBରେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ ସରସ୍ୱତୀ କର, ବାବୁଲି କର ଓ ଆଦିତ୍ୟ କର। ମିଳିଥିବା ସୂଚନା ଅନୁସାରେ ସରସ୍ୱତୀଙ୍କ ଶରୀର ୯୦ପ୍ରତିଶତ ପୋଡ଼ି ହୋଇଯାଇଥିବାର ଜଣାପଡ଼ିଛି। ଅନ୍ୟପକ୍ଷରେ, […]
ଭୁବନେଶ୍ୱର: ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତି ହେବା ପରେ କୋବିନ୍ଦଙ୍କ ଏହା ପ୍ରଥମ ଓଡ଼ିଶା ଗସ୍ତ। ଭାରତୀୟ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଥିଲେ। ରାଷ୍ଟ୍ରପତି ଭୁବନେଶ୍ୱର ବିମାନ ବନ୍ଦରେ ପହଞ୍ଚିଲା ପରେ ରାଜ୍ୟପାଳ ଏସ୍.ସି ଜମିର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ପୋଲିସ ଡିଜି ଆର.ପି ଶର୍ମା, ପୋଲିସ କମିଶନର ୱାଇ.ବି ଖୁରାନିଆ, ମୁଖ୍ୟ ଶାସନ ସଚିବ ସମେତ […]
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ। ପୀଡ଼ିତା ଜଣକ ଗତକାଲି ରାତିରେ ବାଡ଼ିପଟେ ଶୌଚ ପାଇଁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ୪ ଜଣ ଦୁର୍ବୃତ୍ତ ତାଙ୍କୁ କାଜୁ ବଗିଚାକୁ ଟେକି ନେଇ ଦୁଷ୍କର୍ମ କରିଥିଲେ। ୪ ଜଣଙ୍କ ନାଁରେ ଜଗନ୍ନାଥପ୍ରସାଦ ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତା। ଅନ୍ୟପକ୍ଷରେ, ଥାନାରେ ଏତଲା ପରେ ୨ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ଆଉ ୨ ଅଭିଯୁକ୍ତ ଫେରାର ଅଛନ୍ତି। […]
ଭୁବନେଶ୍ୱର: ଚାଷୀଙ୍କୁ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ରାଜଧାନୀରେ ସତ୍ୟାଗ୍ରହ କରୁଥିବା ନବନିର୍ମାଣ କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ଆଲୋଚନାକୁ ନେଇ ଛକାପଞ୍ଛା। ସରକାର ଆଲୋଚନା ପାଇଁ ଅପେକ୍ଷା କରିଥିବା ସତ୍ତ୍ୱେ ଚାଷୀ ନେତା ଆସି ନ ଥିଲେ ବୋଲି କହିଛନ୍ତି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ। ତେବେ ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଛନ୍ତି, ସତ୍ୟାଗ୍ରହ ସ୍ଥଳ ଛାଡ଼ି ଅନ୍ୟ […]
ସୁନ୍ଦରଗଡ଼: ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ ୱେର ମସ୍କକାନୀରେ ଟୋଲ୍ ଆଦାୟକୁ ସୁନ୍ଦରଗଡ଼ ନାଗରିକ କମିଟିର ବିରୋଧ। ଟୋଲ ଆଦାୟକୁ ବିରୋଧ କରି ଆଜି ସୁନ୍ଦରଗଡ଼ରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। କମିଟିର ଯୁକ୍ତି ହେଲା, ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥ ପାଇଁ ଟୋଲ ଆଦାୟ ହେଉଥିଲା। ଜିଲ୍ଲାବାସୀ ଦୀର୍ଘ ୧୭ ବର୍ଷ ଟୋଲ ଦେଇଛନ୍ତି। ଏବେ ଏହି ରାସ୍ତାର କେବଳ ଉନ୍ନତିକରଣ କରାଯାଇ ଏହାକୁ ବିଜୁ ଏକ୍ସପ୍ରେସ ୱେ ନାଁରେ ନାମିତ କରାଯାଇଛି। ତେଣୁ […]
ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆଜି ଦିନ ପ୍ରାୟ ୧୦ଟା ୪୫ ମିନିଟରେ ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଏଠାରୁ ସିଧା କଟକ ଯାଇ ଦିନ ୧୨ଟା ୧୫ ମିନିଟରେ ସେ ବିଜୁ ପଟ୍ଟନାୟକ ମ୍ୟୁଜିୟମକୁ ସାଧାରଣ ଲୋକଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ବିଜୁ ପଟ୍ଟନାୟକଙ୍କ ଜନ୍ମସ୍ଥାନ ଆନନ୍ଦ ଭବନକୁ ମ୍ୟୁଜିୟମରେ ପରିଣତ କରାଯାଇଛି। ରାଷ୍ଟ୍ରପତି କଟକର ନେତାଜୀ ମ୍ୟୁଜିୟମ, ନ୍ୟାସନାଲ ଲ ୟୁନିଭରସିଟିରେ ମଧ୍ୟ […]
ସମ୍ବଲପୁର : ପେଶା ଚାକିରି, ହେଲେ ନିଶା ଫଟୋ ସଂଗ୍ରହ କରିବା। ୧୩୦ ଜଣ ରାଜାଙ୍କର ଫଟୋ ସହିତ ଦସ୍ତଖତ ସଂଗ୍ରହ କରି ଲିମ୍କା ବୁକ୍ରେ ସ୍ଥାନ ପାଇଛନ୍ତି ସମ୍ବଲପୁର କୁଚିଣ୍ଡାର ଉଚ୍ଚଶିକ୍ଷିତ ଯୁବକ ଅଜୟ ଅଗ୍ରୱାଲ। ୨୮୫ ରାଜାଙ୍କ ମଧ୍ୟରୁ ୧୩୦ ରାଜାଙ୍କ ଫଟୋ ଏବଂ ଦସ୍ତଖତ କରି ଗତ ମାସରେ ଲିମକା ବୁକ୍ ରେକର୍ଡର ଅଧିକାରୀ ହୋଇ ପାରିଛନ୍ତି। ପ୍ରଥମେ ବଣାଇ ରାଜାଙ୍କୁ ଭେଟି ଦସ୍ତଖତ ନେବା ସହ ତାଙ୍କର ପ୍ରେରଣା ପାଇ ଆଜି […]
ଭୁବନେଶ୍ୱର: ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଆଜି ପ୍ରଥମଥର ଓଡ଼ିଶା ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ପାଖାପାଖି ଦିନ ୧.୨୦ ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ। ଏହାପରେ ଶହ ଶହ ବିଜେପି ନେତା ଓ କର୍ମୀ ତାଙ୍କୁ ପାଛୋଟି ନେବା ସହ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏକ ବିରାଟ ରୋଡ ସୋ ଜରିଆରେ କେନ୍ଦ୍ରମନ୍ତ୍ରୀଙ୍କୁ ଦଳୀୟ କାର୍ଯ୍ୟାଳୟକୁ ନିଆଯାଇଥିଲା। ସେଠାରେ ସେ ବରିଷ୍ଠ ନେତା ମାନଙ୍କ ସହ ବୈଠକ କରିବେ। ଧର୍ମେନ୍ଦ୍ରଙ୍କୁ […]
ଭୁବନେଶ୍ୱର: ଭାଇର ମୃତଦେହର ସଂସ୍କାର ପାଇଁ ୮ ଘଣ୍ଟା ଧରି ଟ୍ରଲିରେ ବୁଲିଲା ଭାଇ। ମୃତଦେହ ପୋତିବାକୁ ନେଇ ତାଙ୍କୁ ହନ୍ତସନ୍ତ ହେବାକୁ ପଡିଥିଲା। ରାଉରକେଲାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସୂଚନା ଅନୁଯାୟୀ, ଇନ୍ଦିରା ନଗରର ଧରମ୍ବୀର ଲୋହାରଙ୍କ ଗୁରୁବାର ଦିନ ମୃତ୍ୟୁ ହୋଇଥିଲା। ଏହାପରେ ତାଙ୍କ ମୃତଦେହକୁ ନେଇ ଭାଇ ମଙ୍ଗଲ୍ ଲୋହାର ପୋତିବାକୁ ଯାଇଥିଲେ। ତେବେ ଯେଉଁଠାକୁ ବି ଯାଇଥିଲେ ତାଙ୍କୁ ବାରଣ କରାଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ପରେ ସ୍ଥାନୀୟ […]
ଓଡ଼ିଶା: ଆସନ୍ତାକାଲିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏଥିପାଇଁ ରାଜଧାନୀ ଭୁବନେଶ୍ୱରରେ ଅଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭୁବନେଶ୍ୱରରେ ୩୦ ଫ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଗତକାଲି କମିଶନରେଟ୍ ପୋଲିସ ପକ୍ଷରୁ ଅନୁଷ୍ଠିତ ହୋଇଥିଲା କାରକେଡ ରିହରସଲ। ରାଷ୍ଟ୍ରପତି ଭୁବନେଶ୍ୱରରେ ପହଞ୍ଚିବା ପରେ କଟକ ଓ ପୁରୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ତେଣୁ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ କଟକ କମିଶନରେଟ ପୋଲିସ ପକ୍ଷରୁ ମଧ୍ୟ ପ୍ରସ୍ତୁତି […]
କଟକ: କଟକ ସୁଭଦ୍ରାପୁର ବିଜୟ ପାଲ ଉପରେ ଗୁଳିମାଡ଼ ଘଟଣାରେ ଅପରାଧୀ ସୁଶାନ୍ତ ଧଳସାମନ୍ତ ଓ ନିଲମ୍ବିତ ବିଜେଡି କର୍ପୋରେଟର ରଞ୍ଜିତା ବିଶ୍ୱାଳ ଭଏସ୍ ଟେଷ୍ଟ ପାଇଁ ମନା କରିଛନ୍ତି। ଭଏସ୍ ଟେଷ୍ଟ ପାଇଁ ଅନୁମତି ଦେଇଥିଲେ କଟକ ଜେଏମଏଫସି (ରୁରାଲ) କୋର୍ଟ। ସୁଶାନ୍ତ ଓ ରଞ୍ଜିତାଙ୍କ ମଧ୍ୟରେ ଜେଲ ଭିତରର ବାର୍ତ୍ତାଳାପ ଏବଂ ଜେରା ବେଳେ ହୋଇଥିବା ଭଏସକୁ ମ୍ୟାଚ କରାଯିବା ନେଇ କଟକ ସଦର ଥାନା ପୋଲିସ କୋର୍ଟରେ ମଧ୍ୟ ଆବେଦନ କରିଥିଲା। ଗତକାଲି […]