/odishatv-khabar/media/post_attachments/uploadimage/library/16_9/16_9_0/corona__1626327433.jpg)
corona
ଭୁବନେଶ୍ୱର : ବଢ଼ିବ କି ଲକଡାଉନ୍ ଅବଧି । କ’ଣ କହିବେ ମୁଖ୍ୟ ଶାସନ ସଚିବ ? ଅପରାହ୍ନ ୨.୩୦ରେ ପ୍ରେସମିଟ୍ କରିବେ ମୁଖ୍ୟ ଶାସନ ସଚିବ । କୋଭିଡ ପରିଚାଳନା ନେଇ ଆକ୍ସନ ପ୍ଲାନ୍ ଘୋଷଣା କରିପାରନ୍ତି । କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ଆଂଶିକ ଲକଡାଉନ୍ ଅବଧିର ଆଜି ଶେଷ ଦିନ । ଆସନ୍ତାକାଲି ସକାଳ ୬ଟାରେ ସରୁଛି ଲକଡାଉନ୍ କଟକଣା ଆଂଶିକ ଲକଡାଉନ୍ ନେଇ ସରକାରଙ୍କ ପରବର୍ତ୍ତୀ ନିଷ୍ପତ୍ତି କଣ ରହିବ, ଆଜି ହୋଇପାରେ ଘୋଷଣା ।
ଆସିପାରେ ନୂଆ ଗାଇଡଲାଇନ୍ ରାଜ୍ୟରେ ଟେଷ୍ଟ ପଜିଟିଭିଟି ହାର ଧିରେ ଧିରେ ୩ ପ୍ରତିଶତ ତଳକୁ ଖସିଛି । ଏଭଳି ସ୍ଥିତିରେ ଆଉ କିଛି ଜିଲ୍ଲାରେ କଟକଣା କୋହଳ କରାଯାଇପାରେ । କାଟାଗୋରୀ-ବିରୁ ଆଉ କିଛି ଜିଲ୍ଲାକୁ କାଟାଗୋରୀ-ଏକୁ ଅଣାଯାଇପାରେ । ଏ ନେଇ ପ୍ରଶାସନ ସ୍ତରରେ ବିଚାରବିମର୍ଶ ମଧ୍ୟ କରାଯାଇଛି । ସୂତ୍ର ଅନୁସାରେ ନୂଆ ଗାଇଡ୍ଲାଇନ୍ସରେ ୨୩ଟି ଜିଲ୍ଲାକୁ କାଟାଗୋରୀ-ଏ ଓ ୭ଟି ଜିଲ୍ଲାକୁ ବିରେ ରଖାଯାଇପାରେ । ସଂକ୍ରମଣ ଅଧିକ ରହୁଥିବାରୁ ଖୋର୍ଦ୍ଧା, କଟକ, ଯାଜପୁର, ପୁରୀ, ଭଦ୍ରକ, ବାଲେଶ୍ୱର ଓ ମୟୂରଭଂଜ କାଟାଗୋରୀ-ବି ରେ ରହିପାରନ୍ତି ।
Also Read
ସବୁଠୁ ଚିନ୍ତାଜନକ ସ୍ଥିତିରେ ରହିଛି ଖୋର୍ଦ୍ଧା ଓ କଟକ । ଖୋର୍ଦ୍ଧା ଜିଲ୍ଲାରେ ଆକ୍ଟିଭ୍ କେସ୍ ଏବେ ବି ୪ ହଜାର ଉପରେ ରହିଥିବାବେଳେ କଟକରେ ରହିଛି ୩ ହଜାର ଉପରେ । ସେହିପରି ମୟୂରଭଂଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ୧ ହଜାର ଉପରେ ରହିଛି ଆକ୍ଟିଭ୍ କେସ୍ । ତେବେ ଜୀବନ ଜୀବିକାକୁ ଆଖି ଆଗରେ ରଖି ନୂଆ ଗାଇଡ୍ଲାଇନରେ କଟକଣାକୁ ଆଉ ଟିକେ କୋହଳ କରାଯାଇପାରେ ବୋଲି ଆଶା କରାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)