• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha

attack
ଘରେ ପଶି ଯୁବତୀ ଓ ତାଙ୍କ ମାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ

ଭୁବନେଶ୍ୱର: ପ୍ରେମିକର ଆକ୍ରମଣରେ ଲହୁ ଲୁହାଣ ପ୍ରେମିକା ଓ ତାଙ୍କ ମା। ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଜାରଡ଼ା ଗାଁରେ ଗତକାଲି ଜଣେ ମହିଳା ଓ ତାଙ୍କ ଝିଅକୁ ମରଣାନ୍ତକ ଆକ୍ରମଣ ହୋଇଥିବାର ଅଭିଯୋଗ ହୋଇଛି। କପ୍ତିପଦା ଥାନା ବେଲଡିହା ଗାଁର ଭରତ ମହାନ୍ତି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ଉଭୟ ମା ଓ ଝିଅଙ୍କୁ ଉଦଳା ମେଡିକାଲରେ ଭର୍ତ୍ତି କରାଯାଇଛି। ଆକ୍ରମଣରେ ଯୁବତୀଙ୍କ ଅବସ୍ଥା ଗୁରୁତର ରହିଛି। ମହିଳାଙ୍କ ଅଭିଯୋଗ ଅନୁସାରେ ତାଙ୍କୁ […]

monsoon
ବଜ୍ରାଘାତରେ ଗଲା ଦମ୍ପତ୍ତିଙ୍କ ପ୍ରାଣ

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଯୋଗୁ ତାତିରୁ ମିଳିଛି ନିସ୍ତାର। ହେଲେ କାଳବୈଶାଖୀ ଯୋଗୁ ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିଛି। ଆଜି ମଧ୍ୟ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାର ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଗତକାଲି ବଜ୍ରାଘାତରେ କେନ୍ଦୁଝର ବାରିଆ ଥାନା ଗୁଡ଼ିପୋଖରୀ ନିକଟରେ ଏକ ଦମ୍ପତ୍ତି ପ୍ରାଣ ହରାଇଛନ୍ତି। ଝୁମ୍ପୁରା ବ୍ଲକ ତିଳିତିଆ ଗାଁର ମହେଶ୍ୱର ମହାନ୍ତ ଓ ପତ୍ନୀ ଯଶୋଦା ମହାନ୍ତ ବାଇକରେ […]

moonsoon
ଆସନ୍ତା ୧୨-୧୩ ତାରିଖ ପର୍ଯ୍ୟନ୍ତ ଜାରି ରହିବ କାଳବୈଶାଖୀ ବର୍ଷା

ଭୁବନେଶ୍ୱର  : ଆସନ୍ତା ୧୨ – ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ କାଳବୈଶାଖୀ ବର୍ଷା। ପାଗରେ ସେଭଳି କିଛି ବିଶେଷ ପରିବର୍ତ୍ତନ ହେବ ନାହିଁ  ଉପକୂଳରେ ତାପମାତ୍ର କମ୍ ରହିବ ଏବଂ ଅପରାହ୍ଣରେ କାଳବୈଶାଖୀ ବର୍ଷା ହେବ ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ। ତେବେ ୭ରୁ ୮ ତାରିଖ ପରେ ବର୍ଷାର ମାତ୍ରା ବଢ଼ିବ ବୋଲି ପୂର୍ବାନୁମାନ କରାଯାଉଛି। ୮ ରୁ ୧୧ ତାରିଖ ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ କାଳବୈଶାଖିର […]

amit shah
ଆଜି ବଲାଙ୍ଗିର ଜନସମାବେଶରେ ଯୋଗଦେବେ ଅମିତ ଶାହା

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଦୁଇ ଦିନିଆ ଓଡିଶା ଗସ୍ତର ଆଜି ଶେଷ ଦିନ। ଆଜି ଶେଷ ଦିନରେ ଶାହା ବଲାଙ୍ଗିରରେ ଆୟୋଜିତ ଜନସମାବେଶରେ ଯୋଗଦେବେ। ଗତକାଲି ଭବାନୀପାଟଣାରେ ମହାସମାବେଶ ପରେ ସାଂଗଠନିକ ସ୍ଥିତି ନେଇ ଦଳୀୟ ନେତାଙ୍କ ସହ ସେ ଆଲୋଚନା କରିଥିଲେ। ଭବାନୀପାଟଣାର ଏକ ହୋଟେଲ୍‌ରେ ଆୟୋଜିତ ବୈଠକରେ ରାଜ୍ୟସ୍ତରୀୟ ଏବଂ ଜିଲ୍ଲାସ୍ତରୀୟ ନେତା ଓ କର୍ମୀଙ୍କ ସହ ସାଂଗଠନିକ ସ୍ଥିତି ନେଇ ଆଲୋଚନା କରିଥିଲେ। ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ […]

rain
ତାତିରୁ ମିଳିଲା ନିସ୍ତାର; ବର୍ଷାରେ ଭିଜିଲା ଭୁବନେଶ୍ୱର, କଟକ ଓ ପୁରୀ ସମେତ କିଛି ସ୍ଥାନ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର, କଟକ, ପୁରୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା।  ଗତକାଲି ସଂଧ୍ୟାରେ ଭୁବନେଶ୍ୱରରେ ହଠାତ୍ କଳାହାଣ୍ଡିଆ ମେଘ ଘୋଟିଆସି ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ସେହିପରି କଟକ ସହରରେ ମଧ୍ୟ ବେଶ୍ କିଛି ସମୟ ପାଇଁ ଝଡ଼ବର୍ଷା ହୋଇଛି। ବର୍ଷା ଯୋଗୁଁ ସହରର ବିଭିନ୍ନ ସ୍ଥାନରେ ଅନେକ ସମୟ ଧରି ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହୋଇଛି। ଏହାପୂର୍ବରୁ କାଳବୈଶାଖୀ ବର୍ଷା ହେବା ନେଇ ୧୦ଟି ଜିଲ୍ଲା ପାଇଁ ସତର୍କ ସୂଚନା […]

bjp--
ନବୀନ କ୍ଲାନ୍ତ ; ଓଡ଼ିଶାରେ ପରିବର୍ତ୍ତନ ଆଣିବ ବିଜେପି : ଅମିତ ଶାହା

ଭବାନୀପାଟଣା : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ଆଜି ଭାଷଣରେ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ-“କଳାହାଣ୍ଡିରେ ଆଜି ତାପମାତ୍ର ୪୫ ଡିଗ୍ରୀ ରହିଥିଲା। ଏହା ସତ୍ତ୍ୱେ ବିଜେପି ସମାବେଶକୁ ଦୂରଦୂରାନ୍ତରୁ ଲୋକେ ଆସିଛନ୍ତି। ଏଥିରୁ ବୁଝାପଡ଼ୁଛି ଆଗାମୀ ଦିନରେ ବିଜେପି ସରକାର ଗଢ଼ିବ।” ସେ କହିଥିଲେ-“ବର୍ତ୍ତମାନ ସମଗ୍ର ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିକାଶର ରଥ ଦୌଡ଼ୁଛି। ଏହି […]

khariar
୭ ହଜାର ଟଙ୍କା ପାଇଁ ଦଶମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା

ନୂଆପଡ଼ା : ଖରିଆରର କପଡ଼ା ବ୍ୟବସାୟୀ କୈଳାଶ ସରାଫଙ୍କ ପୁଅ ବୈଭକକୁ ହତ୍ୟା ମାମଲାରେ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ୭ ହଜାର ଟଙ୍କା ପାଇଁ ଦଶମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା କରାଯାଇଛି। କୈଳାସ ସରାଫଙ୍କ ପୁଅ ବୈଭବଙ୍କୁ ଆକ୍ରମଣ କରିବା ସହ ପେଟ୍ରୋଲ୍ ଢ଼ାଳି ନିଆଁ ଲଗାଇଦେଇଥିଲେ ଜଣେ ଯୁବକ ମନୋରଂଜନ ସରାଫ୍ ଏବଂ ଅନ୍ୟ ଜଣେ ନାବାଳକ। ଉଭୟଙ୍କୁ ଧରିଛି ଖରିଆର ପୋଲିସ। ସୂଚନା ଅନୁସାରେ ମନୋରଂଜନ ସରାଫଙ୍କଠାରୁ ବୈଭବ ୭ ହଜାର ଟଙ୍କା ଉଧାର […]

minor boy
ଅଗ୍ନିକାଣ୍ଡରେ ନାବାଳକ ଜୀବନ୍ତ ଦଗ୍ଧ

କଟକ: କଟକ ଜିଲ୍ଲା ମାହାଙ୍ଗା ଧର୍ମଦାସପୁରରେ ଅଘଟଣ। ରାତିରେ ଶୋଇଥିବା ବେଳେ ନାବାଳକ ଜୀବନ୍ତ ଦଗ୍ଧ। ମୃତକ ହେଉଛନ୍ତି ପ୍ରଣବ ମିଶ୍ରଙ୍କ ୧୩ ବର୍ଷର ପୁଅ ପ୍ରକାଶ ମିଶ୍ର। ଗତକାଲି ବିଳମ୍ବିତ ରାତିରେ ପ୍ରଣବଙ୍କ ଘରେ ନିଆଁ ଲାଗି ଯାଇଥିଲା। ଅନ୍ୟ ଏକ ବଖରାରେ ପୁଅ ପ୍ରକାଶ ଶୋଇଥିଲା। ନିଆଁ ଲାଗି ଯିବା ପରେ ଚାଳ ଭୁଶୁଡ଼ି ପଡ଼ିବାରୁ ଘରେ ଲୋକେ ତାକୁ ଆଉ ଉଦ୍ଧାର କରିପାରିନଥିଲେ। ଫଳରେ ନାବାଳକ ଜୀଅନ୍ତା ଜଳି ଯାଇଥିଲା। ଦମକଳ ବାହିନୀ […]

jajpur
କାଳବୈଶାଖୀରେ ଭୁଶୁଡ଼ିଲା ମଞ୍ଚ

ଯାଜପୁର: ଭୁଶୁଡ଼ିଲା କୋଟିଏ ଟଙ୍କାରେ ବିଶାଳ ସୁସଜ୍ଜିତ ମଞ୍ଚ। ବଲିଉଡ଼ କଣ୍ଠଶିଳ୍ପୀ ସୋନୁ ନିଗମଙ୍କ ସଂଗୀତ ପରିବେଷଣ ପୂର୍ବରୁ ଦର୍ଶକ ହେଲେ ନିରାଶ। ଭୟରେ ଇତସ୍ତତ ହୋଇ ଦଉଡିଲେ ଲୋକେ। ତେବେ ଜାଣନ୍ତୁ ପୂରା ଘଟଣାଟି କ’ଣ… ଯାଜପୁର ପୌରପାଳିକାର ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ଲାଗି ବାଳାଶ୍ରମ ମୁକ୍ତାକାଶ ମଞ୍ଚରେ ତିଆରି ହୋଇଥିବା ତୋରଣ ଓ ମଞ୍ଚ ଗତକାଲି ଝଡ଼ ପବନରେ ଭୁଶୁଡ଼ି ପଡ଼ିଛି। ୯ ଦିନ ଧରି ଚାଲିଥିବା ଏହି ଉତ୍ସବର ଗତକାଲି ଉଦ୍‌ଯାପନୀ ଦିବସ […]

banki
ରହସ୍ୟ ଘେରରେ ବାଙ୍କୀ ଶିଶୁପୁତ୍ରର ମୃତ୍ୟୁ!

ଭୁବନେଶ୍ୱର: ବାଙ୍କୀ ତାଳବସ୍ତ ଗାଁରେ ଶିଶୁପୁତ୍ର ମୃତ୍ୟୁ ଘଟଣାରେ ସସ୍‌ପେନ୍ସ। ଶିଶୁଟିକୁ ମାଙ୍କଡ଼ ଉଠାଇ ନେବା ପରେ ତାର ମୃତ୍ୟୁ ହୋଇଥିବା କଥା ଶବ ବ୍ୟବଚ୍ଛେଦ ବେଳେ ସ୍ପଷ୍ଟ ହେଉନଥିବା କଥା ବ୍ୟବଚ୍ଛେଦ କରିଥିବା ଡାକ୍ତର କହିଛନ୍ତି। ସେ କହିଛନ୍ତି ଯେ, ଶିଶୁଟିକୁ ମାଙ୍କଡ଼ ଉଠାଇ ନେବା ଭଳି ତା ଦେହରେ କୌଣସି ଖଣ୍ଡିଆ ଖାବରା କିମ୍ବା ଆଘାତ ଦୃଷ୍ଟିଗୋଚର ହୋଇନି। ତେବେ ତାର ମଥାରେ ନୀଳ ଦାଗ ଓ ଉପର ଓଠରେ ସାମାନ୍ୟ ଆଘାତ ଦାଗ […]

bharat bandh
ବିଭିନ୍ନ ଦଳିତ ସଂଗଠନ ତରଫରୁ ଭାରତ ବନ୍ଦ ଡାକରା

ଭୁବନେଶ୍ୱର: ଏସ୍‌ସି/ଏସ୍‌ଟି ଅତ୍ୟାଚାର ନିରୋଧ ଆଇନ ଉପରେ ସୁପ୍ରିମକୋର୍ଟ ଦେଇଥିବା ରାୟ ପ୍ରତିବାଦରେ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାକୁ ସମର୍ଥନ ଜଣାଇ ଓଡିଶା ଦଳିତ ସମାଜ କଲ୍ୟାଣ ପରିଷଦ ତରଫରୁ ବନ୍ଦ ଡାକରା ଦିଆଯିବା ସହ ଆଦିବାସୀ ମୂଳ ନିବାସୀ ଅଧିକାର ସୁରକ୍ଷା ମଞ୍ଚ, ଆଦିବାସୀ ମୂଳବାସୀ ବଞ୍ଚାଅ ମଞ୍ଚ ଏବଂ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ତରଫରୁ ମଧ୍ୟ ବନ୍ଦ ଡାକରା ଦିଆଯାଇଛି। ରାଉରକେଲା, ବୀରମିତ୍ରପୁର, ମାଲକାନଗିରି ଓ ବଲାଙ୍ଗିରରେ ବସ୍‌ ଚଳାଚଳ ବନ୍ଦ […]

monsoon
ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ। ଝଡ଼ ତୋଫାନ ସହିତ ପ୍ରବଳ ବର୍ଷା ହୋଇଛି। ବିଭିନ୍ନ ସ୍ଥାନରେ ବର୍ଷା ହେବା ଦ୍ୱାରା ତାତିରୁ ଟିକେ ତ୍ରାହି ମିଳିଛି। ଲୋକେ ସାମାନ୍ୟ ଆଶ୍ୱସ୍ତି ଅନୁଭବ କରିଛନ୍ତି। ତେବେ ଝଡ଼ ତୋଫାନ ଯୋଗୁଁ ବିଦ୍ୟୁତ କାଟ୍‌ ହୋଇଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବଲାଙ୍ଗିର, ବାଲେଶ୍ୱରର ବିଭିନ୍ନ ସ୍ଥାନରେ ମଧ୍ୟ ବର୍ଷ ହୋଇଛି। ଏକ ଘଣ୍ଟାରୁ ଅଧିକ ସମୟ ଧରି ବର୍ଷା ସହିତ ଘଡ଼ଘଡ଼ି ହୋଇଛି। ଏଥିରେ ଗଛ ପତ୍ର […]

morning school
ଆଜିଠୁ ସକାଳୁଆ ସ୍କୁଲ

ଭୁବନେଶ୍ୱର: ଆଜିଠୁ ସକାଳୁଅ ସ୍କୁଲ ଆରମ୍ଭ ହୋଇଛି। ପ୍ରବଳ ଖରାକୁ ଦୃଷ୍ଟିରେ ରଖି ସ୍କୁଲ ଓ ଗଣଶିକ୍ଷା ବିଭାଗ ସକାଳୁ ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ। ମାର୍ଚ୍ଚ ମାସ ଅଧାରୁ ହିଁ ପ୍ରବଳ ଗରମ ହୋଇଥିଲା।  କିଛି ଦିନ ଧରି ଲଗାତର ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିଲା।  ତେଣୁ ପ୍ରବଳ ଖରାକୁ ଦୃଷ୍ଟିରେ ରଖି ସକାଳୁ ସ୍କୁଲ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ଏହା ସହିତ ସ୍କୁଲରେ ପାନୀୟ ଜଳର ବ୍ୟବସ୍ଥା କରିବାକୁ […]

odisha police
ଆଜି ଓଡ଼ିଶା ପୋଲିସ ପାଳନ କରୁଛି ୮୩ ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଆଜି ଓଡ଼ିଶା ପୋଲିସ ପାଳନ କରୁଛି ୮୩ ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ କଟକରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଥିଲେ। ଏଥିସହ ଆୟୋଜିତ ପରେଡ଼୍‌ରେ ମିଳିତ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ଉଲ୍ଲେଖନୀୟ ସେବା ପାଇଁ କିଛି ପୋଲିସ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଡିଜିପି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ। ବାଲେଶ୍ୱର ପୋଲିସ ଲାଇନ ପଡିଆରେ ମଧ୍ୟ […]

monsoon
ରାଜ୍ୟର ୧୨ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ରାଜ୍ୟର ୧୨ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା। ଏନେଇ ଆଜି ସାଢ଼େ ୨ଟାରୁ ସାଢ଼େ ୬ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। କାଳବୈଶାଖୀ ବେଳେ ୫୦ରୁ ୬୦ କିମି ବେଗରେ ପବନ ବହିବ। ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗିର, ନୂଆପଡ଼ା, ବୌଦ୍ଧ, କଳାହାଣ୍ଡି, ନବରଙ୍ଗପୁର, ସୋନପୁର, ସମ୍ବଲପୁର, କେନ୍ଦୁଝର ଓ ମୟୂରଭଞ୍ଜରେ କାଳବୈଶାଖୀ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

pm modi
ଉତ୍କଳ ଦିବସ ଅବସରରେ ଓଡ଼ିଶାବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଉତ୍କଳ ଦିବସ ଅବସରରେ ଓଡ଼ିଶାବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଆରେ ଟ୍ୱିଟ୍ କରି ଅଭିନନ୍ଦନ ଜଣାଇଛନ୍ତି। ଓଡ଼ିଆ ସଂସ୍କୃତିର ମହନୀୟତା ପାଇଁ ସାରା ଦେଶ ଗର୍ବ କରେ ଏବଂ ବିଭିନ୍ନ କ୍ଷେତ୍ରରେ ଓଡ଼ିଆମାନେ ଉତ୍କର୍ଷ ଲାଭ କରିବା ସହ ଦେଶର ପ୍ରଗତି ପଥରେ ଓଡ଼ିଆ ଲୋକମାନେ ଅଲିଭା ଛାପ ଛାଡ଼ିଛନ୍ତି ବୋଲି ମୋଦି ଟ୍ୱିଟ୍‌ କରିଛନ୍ତି। Best wishes to my sisters and brothers of Odisha on Utkala Dibasa. pic.twitter.com/mspuBqMYQW — […]

utkal dibasa
ବାଲୁକା କଳା ମାଧ୍ୟମରେ ଉତ୍କଳ ଦିବସର ଶୁଭେଚ୍ଛା

ପୁରୀ: ପବିତ୍ର ଉତ୍କଳ ଦିବସ ଅବସରରେ ପୁରୀରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ବାଲୁକାକଳା ସ୍ଥାପନ କରାଯାଇଛି। ଏହି ଅବସରରେ ସମସ୍ତ ରାଜ୍ୟବାସୀଙ୍କୁ ନିଜ ବାଲୁକାକଳା ମାଧ୍ୟମରେ ସେ ଶୁଭେଚ୍ଛା ଜଣାଇଛନ୍ତି। Greetings on the occasion of #UtkalaDibasa . My SandArt at Puri beach in Odisha. #BandeUtkalJanani. pic.twitter.com/GcI09BUlDt — Sudarsan Pattnaik (@sudarsansand) 1 April 2018 Greetings on the occasion of #UtkalaDibasa . My SandArt […]

utkal dibasa
ଆଜି ଉତ୍କଳ ଦିବସ

ଭୁବନେଶ୍ୱର: ଆଜି ହେଉଛି ଉତ୍କଳ ଦିବସ। ବହୁ ସଂଗ୍ରାମ ପରେ ୧୯୩୬ ଏପ୍ରିଲ ୧ ତାରିଖରେ ଗଠନ ହୋଇଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ। ଭାଷା ଭିତ୍ତିରେ ଦେଶରେ ପ୍ରଥମ କରି ଏକ ରାଜ୍ୟ ଗଠନ ହୋଇଥିଲା।  ତା ଆଗରୁ ଆଧୁନିକ ଭାରତରେ ଓଡ଼ିଆଙ୍କ ସ୍ୱତନ୍ତ୍ର ପରିଚୟ ନ ଥିଲା କହିଲେ ଚଳେ। ବିକ୍ଷିପ୍ତ ଭାବେ ରହିଥିଲା ଓଡ଼ିଆ ଭାଷାଭାଷୀ ଅଞ୍ଚଳ। କହିବାକୁ ଗଲେ ଖଣ୍ଡ ବିଖଣ୍ଡିତ ହୋଇ ପଡ଼ିଥିଲା ଉତ୍କଳ। ପଶ୍ଚିମରେ ସମ୍ବଲପୁର ମଧ୍ୟପ୍ରଦେଶ ସହିତ ମିଶିଥିବା […]

newborn banki
ସତରେ କ’ଣ ମାଙ୍କଡ଼ ମାରିଦେଲା! ଏବେବି ରହସ୍ୟ ଘେରରେ ଶିଶୁପୁତ୍ରର ମୃତ୍ୟୁ

ଭୁବନେଶ୍ୱର: ନିଖୋଜର ୨୪ ଘଣ୍ଟା ପରେ ମୃତ ଅବସ୍ଥାରେ ମିଳିଲା କଟକ ବାଙ୍କି ଥାନା ତାଳବସ୍ତ ଗାଁର ୧୫ ଦିନର ଶିଶୁପୁତ୍ର। ପଡୋଶୀଙ୍କ ଘର ପଛପଟେ ଥିବା ଏକ କୂଅରୁ ଶିଶୁଟିର ମୃତଦେହକୁ ଉଦ୍ଧାର କରାଯାଇଛି। ଏହାପରେ ତାଳବସ୍ତ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଅଗଣାରେ ବାପା ମାଙ୍କ ମଝିରେ ଶୋଇଥିବା ବେଳେ ଗତକାଲି ସକାଳେ ଶିଶୁଟିକୁ ମାଙ୍କଡ ଉଠାଇ ନେଇଥିବା ଅଭିଯୋଗ କରିଥିଲେ। ଶିଶୁଟିର ବାପା, ମା। ଏହାପରେ ବନ ବିଭାଗ ଓ ଅଗ୍ନିଶମ […]

kuakhai
ଅଶ୍ଳୀଳ ଭିଡିଓ ଭାଇରାଲ ଓ କୁଆଖାଇ ହତ୍ୟାକାଣ୍ଡ ଘଟଣା : କ୍ରାଇମ୍ ବ୍ରାଞ୍ଚର ଦ୍ୱାରସ୍ଥ ହେଲେ ପୀଡ଼ିତା

ଭୁବନେଶ୍ୱର : ଭିଡିଓ ଭାଇରାଲରୁ କୁଆଖାଇ ପଠାରେ ଉନ୍ମୟ ପାଢ଼ୀ ହତ୍ୟାକାଣ୍ଡ ଘଟଣା। ଭାଇରାଲ ଭିଡ଼ିଓର ପୀଡ଼ିତା ଆଜି କ୍ରାଇମ୍ ବ୍ରାଞ୍ଚର ଦ୍ୱାରସ୍ଥ ହୋଇଛନ୍ତି। କ୍ରାଇମ୍ ବ୍ରାଞ୍ଚ ସାଇବର ସେଲ୍‌ର ସଂପୃକ୍ତ ଯୁବତୀ ଭିଡ଼ିଓକୁ ନଷ୍ଟ କରିବା ପାଇଁ ନିବେଦନ କରିବା ସହ ଏହାକୁ ଏବେ ମଧ୍ୟ କିଏ ଭାଇରାଲ୍ କରୁଛି ତାହାର ତଦନ୍ତ କରିବାକୁ ଦାବି କରିଛନ୍ତି। କ୍ରାଇମବ୍ରାଞ୍ଚ ସାଇବର୍ ସେଲ୍ ଅଧିକାରୀ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା […]

nandankanan
ଏପ୍ରିଲ୍‌ ପହିଲାରୁ ନନ୍ଦନକାନନ ପ୍ରବେଶ ଶୁଳ୍କ ବୃଦ୍ଧି 

ଭୁବନେଶ୍ୱର : ନନ୍ଦନକାନନ ବୁଲି ଯିବାକୁ ବାହାରିଛନ୍ତି କି ? ଟିକେ ଅଧିକ ଖର୍ଚ୍ଚ ପାଇଁ ପସ୍ତୁତ ହୋଇଯା’ନ୍ତୁ। କାରଣ ଶନିବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନର କର୍ତ୍ତୃପକ୍ଷ ଏହାର ପ୍ରବେଶ ଶୁଳ୍କ ୧୦ ଟଙ୍କା ବଢାଇ ଦେଇଛନ୍ତି। ଅର୍ଥାତ୍ ପୂର୍ବରୁ ଥିବା ପ୍ରବେଶ ଶୁଳ୍କ ୪୦ ଟଙ୍କା ରୁ ୫୦ ଟଙ୍କାକୁ ବୃଦ୍ଧି ହୋଇଛି। ସୂଚନା ଅନୁସାରେ, ଏହି ନୂତନ ବର୍ଦ୍ଧିତ ପ୍ରବେଶ ଶୁଳ୍କ ଆସନ୍ତା ଅପ୍ରେଲ ପହିଲାରୁ ଲାଗୁହେବ ବୋଲି ଜଣାପଡ଼ିଛି । କିନ୍ତୁ ୧୯ […]

asseembly
ଟ୍ରାଇବାଲ୍‌ ଆଡଭାଇଜରି କମିଟି ନିୟମିତ ବସୁନଥିବା ପ୍ରସଙ୍ଗ : ବିଧାନସଭାରେ ହଟ୍ଟଗୋଳ

ଭୁବନେଶ୍ୱର : ବିଧାନସଭା ପ୍ରଶ୍ନକାଳ ପୁଣି ଅଚଳ। ଆଦିବାସୀଙ୍କ ଉନ୍ନତି ପାଇଁ ଗଠିତ ଟ୍ରାଇବାଲ ଆଡଭାଇଜରି କମିଟି-TAC ନିୟମିତ ବସୁନଥିବାରୁ ଆଜି ସରକାରଙ୍କୁ ଘେରିଥିଲେ ବିରୋଧୀ କଂଗ୍ରେସ ସଦସ୍ୟ। ମୁଖ୍ୟମନ୍ତ୍ରୀ ନିଜେ ଏହାର ଅଧ୍ୟକ୍ଷ ଥିବାବେଳେ ଦୀର୍ଘ ଦିନ ଧରି ଏହି ବୈଠକ ବସି ନଥିବାରୁ ଆଦିବାସୀଙ୍କ ପ୍ରତି ସରକାରଙ୍କ ଦରଦ କେତେ ତାହା ବୁଝା ପଡୁଛି ବୋଲି କହିଥିଲେ। ପ୍ରଶ୍ନକାଳ ଚାଲିବାର ମାତ୍ର ୫ ମିନିଟ୍ ଭିତରେ ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ସଦସ୍ୟମାନେ ବାଚସ୍ପତିଙ୍କ […]

bbsr airport
ଭୁବନେଶ୍ୱର ବିମାନବନ୍ଦରରୁ ସୁନା ଜବତ, ୨ ଜଣ ଅଟକ

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ଜବତ ହେଲା ସୁନା। ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଆଜି ପ୍ରାୟ ୪ଶହ ଗ୍ରାମ ଓଜନର ସୁନା ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ୨ ଜଣ ଅଟକ ଥିବା ସୂଚନା ମିଳିଛି। ବ୍ୟାଙ୍ଗକକ୍‌ରୁ ସୁନା ଚୋରାରେ ଆସୁଥିବା ସୂଚନା ମିଳିବା ପରେ ସୁରକ୍ଷାକର୍ମୀଙ୍କ ଛାନ୍‌ଭିନ୍‌ ବେଳେ ଏହି ସୁନା ଉଦ୍ଧାର ହୋଇଛି। ୨ଦିନ ତଳେ ଅନୁରୂପ ଭାବେ ପ୍ରାୟ […]

Attacking Woman Constable
ମହିଳା ଟ୍ରାଫିକ କନଷ୍ଟେବଳଙ୍କୁ ମାଡ଼ ଘଟଣାରେ ଜଣେ ଗିରଫ

ପୁରୀ: ପୁରୀରେ ମହିଳା ଟ୍ରାଫିକ କନଷ୍ଟେବଳଙ୍କୁ ମାଡ଼ ଘଟଣାରେ ଜଣେ ଗିରଫ। ମାଡ଼ ମାରିଥିବା ଅନ୍ୟତମ ଅଭିଯୁକ୍ତ ଡାକ୍ତରାଣୀଙ୍କ ଭାଇଙ୍କୁ ଗିରଫ କରିଛି ପୋଲିସ। ଅଭିଯୁକ୍ତ ଡାକ୍ତରାଣୀ ଜଣକ ଅସୁସ୍ଥ ହେବାଫଳରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।  ମାର୍କେଟ ଛକରେ ସିଗ୍‌ନାଲ୍‌ ଭଙ୍ଗକୁ ନେଇ ମହିଳା ଟ୍ରାଫିକ କନଷ୍ଟେବଳଙ୍କୁ ଜଣଙ୍କ ପ୍ରତିବାଦ କରିବାରୁ ଡାକ୍ତରାଣୀ ଓ ତାଙ୍କ ଭାଇଙ୍କ ମଧ୍ୟରେ ମହିଳା ଟ୍ରାଫିକ କନଷ୍ଟେବଳଙ୍କ ସହ ପାଟିତୁଣ୍ଡ ହୋଇଥିଲା ଓ ପରେ ଡାକ୍ତରାଣୀ ଦେବଯାନୀ ଓ ତାଙ୍କ […]

private hopital bbsr
ରାଜଧାନୀରେ ଏକ ଘରୋଇ ନର୍ସିଂ ହୋମ୍‌ରେ ଉତ୍ତେଜନା

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ମୃତ୍ୟୁ ଘଟିଥିବା ଅଭିଯୋଗରେ ଘରୋଇ ନର୍ସିଂ ହୋମ୍‌ରେ ଉତ୍ତେଜନା। ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ସୂଚନା ଅନୁସାରେ ୩ଦିନ ତଳେ ବାଲେଶ୍ୱର ସାହାଡ଼ାର ଜୟଚନ୍ଦ୍ର ଦାସ ନାମକ ଜଣେ ରାଜମିସ୍ତ୍ରୀ ୩ମହଲା କୋଠାରୁ ପଡ଼ି ଆହତ ହୋଇଥିଲେ। ହାତ ଭାଙ୍ଗିଯାଇଥିବାରୁ ଏହି ନର୍ସିଂ ହୋମ୍‌ରେ ଅସ୍ତ୍ରୋପଚାର ପାଇଁ ତାଙ୍କୁ ଭର୍ତ୍ତି କରାଯାଇଥିଲା। ତେବେ ଅସ୍ତ୍ରୋପଚାର ବେଳେ ନିଶ୍ଚେତକ ବିଶେଷଜ୍ଞ ଡାକ୍ତର ଭୁଲ୍‌ ଇଞ୍ଜେକସନ୍ ଦେବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ […]