ଲୋକକଳା, ଲୋକ ସଂସ୍କୃତି ତଥା ଲୋକବାଦ୍ୟକୁ ବଂଚାଇବାପାଇଁ ସରକାରୀ ସ୍ତରରେ ବିଭିନ୍ନ ଉତ୍ସବ ଆୟୋଜନା ସହ କଳାକାରମାନଙ୍କୁ ପ୍ରୋତ୍ସାହିତ କରାଯାଇଛି । ହେଲେ ଏଥିପାଇଁ ଯେଉଁ ବାଦ୍ୟ ଦରକାର ସେ ବାଦ୍ୟର କାରିଗରମାନେ ଏବେ ଅବହେଳିତ ଅବସ୍ଥାରେ । କରୋନା ମହାମାରୀ ଛଡେଇ ନେଇଛି ସେମାନଙ୍କ ଜୀବନ ଜୀବିବା । ଲକଡାଉନ, ସଟଡାଉନ ହେବା ଫଳରେ ସେମାନଙ୍କ ବାଦ୍ୟ ଯନ୍ତ୍ର ବକ୍ରି ହେଉନଥିବାରୁ ଏବେ ଚିନ୍ତ୍ରାରେ ଏହି ମୃଦଙ୍ଗ ବାଦ୍ୟ କାରିଗର।
ଏସ୍ପିଙ୍କ ବଦଳିକୁ ପ୍ରତିବାଦ କରି ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି। ମାଲକାନଗିରି ଏସ୍ପି ଋଷିକେଶ ଖିଲାରିଙ୍କ ବଦଳିକୁ ବିରୋଧ କରି ଶତାଧିକ ଗ୍ରାମବାସୀ ଏକାଠି ହୋଇ ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି କରିଛନ୍ତି।
ବର୍ଷାଦିନ ଆସିଲେ ନିଦ ହଜିଯାଉଛି । ନଦୀ ଫୁଲିଲେ ବଢୁଛି ଚିନ୍ତା । ଗାଁ ଆଡକୁ ମାଡି ଆସୁଛି ବିପଦ । ରାୟଗଡ଼ା ପୌରାଞ୍ଚଳର ୧୧ ନମ୍ବର ୱାର୍ଡରେ ଥିବା ଅଣ୍ଟାରିଗୁଡା ଗାଁ । ଏଠି ଲୋକଙ୍କ ପାଇଁ ଦୁଃଖ ସାଜିଛି ନାଗାବଳୀ ନଦୀ । ଲଗାଣ ବର୍ଷା ହେଲେ ନଦୀ ଫୁଲୁଥିବା ବେଳେ କୂଳ ଖାଇ ମାଟି ଅତଡା ଖସୁଛି । ପ୍ରତିବର୍ଷ ନଦୀ ଗତିପଥ ପରିବର୍ତ୍ତନ କରି ଗାଁ ଆଡ଼କୁ ମାଡି ମାଡ଼ି ଆସୁଛି । ଫଳରେ ଲୀନ ହେବାକୁ ବସିଲାଣି ଲୋକଙ୍କ ଘରଦ୍ୱାର, ଚାଷଜମି । ସ୍ଥାୟୀ ସମାଧାନ ନେଇ ଗାଁଲୋକେ ପ୍ରଶାସନକୁ ଜଣାଇଥିଲେବି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ।
ଗତ ଦୁଇ ଦିନ ହେଲା କଳାହାଣ୍ଡି ଜିଲ୍ଲାରେ ଲଗାତର ଭାବେ ଜବତ ହେବାରେ ଲାଗିଛି ବାଘ ଛାଲ ସହ ନଖ ଏବଂ ଦାନ୍ତ । ଗତକାଲି ପୁଣି ଥରେ ଆଉ ୪ଟି ବାଘଛାଲକୁ ଜବତ କରିଛି ପୋଲିସ ଏବଂ ବନବିଭାଗର ମିଳିତ ଟିମ୍ । ବଫଲା ଗାଁର ରଙ୍ଗାଚରଣ ଭୋଇ ନାମକ ଜଣେ ବ୍ୟକ୍ତିଙ୍କଠାରୁ ଏହି ୪ଟି ବାଘ ଛାଲ ଜବତ ହୋଇଛି । ଏହାକୁ ମିଶାଇ ଗତ ଦୁଇଦିନ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ଉତ୍ତର ଓ ଦକ୍ଷିଣ ବନଖଣ୍ଡରୁ ଜବତ ହେଲାଣି ୯ଟି ବାଘ ଛାଲ । କଳାହାଣ୍ଡି ଉତ୍ତର ବନଖଣ୍ଡ ଡିଏଫ୍ଓ ନିତିଶ କୁମାର ଏହି ସୂଚନା ଦେଇଛନ୍ତି । ତାସହ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୭ରେ ପହଞ୍ଚିଛି ।
ଆସନ୍ତାକାଲି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ବିଜେ ହେବେ ମହାବାହୁ। ଏଥିପାଇଁ ରଥଖଳାରେ ପ୍ରସ୍ତୁତ ତିନି ରଥ । ଆଜି ସକାଳ ଧୂପ ସରିଲେ ରଥଖଳାକୁ ବିଜେ ହେବ ଆଜ୍ଞମାଳ । ଏହା ପରେ ସିଂହଦ୍ୱାର ସାମ୍ନାରେ ବିଜେ ହେବେ ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ । ଏପଟେ ଆଜି ରାତି ୮ଟାରୁ ୪୮ ଘଣ୍ଟା ଲାଗି ପୁରୀ ସହରରେ ଲାଗିବ କର୍ଫ୍ୟୁ । ତେଣୁ ଆଗୁଆ ଅତ୍ୟାବଶ୍ୟକ ସାମଗ୍ରୀ କିଣି ମହଜୁଦ ରଖିବାକୁ ପୁରୀ ବାସିନ୍ଦାଙ୍କୁ ପରାମର୍ଶ ଦେଇଛି ଜିଲ୍ଲା ପ୍ରଶାସନ ।
ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ସାଢେ ତିନି ଲକ୍ଷ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କର ପରୀକ୍ଷା ଫଳ ଜୁଲାଇ ୩୧ ସୁଦ୍ଧା ପ୍ରକାଶ ପାଇବ। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ବିକଳ୍ପ ମୂଲ୍ୟାୟନ ଜରିଆରେ ମାର୍କ ପାଇବେ ଛାତ୍ରଛାତ୍ରୀ। ତେବେ ମାଟ୍ରିକରେ ଖରାପ ପ୍ରଦର୍ଶନ କରିଥିବା ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କ ଭିତରେ ଅସନ୍ତୋଷ କୁହୁଳୁଛି। ରେଜଲ୍ଟକୁ ନେଇ ଅସନ୍ତୋଷ ଥିଲେ ଅଫ୍ ଲାଇନ୍ ପରୀକ୍ଷା କରାଯାଇପାରେ
ଯେଉଁ ହାତ ଦିନେ ବିଦେଶରେ ଖାଦ୍ୟ ତିଆରି କରି ମନ ମୋହୁଥିଲା, ସେହି ହାତ ଆଜି ଭିଟାମାଟିରେ ନିକିତି ଧରି ବଞ୍ଚିବାର ରାହା ଖୋଜୁଛି। ଯିଏ ଦିନେ ଷ୍ଟାର୍ ହୋଟେଲର କୁକ୍ ଭାବେ କିମିଆ କରିଥିଲେ ରୁଷ୍ ଲୋକଙ୍କୁ, ସିଏ ଆଜି ରାସ୍ତାକଡ଼ର ପରିବା ବିକାଳି ହୋଇଛନ୍ତି।
ଚିନ୍ତା ବଢ଼ାଇଛି ସହର, ବଜାର ଓ ପର୍ଯ୍ୟଟନ ସ୍ଥଳ। ବିପଦକୁ ଡାକୁଛି ବେପରୁଆପଣ। ବାସ୍ତବ ଚିତ୍ର ଆଖି ସାମ୍ନାରେ ଦେଖାଦେଉଛି ଜଳଜଳ କରି। ଶିମ୍ଲା, ମସୌରି ହିଲ୍ ଷ୍ଟେସନ୍ ହେଉ କି ହରିଦ୍ୱାର ଓ ବାରାଣସୀ ଆଦି ଧାର୍ମିକ ସ୍ଥଳ ସବୁଠି ଡରାଇଲା ଭଳି ଭିଡ଼। ସାମାଜିକ ଦୂରତା କଥା ଛାଡ଼ନ୍ତୁ, ମାସ୍କ ବି ସମସ୍ତଙ୍କ ମୁହଁରେ ନାହିଁ। ସ୍ଥିତି ଏଭଳି ରହିଲେ ତୃତୀୟ ଲହର ଯେ ଆଉ ବେଶି ଦୂର ନୁହେଁ, ଏଥିରେ ତିଳେ ବି ସନ୍ଦେହ ନାହିଁ।
ତେବେ ଉଭୟଙ୍କୁ ଏୟାରଲିଫ୍ଟ କରିବା ପାଇଁ ଆସିବାକୁ ଥିବା ଭାରତୀୟ ବାୟୁସେନାର ଏକ ହେଲିକପ୍ଟର ଖରାପ ପାଗ ଯୋଗୁଁ ଆଗକୁ ବଢ଼ି ନପାରି ଛତିଶଗଡ଼ ମହାସମୁନ୍ଦରୁ ଫେରିଯାଇଥିଲା। ହେଲେ ସୌଭାଗ୍ୟକୁ ଏତିକି ବେଳେ ହେଲିକ୍ପଟର ଯୋଗେ କୋରାପୁଟ୍-ମାଲକାନଗିରି ଗସ୍ତରେ ଯାଉଥିବା ଡିଜିପି ଅଭୟଙ୍କ ପାଖେ ଏ ଖବର ପହଞ୍ଚିଯାଇଥିଲା। ଆଉ ସେ ତୁରନ୍ତ ଗସ୍ତ ବାତିଲ କରି ସୁନାବେଡ଼ାରୁ ସିଧା ପାଦେଲପଡ଼ା ପହଞ୍ଚିଥିଲେ। ଉଭୟଙ୍କୁ ନିଜ ହେଲିକପ୍ଟରରେ ଏୟାର ଲିଫ୍ଟ କରି ଭୁବନେଶ୍ୱର ନେଇ ଆସିଥିଲେ।
ଅପେକ୍ଷା ଆଉ ମାତ୍ର ଦିନକର। ବଡ଼ଦାଣ୍ଡରେ ଗଡ଼ିବ ମହାପ୍ରଭୁଙ୍କ ତିନି ରଥ। ପତିତଜନଙ୍କ ଉଦ୍ଧାର ଲାଗି ବଡ଼ ଦେଉଳର ରତ୍ନ ସିଂହାସନରୁ ଆସି ରଥାରୁଢ଼ ହେବା ପରେ ଜନ୍ମବେଦୀରେ ବିଜେ ହେବେ ଚତୁର୍ଦ୍ଧାମୁରତି। ଗତବର୍ଷ ଭଳି ଏ ବର୍ଷ ବି କରୋନା କଟକଣା ଭିତରେ ଆୟୋଜିତ ହେଉଥିବା ଐତିହାସିକ ଘୋଷଯାତ୍ରା ପାଇଁ ପ୍ରସ୍ତୁତ ରଥ, ପଥ
କେବଳ ଏତିକି ନୁହେଁ ବରଂ କୌଣସି ବଡ଼ ଗଣମାଧ୍ୟମ ସଂସ୍ଥା ଏମିତି ଖବର ପରିବେଷଣ କରୁନାହାନ୍ତି, ତେଣୁ ଦୟାକରି ଏପରି ମିଛ ଖବର ପ୍ରଚାର କରନ୍ତୁ ନାହିଁ ବୋଲି ଅସୀମା କହିଛନ୍ତି। ବର୍ତ୍ତମାନ ମୋ ପରିବାରର ଖରାପ ସମୟ ପଡ଼ିଛି
ଆଷାଢ ସରିବାକୁ ବସିଲାଣି, ଆଗକୁ ଶ୍ରାବଣ ହେଲେ ଚାଷ ଜମି ଫାଟି ଆଁ କଲାଣି । ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକର ଚାଷ ଜମିର ଜିଲ୍ଲାରେ ଜୁନ ମାସରେ ସ୍ୱାଭାବିକ ଠାରୁ ଆଧା ପରିମାଣରେ ବର୍ଷା ହୋଇଛି । ନିଅଣ୍ଟିଆ ବର୍ଷାକୁ ନେଇ ଚାଷୀ କୂଳ ହତାଶ କୃଷି ବିଭାଗର ସୂଚନା ଅନୁଯାୟୀ ୧୯୮ ମିଲିମିଟର ବର୍ଷା ହେବା କଥା । ହେଲେ ହୋଇଛି ୧୦୨ ମିଲିମିଟର ବର୍ଷା । ଚାଷୀ ବୁଣା ଠାରୁ ଆରମ୍ଭ କରି ତଳିପକା ଓ ରୁଆ ବେଉଷଣ ବିଳମ୍ବିତ ହୋଇଛି । ଜୁଲାଇ ମାସରେ ମଧ୍ୟ ବର୍ଷାର ଦେଖା ନାହିଁ । ତେଣୁ ଧିମେଇ ଯାଇଛି ଚାଷ କାମ । ଜିଲ୍ଲାର ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକରେ ମାଟି ଫାଟି ଆଁ କରିଥିବା ବେଳେ ଲୋକେ ପମ୍ପ ସେଟ ସହ ଭାର ଯୋଗେ ପାଣି ଆଣି ତଳି ପକାଉଥିବା ଦେଖିବାକୁ ମିଳିଛି ।
ଭୁବନେଶ୍ୱର ଶିଳ୍ପୀ ସୁଦର୍ଶନ ସାହୁ । ସେ କୌଣସି ତାଲିମ ପ୍ରାପ୍ତ ଶିଳ୍ପୀ ନୁହଁନ୍ତି । ସୁଦର୍ଶନଙ୍କ ପେଶା ଚାଟ୍ ବିକ୍ରି କରିବା କିନ୍ତୁ ଏକ ପରିସ୍ଥିତି ତାଙ୍କୁ ଏହି ବାଉଁଶ କାର୍ଯ୍ୟପ୍ରତି ଆକୃଷ୍ଟ କରେଇଥିଲା । ୨୦୦୬ରେ ପ୍ରଦର୍ଶନୀ ପଡିଆରେ ଜଣେ ବାଉଁଶ ବ୍ୟବସାୟୀ ତାଙ୍କୁ ଘରେ ବାଉଁଶ ତିଆରି କାର୍ଯ୍ୟ ପାଇଁ ଆହ୍ୱାନ ଦେଇଥିଲେ । ତା ପରଠୁ ସୁଦର୍ଶନ ବାଉଁଶ କାମକୁ ନିଶା ଭାଗରେ ଗ୍ରହଣ କରିନେଇଛନ୍ତି ସୁଦର୍ଶନ ।
ସହରର ଅନ୍ୟ ସ୍ଥାନ ଗୁଡ଼ିକରେ କେବଳ ଔଷଧ ଦୋକାନ, ମେଡ଼ିକାଲ୍ ଉପକରଣ ଦୋକାନ ଏବଂ ଚଷମା ଦୋକାନ ଗୁଡ଼ିକୁ ଅନୁମତି ରହିବ। ପୁରୀ ଜିଲ୍ଲା ବାହାରୁ ଆସୁଥିବା ଲୋକଙ୍କ ଚଳପ୍ରଚଳକୁ ରୋକିବା ପାଇଁ ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯିବା ସହ ୮ଟି ଚେକିଂ ପଏଣ୍ଟର ବ୍ୟବସ୍ଥା କରାଯିବ ବୋଲି ଚିଠିରେ ଉଲ୍ଲେଖ କରିଛି ପୁରୀ ଜିଲ୍ଲା ପ୍ରଶାସନ।
ତେଣୁ ଆଗୁଆ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି। ଯଦି କୌଣସି ପର୍ଯ୍ୟଟକ କିମ୍ବା ଅତିଥି ପୁରୀ ସହରର ହୋଟେଲ, ଲଜ୍, ଧର୍ମଶାଳା, ଗେଷ୍ଟ ହାଉସରେ ରହୁଥିଲେ। ଆଜି ସୁଦ୍ଧା ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। କର୍ଫ୍ୟୁ ବଳବତ୍ତର ଥିବା ସମୟରେ ବଡ଼ଦାଣ୍ଡରେ ବାହନ ଚଳାଚଳ ଉପରେ କଟକଣା ଲଗାଯାଇଛି।
ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅଙ୍ଗାର ଗାଁର ସମା ସାହୁଙ୍କର ପରିବାର ଏବେ ଦୁର୍ଦ୍ଦିନରେ । ତାଙ୍କ ମୁଣ୍ଡରୁ ସିନ୍ଦୂର ପୋଛି ନେଇଥିବା ଅଦୃଶ୍ୟ ଭାଇରସର ଭୟଙ୍କର ରୂପ ଆଜି ବି ଗୋଟି ଗୋଟି ହୋଇ ମନେ ପଡୁଛି । କେବଳ ଯେ ସେ ସ୍ୱାମୀଙ୍କୁ ହରାଇଛନ୍ତି ତା’ ନୁହେଁ, ତାଙ୍କର ଯୌଥ ପରିବାରର ଚାରି ଚାରି ଜଣ ରୋଜଗାରିଆ ପୁରୁଷ ଆଗ ପଛ ହୋଇ ଚାଲିଯିବା ପରେ ସାହୁ ପରିବାର ଏବେ ମୁରବୀଶୂନ୍ୟ ହୋଇଯାଇଛି ।
କରୋନା ମହାମାରୀ ଆସିଲା କେତେ ଲୋକଙ୍କ ଜୀବିକା ବୁଡାଇଲା ତ କେତେ ଲୋକଙ୍କ ଜୀବନ ନେଲା । ଏବେ ଅନେକ ପରିବାର ନିଜ ଆତ୍ମୀୟ ପରିଜନକୁ ହରାଇ ଦୁଃଖ ଦୁର୍ଦ୍ଦଶାରେ ଜୀବନ ବିତାଉଛନ୍ତି । ଦୁଇ ଛୁଆକୁ ବାପଛେଉଣ୍ଡ କରିଦେଲା ଅଦୃଶ୍ୟ ଭାଇରସ୍ । ମହାମାରୀରେ ଆପଣାର ମଣିଷ ସବୁଦିନ ପାଇଁ ଆରପାରିକୁ ଚାଲିଗଲା । ସ୍ୱାମୀ ଚାଲିଯିବା ପରେ ଅସହାୟ ହୋଇଯାଇଛି ପୂରା ପରିବାର। ଦୁଇ ଶିଶୁଙ୍କୁ ଧରି ଏକ ବର୍ଷରୁ ଅଧିକ ଦିନ ହେଲା ଦୁଃଖ ସାଗରରେ ଜୀବନ ବିତାଉଛନ୍ତି ରଞ୍ଜୁ ଗୌଡ଼ । ଏବେ ସରକାରୀ ସହାୟତା ହିଁ ଏକ ମାତ୍ର ଭରସା ।
ବୌଦ୍ଧ-କନ୍ଧମାଳ ସୀମାରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଉମା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ୍ ବେଳେ ଏହି ଗୁଳି ବିନିମୟ ହୋଇଥିବା ଜଣାପଡ଼ିଛି।
ମେଡିକାଲ୍ ଛାତରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା। ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଡିସିନ୍ ଓ୍ୱାର୍ଡର ୩ ମହଲାରୁ ଡେଇଁ ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।
‘ମୋ ଝିଅ କିଛି ଜାଣି ନାହିଁ। ସେ ଛୋଟ ପିଲା, ତାକୁ କିଡ୍ନାପ୍ କରାଯାଇଛି। ମୋ ଝିଅକୁ ଉଦ୍ଧାର କରି ମୋତେ ଦିଅନ୍ତୁ।’ ଅପହୃତ ଜଣେ ନାବାଳିକା ବାପାଙ୍କର ଏ ହେଉଛି ପୋଲିସ ନିକଟରେ ନିବେଦନ।
ଗର୍ଭବତୀଙ୍କୁ ଟିକାକରଣ ପାଇଁ ରାଜ୍ୟ ସରକାର SOP ଜାରି କରିଛନ୍ତି। ଗର୍ଭବତୀଙ୍କୁ ଟିକାକରଣ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି SOP ଜାରି ହୋଇଛି।
ମଝିରେ ଆଉ ମାତ୍ର ଗୋଟିଏ ଦିନ। ଏହାପରେ ପୁରୀରେ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ବଡ଼ଦାଣ୍ଡକୁ ଓହ୍ଲାଇବେ ଶ୍ରୀଜିଉ। ଏଥିପାଇଁ ରଥ ଆଉ ପଥ ପ୍ରସ୍ତୁତ। ଏହାକୁ ଦୃଷ୍ଟିରେ ରଖି ପୁରୀରେ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ଛଳଛଳ ଭକ୍ତର ଆଖି, ଯୋଡ଼ ହସ୍ତ ନବଯୌବନ ରୂପରେ କାଳିଆକୁ ଟିକେ ଦର୍ଶନର ଅସୁମାରି ଆବେଗ। ହେଲେ ଦୁଆର ବନ୍ଦ, ସିଂହଦ୍ୱାର ଗୁମୁଟରେ ବିରାଜିତ ପତିତପାବନଙ୍କ ସାନିଧ୍ୟରେ ସୀମିତ ଭକ୍ତ ସାମାନ୍ୟ ସାନ୍ତ୍ୱନା ସିନା ମିଳୁଛି ହେଲେ ତୃପ୍ତ ହେଉନି ମନ। ଆଜି ନେତ୍ରୋତ୍ସବ, ଅନବସର ସରିବା ପରେ ଦେଉଳ ଭିତରେ ନବଯୌବନ ରୂପରେ ଝଟକୁଛନ୍ତି ଜଗା, ବଳିଆଙ୍କ ସହ ଚତୁର୍ଦ୍ଧା ମୂରତି
ସାମୟିକ ଆଶ୍ୱସ୍ତୀ ପରେ କରୋନା ସଂକ୍ରମଣକୁ ନେଇ ପୁଣି ଚିନ୍ତା ବଢିଛି। ଜୁନ୍ ମାସ ଶେଷ ଆଡ଼କୁ ରାଜ୍ୟରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ପରିଲକ୍ଷିତ ହୋଇଥିଲେ ମାତ୍ର ଜୁଲାଇ ଆରମ୍ଭରେ ହଠାତ୍ ବଦଳିଯାଇଛି ଟ୍ରେଣ୍ଡ୍। ଉପକୂଳର ୫ ଜିଲ୍ଲା ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା, ଜଗତସିଂହପୁର ଓ ବାଲେଶ୍ୱରରେ ପୁଣି ବଢିବାରେ ଲାଗିଛି ମହାମାରୀର କୋପ
IPS ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର ।ଅଖିଳେଶ୍ୱର ସିଂହଙ୍କୁ ଜଗତସିଂହପୁର ଏସପି ଭାବେ ନିଯୁକ୍ତ କରାଯାଇଥିବାବେଳେ ନବରଙ୍ଗପୁର ଏସପି ହୋଇଛନ୍ତି ପି.ଏସ୍. ପରଶୋତ୍ତମ ଦାସ। ସେହିପରି ରାହୁଲ ଜୈନ୍ ହୋଇଛନ୍ତି ବରଗଡ଼ ଜିଲ୍ଲାର ନୂଆ ଏସପି