ସ୍କୁଲ୍ ଓ କଲେଜ ପରେ ଆଜିଠୁ ଖୋଲିଲା ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ। ଏଥିପାଇଁ କ୍ୟାମ୍ପସ୍କୁ ସାନିଟାଇଜ୍ କରାଯିବା ସହ ଛାତ୍ରଛାତ୍ରୀ ଯେଭଳି କରୋନାରେ ସଂକ୍ରମିତ ନହୁଅନ୍ତି ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି।
ରାଜ୍ୟରେ କ୍ରମାଗତ ଭାବରେ କମୁଛି ସଂକ୍ରମଣ। ଗତ ୨୪ ଘଂଟାରେ ରାଜ୍ୟରେ ୮୮୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୫୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ଅର୍ଥାତ୍ ଲୋକାଲ୍ କେସର ସଂଖ୍ୟା ୩୭୪ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି।
ମାନ୍ୟତା ପରେ ମିଳୁଛି ମାନ୍ୟତା। ହେଲେ ବଦଳୁନି ଭିତ୍ତିଭୂମି। ନା ଅଛନ୍ତି ଆବଶ୍ୟକ ସଂଖ୍ୟକ ଅଧ୍ୟାପକ ନା ଆରମ୍ଭ ହୋଇପାରୁଛି ଦ୍ୱିତୀୟ କ୍ୟାମ୍ପସ।ବ୍ରହ୍ମପୁରର ଖଲ୍ଲିକୋଟ ଏକକ ବିଶ୍ୱ ବିଦ୍ୟାଳୟରେ ଏଭଳି ଅସୁବିଧା ଦେଖିବାକୁ ମିଳିଛି।
ଆବାସ ଯୋଜନାରେ ପୁଣି ଦୁର୍ନୀତି ହୋଇଥିବା ନେଇ ଆସିଲା ଅଭିଯୋଗ। ଯୋଜନାରୁ ବଂଚିତ ହୋଇଛନ୍ତି ବହୁ ଯୋଗ୍ୟ ହିତାଧିକାରୀ। କେବଳ ଏତିକି ନୁହେଁ ବରଂ ଆବାସ ଗୃହ ଯୋଗାଇ ଦେବା ଲାଗି ହିତାଧିକାରୀମାନଙ୍କୁ ଲାଂଚ ମଗାଯାଉଥିବା ପରି ଅଭିଯୋଗ ବି ହୋଇଛି । ହାତଗୁଞ୍ଜା ନଦେଲେ ଆବାସ ଗୃହ ମିଳୁ ନଥିବା ଲୋକେ ସିଧାସଳଖ ଅଭିଯୋଗ କରିଛନ୍ତି
ସମ୍ବଲପୁରରେ ଜାଲ୍ ନୋଟ କାରବାର ପର୍ଦ୍ଦାଫାଶ ହୋଇଛି। ୧୩ ଲକ୍ଷ ୮୫ ହଜାର ଟଙ୍କାର ଜାଲ୍ ନୋଟ ଜବତ କରିଛି ପୋଲିସ। ଏଥିରେ ରହିଛି ୬୦୦ଟି ଦୁଇ ହଜାର ଟଙ୍କିଆ ନୋଟ, ୩୬୨ଟି ୫ ଶହ ଟଙ୍କିଆ ନୋଟ ଓ ୪୪ଟି ଶହେ ଟଙ୍କିଆ ନୋଟ। ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ଟଙ୍କା ଛାପିବା ମେସିନ, କାଗଜ ଓ ଅନ୍ୟ ସାମଗ୍ରୀ ଜବତ କରାଯାଇଛି।
ଭୁବନେଶ୍ୱରର ୪ ନମ୍ବର ମାଛ ମାର୍କେଟକୁ ସିଲ୍ କରାଗଲା। ଅନିର୍ଦ୍ଦିଷ୍ଟ କାଳ ଯାଏ ସିଲ୍ ଏହି ମାର୍କେଟକୁ ସିଲ କରାଯାଇଛି। ଭୁବନେଶ୍ୱର ମହାନଗର ନିଗମରେ ରବିବାର ସଟ୍ ଡାଉନ ଥିବାବେଳେ ଏହି ମାର୍କେଟ ଖୋଲା ଥିଲା। ଏହାକୁ ଦେଖିବା ପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି ବିଏମ୍ସି।
ସେମାନଙ୍କଠାରୁ ଟଙ୍କା ଛାପିବା ମେସିନ, କାଗଜ ଓ ଅନ୍ୟ ସାମଗ୍ରୀ ଜବତ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣଙ୍କ ଘର ବରଗଡ଼ ଜିଲ୍ଲାରେ ହୋଇଥିବାବେଳେ ମୁଖ୍ୟ ୨ ଅଭିଯୁକ୍ତଙ୍କ ଘର ଛତିଶଗଡ଼ର ରାୟଗଡ଼ାରେ ବୋଲି ସୂଚନା ମିଳିଛି। ପୋଲିସ ଏନେଇ ଅଧିକ ତଦନ୍ତ କରୁଛି, ଏହା ସହିତ ଅନ୍ୟ କେଉଁ ଅଞ୍ଚଳକୁ ଏମାନେ ଜାଲ୍ ନୋଟ୍ ପଠାଉଥିଲେ କି ତାର ମଧ୍ୟ ତଦନ୍ତ କରାଯାଇଛି।
ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ନୂଆପଡ଼ା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ ତ୍ରିଲୋଚନ ଧଳ। ତାଙ୍କ ଗାଡ଼ିରୁ ଜବତ ହୋଇଛି ୨ ଲକ୍ଷ ୭୭ ହଜାର ଟଙ୍କା। ତ୍ରିଲୋଚନ ଧଳ ନୂଆପଡ଼ାରୁ ସରକାରୀ ଗାଡ଼ିରେ ନିଜ ଗାଁ କଟକର ନରାଜ ଯାଉଥିବା ବେଳେ ନୂଆପଡ଼ା ତାରିଣୀ ମନ୍ଦିର ପାଖରେ ଭିଜିଲାନ୍ସ ଧରିଥିଲା ।
ବର୍ଷାଦିନରେ ସାଧାରଣତଃ ଘରେ ଘରେ ସକାଳ ଓ ସଂଧ୍ୟା ସମୟରେ ଘରେ ଘରେ ସ୍ନାକ୍ସ ତିଆରି କରାଯାଏ । ସଂଧ୍ୟା ସମୟରେ ଚା’ ସହ କିଛି ସ୍ନାକ୍ସ ହୋଇଗଲେ ଖାଇବାର ମଜା ଦୁଇ ଦୁଣ ବଢିଯାଏ । ଘରେ ଛୋଟପିଲାମାନେ ମଧ୍ୟ ସ୍ନାକ୍ସ ଖାଇବା ପାଇଁ ବେଶୀ ପସନ୍ଦ କରନ୍ତି । ତେବେ ଆଜି ଆମେ ଆପଣମାନଙ୍କୁ ସୋୟାବିନର ଏକ ସହଜ ଓ ଚଟପଟା ସ୍ନାକ୍ସ ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ସୋୟାବିନ୍ କବାବ୍’।
ନଦୀ ବନ୍ଧ ଫାଟି ଆଁ କରିଛି । ନଦୀ ଫୁଲିଲେ ଭୟରେ ଜୀବନ ଅତିବାହିତ କରୁଛନ୍ତି ଲୋକେ । ବନ୍ୟା ରୋକିବାକୁ ତଥା ବନ୍ଧ ମଜଭୁତ କରିବାକୁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ନିମ୍ନ ମାନର କାମ ହେଉଥିବା ଅଭିଯୋଗ ହେଉଛି । ବାଙ୍କି ଓ ଯାଜପୁରରେ ଅସୁରକ୍ଷିତ ନଦୀବନ୍ଧକୁ ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ଅସୁରକ୍ଷିତ ନଦୀବନ୍ଧକୁ ନେଇ ବଢୁଛି ଚିନ୍ତା । ନା ଅଛି ପଥର ପ୍ୟାକିଂ ନା କରାଯାଉଛି ବିକଳ୍ପ ବ୍ୟବସ୍ଥା । ଅନେକ ସ୍ଥାନରେ ବନ୍ଧ ଫାଟି ଆଁ କରିଛି । ବଡ଼ ବଡ଼ ଗଛଲତା ମାଡି ଯାଇଥିବାରୁ ନଦୀ ଫୁଲିଲେ ବନ୍ଧରେ ଘଳିଆ ସୃଷ୍ଟି ହେବାର ଆଶଙ୍କା କରୁଛନ୍ତି ଲୋକେ
ଭୁବନେଶ୍ୱର ମଞ୍ଚେଶ୍ୱର ମୁଣ୍ଡାସାହିରେ ଦୁର୍ବୃତ୍ତଙ୍କ ଆତଙ୍କରାଜ୍ ଘଟଣାରେ ୨୧ ଜଣଙ୍କୁ ଗିରଫ କରିଛି ପୋଲିସ। ସିସିଟିଭି ଫୁଟେଜ ଆଧାରରେ ସେମାନଙ୍କୁ ଚିହ୍ନଟ କରି ଗିରଫ କରାଯାଇଛି । ଘଟଣା ପରେ ବସ୍ତିରେ ଚାପା ଉତ୍ତେଜନା ଲାଗି ରହିଛି । ସାମାନ୍ୟ ବଚସାକୁ ନେଇ ଶୁକ୍ରବାର ଏହି ଘଟଣା ଘଟିଥିଲା। ପ୍ରାୟ ୫୦ରୁ ଅଧିକ ଦୁର୍ବୃତ୍ତ ସାହିରେ ଅଧଘଣ୍ଟା ଧରି ଚଳାଇଥିଲେ ଆତଙ୍କରାଜ୍ ।
ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବା ପାଖା ପାଖି ଦୁଇମାସରୁ ଅଧିକ ହୋଇ ଯାଇଥିଲେ ମଧ୍ୟ ପର୍ଯ୍ୟନ୍ତ ଜିଲ୍ଲାରେ ଭଲ ବର୍ଷା ହୋଇନାହିଁ । ଯାହା ଆକଳନ କରାଯାଉଥିଲା ସେହି ପରି ବର୍ଷା ହେଉନାହିଁ । ଜୁଲାଇ ଓ ଅଗଷ୍ଟ ମାସରେ କୋରାପୁଟ ଜିଲ୍ଲାର ୧୪ଟି ବ୍ଲକରେ କମ ବର୍ଷା ହୋଇଛି
ରାଜ୍ୟରେ ଏବେ ପାଖାପାଖି ହଜାରେ ଡେଙ୍ଗୁ ରୋଗୀ ରହିଛନ୍ତି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏହି ସୂଚନା ଦେଇଛନ୍ତି । ତେବେ ହଜାରେ ଭିତରୁ କେବଳ ଭୁବନେଶ୍ୱର ମହାନଗର ନିଗମରୁ ୭୧୪ କେସ୍ ରହିଛି ।
ସଂସଦୀୟ ବ୍ୟାପାର ଏବଂ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ପ୍ରାଇଭେଟ୍ ସେକ୍ରେଟାରୀ ଦୀପ୍ତିରଂଜନ ବେହେରାଙ୍କ ଅଚାନକ୍ ବଦଳିକୁ ନେଇ ପାଓ୍ୱାର କରିଡର୍ରେ ଜୋରଦାର୍ ଚର୍ଚ୍ଚା। ପ୍ରଭାବଶାଳୀ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ବ୍ୟକ୍ତିଗତ ସଚିବ ଦୀପ୍ତିରଂଜନଙ୍କୁ କାହିଁକି ଅତର୍କିତ ଭାବେ କୋରାପୁଟ୍କୁ ବଦଳି କରାଗଲା ତାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି। କିଛି ଦିନ ତଳେ ପାରଳାଖେମୁଣ୍ଡିର ACF ସୌମ୍ୟରଂଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ତାଙ୍କ ସଂପର୍କୀୟ ଭାଇ ପରୋକ୍ଷରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଆଡ଼କୁ ଅଙ୍ଗୁଳି ଉଠାଇବା, ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସି ସ୍ମାରକ ପତ୍ର ଦେବା ଏବଂ ଏସବୁ ଭିତରେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଅତର୍କିତ ବଦଳି, ଏହା ଭିତରେ କୌଣସି ଲିଙ୍କ୍ ନାହିଁ ତ?
ଯାଜପୁର ଜିଲ୍ଲା କୋରାଇ ବ୍ଲକ୍ ଗୋଳେଇପୁର ପଞ୍ଚାୟତ ମିର୍ଜାପୁର ଗାଁର ସେହି ଅବହେଳିତ ନିଷ୍ପେସିତ ପରିବାରର । ଭିନ୍ନକ୍ଷମ ଯୁବକ ଅଦୈତ ମଳିକଙ୍କ ଘର । ବାପା ମାଙ୍କ ଏକମାତ୍ର ପୁଅ ହେଲେ ଅଦୈତ୍ୟ, ବୟସ ୩୨ । ଭେଣ୍ଡିଆ ବୟସରେ ଭିନ୍ନକ୍ଷମ ହୋଇ ବେସାହାରା ହୋଇପଡିଛନ୍ତି । ପରିବାର ବୋଝ ମୁଣ୍ଡାଇବା ପରିବର୍ତ୍ତେ ନିଜେ ପରିବାର ବୋଝ ପାଲିଟି ଯାଇଛନ୍ତି
ଭୁବନେଶ୍ୱର ମୁଣ୍ଡାସାହିର ଗୋଷ୍ଠୀ ସଂଘର୍ଷ ଘଟଣା । ଘଟଣାରେ ୨୦ ଜଣଙ୍କୁ ଅଟକ ରଖି ପଚରାଉଚୁରା କରିଛି ପୋଲିସ । ସିସିଟିଭି ଫୁଟେଜ ଆଧାରରେ ଚିହ୍ନଟ କରି ତଦନ୍ତ ଚଳାଇଛି ପୋଲିସ । ଗତକାଲିର ସାମାନ୍ୟ ଏକ ଗଣ୍ଡଗୋଳକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଏଥିରେ ୫ରୁ ୬ ଜଣ ଆହତ ହୋଇଥଇଲେ। ପ୍ରାୟ ଅଧଘଣ୍ଟା ଧରି ଅନ୍ୟ ସାହିର ଏକ ଗୋଷ୍ଠୀର ୪୦ରୁ ୫୦ ଜଣ ଯୁବକ ଖଣ୍ଡା, ଭୁଜାଲି ସହ ଲାଠି ଧରି ବ୍ୟାପକ ଭଙ୍ଗାରୁଜା କରିଥିଲେ ।
ଓଡିଆ ରୋଷଶାଳାରେ ଚିଙ୍ଗୁଡିକୁ ନେଇ ଅନେକ ରେସିପି ରହିଛି । ଆମେ ଆପଣଙ୍କୁ ଚିଙ୍ଗୁଡିର ଏକ ଦେଶୀ ଓ ସୁଆଦିଆ ରେସିପି ବିଷୟରେ କହିବାକୁ ଯାଉଛୁ। ଏହି ରେସିପିର ନା ହେଉଛି ‘ନଡିଆ ରସଦିଆ ପୋଇ ଚିଙ୍ଗୁଡି ଛେଞ୍ଚଡ଼ା’।
ଅଗଷ୍ଟ ୧୫ରୁ କଟକ SCBରେ ଉପଲବ୍ଧ ହେବ ଇକମୋ ସେବା । ଏହି ସୂଚନ ଦେଇଛନ୍ତି DMET ସିବିକେ ମହାନ୍ତି। ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ବୋଲି କହିଛନ୍ତି DMET ସିବିକେ ମହାନ୍ତି । ଏସିବିରେ ୯ଟି ଇକମୋ ମେସିନ ଇନଷ୍ଟଲ ହୋଇଛି ,ଆବଶ୍ୟକୀୟ ମାନବ ସମ୍ବଳ ମଧ୍ୟ ନିଯୁକ୍ତ ହୋଇସାରିଛନ୍ତି । ଇକମୋ ପାଇଁ ଏସିବିରେ ୨ଟି ୟୁନିଟ୍ କରାଯାଇଛି । ପ୍ରଥମ ୟନିଟ୍ ରେ ୬ଟି ଓ ଦ୍ୱିତୀୟ ୟୁନିଟରେ ୩ଟି ମେସିନ ରହିବ ।
ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବାରୋ ପଞ୍ଚାୟତ ଦହପାଣିଆ ଗାଁର ଅଲେଖ ଚନ୍ଦ୍ର ମଳିକଙ୍କ ପୁଅ କରୁଣାକର ମଳିକ । ବୟସ ମାତ୍ର ୩୩ । ପ୍ରାୟ ୭ ବର୍ଷ ହେଲା ନାଗପୁର ନଗରଧନସ୍ଥିତ ସୂର୍ଯ୍ୟଲକ୍ଷ୍ମୀ ସୂତା କଳରେ କାମ କରନ୍ତି । ରକ୍ତଚାପ ଜନିତ ରୋଗ ପାଇଁ ଅସୁସ୍ଥ ହେବାପରେ ଗତ ୩୦ତାରିଖରେ ତାଙ୍କୁ ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା ।
ରାଜ୍ୟରେ ଅଗଷ୍ଟ ୫ର ରିପୋର୍ଟ ଅନୁସାରେ ୧୨୦୮ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଅଗଷ୍ଟ ୬ର ରିପୋର୍ଟ ଅନୁସାରେ, ୧୦୯୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍ରୁ ୬୩୭ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୪୫୯ ରହିଛି। କଟକରେ ଧୀରେ ଧୀରେ ସଂକ୍ରମଣ କମୁଥିବା ଦେଖିବାକୁ ମିଳିଛି। ୨୪ ଘଣ୍ଟାରେ କଟକରେ ୧୦୦ ତଳକୁ ଅର୍ଥାତ୍ ୯୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କିନ୍ତୁ ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୩୮୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ଝିଅର କଷ୍ଟ ବୁଝି ପାରୁଛି ମାଆ । ହେଲେ, ସେ ଅସହାୟ, ଯନ୍ତ୍ରଣାରେ ଛଯପଟ ହେଉଥିବା ଝିଅ ପାଇଁ କିଛି କରିପାରୁନି । କାରଣ, ପାଖରେ ନାହିଁ ଟଙ୍କା। ଯାଜପୁର ଜିଲ୍ଲା ଦଶରଥପୁର ଆଖୁଆ ସାହିର ପ୍ରଲିପ୍ତା ରାଉତଙ୍କ ୩ ବର୍ଷର ଝିଅକୁ ହୋଇଛି ନ୍ୟୁରୋବ୍ଲାସ୍ମା କ୍ୟାନସର । ପ୍ରାଥମିକ ଚିକିତ୍ସା ପାଇଁ ଦରକାର ୩୦ ଲକ୍ଷ । ଅର୍ଥାଭାବରୁ ଗୋଟିଏ କେମୋରେ ଅଟକିଛି ଚିକିତ୍ସା । ଏବେ ସରକାରୀ ସହାୟତାକୁ ଅପେକ୍ଷା । ଆପଣ ବି ଚାହିଁଲେ, ଛୋଟ ଝିଅଟିର ଜୀବନ ବଞ୍ଚାଇବାରେ ସହଯୋଗ କରିପାରିବେ ।
ସୁନ୍ଦରଗଡ଼ରେ ରାଜ୍ୟର ଦ୍ୱିତୀୟ ଏମସ ପ୍ରତିଷ୍ଠା ପାଇଁ ଦାବି। ଏନେଇ ସୁନ୍ଦରଗଡ଼ ସହରରେ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ବନ୍ଦ ନେଇ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଗାଡି ମୋଟର ଚାଲୁନି। ଏହି ବନ୍ଦ ପାଳନ ଯୋଗୁ ଏମସିଏଲରୁ କୋଇଲା ପରିବହନ ପ୍ରଭାବିତ ହୋଇଛି ।
ମ୍ୟାଚ ହାରିବା ପରେ ନିରାଶ ହୋଇପଡିଥିଲେ ଭାରତୀୟ ଖେଳାଳି। ସେମାନଙ୍କ ମୁହଁରେ ହତାଶାର ଭାବ ସ୍ପଷ୍ଟ ବାରି ହୋଇପଡୁଥିଲା। ମେଡାଲ ଜିତିବାରୁ ସୁଯୋଗ ଅଳ୍ପକେ ହାତଛଡ଼ା ହେବା ପରେ ଖେଳାଲିମାନେ ମ୍ରିୟମାଣ ହୋଇପଡିଥିଲେ। ବ୍ରିଟିଶ ଖେଳାଳି ମଧ୍ୟ ଆସି ଏମାନଙ୍କୁ ସାନ୍ତ୍ୱନା ଦେଇଥିଲେ।
କେନ୍ଦୁଝର ବାଂଶପାଳ ବ୍ଳକ ଶୁଆକାଟୀ ସ୍ଥିତ ଓ ଏମସି ଖଣିରେ ଖଣି ଖନନ ଓ ଡମ୍ପିଙ୍ଗି ୟାର୍ଡ ହାତେଇବା ପାଇଁ ଗ୍ରାମସଭାରେ ବଡ ବଡ ସ୍ଵପ୍ନ ଦେଖାଇଥିଲା ଓଏମସି । ସ୍ଥାନୀୟ ଲୋକଙ୍କୁ ସେଠାରେ ନିଯୁକ୍ତି ଦେବାତ ଦୂରର କଥା । ନିଜର ଡମ୍ପିଙ୍ଗୟାର୍ଡ ପାଇଁ ଜୋର ଜବରଦସ୍ତ ହାତେଇ ନେଇଛି ଉପର କଇଁସାରୀ ଗ୍ରାମର ଗରିବ ଆଦିବାସୀଙ୍କ ଜମିକୁ । ଡାକ୍ତର ମୁଣ୍ଡା ଓ ଚରଣ ସିଂ ମୁଣ୍ଡାଙ୍କ ଦୁଃଖ ଶୁଣିବାକୁ କେହି ନାହାନ୍ତି