• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଦେଶୀ ଉପାୟରେ ବନାନ୍ତୁ ନଡିଆ ରସଦିଆ ପୋଇ ଚିଙ୍ଗୁଡି ଛେଞ୍ଚଡ଼ା

  • ଯେତିକି ସହଜ, ସେତିକି ସ୍ୱାଦିଷ୍ଟ

ସାରା ଦେଶରେ ଆମ ଓଡ଼ିଆ ଖାଦ୍ୟ ଓ ତାହାର ସ୍ୱାଦର ବେଶ ଚାହିଦା ରହିଛି ।  ଓଡିଆ ଘରେ ଚିଙ୍ଗୁଡିକୁ ନେଇ ଅନେକ ରେସିପି ରହିଛି ।  ଆମେ ଆପଣଙ୍କୁ ଚିଙ୍ଗୁଡିର ଏକ ଦେଶୀ ଓ ସୁଆଦିଆ ରେସିପି ବିଷୟରେ କହିବାକୁ ଯାଉଛୁ। ଏହି ରେସିପିର ନା ହେଉଛି ‘ନଡିଆ ରସଦିଆ ପୋଇ ଚିଙ୍ଗୁଡି ଛେଞ୍ଚଡ଼ା’। ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସରଳ ଓ ଦେଶୀ ଉପାୟରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

ନଡିଆ ରସଦିଆ ପୋଇ ଚିଙ୍ଗୁଡି ଛେଞ୍ଚଡ଼ା ପାଇଁ ସାମଗ୍ରୀ: ଚୋପା ଛଡା ଯାଇଥିବା ଚିଙ୍ଗୁଡି, କିଛି ପୋଇପତ୍ର, ପୋସ୍ତ, ନଡିଆ ରସ,ଛୋଟ କଟା ନଡିଆ, ପିଆଜ, ଅଦା, ରସୁଣ, କଞ୍ଚାଲଙ୍କା,ଜୀରା,ଧନିଆ,ଡାଲଚିନ,ଗୁଜୁରାତି ଓ ସ୍ୱାଦ ଅନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଧନିଆପତ୍ର, ଲଙ୍କା, ଜୀରା, ଧନିଆ, ଡାଲଚିନି ,ଗୁଜରାତି, ପିଆଜ, ଅଦା, ରସୁଣ, କଞ୍ଚାଲଙ୍କା ଓ ପୋସ୍ତକୁ ଭଲଭାବେ ଚିକ୍କଣ କରି ବାଟି ଦିଅନ୍ତୁ । ତାପରେ କଡେଇରେ ତେଲ ଗରମ କରି ପୋଇ ପତ୍ରକୁ ତେଲରେ ଭାଜି ଦିଅନ୍ତୁ । ଏହାପରେ ପୋଇପତ୍ର ଭାଜି ହେବା ପରେ ସେଗୁଡ଼ିକୁ କାଢ଼ି ଦିଅନ୍ତୁ । ପୁଣି ଥରେ ତେଲ ଗରମ କରି ପୂର୍ବରୁ ବଟା ହୋଇଥିବା ମସଲାକୁ ଗୋଳାଇ ଭଲଭାବେ କଷନ୍ତୁ । ମସଲା କଷି ହୋଇଯିବା ପରେ ଚିଙ୍ଗୁଡି ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଗୋଳେଇ ଘୋଡେଇ ଦିଅନ୍ତୁ । ଘୋଡେଇ ହେବାର ୩ ମିନିଟ ପରେ ଘୋଡଣୀ କାଢି କଷି ହୋଇଥିବା ମସଲାରେ ଭଜା ପୋଇପତ୍ର ପକାଇ ଗୋଳେଇ ଦିଅନ୍ତୁ । ଏହାପରେ ନଡିଆ ରସ,କଟା ହୋଇଥିବା ଛୋଟ ଛୋଟ ନଡିଆ ଓ ଅଳ୍ପ ଲୁଣ ଓ କଟା ହୋଇଥିବା କଞ୍ଚା ଲଙ୍କା ପକେଇ ଘାଡାଇ ଦିଅନ୍ତୁ । ପାଞ୍ଚ ମିନିଟ୍ ପରେ ଘୋଡଣୀ ବାହାର କରି ସେଥିରେ ଗରମ ମସଲା ପକାଇ ଚୁଲିକୁ ବନ୍ଦ କରି ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଗରମା ଗରମ ‘ ନଡିଆ ରସଦିଆ ପୋଇପତ୍ର ଚିଙ୍ଗୁଡ଼ି ଛେଞ୍ଚଡା’। ଏହି ରେସିପିକୁ ଆପଣମାନେ ନିଜେ ଖାଆନ୍ତୁ ଓ ନିଜ ଘର ଲୋକଙ୍କୁ ପରଷନ୍ତୁ ।