ଦେଶରେ ଆରମ୍ଭ ହୋଇଗଲାଣି କି କରୋନା ସଂକ୍ରମଣର ତୃତୀୟ ଲହର ନା ଲମ୍ବୁଛି ଦ୍ୱିତୀୟ ଲହର? ଦୈନିକ ସଂକ୍ରମଣ ପୁଣି ଉପରମୁହାଁ ହେବା ସୃଷ୍ଟି କରିଛି ଏଭଳି ଦ୍ୱନ୍ଦ୍ୱ ଅଧିକାଂଶ ରାଜ୍ୟରେ ଦ୍ୱିତୀୟ ଲହରର ପ୍ରକୋପ ହ୍ରାସ ପାଇଥିଲେ ମଧ୍ୟ କେରଳରେ ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ନେଇ ବଢିଛି ଚିନ୍ତା
ତେବେ ମଲ, ଦୋକାନ ମାନଙ୍କରେ କୋଭିଡ଼୍ ନିୟମକୁ କଡାକଡି ପାଳନ କରାଯାଉଥିବା ବେଳେ ସରକାର ପୁଣିଥରେ ସେମାନଙ୍କ ପେଟପାଟଣା କଥାକୁ ବୁଝିପାରି ବ୍ୟବସାୟ ପାଇଁ ସୁଯୋଗ ଦେଇଥିବାରୁ ସେମାନେ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ବାପା ପ୍ରଫୁଲ ଦାସ ଓ ମାଆ ଝରଣା ଦାସଙ୍କ ସାନ ପୁଅ ହେଉଛନ୍ତି ପ୍ରଭାତ । ଅଭାବ ଅନଟନ ଭିତରେ ରହି ମଧ୍ୟ ପ୍ରଭାତ କେବେ ହାର ମାନି ନାହାଁନ୍ତି ସେ। ୨୦୦୬ ମସିହାରେ ସାଆନ୍ଦା ଉଚ୍ଚ ବିଦ୍ୟାଳୟରୁ ପାସ କରିବା ପରେ ସାଆନ୍ଦା ଆଞ୍ଚଳିକ ମହାବିଦ୍ୟାଳୟରେ ଯୁକ୍ତ ଦୁଇ କଳାରେ ନାମ ଲେଖାଇଥିଲେ । ବିଜ୍ଞାନ ପାଠ ପଢିବା ପାଇଁ ଇଚ୍ଛା ଥିଲେ ମଧ୍ୟ ମାର୍କ ଯୋଗୁଁ ଏଥିରୁ ବଂଚିତ ରହିଥିଲେ ପ୍ରଭାତ । ପରେ ୨୦୧୧ ମସିହାରେ ଢେ଼ଙ୍କାନାଳ ସ୍ୱୟଂ ଚାଳିତ ମହାବିଦ୍ୟାଳୟରୁ ରାଜନୈତିକ ବିଜ୍ଞାନରେ ସ୍ନାତକ ଶେଷ ପରେ ଉତ୍କଳ ବିଶ୍ଵବିଦ୍ୟାଳୟରେ ପରିସଂଖ୍ୟାନ ବିଭାଗରେ ପିଜି ,ଏମ.ଫିଲ ଓ ପି .ଏଚଡି କରି ଡ଼କ୍ଟେରେଟ ଅର୍ଜନ କରିଥିଲେ ପ୍ରଭାତ ।
ନିଖୋଜର ୩ ଦିନ ପରେ ମିଳିଲା ମୃତଦେହ। ଅନୁଗୁଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ କୁଂଜାମ ଗାଁର ୩ ଜଣ ବ୍ୟକ୍ତି ୩ ଦିନ ପୂର୍ବେ ନିଖୋଜ ହୋଇଯାଇଥିଲେ।
ଜିଲ୍ଳାରେ ଶିଳ୍ପ ଓ ଖଣି ଖାଦାନର ସଂଖ୍ୟା ଅଧିକ ଥିବାବେଳେ ସେହି ଅନୁପାତରେ ବଢିଚାଲୁଛି ଟ୍ରକର ସଂଖ୍ୟା । ସଡ଼କ ପଥରେ କୋଇଲା ପରିବହନ ସହ ଶିଳ୍ପାନୁଷ୍ଠାନ ପାଇଁ ଆବଶ୍ୟକୀୟ କଞ୍ଚାମାଲ ଏବଂ ଶିଳ୍ପାନୁଷ୍ଠାନର ଉତ୍ପାଦିତ ସାମଗ୍ରୀ ତଥା ଅନ୍ୟାନ୍ୟ କାର୍ଯ୍ୟପାଇଁ ଟ୍ରକଗୁଡିକର ବ୍ୟବହାର ହୋଇଥାଏ ।
ଆଜି ପରି ଏକ ଦୁର୍ଲଭ ଦିନରେ ବନ୍ଧୁଟିଏ ବନ୍ଧୁ ପାଇଁ ବିଭିନ୍ନ କିସମର ଉପହାର ଦିଆନିଆର ପରମ୍ପରା ରହିଛି । ତେବେ ଏହି ମହାର୍ଘ ଦିବସକୁ ଲକ୍ଷ୍ୟରେ ରଖି ଦେଶୀ ମଂଗାରେ ପ୍ରସ୍ତୁତ ହୋଇଛି ଫ୍ରେଣ୍ଡ୍ସ ଶାଢୀ । ବର୍ଷେ ଆଗରୁ ଏହି ନୂଆଁ ଡିଜାଇନର ଶାଢୀ ପ୍ରସ୍ତୁତି ପାଇଁ ସୁବର୍ଣ୍ଣପୁର ଜିଲ୍ଲାର ଜଣେ ହସ୍ତତନ୍ତ କାରିଗର ଉଦ୍ୟମ କରିଥିବାବେଳେ ଏବେ ପ୍ରସ୍ତୁତ ହୋଇସାରିଛି ଏହି କଳାତ୍ମକ ଶାଢୀ ।
ଚଳିତ ବର୍ଷ ଆଶାନୁରୂପକ ବର୍ଷା ହେଉନଥିବାରୁ ସମୁଦ୍ରରେ ମାଛ ପଡୁ ନାହାନ୍ତି । ବର୍ଷା ସହ ପୂର୍ବାଳୀ ପବନ ବହିଲେ ମଧୁର ଜଳ ପାଇ ମାଛମାନେ ସମୁଦ୍ରରୁ ଉପର ମୁହାଁ ହୋଇଥାନ୍ତି । ପ୍ରତି ବର୍ଷ ଏହି ସମୟରେ ସମୁଦ୍ରରେ ପ୍ରଚୁର ପରିମାଣରେ ମାଛ ମିଳିଥାନ୍ତି । ଏଥର ଇଲିସ ମାଛ ତ ମିଳିବା ଦୂରର ଅନ୍ୟାନ ଛୋଟ ମାଛ ବି ଆଶାନୁରୂପକ ମିଳୁନାହିଁ
ଋଣ ଶୁଝିବା ପାଇଁ ମାତ୍ର ୫ ହଜାର ଟଙ୍କା ପାଇଁ ଦୁଇ ନାବାଳକୁ ପୁଅକୁ ବନ୍ଧା ପକାଇଛି ବାପା । କୋମଳମତି ଶିଶୁଙ୍କ ଭବିଷ୍ୟତ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ପୁରୀ ଜିଲ୍ଲା କଣାସ ବ୍ଲକରୁ ଏଭଳି ଖବର ଆସିଛି, ଯାହା ପ୍ରଶାସନ ଉପରେ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି ।
ଗ୍ରାମାଞ୍ଚଳର ବିକାଶ ଲାଗି ବିଭିନ୍ନ ଯୋଜନାରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସତ। ହେଲେ ଆଜି ବି ରାଜ୍ୟର ଅନେକ ଦୁର୍ଗମ ଅଞ୍ଚଳ ଅଛି, ଯେଉଁଠି ସରକାରଙ୍କ ଯୋଜନା ଅପହଞ୍ଚ।
ଢାବା ମାଲିକାଣୀଙ୍କୁ ଫାୟାରିଂ। ଏଥିରେ ଢାବା ମାଲିକାଣୀଙ୍କ ମୃତ୍ୟୁ ଘଟିଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଡୁଆଝର ଗାଁରେ ଥିବା ଏକ ଢାବାରେ ଫାୟାରିଂ ହୋଇଛି।
ଉପକୂଳ ଓଡ଼ିଶାର ଦୁଇରୁ ତିନୋଟି ଜିଲ୍ଲାକୁ ଛାଡ଼ି ଅନ୍ୟ ଜିଲ୍ଲା ଗୁଡ଼ିକରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ପୁଣି ୧୪୩୭ ନୂତନ ସଂକ୍ରମିତ ଚିହ୍ନଟ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୮ ହଜାର ୭୦୫କୁ ବୃଦ୍ଧି ପାଇଛି ।
ଅଗଷ୍ଟ ମାସରେ ଧାର୍ମିକ ପୀଠ ଖୋଲିବାକୁ ଜିଲ୍ଲାପାଳମାନେ ନିଷ୍ପତ୍ତି ନେଇପାରିବେ । ଶ୍ରୀମନ୍ଦିର, ଶ୍ରୀଲିଙ୍ଗରାଜ ପ୍ରଶାସନ ନିଜେ ଏନେଇ ନିଷ୍ପତ୍ତି ନେବେ । ଧାର୍ମିକ ପୀଠକୁ ଭୋଗ ବା ପ୍ରସାଦ ନେଇପାରିବେନି ଶ୍ରଦ୍ଧାଳୁ ।
ଚାରିଆଡ଼େ ସୁନ୍ଦର ସବୁଜ ବନାନୀ । ଲାଗୁଛି ଯେମିତି ଏଇଠି ମିଶିଛନ୍ତି ଆକାଶ ଏବଂ ପୃଥିବୀ । ଆକାଶ ମାର୍ଗରୁ ଦେଖିଲେ ବି ପ୍ରକୃତିର ଏହି ସୁନ୍ଦର ପରିବେଶକୁ ଉପଭୋଗ ନ କରି ରହି ପାରିବେନି । ଡ୍ରୋନ୍ କେମେରାରେ ଉଠା ଯାଇଥିବା ବାରିପଦା ବାଲିଡିହା ଡ୍ୟାମର ସୌନ୍ଦର୍ଯ୍ୟ ସତରେ ବିମୋହିତ କରୁଛି ।
ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ବାଣ୍ଠପୁର ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଅପହଞ୍ଚ ଗାଁ ହେଉଛି ତୁଲୁବି । ପାହାଡ଼ି ଇଲାକାରେ ଥିବା ତୁଲୁବି ଗାଁକୁ ବିଗତ ଦିନରେ ଗମନାଗମନ ଓ ପରିବହନ ପାଇଁ କୌଣସି ସୁବିଧା ନଥିଲା । ଗାଁ ରାସ୍ତାର ଏଭଳି ଦୂରାବସ୍ଥା ଗଭୀର ଭାବରେ ଆଘାତ ଦେଇଥିଲା ତୁଲୁବି ଗାଁର ଦୁଇ ଭାଇ କୃଷ୍ଣ ବେହେରା ଓ ହରି ବେହରାଙ୍କୁ ।
ପୋଲ ଉପରେ ଗାଡି ନେଇ ଖୁବ୍ ବିପଜ୍ଜନକ ଭାବେ ଯିବାଆସିବା କରିବାକୁ ପଡ଼ୁଛି । ଯାତ୍ରା ନୁହେଁ ତ, ସତେକି ବାଜିରେ ଲାଗିଛି ଜୀବନ । ସାମାନ୍ୟ ଅନ୍ୟମନସ୍କ ହେଲେ, କିଛି ବି ଘଟିପାରେ ।
ମଲ୍, ସିନେମା ହଲ୍ ନେଇ କଣ ରହିବ ଗାଇଡଲାନରେ ତାକୁ ମଧ୍ୟ ଅପେକ୍ଷା ରହିଛି । ରାଜ୍ୟରେ କରୋନା ସଂକ୍ରମଣ ଏବେ ୨ ହଜାର ତଳେ ଥିଲେ ବି ଟେଷ୍ଟ ପଜିଟିଭିଟି ରେଟ୍ ୨ ପ୍ରତିଶତ ତଳକୁ ଖସିନି ।
ସଂଧ୍ୟାରେ ରେଜଲ୍ଟ ପ୍ରକାଶ ପାଇବ । ଏନେଇ ପୂର୍ବରୁ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ।
ସ୍ମାର୍ଟଫୋନ ଓ ସୋସିଆଲ ମିଡିଆ ଆପ୍ ପ୍ରତି ବଢୁଛି କୋମଳମତି ଶିଶୁଙ୍କ ଆସକ୍ତି । ଫେସ୍ବୁକ୍ ଓ ଇନ୍ଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ଆପ୍ ବ୍ୟବହାର କରିବାକୁ ୮ରୁ ୧୮ ବର୍ଷ ବର୍ଗର ୫୨.୯ ପିଲା ସ୍ମାର୍ଟଫୋନ ରଖିଥିବା ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ କରିଥିବା ସର୍ଭେରୁ ଜଣାପଡିଛି ।
ଟିକା ପାଇଁ ଠେଲା ପେଲା ହେବାରୁ ଲୋଙ୍କୁ ପିଟିଲା ପୋଲିସ । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା କୃତିବାସ ଭବନ ଟିକାକରଣ କେନ୍ଦ୍ରରେ ।
ତେବେ ପୂର୍ବରୁ ପୁରୀ ବେଳାଭୂମିରେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ବା OTDC ପକ୍ଷରୁ ମଦ୍ୟ ପାନ ବ୍ୟବସ୍ଥା କରାଯିବାକୁ ସ୍ଥିର ହୋଇଥିଲା । ବିଚ୍ ସ୍ନାକ୍ସ ନାଁରେ ଖୋଲିବାର ଯୋଜନା ଥିବା ବେଳେ ଗୋଆ ଭଳି ପୁରୀ ବେଳାଭୂମୀରେ ଏହି ବ୍ୟବସ୍ଥା ପାଇଁ ଓଟିଡିସି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ପର୍ଯ୍ୟଟକଙ୍କ ପାଇଁ ମଦ୍ୟପାନ ବ୍ୟବସ୍ଥା ମଧ୍ୟ କରାଯିବା ପାଇଁ ସ୍ଥିର ହୋଇଥିଲା। ଏଥିପାଇଁ ଅନଲାଇନ୍ ଆବେଦନ ଆରମ୍ଭ ହୋଇଥିଲା।
ବିଭିନ୍ନ କାରଣରୁ ମାଟ୍ରିକ ପରୀକ୍ଷା ଦେଇ ପାରିନଥିବା ଗଞ୍ଜାମ ଜିଲ୍ଲା ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଆଜି ମାଟ୍ରିକ ପରୀକ୍ଷା ଦେଉଛନ୍ତି। ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଗଞ୍ଜାମ ଜିଲ୍ଲା ସୋରଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି।
ସେପଟେ ସୁନାବେଡ଼ା ଜଙ୍ଗଲ ହେବ ବାଘ ଅଭୟାରଣ୍ୟ। ଶିମିଳିପାଳ, ସାତକୋଶିଆ ପରେ ସୁନାବେଡ଼ାକୁ ବାଘ ଅଭୟାରଣ୍ୟ ମାନ୍ୟତା ପାଇଁ ଏନଟିସିଏ ମାନକ ପୂରଣ କାର୍ଯ୍ୟ ଜାରି ରହିଛି। ଅନ୍ୟପକ୍ଷରେ ଦେଶରେ ବାଘ ସଂଖ୍ୟା ବଢୁଥିବା ବେଳେ ରାଜ୍ୟରେ ସଂଖ୍ୟା କମି କମି ଯାଉଛି। ଏହା ପୂର୍ବରୁ ୨୦୧୮ ଓ ୨୦୧୪ରେ ହୋଇଥିବା ଗଣନାରେ ବାଘଙ୍କ ସଂଖ୍ୟା ଥିଲା ମାତ୍ର ୨୮। ଏଥିପାଇଁ ଏଥର ବାଘ ଗଣନାରେ ପୂର୍ବଥର ଭଳି ୧୫ ବଦଳରେ ଅଧିକ ବନଖଣ୍ଡକୁ ସାମିଲ କରାଯିବ ବୋଲି ପିସିସିଏଫ୍ ସୂଚନା ଦେଇଛନ୍ତି।
ପୁରୀ ବେଳାଭୂମିରେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ବା OTDC ପକ୍ଷରୁ ହେବ ମଦ୍ୟ ପାନ ବ୍ୟବସ୍ଥା । ବିଚ୍ ସ୍ନାକ୍ସ ନାଁରେ ଖୋଲିବାର ଯୋଜନା ଥିବା ବେଳେ ଗୋଆ ଭଳି ପୁରୀ ବେଳାଭୂମୀରେ ଏହି ବ୍ୟବସ୍ଥା ପାଇଁ ଓଟିଡିସି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।
ଅନ୍ୟ ବନ୍ଧୁ ମାନେ ନଦୀ ପୀଠକୁ ଉଠି ଆସି ଚିତ୍କାର କରିଥିଲ। ଆଉ ଘଟଣା ସ୍ଥଳରେ ଅନେକ ଲୋକ ମାନେ ମଧ୍ୟ ରୁଣ୍ଡ ହୋଇ ଯାଇଥିଲେ। ତେବେ ଜଳେଶ୍ୱର ଦମକଳ ବାହିନୀ ଖବର ପାଇ ନଇରେ ଭିତରେ ସମ୍ପୃକ୍ତ ଯୁବକକୁ ଉଦ୍ଧାର କରିବା ପରେ ଜଳେଶ୍ୱରର ଜି କେ ଭଟ୍ଟ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ମେଡ଼ିକାଲରେ ଯୁବକଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଯୁବକ ଜଣକ ପଶ୍ଚିମବଙ୍ଗ ମେଦିନିପୁର ଜିଲ୍ଲା ଖଡ଼ଗପୁର ଥାନା ଗାନ୍ଧିନଗର ଗ୍ରାମର ସେକ ହେପାଜତ ହୁସେନଙ୍କ ପୁତ୍ର ସେକ ସରଫରାଜ ହୁସେନ(୧୭) ବୋଲି ଜଣା ପଡିଛି।
ପୌର ପରିଷଦରେ ନିର୍ବାଚିତ ପ୍ରତିନିଧି ନଥିବାରୁ ସମସ୍ୟା ବଢୁଥିବା ଦର୍ଶାଇ ନଗର ଉନ୍ନୟନମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ । ସ୍ମାର୍ଟସିଟି ସହ ଅନ୍ୟ ସବୁ ମେଡିକାଲରେ ସ୍ୱତନ୍ତ୍ର ଡେଙ୍ଗୁ ଓ୍ୱାର୍ଡ ସ୍ଥାପନ ପାଇଁ ଦାବି ଜଣାଇଛି ଦଳ ।