ହନୁମାନ ପଇସା ପାଇଁ ଯୁବକଙ୍କୁ ଘରୁ ଡାକି ନେଇ ହତ୍ୟା। ୩ ମାସ ପୂର୍ବେ ଦେବଗଡ ଥାନା ଅନ୍ତର୍ଗତ ରାଇତାଲ ଅଞ୍ଚଳରେ ଘଟିଥିବା ଏହି ବର୍ବର ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ।
ରାଜ୍ୟରେ ଆସନ୍ତା ୪ ଦିନ ଯାଏ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ମୌସୁମୀ ଦୁର୍ବଳ ଥିଲେ ବି ୪ରୁ ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ୧୭ଟି ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି।
ଓଡ଼ିଶା ଫେରିଲେ ଟୋକିଓ ଅଲିମ୍ପିକ୍ ପଦକ ବିଜେତା । ବ୍ରୋଞ୍ଜ ବିଜୟୀ ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା ଓଡ଼ିଶା ଫେରିଛନ୍ତି । ମହିଳା ହକି ଦଳର ଦୀପଗ୍ରେସ ଏକ୍କା ଓ ନମିତା ଟପୋ ବି ଫେରିଛନ୍ତି । ଭୁବନେଶ୍ୱର ବିମାନ-ବନ୍ଦରରେ ଖେଳାଳିମାନେ ପହଞ୍ଚିବା ପରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।
ଯୁକ୍ତ ଦୁଇ ନାମଲେଖାକୁ ନେଇ ଦୂର ହୋଇଛି ଦ୍ୱନ୍ଦ୍ୱ? ଏଥର ସଂଖ୍ୟାଧିକ ଛାତ୍ରଛାତ୍ରୀ ମାଟ୍ରିକରେ ପାସ୍ କରିବା ପରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସିଟ୍ ବୃଦ୍ଧି ନେଇ ଲାଗି ରହିଥିଲା ଦ୍ୱନ୍ଦ୍ୱ। ଶେଷରେ ସାରା ରାଜ୍ୟରେ ୫୪ ହଜାର ୯୦୦ ସିଟ୍ ବୃଦ୍ଧି କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ମୋଟ୍ ୭୨ ହଜାର ସିଟ୍ ବୃଦ୍ଧି ନେଇ ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଆବେଦନ ହୋଇଥିଲା
ଯେଉଁମାନେ ଆବେଦନ କରି ସାରିଛନ୍ତି ସେମାନେ ଚାହିଁଲେ ସଂଶୋଧନ ବି କରିପାରିବେ। ନିଜ ପସନ୍ଦର ସେଣ୍ଟର ପରିବର୍ତ୍ତନ କିମ୍ବା ଅନ୍ୟାନ୍ୟ ସଂଶୋଧନ ନେଇ ମଧ୍ୟ ଅନୁମତି ଦିଆଯାଇଛି । ତେବେ ଆଗାମୀ ସୟରେ ଆଉ ଆବେଦନ ବୃଦ୍ଧି ସମୟ ବଢ଼ାଯିବ ନାହିଁ ବୋଲି କହିଛନ୍ତି OJEE ଅଧ୍ୟକ୍ଷ। ତେବେ ପୂର୍ବରୁ ମଧ୍ୟ କରୋନା ଲାଗି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଥିଲା।
ଭଳିକି ଭଳି ପିତ୍ତଳରେ ବିଭିନ୍ନ ପ୍ରକାର ମୂର୍ତ୍ତି ତିଆରି କରିବାରେ ଲାଗିଛନ୍ତି କାରିଗର । ଗୋଟିଏ ପଟେ ନିଜର ଜୀବନ ଜୀବିକା ଅନ୍ୟ ପଟେ ନିଜର କୌଳିକ ବୃତ୍ତି । କରୋନା ମହାମାରୀ ମଧ୍ୟରେ ମୂର୍ତ୍ତିର ଚାହିଦା ନଥିବାବେଳେ ସଂକଟରେ ଜୀବନ ବିତାଉଛନ୍ତି ପିତଳ ମୂର୍ତ୍ତି କାରିଗର ।
ସମିତି ସଂପାଦିକାଙ୍କୁ କାର୍ଯ୍ୟରୁ ବହିଷ୍କାର ସହ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଓ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ଚାଷୀଗଣ। ତେବେ କୌଣସି ବିଭାଗର ଅଧିକାରୀ ଏନେଇ ମୁହଁ ଖୋଲୁନଥିବାରୁ ଆଗକୁ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦିଆଯାଇଛି। ଅନ୍ୟପଟେ ସଂପାଦିକା କିମ୍ବା ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି।
୨ ହଜାର ୫୫ ହିନ୍ଦୀ, ୧୩୦୪ ସଂସ୍କୃତ, ୧୨୬୦ ପିଇଟି ଶିକ୍ଷକ ପଦବୀ ପୂରଣ ହେବ। ଆସନ୍ତା ୨୩ ତାରିଖ ଦିନ ଯଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୬ ହଜାର ୬୫ଟି ଟିଜିଟି ଏବଂ ତେଲୁଗୁ ଶିକ୍ଷକ ପଦବୀ ପୂରଣ କରାଯିବ ।
ଟୋକିଓ ଅଲିମ୍ପିକ୍ସରେ ଓଡ଼ିଆ ଖେଳାଳିଙ୍କର ଦମଦାର ପ୍ରଦର୍ଶନ ପରେ ଅସୁନ୍ଦରଗଡ଼ ଜିଲ୍ଲାର ହକି ଖେଳାଳିଙ୍କ ମଧ୍ୟରେ ଉତ୍ସାହ ବଢ଼ି ଯାଇଛି । ତେବେ ଏଭଳି ଉତ୍ସାହ ଆଜିୁର ନୁହେଁ କାହିଁ କେଉଁ ସମୟରୁ ସୁନ୍ଦରଗଡ଼ ଜିଲ୍ଲାର ଗାଁଠାରୁ ବ୍ଲକ ଓ ବ୍ଲକରୁ ଜିଲ୍ଲା ସ୍ତର ଯାଏ ହକି ଖେଳ ଖେଳାଯାଉଛି । ଯେତେବେଳେ ଗାଁରେ ଖେଳ ପଡ଼ିଆ ନ ଥିଲାକି ଖେଳାଳିଙ୍କ ପାଖରେ ପଇସା ନଥିଲା । ସେତେବେଳେ ଦିଲୀପ ତିର୍କୀ ଯାଇ ଅନ୍ତର୍ଜାତୀୟସ୍ତରରେ ନାଁ କରିଥିଲେ ।
ଆଜିଠାରୁ ଅର୍ନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଢେଙ୍କାନାଳ ଓକିଲ ସଂଘ କାର୍ଯ୍ୟବନ୍ଦ ଡାକରା ଦେଇଛି । ଟାଉନ ଥାନା ଅଧିକାରିଣୀ ନମିତା ନାୟକଙ୍କ ବଦଳି ସହିତ ନିଃସର୍ତ୍ତ କ୍ଷମା ପ୍ରାର୍ଥନା, ଓକିଲଙ୍କ ବିରୋଧରେ କରାଯାଇଥିବା ମାମଲା ପ୍ରତ୍ୟାହାର ଦାବିରେ ଆନ୍ଦୋଳନ କରୁଛି ଓକିଲ ସଂଘ ।
ପୁଣି ଥରେ ନିଜର ଏପରି ବକ୍ତବ୍ୟକୁ ନେଇ ଚର୍ଚ୍ଚାରେ ବରିଷ୍ଠ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଗତକାଲି କଟକରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସୌମ୍ୟ । ଆଉ ସେଠାରେ କହିଥିଲେ, ପ୍ରଶାସକ ଓ ରାଜନେତାମାନେ ଶାସକଙ୍କର ଦୁଇଟି ଆଖି ଭଳି ।
ଚାଷ ଅମଳ ସମୟରେ ସୀମାନ୍ତ ଅଞ୍ଚଳରେ ଚାଷୀଙ୍କ ସମସ୍ୟା ବଢ଼ାଉଛନ୍ତି ହାତୀ ପଲ । କେଉଁଠି କ୍ଷେତରେ ପଶି ଫସଲ ନଷ୍ଟ କରୁଛନ୍ତି ତ ପୁଣି କେଉଁଠି ଜନବସତି ମୁହାଁ ହୋଇ ଘର ଦ୍ୱାର ଭାଙ୍ଗି ରୁଜି ଚୁରମାର କରୁଛନ୍ତି । ଗତ ମାସକ ମଧ୍ୟରେ କରଞ୍ଜିଆ ଅଞ୍ଚଳରେ ହାତୀ ଉପଦ୍ରବରେ ଲୋକେ ତ୍ରାହି ତ୍ରାହି ଡାକିଲେଣି । ସୁନ୍ଦରଗଡ଼ ଅଞ୍ଚଳରେ ମଧ୍ୟ ସମାନ ସ୍ଥିତି ଦେଖାଦେଇଛି । ତୁରନ୍ତ କ୍ଷତିପୂରଣ ଯୋଗାଇବା ସହ ହାତୀ ଘଉଡାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଦାବି ହୋଇଛି ।
ପୂଜା ପାଇଁ ନୂଆ ଗାଇଡ଼୍ଲାଇନ୍ ଆଣିଲେ ସରକାର। ପାର୍ବଣ ଋତୁ ପାଇଁ ରାଜ୍ୟ ସରକାର ଗାଇଡଲାଇନ ଆଣିଛନ୍ତି। ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା, କାଳୀ ପୂଜା ଗାଇଡଲାଇନ କରାଯାଇଛି। କଟକଣା ସହ ପୂଜା ଆୟୋଜନ ପାଇଁ କମିଟିକୁ ଅନୁମତି ମିଳିବ ବୋଲି ସୂଚନା ମିଳିଛି। ମଣ୍ଡପ, ପେଣ୍ଡାଲରେ ପୂଜା ପାଇଁ ଅନୁମତି ଜରୁରୀ ଥିବା କହିଛନ୍ତି ସରକାର। ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲାପାଳ, ଟୁଇନ ସିଟିରେ ପୂଜା ପାଇଁ ସିପିଙ୍କ ଅନୁମତି ଲୋଡ଼ା ବୋଲି ସ୍ପଷ୍ଟ କରିଛନ୍ତି ସରକାର। ଏହାସହ କେବଳ ପରମ୍ପରା ରକ୍ଷା ପାଇଁ ପୂର୍ବବର୍ଷ ପରି ଏଥର ବି ନିରାଡ଼ମ୍ବର ଭାବେ ପୂଜା କରାଯିବ।
ପାଣିଘେରରେ ଅଛନ୍ତି ୪୦ଟି ପରିବାର । ଘରୁ ଗୋଡ଼ କାଢ଼ିଲେ ଆଣ୍ଠୁଏ ଆଣ୍ଠୁଏ ପାଣି। ଦୀର୍ଘ ୩ ମାସରୁ ଅଧିକ ସମୟ ହେବ ପାଣିଘେରରେ ଅଛନ୍ତି ଗ୍ରାମବାସୀ । ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଖପରପଦା ଗାଁର ୪୦ ପରିବାର ରାତି ପାହିଲେ ଏପରି ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳ ବୁଲି ନିଜ ଦାୟିତ୍ୱ ସାରିଛନ୍ତି।
କଥାରେ ଅଛି ଓଡିଶାର ବାର ମାସରେ ତେର ପରବ । ବିଶେଷ କରି ଆମ ଓଡ଼ିଶାର ସୁଆଦିଆ ପିଠା ପାଇଁ ସାରା ଦେଶରେ ବହୁତ ପ୍ରସିଦ୍ଧ ଲାଭ କରିଛି । ପର୍ବପର୍ବାଣୀରେ ଆମ ଓଡ଼ିଆ ଘରେ ତିଆରି ହୁଏ ଭଳି କି ଭଳି ପିଠା । କେତେବେଳେ ମଣ୍ଡା ପିଠା ତ କେବେ ଆରିଷା ପିଠା,ଏହି ଭଳି ଭିନ୍ନ ଭିନ୍ନ ପିଠା ତିଆରି ହୁଏ ଆମ ଓଡ଼ିଆ ଘରେ । ତେବେ ଆମେ ଆପଣ ମାନଙ୍କୁ ଏକ ଭିନ୍ନ ଓ ନିଆରା କାକରା ପିଠା ରେସିପି ବିଷୟରେ କହିବାକୁ ଯାଉଛୁ। ଏହି ରେସିପିର ନା ହେଉଛି ‘କଞ୍ଚା କଦଳୀ କାକରା’ । ଏହି ରେସିପିଟି ଆପଣମାନେ ଦେଶୀ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।
କେନ୍ଦୁଝରରେ ମଧ୍ୟ ଜିମ୍ ମାଲିକ, ଟେଣ୍ଟ ହାଉସ ଏବଂ ଲାଇଟ ଆଣ୍ଡ ସାଉଣ୍ଡ ସଂଘର ସଦସ୍ୟ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବିବାହ, ବ୍ରତ ଏବଂ ଶୁଦ୍ଧିକ୍ରିୟା କାଯର୍ୟରେ ୩ଶହ ଜଣଙ୍କୁ ସାମିଲ ହେବାକୁ ଅନୁମତି ଦେବାକୁ ସଂଘ ଦାବି କରିଛି । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି ।
ଅଗଷ୍ଟ ୯ ତାରିଖ ଭାରତବାସୀଙ୍କ ଲାଗି ଏକ ଅବିସ୍ମରଣୀୟ ଦିବସ। ୧୯୪୨ରୁ ଆଜିର ଦିନକୁ କ୍ରାନ୍ତି ଦିବସ ଭାବରେ ପାଳନ କରାଯାଉଛି। ଆଜିର ଦିନରୁ ହିଁ ଭାରତ ଛାଡ଼ ଆନ୍ଦୋଳନର ଡାକରା ଦିଆଯାଇଥିଲା। ତେଣୁ ଆଜିର ଦିନ ପ୍ରତ୍ୟେକ ଭାରତୀୟଙ୍କ ଲାଗି ବେଶ୍ ଗୁରୁତ୍ୱ ବହନ କରୁଛି।
ଦିନ ଦିନ ଧରି ହାତୀ ଉପଦ୍ରବରେ ନାକେଦମ୍ ହେଲେଣି ମୟୂରଭଂଜ ଜିଲ୍ଲାର କରଞ୍ଜିଆ ଓ ଦୁଧିଆଣି ରେଞ୍ଜର ଶିରମଣିପୁର, କୁଂଜିଆମ, ମତା, ବଡଦେଉଳି, ସାନ ଦେଉଳି, ବାଲିପୋଷି, ନୂଆଗାଁ, ନେଡଡ଼ୁଆପାଳ ଭଳି ଗାଁ ଗୁଡିକ । ଗଲା ୩୦ ଦିନ ମଧ୍ୟରେ ପ୍ରାୟ ୩୫ଟି ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇ ନଷ୍ଟ କରୁଛନ୍ତି
ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକକୁ ବାତ୍ୟା ୟାସ ପାଇଁ ଆସିଥିବା ରିଲିଫ୍ ସାମଗ୍ରୀ ଆଜିଯାଏ ବଣ୍ଟା ଯାଇ ପାରିନାହିଁ । ପଂଚାୟତ କାର୍ଯ୍ୟାଳୟରେ ପଡି ପଡି ନଷ୍ଟ ହେବାକୁ ବସିଲାଣି । ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାଇ ବାତ୍ୟା ପ୍ରଭାବିତ ଅଂଚଳ ପାଇଁ ରିଲିଫ ସାମଗ୍ରୀ ଯୋଗାଇ ଦିଆଯାଇଥିଲା ।
ରାଜ ରାସ୍ତାରେ ହାଣ୍ଡି, ଡିସ୍ ରଖି ଧାରଣାରେ ବସିଛନ୍ତି ଟେଣ୍ଟ୍ ହାଉସ୍ କର୍ମକର୍ତ୍ତାମାନେ । ୨୫ ଯାଗାରେ ୩୦୦ ଲୋକଙ୍କୁ ବାହାଘରରେ ଆସିବାକୁ ଅନୁମତି ଦିଅନ୍ତୁ ବୋଲି ସରକାରଙ୍କୁ ଦାବି କରିଛନ୍ତି । ରାଜଧାନୀର ଲୋୟର ପିଏମଜିରେ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ମାଲକାନଗିରି ଜିଲ୍ଲାରେ ଲଘୁ ଖଣିଜ ଟେଣ୍ଡର ମାମଲାରେ ରଦ୍ଦ ହେଲା । ଆନ୍ଧ୍ର କଂପାନୀର ସଲଭେନ୍ସି ସାର୍ଟିଫିକେଟ୍ କିଛି ମାସ ତଳେ ଜିଲ୍ଲାରେ ଲଘୁ ଖଣିଜ ଟେଣ୍ଡର ବେଳେ ଜିଲ୍ଲା ପ୍ରଶାସନ ଅନିୟମିତତା କରିଥିବା ନେଇ ଅଭିଯୋଗ ଆସିଥିଲା । ଆନ୍ଧ୍ରର ଜଣେ ଠିକାଦାର ଭୁଲ ତଥ୍ୟ ଦେଇ କୋଟିଏ ଟଙ୍କାର ସଲଭେନ୍ସିଂ ହାତେଇ ଥିବା ଅଭିଯୋଗ ହୋଇଥିଲା
ଦଶମ ଶ୍ରେଣୀର ଛାତ୍ର ଏବେ ସାଇବର ଏକ୍ସପର୍ଟ । ଚର୍ଚ୍ଚାରେ ଫୁଲବାଣୀର ସୌମ୍ୟରଞ୍ଜନ ସାହୁ । ଫୁଲବାଣୀର ଜଗନ୍ନାଥ ସାହିରେ ରହୁଛନ୍ତି ସୌମ୍ୟ । ତେବେ କମ୍ପ୍ୟୁଟର ଓ ଓ୍ୱେବ ଦୁନିଆରେ ହ୍ୟାକରଙ୍କୁ ଧରିବା ଏବଂ ଚୋରି ରୋକିବା ଦିଗରେ ବେଶ୍ ସଫଳତାର ସହ କାମ କରି ଚର୍ଚ୍ଚାରେ ରହିଛନ୍ତି ସୌମ୍ୟ
ମୃତ୍ୟୁ ପରେ ବି ଶବକୁ ମିଳିଲାନି ସମ୍ମାନ। ଏପରିକି ଚାରି କାନ୍ଧ ଦେବାକୁ କେହି ନଥିଲେ। ଅନ୍ୟ ଜାତିର ହୋଇଥିବାରୁ ସମ୍ପର୍କୀୟ ମୃତଦେହ ପାଖ ମାଡ଼ିଲେନି। ଶେଷରେ ଶଗଡ଼ରେ ବାପାଙ୍କ ଶବକୁ ଶ୍ମଶାନ ନେଲା ନାବାଳକ ପୁଅ।
ଏପଟେ, ରାଜ୍ୟରେ କ୍ରମାଗତ ଭାବରେ କମୁଛି ସଂକ୍ରମଣ। ଗତ ୨୪ ଘଂଟାରେ ରାଜ୍ୟରେ ୮୮୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୫୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ଅର୍ଥାତ୍ ଲୋକାଲ୍ କେସର ସଂଖ୍ୟା ୩୭୪ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି।
ସ୍କୁଲ୍ ଓ କଲେଜ ପରେ ଆଜିଠୁ ଖୋଲିଲା ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ। ଏଥିପାଇଁ କ୍ୟାମ୍ପସ୍କୁ ସାନିଟାଇଜ୍ କରାଯିବା ସହ ଛାତ୍ରଛାତ୍ରୀ ଯେଭଳି କରୋନାରେ ସଂକ୍ରମିତ ନହୁଅନ୍ତି ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ଏଥିପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି। ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲୁଥିଲେ ବି ଅଗ୍ରାଧିକାର ଭିତ୍ତିରେ କେବଳ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କୁ ହିଁ କ୍ଲାସ୍ ରୁମ୍ ପାଠପଢ଼ା ଲାଗି ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅନୁମତି ଦେଇଛି। ଏଥିପାଇଁ ଏସ୍ଓପି ମଧ୍ୟ ଜାରି ହୋଇଛି