• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା) : ଚଳିତ ବର୍ଷ ଠିକ ସମୟରେ ଆସିଥିଲା ମୌସୁମୀ । ଠିକ ସମୟରେ ମୌସୁମୀର ଆଗମନ ଦେଖି ଚାଷୀ ବି ବେଶ୍ ଖୁସି ଥିଲା । ଭଲ ଅମଳ ପାଇଁ ସ୍ୱପ୍ନ ଦେଖୁଥିଲା । ହେଲେ ଆଷାଢ଼ ଯାଇ ଶ୍ରାବଣ ସରିବାକୁ ବସିଲାଣି, ବର୍ଷାରର ଦେଖାନାହିଁ । ଲୁଚକାଳୀ ଖେଳୁଛି ବର୍ଷା । ସ୍ୱଳ୍ପ ବୃଷ୍ଟିକୁ ନେଇ କୋରାପୁଟ ଜିଲାର ଚାଷୀ ଏବେ ଚିନ୍ତାରେ ।

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବା ପାଖା ପାଖି ଦୁଇମାସରୁ ଅଧିକ ହୋଇ ଯାଇଥିଲେ ମଧ୍ୟ ପର୍ଯ୍ୟନ୍ତ ଜିଲ୍ଲାରେ ଭଲ ବର୍ଷା ହୋଇନାହିଁ । ଯାହା ଆକଳନ କରାଯାଉଥିଲା ସେହି ପରି ବର୍ଷା ହେଉନାହିଁ । ଜୁଲାଇ ଓ ଅଗଷ୍ଟ ମାସରେ କୋରାପୁଟ ଜିଲ୍ଲାର ୧୪ଟି ବ୍ଲକରେ କମ ବର୍ଷା ହୋଇଛି । ଗତ ବର୍ଷ ଠାରୁ ବହୁତ କମ ରହିଛି ବର୍ଷା ପରିମାଣ, ଯାହା କୋରାପୁଟ ଜିଲ୍ଳାର ଚାଷୀ ପାଇଁ ସଙ୍କଟ ସୃଷ୍ଟି କରିଛି । ଭଲ ବର୍ଷା ହେଉ ନ ଥିବାରୁ ଜିଲ୍ଲାରେ ରହିଥିବା କୋଲାବ, ମୁରାନ ଓ ତେଲିଙ୍ଗିର ଡ୍ୟାମ ବହୁମୁଖି ଜଳଭଣ୍ଡାର ଖାଲି ପଡିଛି।

ପ୍ରାରମ୍ଭରୁ ମୌସୁମୀର ମିଜାଜ ଭଲ ରହିଥିବା ବେଳେ ଅଗଷ୍ଟ ମାସର ମଧ୍ୟ ଭାଗରେ ସବୁ କିଛି ବିଗିଡିଛି । ଚାଷୀମାନେ ଖରିଫ ଚାଷ ପାଇଁ ସାଧାରଣତଃ ମୌସୁମୀ ବର୍ଷା ଉପରେ ନିର୍ଭର କରିଥାନ୍ତି । ବର୍ଷା ଅନୁଯାୟୀ ଚାଷ ଭଲ ହୋଇଥାଏ। ଚଳିତବର୍ଷ ଭଲ ବର୍ଷା ହେବ ବୋଲି ପୂର୍ବାନୁମାନ ହୋଇଥିବାବେଳେ ଏଥିରେ ବିରାମ ଲାଗାଇଛି ମୌସୁମୀ ବର୍ଷା । ତେଣୁ ପ୍ରାକ ମୌସୁମୀରେ ଚାଷବାସ ଆରମ୍ଭ କରିଥିବା ଚାଷୀ ଏବେ ବର୍ଷା ନହେବା ଚିନ୍ତାରେ ଅଛନ୍ତି ।

ଗତବର୍ଷ ତୁଳନାରେ ଚଳିତବର୍ଷ ଜୁନ ଓ ଜୁଲାଇ ମାସରେ କମ୍ ବର୍ଷା ହୋଇଛି । ଅଗଷ୍ଟ ମାସରେ ଭଲ ବର୍ଷା ହେବ ବୋଲି ଚାଷୀ ଆଶା ରଖିଥିଲେ । କିନ୍ତୁ ତାହା ହେଲାନି। ଲୁଚକାଳି ଭଳି ବର୍ଷା ଅସରାଏ ଆସି ଆଉ ଦେଖାଦେଉନି , ଯାହାକୁ ନେଇ ଉଚ୍ଚା ଜାଗାରେ ଚାଷ କରି ଚଳୁଥିବା ଚାଷୀ ଏବେ ଚିନ୍ତାରେ ।