ମାଟ୍ରିକ ଅଫଲାଇନ ପରୀକ୍ଷାରେ ତ୍ରୁଟି ଅଭିଯୋଗ ହୋଇଛି। କଟକ ବୋର୍ଡ ହାଇସ୍କୁଲରେ ଚାଲିଥିବା ପରୀକ୍ଷାରେ ତ୍ରୁଟି ଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ରେଗୁଲାର ପିଲାଙ୍କୁ ୨୦୧୪ର ଏକ୍ସରେଗୁଲାର ପିଲାଙ୍କ ପ୍ରଶ୍ନ ଦିଆଯାଇଥିବା ନେଇ ହୋଇଛି ଅଭିଯୋଗ। ତେବେ ପିଲାଙ୍କୁ ପ୍ରଶ୍ନପତ୍ର ଦେବା ପରେ ଏକ୍ସରେଗୁଲାର ପ୍ରଶ୍ନପତ୍ର ମିଳିଥିବାରୁ ସଂଶୟରେ ପଡ଼ିଥିଲେ ପରୀକ୍ଷାର୍ଥୀ। ତେବେ ସତ୍ୟସାତ୍ୟ ଜଣାପଡ଼ିବା ପରେ ପରୀକ୍ଷା ଚାଲିବାର ଦୀର୍ଘ ସମୟ ପରେ ପିଲାଙ୍କୁ ପୁଣି ଥରେ ନୂଆ ପ୍ରଶ୍ନ ପତ୍ର ଦିଆଯାଇଥିଲା। ହେଲେ ପିଲାଙ୍କ ଭୁଲ ପ୍ରଶ୍ନପତ୍ର ଦିଆଯାଇଥିବା ସ୍ୱୀକାର କରିଛନ୍ତି ବୋର୍ଡ଼ ହାଇସ୍କୁଲ କର୍ତ୍ତୃପକ୍ଷ। ଭୁଲରେ ଏକ୍ସରେଗୁଲାର ପ୍ରଶ୍ନପତ୍ର ଦିଆଯାଇଥିବା କହିଲେ ପ୍ରଧାନ ଶିକ୍ଷକ।
ତେବେ ଅସନ୍ତୁଷ୍ଟଙ୍କ ପାଇଁ ଏହା ଶେଷ ସୁଯୋଗ କୁହାଯାଉଛି । ୩୦ ଜୁଲାଇରୁ ମାଟ୍ରିକ୍ ଅଫ୍ ଲାଇନ୍ ପରୀକ୍ଷା ଆରମ୍ଭ ହୋଇଛି । ନିଜ ପ୍ରଦର୍ଶନରେ ସୁଧାର ଆଣିବାକୁ ରାଜ୍ୟର ୧୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି
ପ୍ରକାଶ ପାଇଛି କେନ୍ଦ୍ରୀୟ ପ୍ରାଥମିକ ଶିକ୍ଷା ବୋର୍ଡ (ସିବିଏସଇ) ୧୦ମ ପରୀକ୍ଷା ଫଳ। ମଧ୍ୟାହ୍ନ ୧୨ରେ ସିବିଏସ୍ଇର ଅଫିସିଆଲ ସାଇଟ୍ cbseresults.nic.inରେ ପ୍ରକାଶ ପାଇଛି ଫଳାଫଳ। ୧୮ ଲକ୍ଷ ଛାତ୍ରଛାତ୍ରୀ ଦଶମ ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ କରିଥିଲେ । ୧୮ ଲକ୍ଷ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ଫଳାଫଳ ପାଇଁ ଅପେକ୍ଷା କରିଥିଲେ । ଏହି ଫଳାଫଳ ଏଥର ରେକର୍ଡ କରିଛି। ଏଥର ୯୯.୦୪ ପ୍ରତିଶତ ପିଲା ପାସ୍ କରିଛନ୍ତି। ପରୀକ୍ଷା ଦେଇଥିବା ୨୦, ୯୭, ୧୨୮ ପିଲାଙ୍କ ମଧ୍ୟରୁ ପାସ୍ କରିଛନ୍ତି ୨୦, ୭୬, ୯୯୭ ଛାତ୍ରଛାତ୍ରୀ।
ମୌସୁମୀ ବର୍ଷାର ନାଁ ଗନ୍ଧ ନଥିବା ବେଳେ ବିଲକୁ କେନାଲ ପାଣି ଯୋଗାଇବାର ବ୍ୟବସ୍ଥା ବି ନାହିଁ । ଚାଷୀଙ୍କ ପାଇଁ କେବଳ ଏଲ ଆଇ ପଏଣ୍ଟ ସାହା ଭରସା । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପାଣି ପଞ୍ଚାୟତ ପକ୍ଷରୁ ପାଞ୍ଚଟି ପଏଣ୍ଟ ଖୋଲା ଯାଇଛି, ହେଲେ ଗୋଟିଏରୁ ବି ପାଣି ବାହାରୁନି ।
ଓଡ଼ିଶାର ଏକ ମାତ୍ର ଛାତ୍ରୀ ତଥା ପ୍ରଥମ ଓଡ଼ିଆ ଭାବେ ମହାକାଶ ଗବେଷଣା କ୍ଷେତ୍ରରେ ବିରଳ ସଫଳତା ହାସଲ କରିଛନ୍ତି ନବରଙ୍ଗପୁର ସହରର ଗାଦବାଗୁଡା ସାହିର ଝିଅ ବନୀତା ଦାସ l
ଓଡ଼ିଶାରେ ଖୋଲିବ ନ୍ୟାସନାଲ ମର୍ଡନ ଆର୍ଟ ଗ୍ୟାଲେରୀର ଶାଖା । ଏନେଇ ରାଜ୍ୟ ସରକାରଙ୍କ ସହିତ ଆଲୋଚନା ହେବା ପରେ ଜମି ହସ୍ତାନ୍ତର ପ୍ରକ୍ରିୟା ଖୁବଶୀଘ୍ର ହେବ ବୋଲି ବାକି ରହିଛି । ଏନେଇ ନ୍ୟାସନାଲ ମର୍ଡନ ଆର୍ଟ ଗ୍ୟାଲେରୀର ଡିଜି ଆଦିତ୍ୟ ଗଡ଼ନାୟକ ସୂଚନା ଦେଇଛନ୍ତି । ଓଡ଼ିଶାର କୋଣ ଅନୁକୋଣରେ ହସ୍ତକଳା,ପଟ୍ଟଚିତ୍ର,ପଥର ଶିଳ୍ପ ଏପରିକି ଲୁକାୟିତ କଳା ସାମନାକୁ ଆଣିବା ସହିତ କଳାକାରଙ୍କୁ ଏକ ନୂତନ ଦିଗଦର୍ଶନ ଦେବାରେ ସହାୟକ ହୋଇପାରିବ ବୋଲି ସେ କହିଛନ୍ତି ।
ନିଜ ଘରୁ ଚୋରି ହୋଇଥିବା ଅଭିଯୋଗ କରି ପୋଲିସ ଫାସରେ ପଡ଼ିଛନ୍ତି ଜଣେ ବ୍ୟକ୍ତି। ରେଡ୍ କରି ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରୁ ଚୋରି ହୋଇଥିବା ଟଙ୍କା ଓ ସୁନା ଗହଣା ଜବତ କରିଛି। ପୋଲିସର ସୂଚନା ଅନୁସାରେ, ଗତ ୩୧ ତାରିଖରେ ରାୟଗଡା ରୟତ କଲୋନୀରେ ରହୁଥିବା ବିଶ୍ୱ ଗଣପତି ଶର୍ମା ନାମକ ବ୍ୟକ୍ତିଙ୍କ ଘରୁ ପ୍ରାୟ ୩୦ ଲକ୍ଷ ଟଙ୍କା ଏବଂ ୧୦ ଭରି ସୂନା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଏଭଳି ଏକ ବଡ଼ଧରଣର ଚୋରି ଅଭିଯୋଗ ପରେ ତନାଘନା ଆରମ୍ଭ କରିଥିଲା ପୋଲିସ।
ଆଜି ରାଜ୍ୟରୁ ୧,୧୨୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୬୫୭ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟ୍ ୪୭୨ ଥିବା ଜଣାଯାଇଛି। ୨୪ ଘଣ୍ଟାମ ମଧ୍ୟରେ ୧୭୮୫ ଜଣ ରୋଗୀ କରୋନାକୁ ମାତ୍ ଦେଇ ସୁସ୍ଥ ହୋଇଛନ୍ତି। ସେହିପରି ରାଜ୍ୟରୁ ପୁଣି ୬୯ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ମୋଟ କରୋନା ମୃତ୍ୟୁ ସଂଖ୍ୟା ୬,୧୦୨ ରେ ପହଞ୍ଚିଛି।
ଗୁଣ୍ଡିଚା ମନ୍ଦିରରେ ଥିବା ରଥ ଚକରେ ଲାଗି ଗଲାଣି ଉଇ । ଏହିଭଳି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ,ହେଲେ ଏହା କେବେକାର ଫଟୋ ତାହା ସ୍ପଷ୍ଟ ହୋଇନାହିଁ । ଏନେଇ ଜଣା ପଡିବା ପରେ ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ଏହାକୁ ଗୁରୁତ୍ୱର ସହ ନିଆଯାଇ ତଦନ୍ତର ଦାବି ହୋଇଛି । ଏପଟେ ରଥ ଚକ ବିଭିନ୍ନ ଅନୁଷ୍ଠାନକୁ ଦାନ କରାଯାଉ ନଚେତ୍ କୋଠଭୋଗ ପାଇଁ କାଠର ଆବଶ୍ୟକତା ଥିବାରୁ ତାହା ପୁରଣ କରାଯାଉ ବୋଲି ଦାବି ହୋଇଛି ।
ନୂଆ ଗାଇଡ୍ ଲାଇନରେ ଖୋଲିଛି ମଲ୍, ଆସିଲେଣି ଗ୍ରାହକ। ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଲାଗିଲାଣି ଭଳିକି ଭଳି ଅଫର୍। କୋଭିଡ୍ ଗାଇଡ୍ ଲାଇନ୍ ହେଉଛି ଯାଞ୍ଚ୍। ଦେଖନ୍ତୁ ସ୍ମାର୍ଟସିଟିର ବଡ ବଡ ମଲର ଏ ଦୃଶ୍ୟ
ରାଜ୍ୟରେ ଆବାସ କେଳେଙ୍କାରୀକୁ ନେଇ ରାଜନୀତି ଯେତିକି ଜୋର ଧରିଛି, ଗ୍ରାଉଣ୍ଡ ଜିରୋରୁ ବାଟବଣା ଯୋଜନାର ଆଖିତରାଟିଲା ଭଳି, ସେତିକି ନୂଆ ନୂଆ ଚିତ୍ର ବି ସାମ୍ନାକୁ ଆସିଛି। କେଉଁଠି ଯୋଗ୍ୟ ହିତାଧିକାରୀ ଘର ନପାଇ ଗୁହାଳଘରେ ରହୁଛନ୍ତି ତ କେଉଁଠି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ବି ଅଧାପନ୍ତରିଆ ଘର ପାଇଁ ଦହଗଞ୍ଜ ହେଉଛନ୍ତି। ଆଉ ଏଭଳି ସ୍ଥିତିରେ ଯୋଜନାରୁ ବାଦ୍ ଯୋଗ୍ୟ ହିତାଧିକାରୀଙ୍କ ରୋଷ ଦେଖିବାକୁ ମିଳିଛି ଭଦ୍ରକ ତିହିଡ଼ିରେ
ଅଦ୍ୟାବଧି କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ସୌମ୍ୟଙ୍କ ପରିବାର। ପୋଲିସ ଉପରେ ପ୍ରଶ୍ନ ଉଠାଇ ସୌମ୍ୟଙ୍କ ଭାଇ ଦାବି କରିଛନ୍ତି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ବାପା, ମାଙ୍କୁ ନେଇଥିବା ଡ୍ରାଇଭରଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା କରିବା ଦରକାର।
ଥିଲା ବାଲାଙ୍କୁ ସରକାରୀ ଘର, ନଥିଲା ବାଲାଙ୍କୁ ପର। ଏବେ ଯାହାକୁ ନେଇ ଅସନ୍ତୋଷ ମଧ୍ୟ ବଢିବାରେ ଲାଗିଛି। ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଫିସରେ କୁବେରା ପଞ୍ଚାୟତରେ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ କେଳେଙ୍କାରୀକୁ ନେଇ ବିଜେପି କର୍ମୀ ଓ ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ ଯାହା କରିଛନ୍ତି ତାହା ଏବେ ସମସ୍ତେ ଦେଖିଲେ
ଆସନ୍ତା ଅଗଷ୍ଟ ୪ ତାରିଖ ବୁଧବାରଠାରୁ ଖୋଲିବ ଯାଜପୁର ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ। ଏନେଇ ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲପାଳ ଚକ୍ରବର୍ତି ସିଂ ରାଠୋର। କୋଭିଡ କଟକଣାରେ ଶ୍ରଦ୍ଧାଳୁ ଦେବା ଦେବୀଙ୍କ ଦର୍ଶନ କରିବେ ବୋଲି ସୂଚନା ମିଳିଛି । ଦ୍ୱୀତିୟ ଲହର କରୋନା କଟକଣାରେ ମନ୍ଦିର ବନ୍ଦ ଥିବାରୁ ଶ୍ରଦ୍ଧାଳୁ ଙ୍କୁ ମନ୍ଦିର ବାରଣ କରାଯାଇ ଥିବାରୁ ମନ୍ଦିର ମଧ୍ୟକୁ ଭକ୍ତମାନେ ପ୍ରବେଶ କରିପାରୁନଥିଲେ
OSSC ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁ ନିଲମ୍ବିତ ହୋଇଛନ୍ତି। ବିରଞ୍ଚିଙ୍କୁ ନିଲମ୍ବନ କରିଛନ୍ତି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ। ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସୁପାରିଶ ମଧ୍ୟ କରାଯାଇଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଗିରଫ ହୋଇଛନ୍ତି ବିରଞ୍ଚି। ବିରଞ୍ଚିଙ୍କ ଠାରୁ ସାଢ଼େ ୩ କୋଟିର ସଂପତ୍ତି ଠାବ କରିଛି ଭିଜିଲାନ୍ସ।
ରାଜଧାନୀରେ ଛାତ୍ର କଂଗ୍ରେସର ବିକ୍ଷୋଭ । OSSC ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁ ଘଟଣାର ପର୍ଦ୍ଦାଫାସ ହେବା ନେଇ ଓ ରାଜଧାନୀରେ ଛାତ୍ର କଂଗ୍ରେସର ବିକ୍ଷୋଭ । OSSC ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁ ଘଟଣାର ପର୍ଦ୍ଦାଫାସ ହେବା ନେଇ ଓ ସରକାରଙ୍କ ବାଟମାରଣା ନୀତିକୁ ନେଇ ଛାତ୍ର କଂଗ୍ରେସ ବିକ୍ଷୋଭ କରିଛି । 'ଦୁଇ ତିନିଦିନ ଚଢ଼ାଉ ହେଲା ପରେ, ଖୋଳତାଡ଼୍ ହେଲା ପରେ ଜଣା ପଡ଼ିଲା ଏଠି କିରାଣୀ କୁବେର ଭଣ୍ଡାର ଲୁଚେଇଛି। ସବୁ ପଇସା ପକେଟରେ ପୂରେଇ ବିଦେଶରେ ସ୍ତ୍ରୀ-ପିଲାଛୁଆ ଧରି ଐଶ୍ କରୁଛି' ଆଦି ବିଭିନ୍ନ ନାରାଦେଇ ଛାତ୍ର କଂଗ୍ରେସ ବିକ୍ଷୋଭ କରିଛି ।
ଡେଙ୍ଗୁ ରୋଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଭୁବନେଶ୍ୱର ଡାକ୍ତର ଲକ୍ଷ୍ମୀଧର ସାହୁ । ଡେଙ୍ଗୁ ରୋଗୀଙ୍କ ପାଇଁ ବେଡର ଆଭାବ ନାହିଁ ଓ ୱାଡ୍ ଖାଲି ପଡିଛି ବୋଲି ଡାକ୍ତର ଲକ୍ଷ୍ମୀଧର ସାହୁ କହିଛନ୍ତି । ଏହା ସହ କହିଛନ୍ତି ଯେ ପ୍ରତିଦିନ ୧୦ରୁ ୧୫ ନୂଆ ରୋଗୀ ଆଡମିସନ କରାଯାଉଛି ।
ଭଦ୍ରକ ତିହିଡି ବ୍ଲକ୍ ପରିସରରେ ଉତ୍ତେଜନା । ଆବାସ ଯୋଜନାରେ ବ୍ୟାପକ ଦୂର୍ନିତି । ଭଦ୍ରକ ତିହିଡି ବ୍ଲକ ଅଫିସରେ ତୁମୁଳକାଣ୍ଡ କଲେ ଲୋକେ। ଆବାସ ଯୋଜନାର ଦୁର୍ନୀତିକୁ ବିରୋଧ କରି ଛାରଖାର କରିଦେଲେ ବ୍ଲକ ଅଫିସ୍ । ଏ ନେଇ ହିତାଧିକାରୀ ଓ ବିଜେପି ପକ୍ଷରୁ ରାଲି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା ।
ଦେଶରେ ଆଜି ସାମାନ୍ୟ କମିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ, ଗତ ୨୪ ଘଂଟାରେ ଦେଶରେ ୪୦,୧୩୪ ଜଣ କରୋନା ଆକ୍ରାନ୍ତ ହେଲେ ଚିହ୍ନଟ ହୋଇଛନ୍ତି। ଏହାସହ ୪୨୨ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଆଜିର ସଂକ୍ରମଣକୁ ମିଶାଇ ସାରା ଦେଶରେ ମୋଟ୍ ୩,୧୬,୯୫,୯୫୮ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ୪,୨୪,୭୭୩ରେ ପହଞ୍ଚିଲାଣି ମୃତକଙ୍କ ସଂଖ୍ୟା। ଠିକ୍ ସେହିପରି ସୁସ୍ଥତାସଂଖ୍ୟା ୩,୦୮,୫୭,୪୬୭ରେ ପହଞ୍ଚିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବର୍ତ୍ତମାନ ସମୟରେ ବି ଆକ୍ଚିଭ୍ କେସର ସଂଖ୍ୟା ୪,୧୩,୭୧୮ ରହିଛି।
୨୦୦୮ରେ OSSC ଦ୍ୱାରା ପୋଲିସ ଏସ୍ଆଇ ପାଇଁ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ଆଣି ହାଇକୋର୍ଟଙ୍କ ସେ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ। ଯେଉଁଥିରେ OSSCକୁ ନୋଟିସ ବି କରିଥିଲେ ଉଚ୍ଚ ନ୍ୟାୟାଳୟ। ଏମିତି ଏକାଧିକ ଥର ଅନିୟମିତତା ଅଭିଯୋଗ ଆଣିଛନ୍ତି ଚାକିରୀ ଆଶାୟୀ। ଏବେ ଭିଜିଲାନ୍ସ ଜାଲରେ ବିରଞ୍ଚି ଛନ୍ଦି ହେବା ପରେ ସମସ୍ତେ ଆଶା ରଖିଛନ୍ତି, ନିଯୁକ୍ତି ପ୍ରକ୍ରିୟାରେ କେଳେଙ୍କାରୀ ପଛର ସତ୍ୟ ସାମ୍ନାକୁ ଆସିବ।
ଦରମା ବୃଦ୍ଧି ଦାବିରେ ‘ମୋ ବସ୍’ ଡ୍ରାଇଭର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଫଳରେ ଆଜି ଭୁବନେଶ୍ୱରର ୧୪ଟି ରୁଟ୍ରେ ‘ମୋ ବସ୍’ ଚଳାଚଳ ବନ୍ଦ ରହିଛି। ଦରମା ବୃଦ୍ଧିକୁ ନେଇ ଡ୍ରାଇଭରମାନେ ଆନ୍ଦୋଳନ କରୁଥିବାରୁ ଭୁବନେଶ୍ୱରର ୧୪ଟି ରୁଟ୍ରେ ‘ମୋ ବସ୍’ ଚଳାଚଳ କରୁନି। ସମ୍ ହସ୍ପିଟାଲ ନିକଟ ଡିପୋରୁ ‘ମୋ ବସ୍’ ଚଳାଚଳ ବନ୍ଦ ରହିଛି।
ଏବେ ତେଲ ଦର ଯେତେ ବଢିଲେ ବି ଚିନ୍ତା ନାହିଁ । ପେଟ୍ରୋଲରେ ନୁହେଁ ବ୍ୟାଟେରୀରେ ଚାଲୁଛି ପଲସର୍ ବାଇକ ।୧୫ବର୍ଷ ପୁରୁଣା ଏହି ପଲସର୍କୁ ଇ ବାଇକରେ ପରିଣତ କରିଛନ୍ତି ବ୍ରହ୍ମପୁର ଉପକଣ୍ଠ ରାମଚନ୍ଦ୍ରପୁରର ଅକ୍ଷୟ ଦାସ ।
ବିଜେପିର ସାଧାରଣ ସଂପାଦକ ତଥା ବଙ୍ଗାଳପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଜେଶ ନାୟକଙ୍କୁ ଧାରୁଆ ଅସ୍ତ୍ରରେ ଦୁର୍ବୃତ୍ତମାନେ ଗତକାଲି ରାତିରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧୦୩୨ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୫୯୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ରହିଛି ୪୩୪ । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୯ ହଜାର ୭୩୭କୁ ବୃଦ୍ଧି ପାଇଛି ।
ରାଜ୍ୟରେ ଏବେ ବି ପ୍ରାୟ ୧୫ ହଜାର ଉପରେ ଆକ୍ଟିଭ୍ କେସ୍ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୪, ୫୫୬, କଟକ ଜିଲ୍ଲାରେ ୨, ୦୨୬ ଓ ପୁରୀ ଜିଲ୍ଲାରେ ୯୬୨ ଆକ୍ଟିଭ୍ କେସ ରହିଛି। ସେଥିମଧ୍ୟରୁ କେବଳ ଭୁବନେଶ୍ୱରରେ ୨୪୨୨ ଓ କଟକ ସହରରେ ରହିଛି ୧୧୩୨ ଆକ୍ଟିଭ୍ କେସ୍। ପ୍ରଶାସନିକ ଓ ବ୍ୟାବସାୟିକ କାର୍ଯ୍ୟ ବ୍ୟତୀତ ମେଡିକାଲ ସେବା ଓ ପର୍ଯ୍ୟଟନ ସ୍ଥଳ ହୋଇଥିବାରୁ ଏ ତିନି ସହରରେ ଅଧିକ ପଜିଟିଭ୍ କେସ୍ ଚିହ୍ନଟ ହେଉଛନ୍ତି। ତେଣୁ ଏହା ଉପରେ ଫୋକସ୍ କରିଛନ୍ତି ରାଜ୍ୟ ସରକାର।