ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିଲେ ହେଁ ଚିନ୍ତା ବଢୁଛି। କୋଭିଡ ତଥ୍ୟକୁ ଦେଖିବା ପରେ ତୃତୀୟ ଲହରର ପଦଧ୍ୱନୀକୁ ନେଇ ଭୟଭୀତ ହୋଇ ପଡ଼ିଛନ୍ତି ରାଜ୍ୟବାସୀ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୭୨୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ ଚିନ୍ତାର ବିଷୟ ହେଉଛି, ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୯୬ ଜଣ ଆକ୍ରାନ୍ତଙ୍କ ତାଲିକାରେ ରହିଛି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୪୨୧ ଥିବାବେଳେ ଲୋକାଲ କେସ୍ ୨୯୯ ରହିଛି।ଅନ୍ୟପକ୍ଷେ ରାଜ୍ୟରେ ଆଉ ୬୮ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭ ହଜାର ଟପିଲା
ବୟସ ଅଳ୍ପ କିନ୍ତୁ ପ୍ରତିଭା ଅନେକ । ପ୍ରତିକୂଳ ପରିସ୍ଥିତିରେ ସଫଳତା ପାଇଛନ୍ତି । ଛୋଟ ଏକ ଗାଁରୁ ଆମେରିକାର ନାସାରେ କାର୍ଯ୍ୟ କରିବା ପାଇଁ ସୁଯୋଗ ପାଇଛନ୍ତି ଜଣେ ମେଧାବୀ ପ୍ରତିଭାବାନ ଛାତ୍ର । ତୁଳସୀ ଦୁଇପୁତ୍ରରୁ ବାସିବା ଭଳି କେନ୍ଦୁଛରର ବିଶ୍ୱବନ୍ଧୁଙ୍କ ପ୍ରତିଭା ପିଲାଟି ବେଳୁ ଜଣାପଡିଥିଲା ।
ଟୋକିଓ ଅଲମ୍ପିକ୍ସରେ ଚମତ୍କାର ଖେଳ ପ୍ରଦର୍ଶନ ସହିତ ବ୍ରୋଞ୍ଚ୍ ଜିତିଥିବା ପୁରୁଷ ହକି ଟିମ୍ଏବଂ ସେମି ଫାଇନାଲକୁ ଯାଇଥିବା ମହିଳା ହକି ଟିମ୍ କୁ ସ୍ୱାଗତ କରିବ ଓଡ଼ିଶା।ଆଜି ଉଭୟ ଟିମର ଖେଳାଳି ଭୁବନେଶ୍ୱରରେ ପହଞ୍ଚିବା ପରେ ସଂଧ୍ୟାରେ ସେମାନଙ୍କୁ ସମ୍ବର୍ଦ୍ଧନା ଦିଆଯିବ । ଏଥିଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଖେଳାଳିମାନେ ପହଞ୍ଚିବା ପରେ ଦୁଇ ହକି ଟମକୁ ସ୍ୱତନ୍ତ୍ର ବସରେ ନିଆଯିବ । ପରେ ସଂଧ୍ୟା 5ଟାରେ ଖେଳାଳିଙ୍କ ଫଟୋସୁଟ୍ କରାଯିବ । ଏହାପରେ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରାଯିବ ।
ଗାଁ ର ଚାରି କଡରେ ରହିଛି ବିଲ। କେନାଲ ଠାରୁ ଗାଁକୁ ଯିବାକୁ ହେଲେ ଆପଣଙ୍କୁ ବିଲ ଭିତରେ ପାଣି କାଦୁଅରେ ପଶିବାକୁ ପଡ଼ିବ। ମୋଟ୍ ଉପରେ କହିବାକୁ ଗଲେ, ଯାଜପୁର ପୌରପାଳିକାର ୧୪ ନଂ ୱାର୍ଡର ହରିପୁର ଗ୍ରାମବାସୀଙ୍କ ପାଇଁ ପକ୍କା ରାସ୍ତା ଟିଏ ନିର୍ମାଣ ଆଜି ପର୍ଯ୍ୟନ୍ତ ହୋଇପାରିଲା ନାହିଁ
ରାଜ୍ୟରେ ବଢୁଛି ନିଶା କାରବାର। ବିଶେଷକରି ଧଳା ଜହର ଯେମିତି ମଣିଷ ସମାଜକୁ ଗ୍ରାସ କରିବାକୁ ବସିଛି। ଭୁବନଶ୍ୱରରୁ ବାଲେଶ୍ୱର ପର୍ଯ୍ୟନ୍ତ ନିୟମିତ ଚାଲିଛି ଏଇ ଧଳା ଜହର କାରବାର। ତେବେ କ୍ରାଇମବ୍ରାଞ୍ଚ ଏସ୍ଟିଏଫକୁ ଆଉ ଏକ ସଫଳତା ମିଳିଛି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ମାର୍କେଟରୁ ପ୍ରାୟ ଅଢ଼େଇ କୋଟି ଟଙ୍କାର ବ୍ରାଉନସୁଗର ଜବତ କରିଛି କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ । ଜବତ ହୋଇଥିବା ବ୍ରାଉନସୁଗରର ଓଜନ ୨ କିଲୋ ୪୦୨ ଗ୍ରାମ ହେବ ।
ପ୍ରଥମେ ପ୍ରେମ, ପରେ ଶାରୀରିକ ସମ୍ପର୍କ। ଶେଷରେ ୨ ନବଜାତ ଶିଶୁକୁ ହତ୍ୟା। ଗୋଆରେ ୨ ଶିଶୁଙ୍କ ହତ୍ୟା ଘଟଣାର ଚାଞ୍ଚଲ୍ୟକର ଖୁଲାସା କରିଛି ପୋଲିସ୍। ଗତ ବର୍ଷ ଲକ୍ଡାଉନ୍ ସମୟରେ ଗୋଟିଏ ଘରେ ଏକ ସଙ୍ଗେ ୨ ମହିଳାଙ୍କ ସହ ପ୍ରେମ ସମ୍ପର୍କ ରଖିଲେ ଜଣେ ବ୍ୟକ୍ତି । ପରେ ଶାରୀରିକ ସମ୍ପର୍କ ରଖିବା ସହ ଉଭୟ ମହିଳା ମା’ ବି ହୋଇଥିଲେ। ଘରକୁ ଫେରିଲେ କିପରି ମୁହଁ ଦେଖାଇବେ ଭାବି ଉକ୍ତ ବ୍ୟକ୍ତି ୨ ମହିଳାଙ୍କ ସହ ମିଶି ୨ ନବଜାତଙ୍କୁ ହତ୍ୟା କରି ପୋତି ଦେଇଥିଲେ। ଗୋଆରେ ଏହି ଅମାନବୀୟ ଘଟଣା ଘଟିଥିବା ବେଳେ ତଦନ୍ତ ବେଳେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ପୁରା ଘଟଣା ଏବେ ସାମ୍ନାକୁ ଆସିଛି।
ଅଲିମ୍ପିକ୍ସରେ ଭାରତର ସର୍ବକାଳୀନ ପ୍ରଦର୍ଶନ ପରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ଚିନ୍ତା କରୁଛନ୍ତି ରାଜ୍ୟ ସରକାର। ତେବେ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଥିବା ଜାତୀୟ ଓ ଅନ୍ତର୍ଜାତୀୟ ଖେଳାଳି ଆଜି ବି ଅବହେଳିତ ଅବସ୍ଥାରେ କିଏ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ଦାଦାନ ଖଟିବାକୁ ଯାଉଛି ତ କିଏ ଚାକିରି ଖଣ୍ଡେ ପାଇଁ କରୁଛି ସଂଘର୍ଷ। ପୁଳାପୁଳା ସାର୍ଟିଫିକେଟ୍ ଏବଂ ମେଡାଲ୍ ଦିନେ ଖେଳ ପଡ଼ିଆରେ ଝାଳ ବୁହାଇ ଏସବୁ ହାସଲ କରିଥିଲେ ମାତ୍ର ଆଜି ଏହା ତାଙ୍କ ପାଇଁ ମୂଲ୍ୟହୀନ। ଆମେ କହୁଛୁ ଜାତୀୟ ହକି ଖେଳାଳି ସୁନ୍ଦରଗଡ଼ ଲୁଲୁକିଡିହିର ସନ୍ତୋଷ ମାଝୀଙ୍କ କଥା
ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ACF ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚର ମାରାଥନ ଜେରା। ଏହି ମାମଲାରେ ସୌମ୍ୟଙ୍କ ଦୁଇ ସହକର୍ମୀ ଏସିିଏଫ୍ଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିଛି। ଲଗାତର ୪ ଘଣ୍ଟା ଧରି କ୍ରାଇମବ୍ରାଞ୍ଚର ଟିମ୍ ସେମାନଙ୍କୁ ପଚରାଉଚରା କରିଛି। ଏବେ ମାମଲାରେ ଅନ୍ୟ ୪ ଜଣଙ୍କୁ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ। ତଦନ୍ତ ନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଏସ୍ପି ଜ୍ଞାନରଞ୍ଜନ ମିଶ୍ର ।
ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ACF ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚର ମାରାଥନ ଜେରା। ଏହି ମାମଲାରେ ସୌମ୍ୟଙ୍କ ଦୁଇ ସହକର୍ମୀ ଏସିିଏଫ୍ଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିଛି। ଲଗାତର ୪ ଘଣ୍ଟା ଧରି କ୍ରାଇମବ୍ରାଞ୍ଚର ଟିମ୍ ସେମାନଙ୍କୁ ପଚରାଉଚରା କରିଛି।
କର୍ମମୟ ଜୀବନ ଭିତରେ ଆମେମାନେ ନିଜକୁ ସମୟ ଦେଇପାରୁନା । ବିଶେଷକରି ମହିଳାମାନେ ନିଜର ବିଶେଷ ଯତ୍ନ ନେଇପାରନ୍ତି ନାହିଁ । ଏହି କାରଣରୁ, ଅନେକ ମହିଳା ପ୍ରାୟତଃ କ୍ଲାନ୍ତ ଏବଂ ଅସ୍ଥିର ଅନୁଭବ କରିଥାନ୍ତି । ଏକ ସହଜ ଉପାୟ ଦ୍ୱାରା ଆପଣ ଏଥିରୁ ମୁକ୍ତି ପାଇ ପାରିବେ । ଶରୀର ପାଇଁ ରାମବାଣ ଭଳି କାମ କରେ ସୋରିଷ ତେଲ । ସୋରିଷ ତେଲରେ ଭିଟାମିନ୍, ଆଣ୍ଟି-ଅକ୍ସିଡାଣ୍ଟ, କ୍ୟାଲସିୟମ୍, ଆଇରନ୍ ଇତ୍ୟାଦି ଔଷଧୀୟ ଗୁଣ ଭରପୂର ରହିଥାଏ । ଏହା ଶରୀରର ମାଂସପେଶୀ ଏବଂ ହାଡକୁ ମଜବୁତ କରିଥାଏ । ସୋରିଷ ତେଲରେ ଶରୀରକୁ ମାଲିସ୍ କରିବା ଦ୍ୱାରା ରକ୍ତ ସଞ୍ଚାଳନରେ ଉନ୍ନତି ହୋଇଥାଏ ।
ସାଧାରଣତଃ ଚଟପଟା ରେସିପି ଖାଇବାକୁ ସମସ୍ତଙ୍କୁ ଭଲ ଲାଗିଥାଏ । ଯେ କୈଣସି ପରିବାରେ ତରକାରୀ ହେଉ କି ଭଜା ତିଆରି କଲେ ତାହାକୁ ଆଉ ଟିକେ ଚଟପଟା କରିଲେ ଖାଇବାର ସୁଆଦ ଆହୁରି ବଢି ଯାଇଥାଏ । ତେବେ ଆମେ ଆପଣମାନଙ୍କୁ ଛଚିନ୍ଦ୍ରାର ଏକ ନୂଆ ଓ ଚଟପଟା ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ ଛଚିନ୍ଦ୍ରା ମସଲା ’ ।ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।
ବେଳାଭୂମି ବୁଲିବାକୁ ଆସି ପଡ଼ି ଯାଇଥିଲେ ମୃତ୍ୟୁ ଯନ୍ତାରେ। ହେଲେ ଦେବଦୂତ ସାଜିଲେ ହୋମଗାର୍ଡ। ସମୁଦ୍ରରେ ବୁଡି ଯାଉଥିବା ବେଳେ ଜଣେ ଯୁବକକୁ ଉଦ୍ଧାର କରି ପ୍ରଶଂସା ସାଉଁଟିଛନ୍ତି ସେଠାରେ ଡ୍ୟୁଟି କରୁଥିବା ଜଣେ ହୋମଗାର୍ଡ ।
ପ୍ରଥମେ ପ୍ରେମ, ପରେ ଶାରୀରିକ ସମ୍ପର୍କ। ଶେଷରେ ୨ ନବଜାତ ଶିଶୁକୁ ହତ୍ୟା। ଗୋଆରେ ୨ ଶିଶୁଙ୍କ ହତ୍ୟା ଘଟଣାର ଚାଞ୍ଚଲ୍ୟକର ଖୁଲାସା କରିଛି ପୋଲିସ୍।
ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ କରିବା ପାଇଁ ଓଡ଼ିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଯୋଗ୍ୟ ପ୍ରାର୍ଥୀମାନେ ଚୁକ୍ତି ଭିତ୍ତିକ ହିନ୍ଦୀ, ସଂସ୍କୃତ ଓ ପିଇଟି ଶିକ୍ଷକ ପଦବୀ ପାଇଁ ଆବେଦନ କରିପାରିବେ।
ଆଜିଠୁ ପୁରୀ ଜିଲ୍ଲା ବାହାରର ଲୋକେ ସ୍ୱର୍ଗଦ୍ୱାରରେ ଶବସତ୍କାର କରିପାରିବେ। କୋଭିଡ୍ ହୋଇନଥିବା ଶବର ସତ୍କାର ଏଣିକି ସ୍ୱର୍ଗଦ୍ୱାରରେ କରାଯାଇପାରିବ । ଏପ୍ରିଲ ମାସ ୨୫ତାରିଖରୁ ଯେଉଁ କଟକଣା ସ୍ୱର୍ଗଦ୍ୱାରରେ ଲାଗଥିଲା ସେହି କଟକଣା ଆଜିଠୁ କୋହଳ ହୋଇଛି। ଏପ୍ରିଲ ୨୫ ତାରିଖରୁ କେବଳ ପୁରୀ ଜିଲ୍ଲା ଭିତରର ଶବ କୋଭିଡ କଟକଣା ଭିତରେ ଦାହ କରାଯାଉଥିଲା। କିନ୍ତୁ ଏବେ କୋଭିଡ କଟକଣା ଏବଂ ଡାକ୍ତରଙ୍କ ସାର୍ଟିଫିକେଟ୍ଧା ଆରରେ ଶବ ସତ୍କାର ହେବ। ମାତ୍ର ୧୦ ଜଣ ସମ୍ପର୍କୀୟଙ୍କ ଉପସ୍ଥିତିରେ ଶବ ଦାହ କରିପାରିବେ। ଶନିବାର ଓ ରବିବାର ସଟଡାଉନ ସମୟରେ ମଧ୍ୟ ଶବଦାହ କରାଯାଇପାରିବ।
ଆଜିଠାରୁ ବିଦ୍ୟାଳୟରେ ନବମ ଶ୍ରେଣୀ କ୍ଲାସ୍ ଆରମ୍ଭ ହୋଇଛି। ସକାଳ ୯ଟାରୁ ଦିନ ସାଢ଼େ ୧୨ଟା ଯାଏ କ୍ଲାସ୍ରୁମ୍ରେ ପାଠ ପଢ଼ିବେ ଛାତ୍ରଛାତ୍ରୀ। ଛାତ୍ରଛାତ୍ରୀମାନେ ଅଭିଭାବକଙ୍କର ଅନୁମତି ପତ୍ର ନେଇ ସ୍କୁଲ ଆସିଥିବା ବେଳେ ପ୍ରବେଶ ସମୟରେ ଛାତ୍ରଛାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା। ଏହାପରେ ସେମାନଙ୍କୁ କ୍ଲାସ୍ ରୁମ୍ ଭିତରକୁ ଛଡ଼ା ଯାଇଥିଲା। ସାମାଜିକ ଦୂରତ୍ୱ ରକ୍ଷା କରି କ୍ଲାସ ରୁମରେ ସିଟିଂ ଆରେଞ୍ଜମେଣ୍ଟ ହୋଇଛି। ତେବେ ରବିବାର ଓ ଅନ୍ୟ ସରକାରୀ ଛୁଟି ଦିନରେ କ୍ଲାସ୍ ହେବ ନାହିଁ। କୋଭିଡ କଟକଣା ମଧ୍ୟରେ ପାଠପଢ଼ା ହେବ।
ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି। ହେଲେ ଘାରିଲାଣି ତୃତୟ ଲହରର ଭୟ। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଏକ ହଜାର ତଳେ ରହୁଛି। ହେଲେ ଗତ ୨୪ ଘଣ୍ଟା ମଧ୍ୟରେ ୮୬୮ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୦୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଯାହାକି ତୃତୀୟ ଲହର ଭୟକୁ ବଢାଇ ଦେଇଛି। ଏଥିସହିତ ରାଜ୍ୟରେ ଆଉ ୬୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।
ଅପେକ୍ଷାର ହେଲା ଅନ୍ତ । ଖୋଲିଲା ଶ୍ରୀମନ୍ଦିର। ମହାବାହୁଙ୍କ ଶ୍ରୀମୁଖ ଦର୍ଶନର ସୁଯୋଗ ମିଳିଲା ଭକ୍ତଙ୍କୁ। ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ପୁରୀ ବାସିନ୍ଦା। ସକାଳୁ ସକାଳୁ ମନ୍ଦିର ଖୋଲିବା ପରେ ଶ୍ରଦ୍ଧାଳୁମାନେ ଧାଡ଼ିରେ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି । କୋଭିଡ୍ ଗାଇଡ୍ ଲାଇନ୍ ଭିତରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ବ୍ୟବସ୍ଥା ହୋଇଛି ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି
ଅଦରକାରୀ ଜିନିଷରୁ ତିଆରି ହେଉଛି ସୁନ୍ଦର ପ୍ରତିମୂର୍ତ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଠାରୁ ପର୍ଯ୍ୟଟନ ବୁଠି ଲାଗିବ ଉନ୍ନତିର ଛାପ । ଭିଜନ-୨୦୨୩ ଯୋଜନା ମାଧ୍ୟମରେ ଆଗାମୀ ୨ବର୍ଷ ମଧ୍ୟରେ ଜିଲ୍ଳାର ସର୍ବାଙ୍ଗୀନ ଉନ୍ନତି କରାଯିବାନେଇ ରହିଛି କାର୍ଯ୍ୟକ୍ରମ । ସେହିକ୍ରମରେ ଅନୁଗୋଳ ସହରକୁ ସ୍ମାର୍ଟ ସିଟି ରୂପେ ସଜେଇବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଏଥିପାଇଁ ଚାଲିଛି ଜୋରସୋରରେ ପ୍ରସ୍ତୁତି ।
ସର୍ବସାଧାରଣଙ୍କ ପାଇଁ ଖୋଲିଲା ସ୍ୱର୍ଗଦ୍ୱାର। ଅଗଷ୍ଟ ୧୬ ଅର୍ଥାତ ଆଜି ଠାରୁ ପୁରୀ ବାହାର ଜିଲ୍ଲାର ଲୋକଙ୍କୁ ଶବଦାହ କରିବାକୁ ଅନୁମତି ମିଳିଛି । ଶବଦାହ ସମୟରେ କୋଭିଡ୍ କଟକଣା ମଧ୍ୟରେ ୧୦ ଜଣ ଉପସ୍ଥିତ ରହିପାରିବେ । ତେବେ ସ୍ୱର୍ଗଦ୍ୱାରରେ ଶବଦାହ କରିବାକୁ ମୃତକଙ୍କ କୋଭିଡ୍ ନେଗେଟିଭ ରିପୋର୍ଟ ଦେବା ବାଧ୍ୟତାମୂଳକ କରାଯାଇଛି ।
ସ୍ଥାନୀୟ ଲୋକ କହୁଛନ୍ତି, କୁଆଡ଼େ ସାରଥୀଙ୍କ ଫଟୋରୁ ଝରୁଛି ବିଭୂତି ଓ ଗଙ୍ଗାଜଳ। ଏମିତି କିଛି ଦୃଶ୍ୟ ଦେଖିବା ପାଇଁ ଆଖ ପାଖ ଅଂଚଳରୁ ଲୋକଙ୍କ ଭିଡ ବି ବେଶ୍ ଜମୁଛି। ସ୍ଥାନୀୟ ବାସିନ୍ଦା ନୁହେଁ ବରଂ ଅନୁଗୁଳ ,ଆଠମଲ୍ଲିକ ,ତାଳଚେର ଓ ବାଲେଶ୍ୱର ଆଦି ଅଞ୍ଚଳରୁ ଲୋକଙ୍କ ସୁଅ ଛୁଟୁଥିବା ଦେଖିବାକୁ ମିଳିଛି । ଆଜକୁ ୧୦ ଦିନ ତଳେ ଖଳିବାହାଳ ଗାଁର ସୁକାନ୍ତ କୁମାର ନାଥଶର୍ମାଙ୍କ ଘରେ ଥିବା ସାରଥୀଙ୍କ ଫଟୋରୁ ବିଭୂତି ବାହାରିବା ସହ ଗଙ୍ଗାଜଳର ଏକ ସ୍ରୋତ ବାହାରିଥିଲା ବୋଲି ସୁକାନ୍ତ ନିଜେ ପ୍ରକାଶ କରିଛନ୍ତି।
ଏସିଏଫ୍ ସୌମ୍ୟରଂଜନ ମହାପାତ୍ର ରହସ୍ୟଜନକ ମୃତ୍ୟୁ ମାମଲାରେ ରହିଛି ଆହୁରି ଅନେକ ଅସମାହିତ ପ୍ରଶ୍ନ। ଯାହା ଆଜି ଯାଏଁ ଉନ୍ମୋଚନ ହୋଇପାରିନି। ଯାହାର ରହସ୍ୟଭେଦ କରିବା ପାଇଁ ପୂର୍ଣ୍ଣାଙ୍ଗ ତଦନ୍ତଭାର ନିଜ ହାତକୁ ନେଇଛି କ୍ରାଇମବ୍ରାଞ୍ଚ। ତାହେଲେ କଣ ଏହି ମାମଲାର ତଦନ୍ତରେ ରହିଥିଲା କି ପୋଲିସର ଢିଲାପଣ ? ଏବେ ଏଭଳି ପ୍ରଶ୍ନ ଉଠିଥିବାବେଳେ କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ମଧ୍ୟ ଟ୍ୱିଟ୍ କରି ସେଭଳି ଆଶଙ୍କା କରିବା ସହ ସତ ସାମ୍ନାକୁ ଆସିବ ବୋଲି କହିଛନ୍ତି
ଗତକାଲିଠାରୁ କ୍ରାଇମବ୍ରାଞ୍ଚ ତଦନ୍ତ ଦାୟିତ୍ୱ ନେବା ପରେ ସୌମ୍ୟଙ୍କ କ୍ୱାର୍ଟରକୁ ଏକ୍ସପର୍ଟ ଟିମ୍ ସହାୟତାରେ ତନ୍ନତନ୍ନ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି। ଡିଏସ୍ପି ଜ୍ଞାନରଂଜନ ମିଶ୍ରଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍ ସୌମ୍ୟଙ୍କ ସରକାରୀ କ୍ୱାର୍ଟରରେ ଯାଞ୍ଚ କରିଛି।
ଦାଦା ଦୋହରା ବିଷୋୟୀ ଜଣେ ସଂଗ୍ରାମୀ ହୋଇ ଇଂରେଜ ମାନଙ୍କ ସହ ଲଢୁଥିଲେ। ତାଙ୍କରି ଠାରୁ ଅନୁପ୍ରାଣିତ ହୋଇ ପିଲାଟି ବୟସରୁ ଯୁଦ୍ଧ ବିଦ୍ୟା ପ୍ରତି ଆକୃଷ୍ଟ ହୋଇଥିଲେ ଚକରା । ଧନୁଶର,ଫାର୍ଶା, ଖଣ୍ଡା,ତୀର ଚାଳନା ଭଳି ବହୁ ଯୁଦ୍ଧ ବିଦ୍ୟାରେ ପାରଦର୍ଶିତା ବି ଲାଭ କରିଥିଲେ।
ଗତ କିଛିଦିନ ଧରି ରାଜ୍ୟରେ ୧୧ ଶହ ଉପରକୁ କରୋନା ସଂକ୍ରମିତ ଚିହ୍ନଟ ହେଉ ଥିବାବେଳେ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦୫୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ୍ରୁ ୬୧୬ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୪୪୨ ରହିଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଶୂନରୁ ୧୮ ବର୍ଷ ବୟସର ୧୩୮ ଜଣ ଅଛନ୍ତି। ଅଗଷ୍ଟ ୧୩ର ରିପୋର୍ଟ ଅନୁସାରେ, ରାଜ୍ୟରେ ୧୧୩୨ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କ୍ୱାରେଣ୍ଟିନ୍ରୁ ୬୫୭ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୪୭୫ ଥିଲା। ସେହିପରି ରାଜ୍ୟରେ ଆଉ ୬୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।