ଗଂଜାମ ଜିଲ୍ଲା ହିଞ୍ଜିଳି ମ୍ୟୁନସିପାଲଟି ଅଧୀନରେ ଥିବା ତଥା ରେସପନସିବିଲିଟି ହବ୍ ଲେଖାଥିବା ଏକ ଗୃହରେ ସ୍ୱୟଂସହାୟିକା ଗୋଷ୍ଠୀ ମହିଳାମାନେ ପୁରୁଣା ପୋଷାକକୁ ନୂଆ ରୂପ ଦିଅନ୍ତି । ଯେଉଁ ବଦାନ୍ୟ ବ୍ୟକ୍ତିମାନେ ସେମାନଙ୍କ ଅଦରକାରୀ ଲୁଗା, ଡ୍ରେସ୍ ଇତ୍ୟାଦି ଦାନ କରନ୍ତି, ସେଗୁଡିକୁ ନୂତନ ରୂପ ଦେଇଥାନ୍ତି । ସେମାନେ ପୁରୁଣା ଡ୍ରେସ୍ ଗୁଡିକୁ ପ୍ରଥମେ ସଫା କରିଥାଆନ୍ତି । ଆଉ ତା ପରେ ଚିରାଫଟା ପୋଷାକକୁ ମେସିନରେ ସିଲାଇ ଆଇରନ୍ ବି କରନ୍ତି ।
ପ୍ରକଳ୍ପକୁ ବିରୋଧ କରୁତିବା ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ଆଜି ବିକ୍ଷୋଭ ପାଇଁ ଯାଉଥିବା ବେଳେ ସେମାନଙ୍କୁ ଅଟକାଇଥିଲା ପୋଲିସ। ଏହାକୁ ନେଇ ଦୁଇ ପକ୍ଷ ଏକ ପ୍ରକାର ମୁହାଁମୁହିଁ ହୋଇଥିଲେ। କିଛି ସମୟ ପାଇଁ ସେଠାରେ ଉତ୍ତେଜନା ଦେଖା ଦେଇଥିଲା। ପୋଲିସର ବ୍ୟାରିକେଡକୁ ଆନ୍ଦୋଳନକାରୀମାନେ ଭାଙ୍ଗି ଦେଇଥିବା ସୂଚନା ମିଳିଛି।
ଆଜି ହେଉଛି ବିଶ୍ୱ ହସ୍ତୀ ଦିବସ । ଏହି ଅବସରରେ ହାତୀମାନଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ପ୍ରାଥମିକତା ଦିଆଯାଉଛି । ୨୦୧୨ ମସିହାଠାରୁ ଅଗଷ୍ଟ ୧୨କୁ ବିଶ୍ୱ ହସ୍ତୀ ଦିବସ ଭାବେ ପାଳନ କରାଯାଉଛି । ହାତୀମାନଙ୍କ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟିକରିବା ସହ ହାତୀ ଶିକାର ଉପରେ ରୋକ୍ ଲଗାଇବା ପାଇଁ ସଚେତନତା ସୃଷ୍ଟି କରାଯାଉଛି । ହାତୀମାନେ ଖାଦ୍ୟ ଅନ୍ୱେଷଣ ଜନବସତି ଭିତରକୁ ଆସି କ୍ଷୟକ୍ଷତି କରୁଥିବାରୁ ସେମାନଙ୍କୁ ଆକ୍ରମଣ କରାଯାଉଛି ।
ରାଜ୍ୟରେ କରୋନା ସଂକ୍ରମଣ ମାତ୍ର କିଛିଦିନ କମିବା ପରେ ପୁଣିଥରେ ସଂକ୍ରମଣ ବୃଦ୍ଧି ପାଇଛି। ଅଗଷ୍ଟ ୧୦ର ରିପୋର୍ଟ ଅନୁସାରେ, ରାଜ୍ୟରେ ୧୦୭୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍ରୁ ୬୨୬ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୪୫୨ ଥିଲା। ଅଗଷ୍ଟ ୧୧ର ରିପୋର୍ଟ ଅନୁସାରେ, ରାଜ୍ୟରେ ୧୧୦୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ୍ରୁ ୬୪୬ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୪୬୧ ରହିଛି। ତେବେ ରାଜ୍ୟରେ ଆଉ ୬୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବତୀଙ୍କୁ ଏସିଡ୍ ମାଡ଼ କରାଯାଇଥିବା ସୂଚନା ମିଳିଛି। ଭୁବନେଶ୍ୱର ଧଉଳି ବାଲିଆପଡ଼ାରେ ଜଣେ ଯୁବତୀଙ୍କ ଉପରକୁୁ ଜଣେ ଯୁବକ ଏସିଡ୍ ମାଡ଼ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସମ୍ପୃକ୍ତ ଯୁବତୀଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ତେବେ କେଉଁ କାରଣ ପାଇଁ ଯୁବକ ଜଣକ ଏସିଡ୍ ମାଡ଼ କରିଛନ୍ତି, ତାହା ଜଣାପଡ଼ିନାହିଁ। ୨୦୨୦ ମସିହାରେ ଉଭୟେ କୋର୍ଟ ମ୍ୟାରେଜ କରିଥିଲେ ବୋଲି ପୋଲିସ ସୂଚନା ଦେଇଛି।
କେମିତି ହେଲା ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ? ହତ୍ୟା ନା ଆତ୍ମହତ୍ୟା ? ଯଦି ହତ୍ୟା କରାଯାଇଛି ତା’ହେଲେ ଅଭିଯୁକ୍ତ କିଏ ? ଆଉ ଯଦି ସୌମ୍ୟ ଆତ୍ମହତ୍ୟା କରିଛନ୍ତି ତା’ହେଲେ ଏହା ପଛର କାରଣ କ’ଣ ? ସୌମ୍ୟଙ୍କ ମୃତ୍ୟୁକୁ ମାସେ ପୁରି ଥିବାବେଳେ ଏଭଳି ଅନେକ ପ୍ରଶ୍ନର ଉତ୍ତର ଏବେବି ଖୋଜି ପାରିନି ପୋଲିସ। ସୌମ୍ୟଙ୍କ ମୃତ୍ୟୁ ରହସ୍ୟର କାରଣ ପାଇ ପାରିନାହିଁ ତଦନ୍ତକାରୀ ଟିମ୍। ତଦନ୍ତ ଏବଂ ଘଣ୍ଟା ଘଣ୍ଟାର ମାରାଥନ ଜେରା ପରେ ବି ଘଟଣାରେ କାହାକୁ ଗିରଫ କରାଯାଇ ପାରିନାହିଁ। ଏପଟେ ନ୍ୟାୟ ଅପେକ୍ଷାରେ ଅଛନ୍ତି ସୌମ୍ୟଙ୍କ ପରିବାର।
ଆଜି ଠାରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ଆରମ୍ଭ ହେବ । ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଦିନ ୧୧ଟାରୁ ଖୋଲିବ ସାମସ ପୋର୍ଟାଲ । ତେବେ ଏଥିପାଇଁ www.samsodisha.gov.in ୱେବସାଇଟ୍ ଭିଜିଟ୍ କରିବାକୁ ପଡ଼ିବ
ଆଜିଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ। ଆଜି ଏବଂ ଆସନ୍ତାକାଲି ୨ ଦିନ ଧରି ସେବକ ପରିବାରକୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଅନୁମତି ଦିଆଯାଇଛି।ସେମାନେ ଯେକୌଣସି ଦ୍ୱାର ଦେଇ ପରିଚୟପତ୍ର କିମ୍ବା ବୀମା କାର୍ଡ ଦେଖାଇ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ। ପୁରୀ ବାସିନ୍ଦାଙ୍କ ପାଇଁ ଆସନ୍ତା ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ଏବଂ ୨୩ରୁ ସର୍ବସାଧାରଣ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଏହାପରେ ଅଗଷ୍ଟ ୨୩ରୁ ସର୍ବସାଧାରଣ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ।
ଅଗଷ୍ଟ ୧୧ର ରିପୋର୍ଟ ଅନୁସାରେ, ରାଜ୍ୟରେ ୧୧୦୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ୍ରୁ ୬୪୬ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୪୬୧ ରହିଛି। ସେହିପରି ରାଜ୍ୟରେ ଆଉ ୬୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବତୀଙ୍କୁ ଏସିଡ୍ ମାଡ଼ କରାଯାଇଥିବା ସୂଚନା ମିଳିଛି। ଭୁବନେଶ୍ୱର ଧଉଳି ବାଲିଆପଡ଼ାରେ ଜଣେ ଯୁବତୀଙ୍କ ଉପରକୁୁ ଜଣେ ଯୁବକ ଏସିଡ୍ ମାଡ଼ କରିଥିବା ଅଭିଯୋଗ ହୋଇଛି।
ସେହିଭଳି ପଦକ ଜିତି ନଥିଲେ ବି ଦମଦାର ପ୍ରଦର୍ଶନ ବଳରେ ଅଲିମ୍ପିକ୍ସରେ ଚତୁର୍ଥ ସ୍ଥାନରେ ରହିଥିବା ମହିଳା ଦଳର ଦୁଇ ସଦସ୍ୟ ଦୀପଗ୍ରେସ ଏକ୍କା ଓ ନମିତା ଟପୋଙ୍କୁ ବି ୫୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ସେମାନଙ୍କ ଶ୍ରମ, ନିଷ୍ଠା ଓ ତ୍ୟାଗକୁ ମୁଖ୍ୟମନ୍ତ୍ରୀ ଭୁରି ଭୁରି ପ୍ରଶଂସା କରିଥିଲେ।
ଟିକା ଡୋଜ୍ ତୁଳନାରେ ଲୋକ ସଂଖ୍ୟା ଅଧିକ। ଏଣୁ ଠେଲାପେଲା ପରିସ୍ଥିତି ଦେଖା ଦେଉଛି। ଆଉ କେଉଁଠି ଦ୍ୱିତୀୟ ଡୋଜ୍ ଲାଗି ଟିକା କେନ୍ଦ୍ରକୁ ଧାଇଁ ଧାଇଁ ନିରାଶ ହୋଇ ଫେରୁଛନ୍ତି ଲୋକେ। ପୁଣି କେଉଁଠି ବନ୍ଦ ପଡ଼ିଥିବା ଟିକାକରଣ କେନ୍ଦ୍ର ଆଗରେ ବି କମୁନି ଭିଡ଼। କୋଭିଡ୍ ଟିକାର ଅଭାବକୁ ନେଇ ନିଇତି ଏମିତି ଚିତ୍ର ଆସୁଥିବା ବେଳେ, ଏବେ ଦେଖାଦେଇଛି ଆଶାର କିରଣ।
ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ଭାଟବନ୍ଧ ଗାଁର ଅମିୟ ମହାନ୍ତି ଓ ମା ପୁଷ୍ପିତା ଘଟୁଆରିଙ୍କର ଏକ ମାତ୍ର ପୁଅ ପ୍ରଥମେଶ । ଏକ ଯୌଥ ପରିବାରରେ ତାଙ୍କର ଜନ୍ମ । ପ୍ରଥମେଶଙ୍କୁ ମାତ୍ର ଦୁଇ ବର୍ଷ ହୋଇଥିବା ବେଳେ ଘରେ ବାପା ,ବଡବାପା ସବୁବେଳେ ପ୍ରାର୍ଥନା ଚ୍ୟାନେଲ ଦେଖିଥିଲେ । ଆଉ ତାହା ଦେଖି ପ୍ରଥମେଶ ଭଜନ ଓ ତାବଲା ସେହିଭଳି ଭାବଭଙ୍ଗୀ କରୁଥିଲା
କୋଭିଡ ହେଲପ୍ ଲାଇନ ନମ୍ବର 104 କୁ ଆସୁଛି ଫେକ୍ କଲ। ଗୋଟେ ଗୋଟେ ନମ୍ବରରୁ ପ୍ରାୟ ୫୦୦ ଥର କଲ ଆସିଥିବା ଜଣାପଡିଛି। ଏପରିକି କଲ ସେଣ୍ଟର ମହିଳା କର୍ମଚାରୀ ଏବଂ ମହିଳା ଡାକ୍ତରଙ୍କ ସହ କଥା ହେବା ବାହାନାରେ କଲ କରି ଅଶ୍ଳୀଳ ଭାଷା ପ୍ରୟୋଗ କରୁଥିବା ପରି ସଙ୍ଗୀନ ଅଭିଯୋଗ ହୋଇଛି । ଏନେଇ 104 ହେଲପ ଲାଇନ ପରିଚାଳନା ଦାୟିତ୍ୱରେ ଥିବା କମ୍ପାନୀ ଜିକିତ୍ଜା ହେଲଥ କେୟାର ପକ୍ଷରୁ ଭୁବନେଶ୍ୱର ସହିଦ ନଗର ଥାନାରେ ଏତଲା ଦିଆଯାଇଛି। ଏତଲାରେ ୫୦ରୁ ଅଧିକ ଏଭଳି କଲ ଆସିଥିବା ୩୦ଟି ନମ୍ବର ଉଲ୍ଲେଖ ମଧ୍ୟ ଅଛି।
ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଜୁନ୍ ୧୨ରେ ଜାମିନ୍ ଦିଆଯାଇଥିଲା । ଗୋଳନ୍ଥରା ଥାନା ମାମଲାରେ ଓଡ଼ିଶା ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ନିମ୍ନ କୋର୍ଟରେ ୨ ଲକ୍ଷ ଟଙ୍କା ଜମା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। ୨ ଲକ୍ଷ ଟଙ୍କା ଲେଖାଏଁ ୨ ଜଣ ଜାମିନଦାରଙ୍କ ବଦଳରେ ହାଇକୋର୍ଟ ପ୍ରଦୀପଙ୍କୁ ଜାମିନ ପ୍ରଦାନ କରିଥିଲେ । ପ୍ରଦୀପଙ୍କ ବିରୋଧରେ ମୋଟ୍ ୬ଟି ମାମଲା ଥିବାବେଳେ ପୂର୍ବରୁ ୫ଟିରେ ତାଙ୍କୁ ଜାମିନ ମିଳି ସାରିଥିଲା ।
ଖୁଂଟା ଥାନା ଗଡିଗାଁ ଗ୍ରାମରେ ଗ୍ରାମର ଜବା ହାଁସଦା ଏବଂ ତାଙ୍କ ଝିଅ ନିଜ ଘର ବାରଣ୍ଡାରେ ବସିଥିଲେ । ଏହି ସମୟରେ ଗ୍ରାମର ୬ ରୁ ୮ ଜଣ ଯୁବକ ହଠାତ୍ ତାଙ୍କ ଘରକୁ ଆସି ଉଭୟ ମା ଏବଂ ଝିଅର ହାତ ବାନ୍ଧି ଦେଇ ଖୁଂଟରେ ବାନ୍ଧି ଦେଇଥିଲେ । ଏହା ସହିତ ଉଭୟଙ୍କୁ ମାଡ ମଧ୍ୟ ମାରିଥିଲେ ।
ସାଧାରଣତଃ ଖାଦ୍ୟରେ ଆମିଷ ଥିଲେ ଖାଇବାର ସ୍ୱାଦ ଦୁଇ ଗୁଣ ହୋଇଥାଏ । ଆମିଷରେ ଚିକେନକୁ ନେଇ ଅନେକ ରେସିପି ଆମେ ତିଆରି କରିଥାଉ । ତେବେ ଆମେ ଆପଣ ମାନଙ୍କୁ ଚିକେନର ଏକ ନୂଆ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ଚିକେନ ସୁଇଟ୍ ଏଣ୍ଡ ସ୍ପାଇସ୍’ ।ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।
କେବେ କରୋନା ତ କେବେ ଡେଙ୍ଗୁ ଚିନ୍ତା ଘାରୁଛି ଲୋକଙ୍କୁ । ଏଥିପାଇଁ ଲୋକଙ୍କୁ ସୁଷମ ଖାଦ୍ୟ ଖାଇବା ପାଇଁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି । କଖାରୁ ଭିଟାମିନରେ ଭରପୁର ଏକ ସବୁଜ ପରିବା। ଏଥିରେ ଜାଂଥିନ ଓ ଜେକସେନ୍ଥିନ ସମେତ ଭିଟାମିନ୍ ଏ ପ୍ରଚୁର ପରିମାଣରେ ରହିଛି । ଯାହା କରୋନାରେ ଇମ୍ୟୁନିଟି ବୃଦ୍ଧିରେ ବେଶ ସହାୟକ ହୋଇପାରେ।
ବ୍ରୋଞ୍ଜ ପଦକ ଜିତିଥିବା ଅମିତ ଓ ବୀରେନ୍ଦ୍ରଙ୍କୁ ଅଢେଇ କୋଟି ଲେଖାଏଁ ପୁରସ୍କାର ରାଶି ଦିଆଯାଇଥିବା ବେଳେ ନମିତା ଟପ୍ପୋ ଓ ଦୀପଗ୍ରେସଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଦିଆ ଯାଇଛି । ଏଥିସହ ଓଡ଼ିଶା ପୋଲିସରେ ଡିଏସପି ପଦବୀରେ ଅବସ୍ଥାପିତ ପାଇଁ ଆପଏଣ୍ଟମେଣ୍ଟ ଲେଟର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଟଗର, କନିଅର, ରଙ୍ଗଣୀ ଆଦି ଫୁଲଗଛ ସାଙ୍ଗକୁ ବେଲ, ଅଁଳା, ଜାମୁକୋଳି ଭଳି ଔଷଧୀୟ ବୃକ୍ଷ ମଧ୍ୟ ଲଗାଉଛନ୍ତି । ଗଛ ଲଗାଇବା ସହ ଆଗ୍ରହୀ ଲୋକଙ୍କୁ ମାଗଣାରେ ଚାରା ମଧ୍ୟ ବଣ୍ଟନ କରିଥାନ୍ତି ଗୋପୀନାଥ । ସହରରେ ଲୋକଙ୍କ ଫୁଲର ଚାହିଦା ମେଣ୍ଟାଇବା ସହ ପରିବେଶର ସୁରକ୍ଷାକୁ ଗୁରୁତ୍ୱ ଦେଇ ଏଭଳି ବୃକ୍ଷରୋପଣ କାର୍ଯ୍ୟ ହାତକୁ ନେଇଥିବା କହିନ୍ତି ଗୋପୀନାଥ
ଭିଜିଲାନ୍ପସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ । ଭୂବନ ବ୍ଲକ୍ ଦିଘି ଓ ମଠକରଗୋଳ ପଞ୍ଚାୟତ ପିଇଓଙ୍କ ଘରେ ଚଢାଉ । ପିଇଓ ସନ୍ତୋଷ ସାହୁଙ୍କ ଘର ସମେତ ୫ଟି ସ୍ଥାନରେ ରେଡ୍ । ଗୋଟିଏ ତିନି ମହାଲା କୋଠା ଓ ୨ଟି ଏକ ମହଲା କୋଠା ଠାବ ହୋଇଥିବା ସୂଚନା ମିଳିଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରେଡ୍ କରଯାଇଛି ।
ପୁରୀ ଶ୍ରୀମନ୍ଦିର ଖୋଲିବା ନେଇ ଶ୍ରୀମନ୍ଦିର ପ୍ରଶାସନ ନୂଆ SOP ଜାରି କରିଛି। ନୂଆ ଏସ୍ଓପି ଅନୁସାରେ, କାଲିଠାରୁ ୨ ଦିନ ଅର୍ଥାତ୍ ୧୨ ଓ ୧୩ ତାରିଖ ୨ ଦିନ କେବଳ ସେବାୟତ ପରିବାର ଶ୍ରୀଜିଉଙ୍କ ଦର୍ଶନ କରିପାରିବେ।
ପାରାଦୀପକୁ ରହିଛି ସମୁଦ୍ର ବିପଦ । ତାପମାତ୍ରା ବୃଦ୍ଧିରୁ ବରଫ ତରଳି ସମୁଦ୍ର ଆଁ କୁ ଯିବ ୧୨ ତଟବର୍ତ୍ତି ସହର। ଏହି ଆକାଳନ କରିଛି ନାସା ।ନାସାର ଆକଳନ ଅନୁସାରେ ଏକବିଂଶ ଶତାଦ୍ଧୀ ଶେଷ ଆଡ଼କୁ ସମୁଦ୍ରରେ ଲୀନ ହୋଇପାରେ ପାରାଦୀପ । ଦେଶର ୧୨ଟି ଉପକୂଳ ସହର ଉପରେ ୨ରୁ ୩ ଫୁଟ୍ ଉପରେ ପାଣି ଚାଲୁଥିବ ନେଇ ଆକାଳନ କରିଛି ଆମେରିକୀୟ ମହାକାଶ ଗବେଷଣା କେନ୍ଦ୍ର ନାସା ।
ହନୁମାନ ପଇସା ପାଇଁ ଯୁବକଙ୍କୁ ଘରୁ ଡାକି ନେଇ ହତ୍ୟା। ୩ ମାସ ପୂର୍ବେ ଦେବଗଡ ଥାନା ଅନ୍ତର୍ଗତ ରାଇତାଲ ଅଞ୍ଚଳରେ ଘଟିଥିବା ଏହି ବର୍ବର ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ। ଗତ ମେ’ ମାସ ୫ ତାରିଖ ଦିନ ରାଇତାଲ ଗାଁର କୃଷ୍ଣ କିସାନଙ୍କ ମୃତଦେହ ଗାଁରେ ଥିବା ଏକ ବିଦ୍ୟୁତ ଟ୍ରାନ୍ସଫର୍ମର ତଳୁ ମିଳିବା ପରେ ପୋଲିସ୍ ଘଟଣାର ତନାଘନା କରି ହତ୍ୟାକାଣ୍ଡର ପର୍ଦାଫାସ କରିଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ରାଇତାଲ ଗାଁର ୪ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ୪ ଅଭିଯୁକ୍ତ ହେଲେ- ଚାନ୍ଦଲୁ କିସାନ, ସୁରେନ୍ଦ୍ର ମାଝୀ, ଦୈତାରି କିସାନ ଏବଂ ପ୍ରଦୀପ ମାଝୀଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି
ଘାଟିରୁ ୧୦୦ ଫୁଟ ତଳକୁ ଖସିଲା ପିଆଜ ବୋଝେଇ ଟ୍ରକ୍। ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।